ମାକ୍ସ ୱେବର

ଉଇକିପିଡ଼ିଆ ରୁ
Jump to navigation Jump to search
ମାକ୍ସ ୱେବର
Max Weber 1894.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ

ମାକ୍ସ ୱେବର ବା ମାକ୍ସମିଲାନ କାର୍ଲ ୱେବର (ଇଂରାଜୀ ଭାଷାରେ Maximilian Karl Emil Weber ( /ˈvbər/;[୧] ୨୧ ଏପ୍ରିଲ ୧୮୬୪ – ୧୪ ଜୁନ ୧୯୨୦) ଜଣେ ଜର୍ମାନୀ ସମାଜଶାସ୍ତ୍ରଜ୍ଞ, ଦର୍ଶନ ଶାସ୍ତ୍ରଜ୍ଞ, ରାଜନୈତିକ ଅର୍ଥନୀତିଜ୍ଞ, ନ୍ୟାୟଶାସ୍ତ୍ରଜ୍ଞ (jurist) ଓ ଦାର୍ଶନିକ ଥିଲେ । ତାଙ୍କ ବିଚାରଧାରା ସାମାଜିକ ଗବେଷଣା (social research) ଓ ସାମାଜିକ ସିଦ୍ଧାନ୍ତକୁ (social theory) ବ‌ହୁତ ପ୍ରଭାବିତ କରିଥିଲା ।[୨] ସମାଜଶାସ୍ତ୍ରର ପ୍ରତିଷ୍ଠାତା ଭାବରେ ତାଙ୍କ ନାମ ସ‌ହିତ କାର୍ଲ ମାର୍କସ୍ (Karl Marx) ଓ ଏମିଲ ଡରଖେମଙ୍କ (Émile Durkheim) ନାମ ଚର୍ଚ୍ଚାକୁ ଆସେ । [୩][୪][୫] ଅନୁଭବବାଦ ଅପେକ୍ଷା ବ୍ୟାଖ୍ୟାତ୍ମକ ଭାବରେ ସାମାଜିକ କାର୍ଯ୍ୟ ଅନୁଶୀଳନ କରୁଥିବା ଅଣ‌-ଯୁକ୍ତାତ୍ମକର (methodological anti-positivism) ସେ ସମର୍ଥକ ଥିଲେ । ଏହାର ଅର୍ଥ କୌଣସି କାର୍ଯ୍ୟ କରିବା ପୂର୍ବରୁ ବ୍ୟକ୍ତି ସେହି କାର୍ଯ୍ୟର ଲକ୍ଷ ଓ ଅର୍ଥକୁ ବୁଝିବା ଆବଶ୍ୟକ । ଡରଖେମଙ୍କ ଭଳି ନହୋଇ ସେ କୌଣସି ଫଳାଫଳର ଗୋଟିଏ ନ ହୋଇ ଅନେକ କାରଣ ହୋଇପାରେ । [୬]

ୱେବରଙ୍କ ମତରେ ଆଧୁନିକତା ଓ ପୁଞ୍ଜିବାଦର ଉତ୍ଥାନ ସ‌ହିତ ଯୁକ୍ତିକରଣ (rationalisation), ଧର୍ମନିରପେକ୍ଷତା (secularisation) ଓ ମୋହଭଙ୍ଗର ("disenchantment") ପ୍ରକ୍ରିୟା ବୁଝିବା ତାଙ୍କ ମୂଖ୍ୟ ଚିନ୍ତା ଥିଲା । ପୃଥିବୀ ବିଷୟରେ ଏକ ନୂତନ ଚିନ୍ତାଧାରାର ଦୃଷ୍ଟିପାତ ହୋଇଥିଲା । [୭] ତାଙ୍କର ଥେସିସ ବା ପ୍ରବନ୍ଧ ଅର୍ଥନୈତିକ ସମାଜବିଜ୍ଞାନ ଓ ଧର୍ମର ସାମାଜିକବାଦ ନିମନ୍ତେ ସେ ବିଖ୍ୟାତ ଥିଲେ ଯାହାକୁ ସେ ପ୍ରୋଟେସ୍ଟାଣ୍ଟ ଏଥିକ୍ସ ଆଣ୍ଡ ସ୍ପିରିଟ ଅଫ କାପିଟାଲିଜ୍ମ ନାମରେ ଏହ ପୁସ୍ତକ ଭାବରେ ପ୍ରକାଶ କରିଥିଲେ ଯେଉଁଥିରେ ସେ ପ୍ରସ୍ତାବ ଦେଲେ ଯେ ସାଧୁ ପ୍ରୋଟେସ୍ଟାଣ୍ଟିଜ୍ମ ଏକ ମୂଖ୍ୟ ଇଲେକ୍ଟିଭ ଆଫିନିଟି ଯାହା ପଶ୍ଚିତ ପୃଥିବୀର ମାର୍କେଟ ଅର୍ଥନୀତି-ପ୍ରଚଳିତ ଜାତୀୟ (market-driven) ପୁଞ୍ଜିବାଦ ଓ ତର୍କ ସଙ୍ଗତ ସମାଜଶାସ୍ତ୍ର (rational-legal nation-state)ର ଉତ୍ଥାନ ସ‌ହିତ ଜଡ଼ିତ ଅଛି । ସେ ଯୁକ୍ତି ଛଳରେ ମତ ଦେଲେ, ପ୍ରୋଟେସ୍ଟାଣ୍ଟିଜ୍ମର ମୌଳିକ ସିଦ୍ଧାନ୍ତରେ ପୁଞ୍ଜିବାଦର ଉତ୍ଥାନ ଅଛି । ତେଣୁ ପ୍ରୋଟେସ୍ଟାଣ୍ଟ ଧାର୍ମିକ ମୂଲ୍ୟବୋଧରେ ପୁଞ୍ଜିବାସ ଜଡ଼ିତ ହୋଇଅଛି

