ମାଖନଲାଲ ବାନାର୍ଜୀ

ଉଇକିପିଡ଼ିଆ‌ରୁ
(ମାଖନ୍‌ଲାଲ୍ ବାନାର୍ଜୀରୁ ଲେଉଟି ଆସିଛି)
ମାଖନଲାଲ ବାନାର୍ଜୀ
ଜନ୍ମ୧୯୦୪
ବାଲୁବଜାର, କଟକ
ମୃତ୍ୟୁ୧୯୪୨
ଜାତୀୟତାଭାରତୀୟ

ମାଖନଲାଲ ବାନାର୍ଜୀ, ପ୍ରଥମ ଓଡ଼ିଆ କଥାଚିତ୍ର ସୀତା ବିବାହରେ ରାମ ଚରିତ୍ରରେ ଅଭିନୟ[୧] କରିଥିବା ହେତୁ, ସେ ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ନାୟକ ।[୨] ଏହି କଥାଚିତ୍ରଟି ୧୯୩୬ ମସିହା ଅପ୍ରେଲ ମାସ ୨୮ ତାରିଖରେ ପୁରୀର ଲକ୍ଷ୍ମୀ ଥିଏଟରରେ ମୁକ୍ତିଲାଭ କରିଥିଲା ।[୩]

ମାଖନଲାଲ, ୧୯୦୪ମସିହାରେ କଟକର ବାଲୁବଜାରଠାରେ ଜନ୍ମଗ୍ରହଣ କରିଥିଲେ । ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କରେ ସେ ହେଡ୍ କ୍ଲର୍କ ଭାବରେ କାର୍ଯ୍ୟ କରିଥିଲେ । ନାଟକ ଦେଖିବା ଓ ଅଭିନୟ କରିବା ତାଙ୍କର ଏକ ନିଶା ଥିଲା । ନିଶା ଏପରି ଥିଲା ଯେ, ପ୍ରତି ଶନିବାର କଲିକତା ଯାଇ, ରବିବାର ସେଠାରେ ନାଟକ ଦେଖି, ସୋମବାର ପୁଣି କଟକରେ ପହଞ୍ଚି ଅଫିସ କାର୍ଯ୍ୟରେ ଯୋଗଦାନ କରୁଥିଲେ । କଟକରେ ସେ ଅନେକ ସଂଗୀତ ଆସରର ଆୟୋଜନ କରିଥିଲେ । କଟକର ବୀଣାପାଣି କ୍ଲବର, ସେ ପୃଷ୍ଟପୋଷକ ଥିଲେ । ତାଙ୍କରି ପ୍ରଚେଷ୍ଟାରେ ୧୯୩୨ ମସିହାରେ 'ଆରତୀ' ନାମକ ଏକ ମଞ୍ଚ ଓ ସିନେମା ଭିତ୍ତିକ ପତ୍ରିକା ପ୍ରକାଶ ପାଉଥିଲା । ଏହାଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଭିତ୍ତିକ ପତ୍ରିକା । ଶରତ ଚନ୍ଦ୍ର ମୁଖାର୍ଜୀ ଏହି ପତ୍ରିକାର ସମ୍ପାଦନା କରୁଥିଲେ ।

୧୯୪୨ ମସିହା ଶ୍ୟାମା ପୂଜାରେ ତାଙ୍କର ତିରୋଧାନ ଘଟିଥିଲା ।

ଅଭିନୀତ ନାଟକ[ସମ୍ପାଦନା]

  • ଶାହାଜାହାନ
  • କୋଣାର୍କ
  • ପାଇକପୁଅ
  • କର୍ଣାର୍ଜୁନ
  • ସୀତା
  • ବେହୁଲା[୪]

ଆଧାର[ସମ୍ପାଦନା]

  1. "'ସୀତା ବିବାହ'ର ନାଉରୀ". ନିତିଦିନ 'ନଜର୍'. Archived from the original on 2020-10-14. Retrieved 24 April 2017.
  2. http://timesofindia.indiatimes.com/city/bhubaneswar/Bronze-age-of-Odia-cinema/articleshow/12771459.cms
  3. Renu Saran (4 March 2014). History of Indian Cinema. Diamond Pocket Books Pvt Ltd. pp. 265–. ISBN 978-93-5083-651-4.
  4. "ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ନାୟକ". ସିନେସମ୍ବାଦ ଡିସେମ୍ବର ୩-୯, ୨୦୧୫ ପୃଷ୍ଠା ୧. Retrieved 3 December 2015.[permanent dead link]