Jump to content

ମହାଦେବ ଦେଶାଇ

ଉଇକିପିଡ଼ିଆ‌ରୁ
ମହାଦେବ ଦେଶାଇ
ମହାତ୍ମାଗାନ୍ଧୀଙ୍କ ସହ ମହାଦେବ ଦେଶାଇ
ଜନ୍ମ୧ ଜାନୁଆରୀ ୧୮୯୨
ସୁରଟ, ଗୁଜରାଟ
ମୃତ୍ୟୁ୧୪ ଅଗଷ୍ଟ ୧୯୪୨ (ଆୟୁ ୫୦)
ଜାତୀୟତା ଭାରତୀୟ
ଶିକ୍ଷାଏଲ.ଏଲ.ବି, ଆଇନ
ପ୍ରସିଦ୍ଧିମହାତ୍ମାଗାନ୍ଧିଙ୍କ ନିଜସ୍ୱ ସଚିବ
ସାହିତ୍ୟିକ ଓ ଶିକ୍ଷାବିତ,
ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ମହାଦେବ ଦେଶାଇ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଲେଖକ ଏବଂ ମହାତ୍ମାଗାନ୍ଧିଙ୍କ ନିଜସ୍ୱ ସଚିବ ଥିଲେ ।[][]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

୧୮୯୨ ମସିହା ଜାନୁଆରୀ ୧ ତାରିଖରେ ଗୁଜରାଟର ସୁରଟ ଜିଲ୍ଲାରେ ସରସ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହରିଭାଇ ଦେଶାଇ ବୃତ୍ତିରେ ବିଦ୍ୟାଳୟର ଶିକ୍ଷକ ଥିଲେ । ସାତବର୍ଷ ବୟସରେ ସେ ନିଜ ମାଆ ଯମୁନାବେହେନଙ୍କୁ ହରାଇସାରିଥିଲେ । ଦେଶାଇ ତେର ବର୍ଷ ବୟସରେ ଦୁର୍ଗାବେହେନଙ୍କୁ ବିବାହ କରିଥିଲେ । ସେ ସୁରଟ ଉଚ୍ଚବିଦ୍ୟାଳୟରେ ସ୍କୁଲଶିକ୍ଷା ଏବଂ ଏଲଫିନଷ୍ଟୋନ କଲେଜରୁ ମହାବିଦ୍ୟାଳୟ ଶିକ୍ଷା ଗ୍ରହଣ କରିଥିଲେ । ୧୯୧୩ ମସିହାରେ ସେ ନିଜ ଶିକ୍ଷା ସମ୍ପନ୍ନ କରି ବମ୍ବେର ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କରେ ଇନ୍ସପେକ୍ଟର ଚାକିରୀ କରିଥିଲେ ।

ମହାତ୍ମାଗାନ୍ଧିଙ୍କ ନିଜସ୍ୱ ସଚିବ

[ସମ୍ପାଦନା]

ନିଜ ଅନୁବାଦିତ ବହିର ପ୍ରକାଶନ ପାଇଁ ମହାଦେବ ଦେଶାଇ ୧୯୧୫ ମସିହାରେ ମହାତ୍ମାଗାନ୍ଧୀଙ୍କୁ ଭେଟିଥିଲେ ।[] ୧୯୧୭ ମସିହାରେ ଗାନ୍ଧୀ ଆଶ୍ରମରେ ଯୋଗ ଦେଲେ ଏବଂ ପରେ ନିଜ ପତ୍ନୀ ଦୁର୍ଗାବେହେନଙ୍କ ଚମ୍ପାରଣ ଆନ୍ଦୋଳନରେ ମଧ୍ୟ ଯୋଗ ଦେଲେ । ୧୯୧୭ ମସିହା ନଭେମ୍ବର ୧୩ ତାରିଖରୁ ୧୯୪୨ ମସିହା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ନିଜ ଡ଼ାଇରୀରେ ପ୍ରତିଦିନର ଘଟଣାବଳୀ ଲେଖିରଖୁଥିଲେ । ଏପିରିକି ଯେତେବେଳେ ବ୍ରିଟିଶ ସରକାର ପଞ୍ଜାବରେ ମହାତ୍ମାଗାନ୍ଧୀଙ୍କୁ ବନ୍ଦୀ କଲେ, ସେ ମହାଦେବ ଦେଶାଇଙ୍କୁ ନିଜ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ । ପଚିଶ ବର୍ଷ ପାଇଁ ଗାନ୍ଧୀଙ୍କ ନିଜସ୍ୱ ସେକ୍ରେଟାରୀ ଭାବେ ସେ କାର୍ଯ୍ୟ କରିଥିଲେ ।[]

ମହାତ୍ମାଗାନ୍ଧୀଙ୍କ ହରିଜନବନ୍ଧୁ ପତ୍ରିକାରେ ମହାଦେବ ଦେଶାଇଙ୍କ ଶୋକସନ୍ଦେଶ

ସାହିତ୍ୟରେ ଅବଦାନ

[ସମ୍ପାଦନା]

ଗୁଜରାଟୀ, ବଙ୍ଗଳା ଏବଂ ଇଂରାଜୀ ଭାଷାରେ ଅନେକ ପୁସ୍ତକ ରଚନା କରିଥିଲେ । ସେ ସନ୍ଥ ଫ୍ରାନସିସ, ବୀର ବଲ୍ଲଭଭାଇ, ବେ ଖୁଦସି ଖିଦମତଗାର ଆଦି ଆତ୍ମଜୀବନୀ ଲେଖିଥିଲେ । ବଙ୍ଗଳା ଭାଷାର ଦ ସର୍ଟ ଷ୍ଟୋରୀସ ଅଫ ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟ, ଦ ନଭେଲ୍ଲା ବିରାଜବାହୁ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କର କେତେକ କବିତାକୁ ଅନୁବାଦ କରିଥିଲେ । ସେ ମଧ୍ୟ ନେହେରୁଙ୍କ ଆତ୍ମଜୀବନୀକୁ ଇଂରାଜୀରୁ ଗୁଜରାଟୀ ଭାଷାକୁ ଅନୁବାଦ କରିଥିଲେ ।[] ୟଙ୍ଗ ଇଣ୍ଡିଆ, ନବଜୀବନ, ହରିଜନବନ୍ଧୁ ଆଦି ମହାତ୍ମାଗାନ୍ଧୀଙ୍କ ପତ୍ରିକାମାନଙ୍କରେ ସେ ଜଣେ ନିୟମିତ ସହାୟକ ଥିଲେ ।[]

  1. "Price of Freedom". Outlook. 15 August 2008. Retrieved 30 November 2012.
  2. 1 2 3 Guha, Ramachandra (23 October 2005). "Mahadev ." The Hindu. Retrieved 30 November 2012.
  3. Natarajan, Nalini (1996). Handbook of 20th Century Literatures of India. Westport: Greenwood Press. pp. 112, 113. ISBN 9780313287787.
  4. "Mahadev Desai". Oxford University Press. Retrieved 30 November 2012.

ଆହୁରି ଦେଖିପାରିବେ

[ସମ୍ପାଦନା]