ମାଇକ୍ରୋସଫ୍ଟ ଉଇଣ୍ଡୋଜ

ଉଇକିପିଡ଼ିଆ‌ରୁ
ମାଇକ୍ରୋସଫ୍ଟ ଉଇଣ୍ଡୋଜ
କମ୍ପାନୀ / ସଫ୍ଟୱେର ଗଢ଼ାଳିମାଇକ୍ରୋସଫ୍ଟ
ପ୍ରଗ୍ରାମ କେଉଁଠି କରାଯାଇଛି:C, C++, Assembly[୧]
କାମର ସ୍ଥିତିPublicly released
ସ୍ରୋତ ମଡ଼େଲClosed / Shared source
ଆରମ୍ଭ ସଂସ୍କରଣନଭେମ୍ବର 20, 1985 (1985-11-20) (୩୮ ବର୍ଷ ପୂର୍ବରୁ), as Windows 1.0
ବ୍ୟବସାୟିକ ଲକ୍ଷPersonal computing
ମିଳୁଅଛି ଭାଷା137 languages[୨]
ଅପଡେଟ କରିବା ପ୍ରଣାଳୀ
ପ୍ୟାକେଜ ମ୍ୟାନେଜରWindows Installer (.msi), Windows Store (.appx)[୩]
ସହାୟକ ପ୍ଲାଟଫର୍ମARM, IA-32, Itanium, x86-64, DEC Alpha, MIPS, PowerPC
କର୍ନେଲ ପ୍ରକାର
ଡିଫଲ୍ଟ ଇଉଜର ଇଣ୍ଟରଫେସWindows shell
ଲାଇସେନ୍ସProprietary commercial software
ୱେବସାଇଟwindows.microsoft.com

ମାଇକ୍ରୋସଫ୍ଟ ଉଇଣ୍ଡୋଜ ମାଇକ୍ରୋସଫ୍ଟ ଅପରେଟିଙ୍ଗ ସିଷ୍ଟମ ପରିବାରର ଏକ ସଦସ୍ୟ । ଏହା ମଧ୍ୟରେ ଅନେକ ଛୋଟ ଛୋଟ ଅପରେଟିଙ୍ଗ ସିଷ୍ଟମ ରହିଛି । ବର୍ତ୍ତମାନର ସବୁଠୁ ଅଧିକ ବ୍ୟବହାର ହେଉଥିବା ଉଇଣ୍ଡୋଜ ପରିବାରର ସଦସ୍ୟମାନଙ୍କ ମଧ୍ୟରୁ ଉଇଣ୍ଡୋଜ ଏନ୍ ଟି, ଉଇଣ୍ଡୋଜ ଏମ୍ବେଡେଡ଼, ଏବଂ ଉଇଣ୍ଡୋଜ ଫୋନ୍ ଅନ୍ୟତମ ।

ମାଇକ୍ରୋସଫ୍ଟ ନଭେମ୍ବର ୨୦, ୧୯୮୫ରେ ପ୍ରଥମ ଥର ପାଇଁ ନିଜର ଅପରେଟିଙ୍ଗ ସିଷ୍ଟମ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିଥିଲା । ଏହା ଏମ ଏସ ଡସ୍ର ଏକ ଗ୍ରାଫିକାଲ ଇଣ୍ଟରଫେସ ନାମରେ ପରିଚିତ ହେଲା ।[୪]

ଜୁଲାଇ ୨୦୧୫ରେ ଉଇଣ୍ଡୋଜ ୧୦, ଏହି ଉଇଣ୍ଡୋଜର ସବୁଠାରୁ ନୂଆ ଅପରେଟିଙ୍ଗ ସିଷ୍ଟମ ଭାବେ ପରିଚିତ ହୋଇଥିଲା । ଯାହାକି ବର୍ତ୍ତମାନ କମ୍ପ୍ୟୁଟର, ଟାବଲେଟ, ଏବଂ ଉଇଣ୍ଡୋଜ ମୋବାଇଲରେ ବ୍ୟବହାର ହେଉଛି । ଆଗକୁ ଆସୁଥିବା ଉଇଣ୍ଡୋଜ ମଧ୍ୟରେ ଉଇଣ୍ଡୋଜ ସର୍ଭର ୨୦୧୬ ଅନ୍ୟତମ ।

ପ୍ରକାରଭେଦ[ସମ୍ପାଦନା]

