ମହାଦେବ ଦେଶାଇ

ଉଇକିପିଡ଼ିଆ‌ରୁ
ମହାଦେବ ଦେଶାଇ
ମହାତ୍ମାଗାନ୍ଧୀଙ୍କ ସହ ମହାଦେବ ଦେଶାଇ
ଜନ୍ମ୧ ଜାନୁଆରୀ ୧୮୯୨
ସୁରଟ, ଗୁଜରାଟ
ମୃତ୍ୟୁ୧୪ ଅଗଷ୍ଟ ୧୯୪୨ (ଆୟୁ ୫୦)
ଜାତୀୟତା ଭାରତୀୟ
ଶିକ୍ଷାଏଲ.ଏଲ.ବି, ଆଇନ
ପ୍ରସିଦ୍ଧିମହାତ୍ମାଗାନ୍ଧିଙ୍କ ନିଜସ୍ୱ ସଚିବ
ସାହିତ୍ୟିକ ଓ ଶିକ୍ଷାବିତ,
ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ମହାଦେବ ଦେଶାଇ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଲେଖକ ଏବଂ ମହାତ୍ମାଗାନ୍ଧିଙ୍କ ନିଜସ୍ୱ ସଚିବ ଥିଲେ ।[୧][୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

୧୮୯୨ ମସିହା ଜାନୁଆରୀ ୧ ତାରିଖରେ ଗୁଜରାଟର ସୁରଟ ଜିଲ୍ଲାରେ ସରସ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ହରିଭାଇ ଦେଶାଇ ବୃତ୍ତିରେ ବିଦ୍ୟାଳୟର ଶିକ୍ଷକ ଥିଲେ । ସାତବର୍ଷ ବୟସରେ ସେ ନିଜ ମାଆ ଯମୁନାବେହେନଙ୍କୁ ହରାଇସାରିଥିଲେ । ଦେଶାଇ ତେର ବର୍ଷ ବୟସରେ ଦୁର୍ଗାବେହେନଙ୍କୁ ବିବାହ କରିଥିଲେ । ସେ ସୁରଟ ଉଚ୍ଚବିଦ୍ୟାଳୟରେ ସ୍କୁଲଶିକ୍ଷା ଏବଂ ଏଲଫିନଷ୍ଟୋନ କଲେଜରୁ ମହାବିଦ୍ୟାଳୟ ଶିକ୍ଷା ଗ୍ରହଣ କରିଥିଲେ । ୧୯୧୩ ମସିହାରେ ସେ ନିଜ ଶିକ୍ଷା ସମ୍ପନ୍ନ କରି ବମ୍ବେର ସେଣ୍ଟ୍ରାଲ କୋପରେଟିଭ ବ୍ୟାଙ୍କରେ ଇନ୍ସପେକ୍ଟର ଚାକିରୀ କରିଥିଲେ ।

ମହାତ୍ମାଗାନ୍ଧିଙ୍କ ନିଜସ୍ୱ ସଚିବ[ସମ୍ପାଦନା]

ନିଜ ଅନୁବାଦିତ ବହିର ପ୍ରକାଶନ ପାଇଁ ମହାଦେବ ଦେଶାଇ ୧୯୧୫ ମସିହାରେ ମହାତ୍ମାଗାନ୍ଧୀଙ୍କୁ ଭେଟିଥିଲେ ।[୨] ୧୯୧୭ ମସିହାରେ ଗାନ୍ଧୀ ଆଶ୍ରମରେ ଯୋଗ ଦେଲେ ଏବଂ ପରେ ନିଜ ପତ୍ନୀ ଦୁର୍ଗାବେହେନଙ୍କ ଚମ୍ପାରଣ ଆନ୍ଦୋଳନରେ ମଧ୍ୟ ଯୋଗ ଦେଲେ । ୧୯୧୭ ମସିହା ନଭେମ୍ବର ୧୩ ତାରିଖରୁ ୧୯୪୨ ମସିହା ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ନିଜ ଡ଼ାଇରୀରେ ପ୍ରତିଦିନର ଘଟଣାବଳୀ ଲେଖିରଖୁଥିଲେ । ଏପିରିକି ଯେତେବେଳେ ବ୍ରିଟିଶ ସରକାର ପଞ୍ଜାବରେ ମହାତ୍ମାଗାନ୍ଧୀଙ୍କୁ ବନ୍ଦୀ କଲେ, ସେ ମହାଦେବ ଦେଶାଇଙ୍କୁ ନିଜ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ । ପଚିଶ ବର୍ଷ ପାଇଁ ଗାନ୍ଧୀଙ୍କ ନିଜସ୍ୱ ସେକ୍ରେଟାରୀ ଭାବେ ସେ କାର୍ଯ୍ୟ କରିଥିଲେ ।[୨]

ମହାତ୍ମାଗାନ୍ଧୀଙ୍କ ହରିଜନବନ୍ଧୁ ପତ୍ରିକାରେ ମହାଦେବ ଦେଶାଇଙ୍କ ଶୋକସନ୍ଦେଶ

ସାହିତ୍ୟରେ ଅବଦାନ[ସମ୍ପାଦନା]

ଗୁଜରାଟୀ, ବେଙ୍ଗଲୀ ଏବଂ ଇଂରାଜୀ ଭାଷାରେ ଅନେକ ପୁସ୍ତକ ରଚନା କରିଥିଲେ । ସେ ସନ୍ଥ ଫ୍ରାନସିସ, ବୀର ବଲ୍ଲଭଭାଇ, ବେ ଖୁଦସି ଖିଦମତଗାର ଆଦି ଆତ୍ମଜୀବନୀ ଲେଖିଥିଲେ । ବଙ୍ଗଳା ଭାଷାର ଦ ସର୍ଟ ଷ୍ଟୋରୀସ ଅଫ ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟ, ଦ ନଭେଲ୍ଲା ବିରାଜବାହୁ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କର କେତେକ କବିତାକୁ ଅନୁବାଦ କରିଥିଲେ । ସେ ମଧ୍ୟ ନେହେରୁଙ୍କ ଆତ୍ମଜୀବନୀକୁ ଇଂରାଜୀରୁ ଗୁଜରାଟୀ ଭାଷାକୁ ଅନୁବାଦ କରିଥିଲେ ।[୩] ୟଙ୍ଗ ଇଣ୍ଡିଆ, ନବଜୀବନ, ହରିଜନବନ୍ଧୁ ଆଦି ମହାତ୍ମାଗାନ୍ଧୀଙ୍କ ପତ୍ରିକାମାନଙ୍କରେ ସେ ଜଣେ ନିୟମିତ ସହାୟକ ଥିଲେ ।[୪]

ଆଧାର[ସମ୍ପାଦନା]

  1. "Price of Freedom". Outlook. 15 August 2008. Retrieved 30 November 2012.
  2. ୨.୦ ୨.୧ ୨.୨ Guha, Ramachandra (23 October 2005). "Mahadev ." The Hindu. Retrieved 30 November 2012.
  3. Natarajan, Nalini (1996). Handbook of 20th Century Literatures of India. Westport: Greenwood Press. pp. 112, 113. ISBN 9780313287787.
  4. "Mahadev Desai". Oxford University Press. Retrieved 30 November 2012.

ଆହୁରି ଦେଖିପାରିବେ[ସମ୍ପାଦନା]