ମାର୍କ୍ସଙ୍କ ଐତିହାସିକ ଭୌତିକବାଦ ବିରୁଦ୍ଧରେ ପୁଞ୍ଜିବାଦର ସୃଷ୍ଟି ବୁଝିବାକୁ ହେଲେ ଧର୍ମରେ ସନ୍ନିହିତ ସାଂସ୍କୃତିକ ପ୍ରଭାବକୁ ବୁଝିବାକୁ ୱେବର ମତବ୍ୟକ୍ତ କଲେ । [୮] ପୃଥିବୀର ଧର୍ମ ବିଷୟରେ ପ୍ରୋଟେସ୍ଟାଣ୍ଟଙ୍କ ଏଥିକ ବିଷୟ ୱେବରଙ୍କ ବିସ୍ତୃତ ଅନୁଶୀଳନ ଥିଲା । ଚୀନ ଧର୍ମ, ଭାରତୀୟ ଧର୍ମ ଓ ପୂରାତନ ଜୁଦାଇ ଧର୍ମ (ancient Judaism) ପୁସ୍ତକମାନଙ୍କୁ ସେ ଅନୁଶୀଳନ କଲାବେଳେ ଅର୍ଥନୈତିକ ଫଳାଫଳ ଓ ସାମାଜିକ ସ୍ତର ବିନ୍ୟାସ ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ । ରାଜନୀତି ଏକ ପେଷାକୁ (Politics as a Vocation) ୱେବର ସଂଜ୍ଞା କରି ଲେଖିଥିଲେ, ରାଜ୍ୟ (state) ଏକ ସତ୍ତା ଯେଉଁଠି ନ୍ୟାୟିକ ଭାବରେ ଶାରୀରିକ ବଳ ପ୍ରୟୋଗର ("monopoly of the legitimate use of physical force) ଏକଚାଟିଆ ଦାବୀ କରାଯାଇପାରେ ।

ଅର୍ଥଶାସ୍ତ୍ର ଇତିହାସ ଓ ଅର୍ଥଶାସ୍ତ୍ର ଥିଓରୁ ଓ ମେଡ଼ୋଲୋଜିରେ ଅନେକ ଦୃଷ୍ଟିକୋଣ ଉପରେ ମଧ୍ୟ ୱେବର ଲେଖିଥିଲେ । ସେ ପାର୍ଲିଆମେଣ୍ଟ ସଭ୍ୟ ପାଇଁ ଚେଷ୍ଟା କରି ଅକୃତକାର୍ଯ୍ୟ ହୋଇଥିଲେ । ସନ ୧୯୨୦ରେ ମାତ୍ର ୫୬ ବର୍ଷ ବୟସରେ ସେ ଫ୍ଲୁ ରୋଗର ଆକ୍ରାନ୍ତ ହୋଇ ନିମୋନିଆ ଯୋଗୁ ମୃତ୍ୟୁ ବରଣ କରିଥିଲେ ।

ଆଧାର[ସମ୍ପାଦନା]

  1. "Weber". Random House Webster's Unabridged Dictionary.
  2. "Max Weber", Encyclopædia Britannica (online ed.), 20 April 2009.
  3. Radkau, Joachim and Patrick Camiller (2009). Max Weber: A Biography. Trans. Patrick Camiller. Polity Press. ISBN 978-0-74564147-8.
  4. Giddens, Anthony (1971). Capitalism and Modern Social Theory: an Analysis of the Writings of Marx, Durkheim and Max Weber. Cambridge University Press. ISBN 978-0-52109785-7.
  5. Auguste Comte, Marx and Weber: Benton, Ted (1977). Philosophical Foundations of the Three Sociologies. London: Routledge & Kegan Paul. ISBN 978-0-71008593-1.
  6. Tiryakian, Edward A. (2009). For Durkheim: Essays in Historical and Cultural Sociology. Routledge. p. 321. ISBN 978-0-75467155-8.
  7. Macionis, John J. (2012). Sociology (14th ed.). Boston: Pearson. p. 88. ISBN 978-0-205-11671-3.
  8. Weber, Max The Protestant Ethic and "The Spirit of Capitalism" (1905). Transl. by Stephen Kalberg (2002), Roxbury Publ. Co., pp. 19, 35; Weber's references on these pages to "Superstructure" and "base" are unambiguous references to Marxism's base/superstructure theory.