ମାନବ ଦୁଗ୍ଧ ବ୍ୟାଙ୍କ

ଉଇକିପିଡ଼ିଆ‌ରୁ
ମା'ଠୁ ସଂଗ୍ରହ କରାଯାଇ ବୋତଲରେ ରଖାଯାଇଥିବା କ୍ଷୀର. ଏହି କ୍ଷୀର ପରେ ପ୍ରକ୍ରିୟାକରଣ କରାଯାଇ ରେଫ୍ରିଜରେଟରରେ ସଂରକ୍ଷଣ କରାଯାଏ
ରେଫ୍ରିଜରେଟରରେ ସଂରକ୍ଷିତ କ୍ଷୀର ଶିଶୁଙ୍କୁ ବଣ୍ଟାଯିବା ପାଇଁ ପ୍ରସ୍ତୁତ

ମାନବ ଦୁଗ୍ଧ ବ୍ୟାଙ୍କ ବା ମା କ୍ଷୀର ବ୍ୟାଙ୍କ ଏକ ଅନୁଷ୍ଠାନ ଯେଉଁଠାରେ ମା'ମାନଙ୍କର ବଳକା କ୍ଷୀରକୁ ସଂଗ୍ରହ ଓ ପ୍ରକ୍ରିୟାକରଣ କରାଯାଇ ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ଦିଆଯାଏ । ଜନ୍ମର ପ୍ରଥମ ବର୍ଷେ ପର୍ଯ୍ୟନ୍ତ ଶିଶୁପାଇଁ ମା କ୍ଷୀର ବହୁତ ଜରୁରୀ ।[୧] କୌଣସି କାରଣରୁ ମା କ୍ଷୀର ନପାଇଲେ ଶିଶୁମାନଙ୍କୁ ଯଥେଷ୍ଟ ରୋଗ ପ୍ରତିରୋଧକ ଶକ୍ତି ମିଳି ପାରିନଥାଏ ଓ ସେମାନେ ବିଭିନ୍ନ ରୋଗର ଶିକାର ହୁଅନ୍ତି ।[୨] ଏହି ଅସୁବିଧାକୁ ଦୂର କରିବାକୁ ମାନବ ଦୁଗ୍ଧ ବ୍ୟାଙ୍କ ପ୍ରୟାସ କରିଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ନିଜ ମାଠାରୁ କ୍ଷୀର ପାଉନଥିବା ଶିଶୁକୁ ଅନ୍ୟଠୁ ମା କ୍ଷୀର ଦିଆଯିବା ଜରୁରୀ ।[୩]

ଇତିହାସ[ସମ୍ପାଦନା]

ବାବିଲନିୟ ସାମ୍ରାଜ୍ୟ ଓ ୟୁରୋପର ଧନୀ ପରିବାରରେ ନିଜ ମା ଭିନ୍ନ ଅନ୍ୟଏକ ନାରୀଦ୍ୱାରା ଶିଶୁର ଲାଳନପାଳନର ପରମ୍ପରା ରହିଥିଲା । ମା କ୍ଷୀରଦାନ ବ୍ୟବସ୍ଥା ଏହି ପରମ୍ପରାରୁ ଆସି ଥାଇପାରେ ।[୪] ଭିଏନା ବିଶ୍ୱବିଦ୍ୟାଳୟର ଥିଓଡ଼ର ଏସେରିଚ ୧୯୦୨ରୁ ୧୯୧୧ ମସିହା ମଧ୍ୟରେ କରିଥିବା ବିଭିନ୍ନ ଶୋଧକ୍ରିୟା ମଧ୍ୟରେ ଜାଣିବାକୁ ପାଇଥିଲେ ଯେ, ମା କ୍ଷୀର ଖାଇଥିବା ଓ ଖାଇନଥିବା ଶିଶୁର ଅନ୍ତନଳୀମାନଙ୍କରେ ଥିବା ଜୀବାଣୁ ଅଲଗା ପ୍ରକାରର ଥିଲେ । ଏହି ନିସ୍କର୍ଷ ପାଇ ସେ ୧୯୦୯ ମସିହାରେ ବିଶ୍ୱର ପ୍ରଥମ ମାନବ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ ।[୫] ୧୯୧୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ବୋଷ୍ଟନ ଭାସମାନ ହାସପାତାଲଠାରେ ଆମେରିକାର ପ୍ରଥମ ମାନବ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା । କ୍ରମେ ଅଧିକରୁ ଅଧିକ ମାନବ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା ହୋଇ ଦୁଗ୍ଧ ଦାନ ବଢ଼ିଥିଲା । ୧୯୬୦ ଦଶକରେ ଗୁଣ୍ଡଦୁଗ୍ଧ ଓ ଅନ୍ୟ ଶିଶୁଖାଦ୍ୟର ଉଦଭାବନ ପରେ ବିଶ୍ୱସ୍ଥରରେ ଦୁଗ୍ଧ ଦାନର ପରିମାଣ କମିଥିଲା । ଏଚଆଇଭି/ଏଡସର ପ୍ରଭାବରୁ ମଧ୍ୟ ଦୁଗ୍ଧ ଦାନ କମ ହୋଇଥିଲା ।[୬] ବର୍ତ୍ତମାନ ଉନ୍ନତ ପ୍ରକ୍ରିୟାକରଣ ଓ ସଂରକ୍ଷଣ ପ୍ରଣାଳୀ ଯୋଗୁ ମାନବ ଦୁଗ୍ଧ ବ୍ୟାଙ୍କରେ ୮ମାସ ପର୍ଯ୍ୟନ୍ତ ମାନବ ଦୁଗ୍ଧ ରଖାଯାଇପାରୁଛି ।[୭]

