ମାନ୍‍ପୁପୁନ୍ୟର ଶୈଳଗଠନ

Coordinates: 62°15′28″N 59°17′53″E / 62.25778°N 59.29806°E / 62.25778; 59.29806
ଉଇକିପିଡ଼ିଆ‌ରୁ
ମାନ୍‍ପୁପୁନ୍ୟର ଶୈଳଗଠନ
ମାନ୍‍ପୁପୁନ୍ୟର ଶୈଳଗଠନ
Prominence୯୮-୧୩୮ ft (୫୬ m)
Location
Lua error in ମଡ୍ୟୁଲ:Location_map/multi at line 27: Unable to find the specified location map definition: "Module:Location map/data/Russia" does not exist.ଋଷରେ ଅବସ୍ଥିତି
Locationଋଷର କୋମି ରିପବ୍ଲିକ୍‍ର ଟ୍ରୋଇତ୍ସକୋ-ପେଚୋରସ୍କି ଜିଲ୍ଲା
Coordinates62°15′28″N 59°17′53″E / 62.25778°N 59.29806°E / 62.25778; 59.29806
Geology
Age of rock୨୦ କୋଟି ବର୍ଷ
ମାନ୍‍ପୁପୁନ୍ୟର୍ ଶୈଳଗଠନ
ଏକ ଋଷୀୟ ଡାକ ଟିକଟରେ ମାମ୍‍ପୁପୁନ୍ୟର୍ ଶୈଳ ଗଠନ

ମାନ୍‍ପୁପୁନ୍ୟର ଶୈଳଗଠନ (ଇଂରାଜୀରେ Manpupuner rock formations, ଋଷୀୟ ଭାଷାରେ Мань-Пупу-нёр, ମାନ୍‍ସି ଭାଷାରେ Мань-Пупыг-Нёр) ଋଷର କୋମି ରିପବ୍ଲିକ୍‍ର ଟ୍ରୋଇତ୍ସକୋ-ପେଚୋରସ୍କି ଜିଲ୍ଲାରେ ଉରାଲ୍ ପର୍ବତର ପଶ୍ଚିମକୁ ଅବସ୍ଥିତ ସାତ ଗୋଟି ମୋନୋଲିଥିକ୍ ଶିଳା ସ୍ତମ୍ଭକୁ ବୁଝାଇଥାଏ । ମାନ୍‍ସି ଭାଷାରେ ଏହାର ନାମର ଅର୍ଥ ହେଲା କ୍ଷୁଦ୍ର ମୂର୍ତ୍ତି ପର୍ବତ ଓ କୋମି ଭାଷାରେ ଏହାର ନାମ Болвано-Изର ଅର୍ଥ ହେଲା ମୂର୍ତ୍ତି ପ୍ରସ୍ତର । ଇଲିଚ୍ ଓ ପେଚୋରା ନଦୀଦ୍ୱୟ ମଧ୍ୟସ୍ଥ ମାନ୍‍ପୁପୁନ୍ୟୋର ନାମକ ପର୍ବତରେ ପେଚୋରା-ଇଲିଚିସ୍କି ସଂରକ୍ଷିତ ଅଞ୍ଚଳର ପରିସୀମା ମଧ୍ୟରେ ଏହି ଶୈଳ ସ୍ତମ୍ଭମାନ ଅବସ୍ଥିତ । ଏହି ଶୈଳ ଗଠନକୁ କେହି କେହି ସେଭେନ୍ ଷ୍ଟ୍ରଂଗ୍ ମେନ୍ ରକ୍ ଫର୍ମେସନ୍ସ (ସପ୍ତ ବଳଶାଳୀ ପୁରୁଷ ଶୈଳଗଠନ)ପୋଲ୍‍ସ୍ ଅଫ୍ ଦ କୋମି ରିପବ୍ଲିକ୍ (କୋମି ରିପବ୍ଲିକ୍‍ସ୍ଥ ମୀନାର) ବୋଲି ମଧ୍ୟ କହିଥାନ୍ତି ।

ଏହି ଶିଳା ସ୍ତମ୍ଭମାନଙ୍କ ଉଚ୍ଚତା ୩୦ରୁ ୪୨ ମିଟର ମଧ୍ୟରେ । ପ୍ରାୟ ୨୦ କୋଟି ବର୍ଷ ପୂର୍ବେ ଏହି ଶୈଳଗଠନ ରହିଥିବା ସ୍ଥାନରେ ଉଚ୍ଚ ପର୍ବତମାନ ରହିଥିବାର ଅନୁମାନ କରାଯାଇଛି । ସମୟକ୍ରମେ ବୃଷ୍ଟିପାତ, ତୁଷାରପାତ, ବାୟୁପ୍ରବାହ, ଉତ୍ତାପ ଯୋଗୁଁ ଏହି ପର୍ବତଗୁଡ଼ିକର ଅବକ୍ଷୟ ଘଟି ବର୍ତ୍ତମାନ କେବଳ ପ୍ରସ୍ତର ସ୍ତମ୍ଭଗୁଡ଼ିକ ରହିଯାଇଛି । ସେହି ପ୍ରାଚୀନ ପର୍ବତର ସେରିସାଇଟ୍-କ୍ୱାର୍ଜାଇଟ୍ ଅଂଶ ଏହି ଅବକ୍ଷୟଦ୍ୱାରା ଅପେକ୍ଷାକୃତ କମ୍ ପ୍ରଭାବିତ ହୋଇ ଏଯାବତ ତିଷ୍ଠି ରହିଛି । ନରମ ପଥର ଓ ପର୍ବତମାନଙ୍କ ଅନ୍ୟ ଅଂଶ ଜଳ ଓ ବାୟୁ ପ୍ରବାହରେ ଧୋଇ ହୋଇଯାଇଛନ୍ତି ।

