ମହାଭୈରବ ମନ୍ଦିର

ଉଇକିପିଡ଼ିଆ ରୁ
Jump to navigation Jump to search
ମହାଭୈରବ ମନ୍ଦିର
Mahabhairab Temple, Tezpur.
Mahabhairab Temple, Tezpur.
ଭୌଗୋଳିକ ଅବସ୍ଥିତି
ଦିଗବାରେଣି 26°38′3″N 92°47′47″E / 26.63417°N 92.79639°E / 26.63417; 92.79639Coordinates: 26°38′3″N 92°47′47″E / 26.63417°N 92.79639°E / 26.63417; 92.79639
ଦେଶ India
ରାଜ୍ୟ Assam
ଜିଲ୍ଲା Sonitpur
ଇତିହାସ ଓ ପାଳନ
ୱେବସାଇଟ mahabhairab.org

ମହାଭୈରବ ମନ୍ଦିର, ଭାରତୀୟ ରାଜ୍ୟ ଆସାମର ଉତ୍ତରାଞ୍ଚଳର ତେଜପୁର ସହରଠାରେ ଏକ ପାହାଡ ଉପରେ ରହୁଥିବା ଏକ ମନ୍ଦିର । ଏହି ମନ୍ଦିରଟି ପ୍ରାକ-ଏଈତିହାସିକ[୧] ସମୟରେ ବନ ରାଜାଙ୍କଦ୍ବାରା ସ୍ଥାପିତ ହେଇଥିବା ବିଶ୍ବାସ କରାଯାଇଥାଏ । ମୂଳ ଶିବ ମନ୍ଦିରଟି ପ୍ରସ୍ତର ନିର୍ମିତ ହେଇଥିବା ବେଳେ ବର୍ତମାନ ରହିଥିବା ପୁନରନିର୍ମିତ ମନ୍ଦିରଟି କଂକ୍ରିଟରେ ନିର୍ମିତ । ଆହୋମ ଶାସନ କାଳରେ ବିଶେଷତଃ " ତୁଙ୍ଗଖୁଙ୍ଗୀୟ ବଂଶ " ରାଜୁତି କାଳରେ ଏହି ମନ୍ଦିର ପାଇଁ ଅନେକ ଦେବୋତ୍ତର ଜମି ପ୍ରଦାନ ହେବା ସହ ମନ୍ଦିର ନିମନ୍ତେ ପୂଜକ ଓ ପାଇକ ନିଯୁକ୍ତି କରାଯାଇଥିଲା । ମନ୍ଦିରର ପରିଚାଳନା ଭାର " ବୋରଠାକୁର "ଙ୍କୁ ପ୍ରଦାନ କରାଯାଇଥିଲା । ଅଧୁନା ମନ୍ଦିରର ପରିଚାଳନା ସରକାରଙ୍କଦ୍ବାରା ନିଯୁକ୍ତ ଏକ କମିଟିର ମୁଖ୍ୟ ଭାବରେ ଡେପୁଟି କମିଶନର ରହିଛନ୍ତି । ଏହି ମନ୍ଦିରରେ ଶିବରାତ୍ରି ଉତଶବ ବଡ ଜାକ୍ ଜମକ ସହ ପାଳନ କରାଯାଏ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ଲୋକ ଆସନ୍ତି । ଏଠାରେ ଶିବରାତ୍ରି ମେଳାରେ ଭୋଗ ହିସାବରେ ବିକ୍ରି ହଉଥିବା " ଆସାମ ଭାଙ୍ଗ ଲଡୁ " ଏକ ବହୁଳ ଆଦୃତ ଦ୍ରବ୍ୟ । ଏହି ମନ୍ଦିର  ରେ ବିବାହ ମଧ୍ୟ ହେଇଥାଏ । ଏଠାରେ ସ୍ବତନ୍ତ୍ର ପରମ୍ପରା ହିସାବରେ ପାରା ଛଡା ଯାଇଥାଏ ଓ ଶତାଧିକ ପରା ଛଡା ଯାଉଥିବା ଦୃଶ୍ୟ ଆକର୍ଷକ ହେଇଥାଏ । 