ଭାରତରେ ଥିବା ମାନବ ଦୁଗ୍ଧ ବ୍ୟାଙ୍କ[ସମ୍ପାଦନା]

  • ୧୯୮୯ - ଏସିଆର ପ୍ରଥମ ଦୁଗ୍ଧ ବ୍ୟାଙ୍କ ମୁମ୍ବାଇର ଶିୟନ ହାସପାତାଲରେ ଆର୍ମିଡ଼ା ଫର୍ଣ୍ଣାଡେଜଙ୍କ ନେତୃତ୍ୱରେ ପ୍ରତିଷ୍ଠା କରାଯାଇଥିଲା[୮]
  • ୨୦୧୩ - ପୁନେର ଡି ୱାଇ ମେଡିକାଲ କଲେଜଠାରେ ଯଶୋଦା ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା
  • ୨୦୧୩ - କଲିକତାର ଏସଏସକେଏମ ହାସପାତାଲରେ ଭାରତର ପ୍ରଥମ ସରକାରୀ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା[୯]
  • ୨୦୧୬ - ଅମରାବତୀର ଡ଼ ପଞ୍ଜାବରାଓ ଦେଶମୁଖ ମେଡିକାଲ କଲେଜରେ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା
  • ୨୦୧୭ - ଦିଲ୍ଲୀର ଲେଡ଼ି ହେଡିଙ୍ଗ ମେଡିକାଲ କଲେଜଠାରେ ବତ୍ସାଳୟ- ମାତୃ ଅମୃତ କୋଷ ପ୍ରତିଷ୍ଠା[୧୦]
  • ୨୦୨୨ - ଭୁବନେଶ୍ୱରର କ୍ୟାପିଟାଲ ହାସପାତାଲରେ ଓଡ଼ିଶାର ପ୍ରଥମ ଦୁଗ୍ଧ ବ୍ୟାଙ୍କ ପ୍ରତିଷ୍ଠା[୧୧]

ଆଧାର[ସମ୍ପାଦନା]

  1. Bertino, Enrico; Giuliani, Francesca; Occhi, Luciana; Coscia, Alessandra; Tonetto, Paola; Marchino, Federica; Fabris, Claudio (October 2009). "Benefits of donor human milk for preterm infants: Current evidence". Early Human Development. 85 (10): S9–S10. doi:10.1016/j.earlhumdev.2009.08.010. PMID 19800748.
  2. When Not to Breastfeed: Safety Issues for You and Baby
  3. Carr, Tim. "Milk Banks | Amazing Breast Milk" (in ଆମେରିକୀୟ ଇଂରାଜୀ). Retrieved 2019-04-25.
  4. Moro, Guido E. (April 2018). "History of Milk Banking: From Origin to Present Time". Breastfeeding Medicine. 13 (S1): S–16–S–17. doi:10.1089/bfm.2018.29077.gem. ISSN 1556-8253. PMID 29624424.
  5. Jones, Frances (August 2003). "History of North American Donor Milk Banking: One Hundred Years of Progress". Journal of Human Lactation. 19 (3): 313–318. doi:10.1177/0890334403255857. ISSN 0890-3344. PMID 12931784.
  6. Haiden, Nadja; Ziegler, Ekhard E. (2016). "Human Milk Banking". Annals of Nutrition and Metabolism (in ଇଂରାଜୀ). 69 (2): 8–15. doi:10.1159/000452821. ISSN 0250-6807. PMID 28103607.
  7. de Waard, Marita; Mank, Elise; van Dijk, Karin; Schoonderwoerd, Anne; van Goudoever, Johannes B. (March 2018). "Holder-Pasteurized Human Donor Milk: How Long Can It Be Preserved?". Journal of Pediatric Gastroenterology and Nutrition. 66 (3): 479–483. doi:10.1097/MPG.0000000000001782. ISSN 1536-4801. PMID 29019853.
  8. Lokmanya Tilak Municipal General Hospital and Lokmanya Tilak Municipal Medical College, Sion, Mumbai [୧]
  9. "SSKM gets a human milk bank". www.thestatesman.com. the statesman. Archived from the original on 10 March 2022. Retrieved 10 March 2022.
  10. Health Secretary inaugurates ‘Vatsalya – Maatri Amrit Kosh’, a National Human Milk Bank and Lactation Counselling Centre [୨]
  11. "Odisha Gets First Human Milk Bank". www.news.abplive.com. ABP NEWS. Archived from the original on 10 March 2022. Retrieved 10 March 2022.

ଅଧିକ ପଠନ[ସମ୍ପାଦନା]

  • Kara W. Swanson, Banking on the Body: The Market in Blood, Milk, and Sperm in Modern America. Cambridge, MA: Harvard University Press, 2014.
  • Newman, Susan; Nahman, Michal (2021). "Nurture commodified? An investigation into commercial human milk supply chains". Review of International Political Economy.

ବାହାର ଆଧାର[ସମ୍ପାଦନା]