ଚାର୍ଲସ ଡାରଉଇନ
ଚାର୍ଲସ୍ ଡାରଉଇନ୍ ହେଉଛନ୍ତି ବିଶ୍ୱବିଖ୍ୟାତ ପ୍ରକୃତିବାଦୀ ଏବଂ ଭୂତତ୍ତ୍ୱବିଜ୍ଞାନୀ | “ବିବର୍ତ୍ତନବାଦ"ର ପୁରୋଧା ଭାବେ ସେ ଅଶେଷ ଖ୍ୟାତ | ସେ ପ୍ରଥମେ ପ୍ରମାଣିତ କରିଥିଲେ ଯେ ପୃଥିବୀର ପ୍ରତ୍ୟେକ ଶ୍ରେଣୀର ପ୍ରାଣୀର ପୁର୍ବଜ ହେଉଛନ୍ତି ଏକ ଅର୍ଥାତ ପ୍ରତ୍ୟେକ ପ୍ରାଣୀର ସୃଷ୍ଟି ଗୋଟିଏ ପ୍ରାଣୀରୁ ହୋଇଛି | ଯୁଗ୍ମ ଭାବେ ଡାରଉଇନ୍ ଏବଂ ଆଲଫ୍ରେଡ୍ ରସେଲ୍ ୱାଲେସ ଏକ ବୈଜ୍ଞାନିକ ମତପୋଷଣ କରିଥିଲେ ଯେଉଁଥିରେ ସେ ଦର୍ଶାଇ ଥିଲେ ଯେ ବିବର୍ତ୍ତନବାଦର ଶାଖା ପ୍ରଶାଖାର ନିମନ୍ତେ "ପ୍ରାକୃତିକ ଚୟନ(ନାଚୁରାଲ୍ ସିଲେକ୍ସନ୍ )" ଦାୟୀ |୧୮୫୯ ମସିହାରେ ସେ ଏକ ପୁସ୍ତକ ପ୍ରକାଶ କରିଥିଲେ ଯାହାର ନାମ ଥିଲା "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ '| ଏହି ପୁସ୍ତକଟି ବୈଜ୍ଞାନିକ ସମୁଦାୟ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହୋଇପାରିଥିଲା | ୧୮୭୦ ମସିହା ସୁଦ୍ଧା ବିବର୍ତ୍ତନବାଦକୁ ସମସ୍ତେ ଆପଣେଇପାରିଥିଲେ | ଡାରଉଇନଙ୍କ ବୈଜ୍ଞାନିକ ମତ ପ୍ରାଣୀ ବିଜ୍ଞାନକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିଥିଲା | ଏହା ମଧ୍ୟ ଜୀବନର ବିବିଧତାକୁ ଅନେକ ପରିମାଣରେ ବୁଝାଇବାରେ ସକ୍ଷମ ହୋଇପାରିଥିଲା |
ବାଲ୍ୟ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ଡାରଉଇନଙ୍କ ଜନ୍ମ ୧୨ ଫେବୃୟାରୀ ୧୮୦୯ ମସିହାରେ ଏକ ଧନୀ ପରିବାରେ ଶ୍ରୀଉବରୀ,ଶ୍ରୋଫଶାୟର୍,ଇଂଲଣ୍ଡରେ ହୋଇଥିଲା |ପିତା ରର୍ବଟ ଡାରଉଇନ୍ ଏବଂ ମାତା ସୁଶାନା ଡାରଉଇନ୍ ୬ ଜଣ ସନ୍ତାନସନ୍ତତି ମଧ୍ୟେ ସେ ପଂଚମ ସନ୍ତାନ ଥିଲେ |ଡାରଉଇନଙ୍କ ପିତା ଜଣେ ଚିକିସ୍ଚକ ଥିଲେ| ଛୋଟ ବେଳୁ ଚାର୍ଲ୍ସ୍ଙ୍କ ପ୍ରାକୃତିକ ବିଜ୍ଞାନରେ ଥିଲା |୧୮୨୫ ମସିହାରେ ସେ ପିତାଙ୍କ ଅଧିନରେ ଡାକ୍ତରୀ ସେବା ଆରମ୍ଭ୍ କଲେ | କିନ୍ତୁ ଡାକ୍ତରୀ ପଢାଠାରୁ ତାହାଙ୍କର ମନ ପ୍ରକୃତିରେ ଥିଲା ଯାହା ନିମନ୍ତେ ଡାକ୍ତରୀ ପଢାରେ ଅବହେଳା ହେଲା | ୟୁନିଭର୍ସିଟି ଅଫ୍ କାମ୍ବ୍ରିଜ୍( ଖ୍ରୀଷ୍ଟ୍ କଲେଜ୍ )ରେ ଅଧ୍ୟୟନ ତାହାଙ୍କୁ ପ୍ରାକୃତିକ ବିଜ୍ଞାନରେ ଅଧିକ ଉତ୍ସାହିତ କରିଥିଲା | ଏଚ୍ .ଏମ୍ .ଏସ୍ ବିଗଲ୍ରେ ୫ ବର୍ଷୀୟା ସାମୁଦ୍ରିକ ଯାତ୍ରା ତାହାଂକୁ ଜଣେ ସୁପରିଚିତ ଭୂବୈଜ୍ଞାନିକ ରୂପେ ଅଧିସ୍ଥାନ କରିବାରେ ସହାୟ ହୋଇଥିଲା | ଜୀବଜନ୍ତୁ ଏବଂ ସେମାନଙ୍କର ଭଗ୍ନାବଶେଷର ଭୌଗଳିକ ବିବଣ୍ଟନରେ ଡାରଉଇନ୍ ବିଶେଷ ଭାବେ ଅନୁପ୍ରାଣିତ ହୋଇଥିଲେ ଏବଂ ସେ ବିଷୟରେ ଗବେଷଣା ଆରମ୍ଭ କରିଥିଲେ | ୧୮୩୮ ମସିହାରେ ସେ "ଥିଓରି ଅଫ୍ ନାଚୁରାଲ୍ ସିଲେକ୍ସନ୍"ର ଘୋଷଣା କରିଥିଲେ |
ଏଚ୍ଏମ୍ଏସ୍ ବିଗଲରେ ସାମୁଦ୍ରିକ ଯାତ୍ରା
[ସମ୍ପାଦନା]ଡାରଉଇନ୍ ତାଙ୍କ ବିଖ୍ୟାତ ସାମୁଦ୍ରିକ ଯାତ୍ରା ୨୭ ଡିସେମ୍ବେର୍ ୧୮୩୧ରେ ଆରମ୍ଭ କରିଥିଲେ | ସେ ୫ ବର୍ଷ ଭ୍ରମଣ କରିଥିଲେ | ଡାରଉଇନ୍ ୫ ବର୍ଷ ମଧ୍ୟରେ ଅନେକାଂଶ ସମୟ ଭୂତତ୍ତ୍ୱ ଏବଂ ସାମୁଦ୍ରିକ ଜୀବମାନଂକ ଉପରେ ଗବେଷଣା କରିବାରେ ଅତିବାହିତ କରିଥିଲେ | ଏହିସବୁ ବିଷୟ ପରେ ପୁସ୍ତିକା "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍"ର ରୂପରେଖ ନେଇଥିଲା | ଏଚ୍ଏମ୍ଏସ୍ ବିଗଲ୍ ଜାହାଜ ଦକ୍ଷିଣ ଅମେରିକାର ସମୁଦ୍ରତଟ ଭ୍ରମଣ କରିଥିଲା |ଏହି ସାମୁଦ୍ରିକ ଯାତ୍ରା ଡାରଉଇନ୍ କଂ ସାମାଜିକ ,ରାଜନୈତିକ ଏବଂ ମାନବବିଜ୍ଞାନ ବିଚାରଧାରାକୁ ଅତିମାତ୍ରାରେ ପ୍ରଭାବିତ କରିଥିଲା |
ଗବେଷଣା