୩୪ ମିଟର ଉଚ୍ଚତାବିଶିଷ୍ଟ ଏକ ସ୍ତମ୍ଭ ଅନ୍ୟ ସମସ୍ତ ସ୍ତମ୍ଭଙ୍କଠାରୁ ଅଳ୍ପ ଦୂରରେ ଛାଡ଼ି ହୋଇ ରହିଛି । ଏହାର ଆକାର ଏକ ଓଲଟା ବୋତଲ ପରି । ଅନ୍ୟ ୬ଟି ପ୍ରସ୍ତର ସ୍ତମ୍ଭ ପର୍ବତର ଏକ କୋଣରେ ରହିଛନ୍ତି । କଥିତ ଅଛି ଯେ ଏହି ଶୈଳ ଗଠନଗୁଡ଼ିକ ବିଶାଳକାୟ ମାନବ, ଘୋଡ଼ା ମୁଣ୍ଡ ଓ ମେଣ୍ଢା ମୁଣ୍ଡର ଆକାର ପରି ଦେଖାଯାନ୍ତି । ମାନ୍‍ପୁପୁନ୍ୟର ଶୈଳଗଠନ ସମ୍ପର୍କିତ ଅନେକ କିମ୍ବଦନ୍ତୀ ରହିଛି ।[୧] ସ୍ଥାନୀୟ ମାନ୍‍ସି ଲୋକେ ଏମାନଙ୍କୁ ପବିତ୍ର ବୋଲି ମନେ କରୁଥିଲେ । ତେଣୁ ଏମାନଙ୍କ ଉପରକୁ ଚଢ଼ିଲେ ପାପ ଲାଗିବ ବୋଲି ଧାରଣା ରହିଥିଲା ।[୨]

ଏହି ଶୈଳଗଠନ ଋଷର ସପ୍ତାଶ୍ଚର୍ଯ୍ୟ ତାଲିକାରେ ସ୍ଥାନ ପାଇଛି । ମାନ୍‍ପୁପୁନ୍ୟର ଶିଳା ଋଷ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ । ଏହି ଅଞ୍ଚଳରେ ପର୍ଯ୍ୟଟନ ଯୋଗୁଁ ବିଶେଷ କ୍ଷୟକ୍ଷତି ବା ସମସ୍ୟା ସୃଷ୍ଟି ହୋଇନାହିଁ ।[୩]

ଜୀବଜନ୍ତୁ[ସମ୍ପାଦନା]

ଏହି ମାଳଭୂମିର ଆଖପାଖରେ ବିଭିନ୍ନ ଏଣ୍ଡୁଅ, ହର୍ବାଲ୍ ବେଙ୍ଗ, ଧାରୁଆ ଶରୀରବିଶିଷ୍ଟ ବେଙ୍ଗ, ସର୍ବୀୟ ଶୁଟର୍, ଗୁଣ୍ଡୁଚି ମୂଷା, ମାର୍ଟେନ୍, ଓଧ, ସେବଲ୍, ଏର୍ମିନ୍, ଆମେରିକୀୟ ମିଂକ୍, ମାଟିଆ ରଙ୍ଗର ଭାଲୁ, ଉଲ୍ଭେରିନ୍ ଓ କୋକିଶିଆଳୀ ପରି ଜୀବ ପରିଲକ୍ଷିତ ହୁଅନ୍ତି ।

ପର୍ଯ୍ୟଟନ[ସମ୍ପାଦନା]

ସଡ଼କ ପଥରେ କୋମି ରିପବ୍ଲିକ୍‍ରୁ ମାନ୍‍ପୁପୁନ୍ୟର୍ ପହଞ୍ଚି ହେବ । ସ୍ୱେର୍ଦଲୋସ୍କ୍ ଅଞ୍ଚଳର ଦ୍ୟାତଲୋଭ୍ ଗିରିପଥ ଦେଇ ହାଇକିଂ କିମ୍ବା ସ୍କିଂ କରି ମଧ୍ୟ ଏଠାରେ ପହଞ୍ଚି ହେବ । ହେଲିକପ୍ଟର୍ ସହାୟତାରେ ମଧ୍ୟ ଏହି ଶୈଳଗଠନ ପାଖରେ ପହଞ୍ଚି ହେବ । ୨୦୦୪ ମସିହା ପର୍ଯ୍ୟନ୍ତ ସ୍ୱେର୍ଦଲୋସ୍କ୍ ଅଞ୍ଚଳରୁ କାର୍ ଯୋଗେ ପର୍ଯ୍ୟଟକମାନେ ଦ୍ୟାତଲୋଭ୍ ଗିରିପଥ, ଓଟୋର୍ଟେନ୍ ପର୍ବତ ଓ ପେଚୋରା ନଦୀର ଉତ୍ସ ଇତ୍ୟାଦି ସ୍ଥାନକୁ ପରିଭ୍ରମଣରେ ଯାଉଥିଲେ । ପେଚୋରୋ-ଇଲିଚିସ୍କି ଓ ଇଭଡେଲିସ୍କି ନାମକ ଦୁଇଟି ସଂରକ୍ଷିତ ଅଞ୍ଚଳର ପ୍ରତିଷ୍ଠା ପରେ କାର୍ଦ୍ୱାରା ଏଠାରେ ପର୍ଯ୍ୟଟନକୁ ସରକାରୀ ଭାବେ ନିଷିଦ୍ଧ ଘୋଷିତ କରାଗଲା ।


ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Легенды о столбах выветривания
  2. А. Кеммерих «Северный Урал» Глава IV. В край пещер и каменных идолов
  3. Пряхина, Екатерина (April 2009), В гости к семерым великанам, izvestia.ru

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]