କିମ୍ବଦନ୍ତୀ [ସମ୍ପାଦନା]

ମନ୍ଦିରଟି ରାଜା ବନାସୁରଙ୍କ ଶିବ ଉପାସନା ପାଇଁ ନିର୍ମିତ ହେଇଥିବାର ଜଣା ଯାଏ । ଏଠାରେ ଥିବା ଶିବ ଲିଙ୍ଗକୁ ଜୀବନ୍ତ ଶିବ ଲିଙ୍ଗ କୁହାଯାଇଥାଏ । ତାହାର ଆକାର  ପ୍ରତି ବର୍ଷ ବୃଦ୍ଧି ହାଉଥିବାର ଦାବି କରାଯାଇଥାଏ । ଲୋକବାଦ ଅଛି ଯେ ରାଜା ବନସୁର ଏଠାରେ ଶିବଙ୍କୁ ଆରାଧନା କରି ବାର ପ୍ରାପ୍ତ ହେଇଥିଲେ । 

ଇତିହାସ [ସମ୍ପାଦନା]

ପ୍ରତ୍ନତତ୍ବ ବିଶାରଦ ମାନଙ୍କ ମତ ଯେ ମନ୍ଦିରଟି ୮ ମରୁ ୧୦ ମ ଶତାବ୍ଦୀ ମଧ୍ୟରେ " ସଳାସ୍ଥମ୍ଭ ବଂଶ " ଶାସନ ସମୟରେ ନିର୍ମିତ ହେଇଥିଲା । ପ୍ରାଚୀନ ମନ୍ଦିରରେ ଥିବା ପ୍ରସ୍ତର ସ୍ତମ୍ଭ ସବୁର ଭଗ୍ନାବଶେଷ ଏବେ ମଧ୍ୟ ମନ୍ଦିର ନିକଟରେ ରହିଛି । ମଧ୍ୟ ଯୁଗୀୟ [୨]ଇସ୍ଲାମିକ ଆକ୍ରମଣ ସମୟରେ ମନ୍ଦିରକୁ ଦ୍ବଂଶ କରାଯାଇଥିଲା । ପରେ ରାଜୁତି କରିଥିବା ରାଜା ମାନଙ୍କଦ୍ବାରା ଏହା ପୁନର ନିର୍ମିତ ହେଇଥିଲା । ତେବେ ପୁନର୍ବାର ଏହା ୧୮୯୭ ମସିହାର ଭୂମିକମ୍ପରେ ବହୁଳ କ୍ଷ୍ଷ୍ୟତିଗ୍ରସ୍ତ ହେଇଥିଲା । [୧][୩][୪]

ବର୍ତମାନ ରହିଥିବା ମନ୍ଦିରଟି ବିଂଶ ଶତାବ୍ଦୀର ପ୍ରାରମ୍ଭିକ ଭାଗରେ ନାଗା ବାବା ନାମରେ ପରିଚିତ ସନ୍ଥ ସ୍ବୟଂବର ଭାରତୀୟଙ୍କଦ୍ବାରା ନିର୍ମିତ ହେଇଥିଲା । କିଛି ବର୍ଷ ପରେ ସେହି ମନ୍ଦିର ନିକଟରେ ଅନନ୍ୟ ଜଣେ ସନ୍ଥ ଶ୍ରୀ ମହାଦେଓ ଭାରତୀ " ନାଟ ମନ୍ଦିର " ନିର୍ମାଣ କରିଥିଲେ । ତାହାର କିଛି ବର୍ଷ ପରେ ଆଉ ଜଣେ  ଭକ୍ତ ମନ୍ଦିର ସମ୍ମୁଖ ଭାଗରେ " ଦ୍ବାରପାଳ " ଭାବରେ ଗଣେଶହନୁମାନଙ୍କ କଂକ୍ରିଟ ନିର୍ମିତ ମୂର୍ତି ସ୍ଥାପନ କରିଥିଲେ ।  .

ଆଧାର ସମୂହ [ସମ୍ପାଦନା]

ବାହ୍ୟ ସଂଯୋଗ [ସମ୍ପାଦନା]