[ସମ୍ପାଦନା]ଇଂଲଣ୍ଡ୍ ପ୍ରତ୍ୟାବର୍ତନ କରିବା ବେଳକୁ ଡାରଉଇନ୍ ଅନେକ ଖ୍ୟାତି ଅର୍ଜନ କରିସାରିଥିଲେ | ୧୮୩୬ ମସିହା ମଧ୍ୟ ଡିସେମ୍ବେର୍ରେ ସେ କ୍ୟାମ୍ବ୍ରିଜ୍ରେ ସେ ନିଜର ପତ୍ରିକା ରଚନା କରିବା ଆରମ୍ଭ କରିଥିଲେ | ଡାରଉଇନ୍ ତାଙ୍କ ଗବେଷଣା ପାଇଁ ଜିଓଗ୍ରାଫିକାଲ୍ ସୋସାଇଟିର ସଭ୍ୟଭାବେ ନିର୍ବାଚିତ ହୋଇଥିଲେ | ଡାରଉଇନ୍ ଅନୁମାନ କରିଥିଲେ ଯେ "ଗୋଟିଏ ପ୍ରଜାତି ଅନ୍ୟ ଏକ ପ୍ରଜାତିକୁ ପରିବର୍ତିତ ହେଉଛି "| ଏହା ରିଆ ପକ୍ଷୀ ଏବଂ ମାକ୍ରୋଚେନିଆ ପ୍ରଜାତିର ଭୌଗଳିକ ବିତରଣକୁ ବୁଝାଇବାରେ ସହାୟ ହେଇଥିଲା | ଅନ୍ୟ ଏକ ପୁସ୍ତକରେ ସେ ପରିବର୍ତିତ ପରିବେଶ ସହ ଖାପଖୁଇବା ପାଇଁ ପ୍ରଜାତିର ପରିବର୍ତ୍ତନ ହେଉଛି ବୋଲି ଦର୍ଶାଇଥିଲେ |ଏହା ଗାଲାପାଗୋସ କଇଁଛ, ମକିଂଗବର୍ଡ଼ ଏବଂ ରିଆ ପକ୍ଷୀର ପରିବର୍ତ୍ତନକୁ ବୁଝାଇବାରେ ସକ୍ଷମ ହୋଇଥିଲା | "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ " ପ୍ରକାଶନ ଅଭୁତପୁର୍ବ ସଫଳତା ପାଇଲା | ଡାରଉଇନ୍ ନିଜ ସିଦ୍ଧାନ୍ତ ଏହି ରୂପେ ଉପସ୍ଥାପନା କରିଥିଲେ,”ଯେହେତୁ ଅଧିକରୁ ଅଧିକ ସଂଖ୍ୟକ ପ୍ରାଣୀ ପ୍ରତ୍ୟେକ ପ୍ରଜାତିରୁ ଜନ୍ମ ନେଉଛନ୍ତି ପ୍ରତ୍ୟେକ ପ୍ରାଣୀ ଜୀବନଯାପନ ପାଇଁ ସମାନ ପରିବେଶରେ ସଂଘର୍ଷ କରୁଛନ୍ତି (struggle for existence)|ଯଦିଓ କୌଣସି ପ୍ରାଣୀର ସାମାନ୍ୟ ଭାବରେ କୌଣସି କାର୍ଯ୍ୟରେ ଅଗ୍ର ତେବେ ସେହି ପ୍ରାଣୀର ବଂଚିବାର ସମ୍ଭାବନା ସେହି ପରିବେଶରେ ଅନ୍ୟ ମାନଂକଠାରୁ ଅଧିକ | ତେଣୁ ସେହି ବଛାଯାଇଥିବା ପ୍ରାଣୀ ଏକ ନୂଆ ତଥା ପରିବର୍ତିତ ରୂପ ଧାରଣ କରିବା ଦିଗରେ ଅଗ୍ରସର ହେବ (natural selection)|”
ପୁସ୍ତକ ଉପରେ ପ୍ରତିକ୍ରିୟା
[ସମ୍ପାଦନା]"ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ " ଉପରେ ଅନ୍ତର୍ଜାତିକ ପ୍ରତିକ୍ରିୟା ପ୍ରକାଶ ପାଇଲା | ଖରାପ ସ୍ୱାସ୍ଥ୍ୟ ଡାରଉଇନ୍କୁ ସାର୍ବଜନିକ ଜନମାନସରୁ ଦୁରେଇ ରଖିଥିଲା କିନ୍ତୁ ସେ ବୈଜ୍ଞାନିକ ପ୍ରତିକ୍ରିୟା ,ସମ୍ବାଦପତ୍ର ସମୀକ୍ଷା ,ବ୍ୟଗଂ ଉପରେ ନିଜର ନଜର ରଖିଥିଲେ ଏବଂ ନିଜର ମତାମତ ପତ୍ର ମାଧ୍ୟମରେ ଉପସ୍ଥାପିତ କରିଥିଲେ | ଚର୍ଚ୍ଚ୍ ଅଫ୍ ଇଂଲଣ୍ଡ୍ର ପ୍ରତିକ୍ରିୟା ମିଶ୍ରିତ ଥିଲା | ଡାରଉଇନିଜମ୍ ଏକ ବୈପ୍ଲବିକ ଚିନ୍ତାଧାରାରେ ପରିଚୟ ନେଲା ଯାହାକି ବିଜ୍ଞାନର ଧର୍ମ ଉପରେ ବିଜୟର ସୂଚକ ବହନ କରିଥିଲା | ବିବର୍ତ୍ତନବାଦ ପୁରୋଧା ରୂପେ ଡାରଉଇନ୍ ୩ ନଭେମ୍ବେର୍ ୧୮୬୪ ଦିନ ରୟାଲ୍ ସୋସାଇଟିର କୋପଲେ ମେଡାଲ୍ ପ୍ରାପ୍ତ କରିଥିଲେ | "ଅନ୍ ଦି ଅରିଜିନ୍ ଅଫ୍ ସ୍ପେସିଜ୍ "ର ବିଭିନ୍ନ ଭାଷାରେ ଅନୁବାଦ କରାଯାଇଥିଲା | ଯାହାକି ସମାଜର ବିଭିନ୍ନ ବର୍ଗର ସମୁଦାୟର ଧ୍ୟାନ ଆକର୍ଷିତ କରିଥିଲା |
ଦେହାନ୍ତ ଏବଂ ଅନ୍ତିମ କ୍ରିୟା
[ସମ୍ପାଦନା]୧୮୮୨ରେ ଡାରଉଇନ୍ ଏକ ହୃଦୟଜନିତ ରୋଗରେ ପୀଡ଼ିତ ଥିଲେ | ତାହାଂକ ମୃତ୍ୟୁ ୧୯ ଏପ୍ରିଲ୍ ୧୮୮୨ ମସିହାରେ 'ଡାଉନ୍ ହାଉସ୍ 'ରେ ହୋଇଥିଲା | ଡାରଉଇନ୍ ତାହାଂକ ସମୟର ଜଣେ ମହାନ ବୈଜ୍ଞାନିକ ଥିଲେ | ଯାହାଂକ ନିକଟରେ ବୈପ୍ଲବିକ ଚିନ୍ତାଧାରା ଥିଲା | ଏହି ସମୟକୁ 'ଡାରଉଇନିଜମ୍ର ଏକ୍ଲିପସ୍ ' କୁହାଯାଏ କାରଣ ଅନେକ ବୈଜ୍ଞାନିକ କ୍ରମାଗତ ପ୍ରଚେଷ୍ଟା ସତ୍ତ୍ୱେ ଅନ୍ୟ କୌଣସି ବିକଳ୍ପ ଡାରଉଇନିଜମ୍ ବିପକ୍ଷରେ ଉପସ୍ଥାପନ କରିପାରିନଥିଲେ | ୧୯୩୦ରୁ ୧୯୫୦ ମଧ୍ୟରେ ବିବର୍ତ୍ତନବାଦ ବିକାଶ ତଥା ମେଣ୍ଡେଲିଆନ୍ ଜେନେଟିକ୍ସ୍ ଏବଂ ପପୁଲେସନ୍ ଜେନେଟିକ୍ସ୍ ଏହା ପ୍ରମାଣିତ କରିଥିଲା ଯେ ପ୍ରାକୃତିକ ଚୟନ ( natural selection) କ୍ରମବିକାଶ ଅଥବା ବିବର୍ତ୍ତନବାଦର ମୂଖ୍ୟ କାରଣ |
ଆଧାର
[ସମ୍ପାଦନା]- Anonymous (1882). "Obituary: Death Of Chas. Darwin". The New York Times. No. 21 April 1882. Retrieved 30 October 2008.