ଅଦ୍ୟାବଧି ଭିନ୍ନ ଭିନ୍ନ ଧରଣର ଉଇଣ୍ଡୋଜ ଅପରେଟିଙ୍ଗ ସିଷ୍ଟମ ଦେଖିବାକୁ ମିଳୁଛି । ୨୦୧୪ ସୁଦ୍ଧା ନିମ୍ନ ଉଇଣ୍ଡୋଜର ପ୍ରକଳ୍ପଗୁଡ଼ିକ ଗାଢା ଯାଇ ଥିଲା ।

୧. ଉଇଣ୍ଡୋଜ ଏନ.ଟି: ଏହା ଉଇଣ୍ଡୋଜ ଏନ.ଟି ୩.୧ ପରିବାରର ଏକ ସଦସ୍ୟ ଭାବରେ ସର୍ଭର କମ୍ପ୍ୟୁଟରଗୁଡ଼ିକ ପାଇଁ ତିଆରି କରାଯାଇଥିଲା ।

  • ଉଇଣ୍ଡୋଜ: ଏହା ହେଉଛି ପର୍ସନଲ କମ୍ପ୍ୟୁଟରରେ ବ୍ୟବହାର ହେଉଥିବା ସବୁଠାରୁ ପ୍ରସିଦ୍ଧ ଅପରେଟିଙ୍ଗ ସିଷ୍ଟମ । ଏହାର ସବୁଠାରୁ ନୂଆ ସଂସ୍କରଣଟି ଉଇଣ୍ଡୋଜ ୧୦ ନାମରେ ମଧ୍ୟ ପରିଚିତ ।
  • ଉଇଣ୍ଡୋଜ ସର୍ଭର: ଏହି ଅପରେଟିଙ୍ଗ ସିଷ୍ଟମଟି ମୁଖ୍ୟତଃ ସର୍ଭର କମ୍ପ୍ୟୁଟରରେ ବ୍ୟବହାର ହୁଏ । ଏହାର ସବୁଠାରୁ ନୂଆ ସଂସ୍କରଣଟି ହେଉଛି ଉଇଣ୍ଡୋଜ ସର୍ଭର ୨୦୧୨ ଆର ୨ ।
  • ଉଇଣ୍ଡୋଜ ପିଇ: ଏହା ଉଇଣ୍ଡୋଜ ପରିବାରର ଏକ ସଦସ୍ୟ ଯାହାକି ଲାଇଭ୍ ଅପରେଟିଙ୍ଗ ସିଷ୍ଟମ ଭାବେ କାମ କରେ । ମୁଖ୍ୟତଃ ଏକାଧିକ କମ୍ପ୍ୟୁଟରରେ ଉଇଣ୍ଡୋଜକୁ ଚାଲୁ କରିବା ପାଇଁ ଏହାର ବ୍ୟବହାର କରାଯାଏ ।
  • ଉଇଣ୍ଡୋଜ ଫୋନ୍: ଏହା ଉଇଣ୍ଡୋଜ ମୋବାଇଲ ପାଇଁ ପ୍ରସ୍ତୁତ କରାଯାଇଥିବା ଅପରେଟିଙ୍ଗ ସିଷ୍ଟମ । ଏହାର ପ୍ରଥମ ସଂସ୍କରଣ ଉଇଣ୍ଡୋଜ ଫୋନ୍ ୭ ଭାବେ ପରିଚିତ । ବର୍ତ୍ତମାନ ଉଇଣ୍ଡୋଜ ଫୋନ୍ ୧୦ ବଜାରରେ ଉପଲବ୍ଧ ହେଲାଣି ।

ନିମ୍ନ ଲିଖିତ ସଂସ୍କରଣଗୁଡ଼ିକ ଆଉ ବ୍ୟବହାର କିମ୍ବା ଉନ୍ନତିକରଣ କରାଯାଉ ନାହିଁ ।

  • ଉଇଣ୍ଡୋଜ ୯ ଏକ୍ସ
  • ଉଇଣ୍ଡୋଜ ମୋବାଇଲ

ଇତିହାସ[ସମ୍ପାଦନା]

ଉଇଣ୍ଡୋଜ ଶବ୍ଦଟି ସାମୁହିକ ଭାବରେ ମାଇକ୍ରୋସଫ୍ଟ ପରିବାରର ସମସ୍ତ ଅପରେଟିଙ୍ଗ ସିଷ୍ଟମମାନଙ୍କୁ ବୁଝାଏ । ଏହାର ଇତିହାସ ବହୁତ ପୁରୁଣା । ଯାହାକି ୧୯୮୧ ମସିହାରୁ ଆରମ୍ଭ ହୋଇଥିଲା ।

ପ୍ରାଥମିକ ସଂସ୍କରଣ[ସମ୍ପାଦନା]

ଉଇଣ୍ଡୋଜର ପ୍ରଥମ ସଂସ୍କରଣ ଉଇଣ୍ଡୋଜ ୧.୦ ସେପ୍ଟେମ୍ବର ୧୯୮୧ରେ ଚେସ ବିସ୍ହପଙ୍କଦ୍ୱାରା ଉଦ୍ଭାବନ ହୋଇଥିଲା । ଏବଂ ନାବେମ୍ବର ୧୯୮୩ରେ ଏହାକୁ ବଜାରରେ ଛଡା ଯାଇଥିଲା । ଆପଲର Macintoshକୁ ଲକ୍ଷ୍ୟ ରଖି ଏହାର ଉଦ୍ଭାବନ ହୋଇଥିଲା ।

ଉଇଣ୍ଡୋଜ ୧ ଏକ ସମ୍ପୂର୍ଣ୍ଣ ଅପରେଟିଙ୍ଗ ସିଷ୍ଟମ ନଥିଲା । ବରଂ ଏହା ଡସ୍ ଅପରେଟିଙ୍ଗ ସିଷ୍ଟମର ଏକ ଗ୍ରାଫିକାଲ ରୂପାନ୍ତର ଥିଲା ।ଏହା ସହିତ ଏଥିରେ କଲ୍କୁଲେଟର, କ୍ୟାଲେଣ୍ଡର, ଘଣ୍ଟା, ନୋଟ ପ୍ୟାଡ଼ ଇତ୍ୟାଦି ମଧ୍ୟ ଯୋଡ଼ା ଯାଇଥିଲା ।

ଡିସେମ୍ବର ୧୯୮୭ରେ ପ୍ରଥମ ଥର ପାଇଁ ଉଇଣ୍ଡୋଜ ୨ ପଦାକୁ ଆସିଥିଲା । ଉଇଣ୍ଡୋଜ ୧ ତୁଳନାରେ ଏହା ଅଧିକ ଲୋକପ୍ରିୟ ହୋଇପାରିଥିଲା । ଏଥିରେ ଅନେକ ଗୁଡ଼ିଏ ଜିନିଷ ନୂଆ ଯୋଡ଼ା ଯାଇ ଅପରେଟିଙ୍ଗ ସିଷ୍ଟମ ଟିକୁ ଉନ୍ନତ କରାଯାଇଥିଲା । ଉଇଣ୍ଡୋଜ ୨ରେ ପ୍ରଥମକରି କିବୋର୍ଡ଼ ସର୍ଟକଟର ବ୍ୟବହାର କରାଯାଇଥିଲା ।

ଉଇଣ୍ଡୋଜ ୩.x[ସମ୍ପାଦନା]

ଉଇଣ୍ଡୋଜ ୩.xର ନିର୍ମାଣ ୧୯୯୦ ମସିହାରେ ହୋଇଥିଲା । ଏହା ପୂର୍ବ ଉଇଣ୍ଡୋଜ ତୁଳନାରେ ବହୁତ ଉନ୍ନତ ଥିଲା । ଏଥିରେ ପ୍ରଥମଥର ପାଇଁ ଭରଚୁଆଲ ମେମୋରୀର ବ୍ୟବହାର ହୋଇଥିଲା ।

ଉଇଣ୍ଡୋଜ ୩ରେ ମଲ୍ଟିଟାସ୍କିଂଗର ବ୍ୟବସ୍ଥା ମଧ୍ୟ ରହିଥିଲା । ଏଥିରେ ଥିବା ପ୍ରୋଗ୍ରାମ ଗୁଡିକୁ ସୁରକ୍ଷିତ ଭାବରେ ଚଳାଇବାର ବ୍ୟବସ୍ଥା ମଧ୍ୟ ଏଥିରେ ରହିଥିଲା । ପରବର୍ତ୍ତୀ ସମୟରେ ଏହି ଉଇଣ୍ଡୋଜ ୩କୁ ଅସସେମ୍ବଲି ଲାଙ୍ଗୁଏଜରେ ଲେଖା ଯାଇଥିଲା । ଉଇଣ୍ଡୋଜ ୩ ହେଉଛି ମାଇକ୍ରୋସଫ୍ଟର ପ୍ରଥମ ଅପରେଟିଙ୍ଗ ସିଷ୍ଟମ ଯାହାକି ବ୍ୟବହାର କାରୀଙ୍କ ମଧ୍ୟରେ ସଫଳତା ଅର୍ଜନ କରିପାରିଥିଲା ।

ଏହା ପରେ ମାର୍ଚ୍ଚ ୧, ୧୯୯୨ରେ ଉଇଣ୍ଡୋଜ ୩.୧ ପ୍ରସ୍ତୁତ ହୋଇଥିଲା । ଯେଉଁଥିରେ ଗ୍ରୁପର ବ୍ୟବସ୍ଥା ହୋଇଥିଲା । ପରବର୍ତ୍ତୀ କାଳରେ ଏହାର ଚାଇନିଜ ସଂସ୍କରଣ ଉଇଣ୍ଡୋଜ ୩.୨ , ୧୯୯୪ ମସିହାରେ ତିଆରି କରାଯାଇଥିଲା ।

ଉଇଣ୍ଡୋଜ NT[ସମ୍ପାଦନା]

ନଭେମ୍ବର ୧୯୮୮ ମସିହାରେ ମାଇକ୍ରୋସଫ୍ଟର ଏକ ନୂଆ ଦଳ ଆଇ.ବି.ଏମ ଏବଂ ମାଇକ୍ରୋସଫ୍ଟର ଏକ ନୂତନ ଅପରେଟିଙ୍ଗ ସିଷ୍ଟମ ଡିଯାଇନ କରିବାରେ ଲାଗିଥିଲେ ଯାହାକି ବ୍ୟବହାରକାରୀଙ୍କୁ ଅଧିକ ସୁରକ୍ଷା ପ୍ରଦାନ କରି ପାରିବ, ଏବଂ ବ୍ୟବହାରକାରୀ ଏହା ମାଧ୍ୟମରେ ଏକ ସମୟରେ ଏକାଧିକ କାମ କରିପାରିବେ । ଏହି ଲକ୍ଷ୍ୟକୁ ଆଖିରେ ରଖି ଉଇଣ୍ଡୋଜ NTର ଉଦ୍ଭାବନ ହୋଇଥିଲା ।

ଜୁଲାଇ ୧୯୯୩ ମସିହାରେ ଏହାର ପ୍ରଥମ ସଂସ୍କରଣ ଉଇଣ୍ଡୋଜ NT ୩.୧ ବ୍ୟାଭରକାରୀଙ୍କ ପାଖରେ ପହଂଚି ପାରିଥିଲା । ଏହା ପରେପରେ ଏହାର ଡେସ୍କଟପ ଏବଂ ସର୍ଭର ପାଇଁ ମଧ୍ୟ ନୂଆ ସଂସ୍କରଣ ବାହାରିଥିଲା ଯାହାକି ଉଇଣ୍ଡୋଜ NT ୩.୫ ନାମରେ ପରିଚିତ ହୋଇପାରିଥିଲା ।

ଉଇଣ୍ଡୋଜ ସିଇ[ସମ୍ପାଦନା]

ଉଇଣ୍ଡୋଜ CEକୁ ଅନ୍ୟତ୍ର ଉଇଣ୍ଡୋଜ ଏମ୍ବେଡେ଼ଡ଼ କଂପ୍ୟାକ୍ଟ ବୋଲି ମଧ୍ୟ କୁହ ଯାଏ । ଏହା ଏପରି ଏକ କମ୍ପ୍ୟୁଟର ସିଷ୍ଟମ ଯାହାକି ଅଟୋ ସୂକ୍ଷ୍ମ କମ୍ପ୍ୟୁଟରରେ ବ୍ୟବହାର ହୋଇଥାଏ । ସାଟେଲାଇଟ କମ୍ପ୍ୟୁଟରରେ ଏହାର ବହୁତ ବ୍ୟବହାର ଦେଖିବାକୁ ମିଳିଥାଏ ।

ଏକ୍ସବକ୍ସ ଓଏସ୍[ସମ୍ପାଦନା]

ବିଭିନ୍ନ ସଂସ୍କରଣର ସମୟରେଖା[ସମ୍ପାଦନା]

Table of Windows versions
Legend:
Old version
Older version, still supported
Latest version
Latest preview version
Future release
Product name Latest version Release date Codename Support until[୫] Latest version of
Mainstream Extended IE DirectX Edge
Old version, no longer supported: Windows 1.0 1.01 November 20, 1985 Interface Manager December 31, 2001 N/A N/A N/A
Old version, no longer supported: Windows 2.0 2.03 December 9, 1987 N/A December 31, 2001 N/A N/A N/A
Old version, no longer supported: Windows 2.1 2.11 May 27, 1988 N/A December 31, 2001 N/A N/A N/A
Old version, no longer supported: Windows 3.0 3.0 May 22, 1990 N/A December 31, 2001 N/A N/A N/A
Old version, no longer supported: Windows 3.1 3.1 April 6, 1992 Janus December 31, 2001 5 N/A N/A
Old version, no longer supported: Windows For Workgroups 3.1 3.1 October 1992 Sparta, Winball December 31, 2001 5 N/A N/A
Old version, no longer supported: Windows NT 3.1 NT 3.1.528 July 27, 1993 N/A December 31, 2001 5 N/A N/A
Old version, no longer supported: Windows For Workgroups 3.11 3.11 August 11, 1993 Sparta, Winball December 31, 2001 5 N/A N/A
Old version, no longer supported: Windows 3.2 3.2 November 22, 1993 N/A December 31, 2001 5 N/A N/A
Old version, no longer supported: Windows NT 3.5 NT 3.5.807 September 21, 1994 Daytona December 31, 2001 5 N/A N/A
Old version, no longer supported: Windows NT 3.51 NT 3.51.1057 May 30, 1995 N/A December 31, 2001 5 N/A N/A
Old version, no longer supported: Windows 95 4.0.950 August 24, 1995 Chicago, 4.0 December 31, 2000 December 31, 2001 5.5 6.1 N/A
Old version, no longer supported: Windows NT 4.0 NT 4.0.1381 July 31, 1996 Cairo December 31, 2001 5 N/A N/A
Old version, no longer supported: Windows 98 4.10.1998 June 25, 1998 Memphis, 97, 4.1 June 30, 2002 July 11, 2006 6 6.1 N/A
Old version, no longer supported: Windows 98 SE 4.10.2222 May 5, 1999 N/A June 30, 2002 July 11, 2006 6 6.1 N/A
Old version, no longer supported: Windows 2000 NT 5.0.2195 December 15, 1999 N/A June 30, 2004 5 N/A N/A
Old version, no longer supported: Windows ME 4.90.3000 September 14, 2000 Millenium, 4.9 June 30, 2005 July 13, 2010 6 9.0c N/A
Old version, no longer supported: Windows XP NT 5.1.2600 October 25, 2001 Whistler April 14, 2009 April 8, 2014 8 9.0c N/A
Old version, no longer supported: Windows XP 64-bit Edition NT 5.2.3790 March 28, 2003 N/A April 14, 2009 April 8, 2014 6 9.0c N/A
Old version, no longer supported: Windows Server 2003 NT 5.2.3790 April 24, 2003 N/A July 13, 2010 July 14, 2015 8 9.0c N/A
Old version, no longer supported: Windows XP Professional x64 Edition NT 5.2.3790 April 25, 2005 N/A April 14, 2009 April 8, 2014 8 9.0c N/A
Old version, no longer supported: Windows Fundamentals for Legacy PCs NT 5.1.2600 July 8, 2006 Eiger, Mönch April 14, 2009 April 8, 2014 8 9.0c N/A
Older version, yet still supported: Windows Vista NT 6.0.6002 November 30, 2006 (volume license)
January 30, 2007 (retail)
Longhorn April 10, 2012 April 11, 2017 9 11 N/A
Old version, no longer supported: Windows Home Server NT 5.2.4500 November 4, 2007 N/A January 8, 2013 8 9.0c N/A
Older version, yet still supported: Windows Server 2008 NT 6.0.6002 February 27, 2008 Longhorn Server January 13, 2015 January 14, 2020 9 11 N/A
Older version, yet still supported: Windows 7 NT 6.1.7601 October 22, 2009 Blackcomb, Vienna January 13, 2015 January 14, 2020 11 11 N/A
Older version, yet still supported: Windows Server 2008 R2 NT 6.1.7601 October 22, 2009 N/A January 13, 2015 January 14, 2020 11 11 N/A
Current stable version: Windows Home Server 2011 NT 6.1.8400 April 6, 2011 Vail April 12, 2016 9 11 N/A
Current stable version: Windows Server 2012 NT 6.2.9200 September 4, 2012 N/A January 9, 2018 January 10, 2023 10 11.1 N/A
Old version, no longer supported: Windows 8 NT 6.2.9200 October 26, 2012 N/A January 12, 2016 10 11.1 N/A
Current stable version: Windows 8.1 NT 6.3.9600 October 17, 2013 Blue January 9, 2018 January 10, 2023 11 11.2 N/A
Current stable version: Windows Server 2012 R2 NT 6.3.9600 October 17, 2013 Server Blue January 9, 2018 January 10, 2023 11 11.2 N/A
Current stable version: Windows 10 NT 10.0.10586 July 29, 2015 Threshold October 13, 2020 October 14, 2025 11 12 25
Latest preview version of a future release: Windows Server 2016 NT 10.0.10586 TBA N/A TBA TBA 11 12 25
The Windows family tree

ସୁରକ୍ଷା[ସମ୍ପାଦନା]

ସାଧାରଣତଃ ପର୍ଶନଲ କମ୍ପ୍ୟୁଟରଗୁଡ଼ିକ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ପ୍ରସ୍ତୁତ ହୋଇଥାଏ । ସେଥିପାଇଁ ଏଥିରେ ଅତିରିକ୍ତ ସୁରକ୍ଷାର ବ୍ୟବସ୍ଥା କରାଯାଇନଥାଏ । କିନ୍ତୁ ଉଇଣ୍ଡୋଜ NT ପରି ଅନ୍ୟ କେତେକ ଓଏସ୍ କେବଳ ସୁରକ୍ଷା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ହୋଇଛି । କିନ୍ତୁ ପ୍ରାଥମିକ ଅପରେଟିଙ୍ଗ ସିଷ୍ଟମଗୁଡ଼ିକ ଏହି ସୁରକ୍ଷା ବ୍ୟବସ୍ଥା ସହ ଆସି ନଥିଲା ।

ଯେହେତୁ ବ୍ୟବହାରକରି କମ୍ପ୍ୟୁଟରରେ ନିଜର ପ୍ରାୟ ସମସ୍ତ ତଥ୍ୟ ସଂରକ୍ଷଣ କରିବାକୁ ଚାହେଁ, ସେଠି ପାଇଁ କମ୍ପ୍ୟୁଟରରେ ସୁରକ୍ଷାର ବ୍ୟବସ୍ଥା ଅତି ଗୁରୁତ୍ୱ ପୂର୍ଣ ।

କମ୍ପ୍ୟୁଟର ସୁରକ୍ଷା କ୍ଷେତ୍ରରେ ଦୈନିକ ଆଖିକୁ ଆସୁଥିବା ସମସ୍ୟ ମାନଙ୍କ ମଧ୍ୟରେ କମ୍ପ୍ୟୁଟର ଭାଇରସ ଅନ୍ୟତମ । ଦୈନିକ ୧୦୦୦ ନୂଆ ଭାଇରସ ବୈଜ୍ଞାନିକମାନେ ଆବିଷ୍କାର କରୁଛନ୍ତି । ଆଜି ଯାଏଁ କ୍ୟାସ୍ପରସ୍କଏ ଲ୍ୟାବଦ୍ୱାରା ୧୧,୦୦୦ ଭାଇରସ ଆବିଷ୍କାର ହୋଇ ସରିଛି ।

ଆଧାର[ସମ୍ପାଦନା]

  1. "Lesson 2 - Windows NT System Overview". Microsoft TechNet. Microsoft. Retrieved November 25, 2014.
  2. "Listing of available Windows 7 language packs". Msdn.microsoft.com. Retrieved April 5, 2014.
  3. "App packages and deployment (Windows Store apps) (Windows)". Msdn.microsoft.com. Retrieved April 5, 2014.
  4. "The Unusual History of Microsoft Windows". Retrieved April 22, 2007.[permanent dead link]
  5. "Microsoft Support Lifecycle". Microsoft.