ମହେଶ୍ୱର ନାଏକ (୧୯୧୮ ଜନ୍ମ)
Appearance
ମହେଶ୍ୱର ନାଏକ | |
---|---|
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୭୧ | |
ପୂର୍ବ ଅଧିକାରୀ | ପ୍ରତାପ କେଶରୀ ଦେଓ, ଦୟାନିଧି ନାଏ |
ପର ଅଧିକାରୀ | ତ୍ରିନାଥ ସରାବ |
ନିର୍ବାଚନ ମଣ୍ଡଳୀ | ଜୁନାଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଜାନୁଆରୀ ୧୯୧୮ |
ମୃତ୍ୟୁ | ୨୩ ଜୁଲାଇ ୨୦୦୨ | (ବୟସ ୮୪)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
ଜୀବନ ସାଥୀ | କୌଶଲ୍ୟା ଦେବୀ |
ବାପା/ବୋଉ | କୃପାସିନ୍ଧୁ ନାଏକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ମହେଶ୍ୱର ନାଏକ (୧ ଜାନୁଆରୀ ୧୯୧୮ – ୨୩ ଜୁଲାଇ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୁନାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ମହେଶ୍ୱର ନାଏକ ୧୯୧୮ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୃପାସିନ୍ଧୁ ନାଏକ ଓ ପତ୍ନୀଙ୍କ ନାମ କୌଶଲ୍ୟା ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ମହେଶ୍ୱର ନାଏକ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ମହେଶ୍ୱର ନାଏକ ୨୦୦୨ ମସିହାର ଜୁଲାଇ ୨୩ ତାରିଖରେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Maheswar Naik". odishaassembly.nic.in. Odisha Assembly. Retrieved 12 June 2021.