{{cite news}}
: Invalid|ref=harv
(help) - Balfour, J. H. (11 May 1882). . Transactions & Proceedings of the Botanical Society of Edinburgh (14): 284–298.
{{cite journal}}
: Invalid|ref=harv
(help) - Bannister, Robert C. (1989). Social Darwinism: Science and Myth in Anglo-American Social Thought. Philadelphia: Temple University Press. ISBN 0-87722-566-4.
{{cite book}}
: Invalid|ref=harv
(help) - Bowler, Peter J. (2003). Evolution: The History of an Idea (3rd ed.). University of California Press. ISBN 0-520-23693-9.
{{cite book}}
: Invalid|ref=harv
(help) - Browne, E. Janet (1995). Charles Darwin: vol. 1 Voyaging. London: Jonathan Cape. ISBN 1-84413-314-1.
{{cite book}}
: Invalid|ref=harv
(help) - Browne, E. Janet (2002). Charles Darwin: vol. 2 The Power of Place. London: Jonathan Cape. ISBN 0-7126-6837-3.
{{cite book}}
: Invalid|ref=harv
(help)
ଅଧିକ ତଥ୍ୟ
[ସମ୍ପାଦନା]ଚାର୍ଲସ ଡାରଉଇନ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ଆଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
- The Complete Works of Charles Darwin Online – Darwin Online; Darwin's publications, private papers and bibliography, supplementary works including biographies, obituaries and reviews
- Darwin Correspondence Project Full text and notes for complete correspondence to 1867, with summaries of all the rest
- Works by Charles Darwin at Project Gutenberg
- public domain
- Darwin Manuscript Project
- Works by Charles Darwin in audio format from LibriVox
- Video and radio clips Canadian Broadcasting Corporation
- ଚାର୍ଲସ ଡାରଉଇନ at Curlie
- Archival material relating to ଚାର୍ଲସ ଡାରଉଇନ listed at the UK National Archives
- Darwin 200: Celebrating Charles Darwin's bicentenary Archived 2009-12-23 at the Wayback Machine., Natural History Museum
- A Pictorial Biography of Charles Darwin Archived 2014-07-05 at the Wayback Machine.
- Mis-portrayal of Darwin as a Racist
- Darwin's Volcano – a short video discussing Darwin and Agassiz' coral reef formation debate
- Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press.
- The life and times of Charles Darwin, an audio slideshow, The Guardian, Thursday 12 February 2009, (3 min 20 sec).
- Darwin's Brave New World – A 3 part drama-documentary exploring Charles Darwin and the significant contributions of his colleagues Joseph Hooker, Thomas Huxley and Alfred Russel Wallace also featuring interviews with Richard Dawkins, David Suzuki, Jared Diamond
- A naturalist's voyage around the world Account of the Beagle voyage using animation, in English from Centre national de la recherche scientifique
- Anonymous (1873). Cartoon portraits and biographical sketches of men of the day. Illustrated by Waddy, Frederick. London: Tinsley Brothers. pp. 6–7. Retrieved 28 December 2010.
- View books owned and annotated by Charles Darwin at the online Biodiversity Heritage Library.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |