ମଧ୍ୟ ପ୍ରାଚ୍ୟ ଶ୍ୱାସକ୍ରିୟା ସିଣ୍ଡ୍ରୋମ
Middle East respiratory syndrome | |
---|---|
Camel flu[୧] | |
ବିଭାଗ | Infectious disease |
ଲକ୍ଷଣ | Fever, cough, shortness of breath[୨] |
ଆକ୍ରାନ୍ତ ସମୟ | 2 to 14 days post exposure[୩] |
ଅବଧି | 2012-2020[୪] |
କାରଣ | MERS-coronavirus (MERS-CoV)[୨] |
ବିପଦ କାରକ | Contact with camels and camel products[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | rRT-PCR testing[୫] |
ପ୍ରତିକାର | Hand washing, avoiding contact with camels and camel products[୬] |
ଚିକିତ୍ସା | Symptomatic and supportive[୨] |
ପୁନଃପୌନିକ | 2519 cases (as January 2020)[୪] |
ମୃତ୍ୟୁ ସାନ୍ଦ୍ରତା | 866 (35%)[୪] |
ମଧ୍ୟ ପ୍ରାଚ୍ୟ ଶ୍ୱାସକ୍ରିୟା ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Middle East respiratory syndrome /MERS, ଯାହା ଓଟ ଫ୍ଲୁ ଭାବରେ ମଧ୍ୟ ଜଣାଶୁଣା [୧]) ଏକ ରୋଗ ଯାହା ଏମଇଆରଏସ-ସିଓଭି (MERS-CoV) ଭୂତାଣୁଦ୍ୱାରା ସଂକ୍ରମିତ ହୁଏ ।[୨] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଶୂନରୁ ଆରମ୍ଭ କରି ମୃଦୁ ଓ ଗମ୍ଭୀର ପର୍ଯ୍ୟନ୍ତ ଦେଖାଯାଇପାରେ | [୭] [୨] ସାଧାରଣତଃ ଜ୍ୱର, କାଶ, ତରଳ ଝାଡ଼ା ଏବଂ ଅଣନିଶ୍ୱାସ ଇତ୍ୟାଦି ଲକ୍ଷଣମାନ ଦେଖାଯାଏ ।[୨] ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଥିଲେ ଏହି ରୋଗ ସାଧାରଣତଃ ଅଧିକ ଗମ୍ଭୀର ହୋଇଯାଏ।[୨] [୮]
ଏମଇଆରଏସ-ସିଓଭି ଭୂତାଣୁ ବାଦୁଡ଼ିଠାରୁ ଆସୁଥିବା ବିଶ୍ୱାସ କରାଯାଏ | [୨] ତଥାପି ସ୍ୱାଭାବିକ ଭାବରେ ମାନବ ଓଟଠାରୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂକ୍ରମିତ ହୋଇଥାଏ । [୨] ସଂକ୍ରମିତ ବ୍ୟକ୍ତିଙ୍କ ସହିତ ଘନିଷ୍ଠ ସମ୍ପର୍କ ଯୋଗୁ ଏହା ବ୍ୟାପିଥାଏ | [୨] ଡାକ୍ତରଖାନା ବାହାରେ ଏହାର ବିସ୍ତାର କ୍ୱଚିତ ହୁଏ ।[୮] ତେଣୁ, ବିଶ୍ୱ ଜନସଂଖ୍ୟା ପାଇଁ ଏହାର ବିପଦ ବର୍ତ୍ତମାନ ଯଥେଷ୍ଟ କମ୍ ବୋଲି ଧରାଯାଏ | [୮] ରକ୍ତର ଆରଆରଟି-ପିସିଆର (rRT-PCR testing) ଓ ରେସ୍ପିରେଟରି ନମୁନା ପରୀକ୍ଷଣଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଇଥାଏ ।[୫]
୨୦୨୦ ମସିହା ସୁଦ୍ଧା ଏହି ରୋଗ ନିମନ୍ତ କୌଣସି ଟିକା ବା ଚିକିତ୍ସା ପ୍ରସ୍ତୁତ ହୋଇନାହିଁ,[୯] କିନ୍ତୁ ତିଆରି ଚାଲିଛି ।[୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସୁପାରିସ ଅନୁସାରେ ସଂକ୍ରମିତ ଓଟ ସଂସ୍ପର୍ଶରେ ଆସୁଥିବା ଲୋକ ଭଲରୂପେ ହାତ ଧୁଅନ୍ତୁ ଓ ରୋଗଣା ଓଟକୁ ଛୁଅନ୍ତୁ ନାହିଁ ।[୨] ଓଟ ସମ୍ପର୍କୀୟ ଖାଦ୍ୟ (camel-based food products) ଭଲରୂପେ ସିଦ୍ଧ କରି ଖାଆନ୍ତୁ । [୨] ସାଧାରଣ ଲକ୍ଷଣ ଶରୀରକୁ ଚଳନକ୍ଷମ ରଖିବା ପାଇଁ ଉପଯୁକ୍ତ ଚିକିତ୍ସା କରାଯାଇପାରେ ।[୨]
୨୦୧୨ ମସିହାରେ ସାଉଦି ଆରବରେ ପ୍ରଥମ ଥର ଏହି ରୋଗ ଚିହ୍ନଟ ହୋଇଥିଲା ଏବଂ ଅଧିକାଂଶ ମାମଲା ଆରବ ଦ୍ୱୀପପୁଞ୍ଜରେ ହୋଇଥିଲା । [୨] [୮] ୨୦୨୦ ମସିହା ଜାନୁଆରୀ ମାସରେ ପ୍ରାୟ ୨,୫୦୦ ମାମଲା ରିପୋର୍ଟ ହୋଇଥିଲା ।[୪] ନିର୍ଣ୍ଣୟ ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୩୫% ମୃତ୍ୟୁ ବରଣ କରନ୍ତି ।[୨] ଦକ୍ଷିଣ କୋରିଆରେ ୨୦୧୫ ଓ ସାଉଦି ଆରବରେ ୨୦୧୮ ମସିହାରେ ବଡ଼ ଧରଣର ମହାମାରୀ ଘଟିଛି। [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Parry, Richard Lloyd (10 June 2015). "Travel alert after eighth camel flu death". The Times. Retrieved 11 June 2015.
{{cite news}}
: Unknown parameter|name-list-format=
ignored (|name-list-style=
suggested) (help) - ↑ ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ "Middle East respiratory syndrome coronavirus (MERS-CoV)". www.who.int (in ଇଂରାଜୀ). Retrieved 15 April 2020.
- ↑ "MERS Clinical Features". Centers for Disease Control and Prevention (in ଆମେରିକୀୟ ଇଂରାଜୀ). 2 August 2019. Retrieved 16 April 2020.
- ↑ ୪.୦ ୪.୧ ୪.୨ ୪.୩ "MERS outbreaks". www.emro.who.int. Retrieved 15 April 2020.
- ↑ ୫.୦ ୫.୧ "MERS-CoV | Interim Guidelines for Clinical Specimens from PUI | CDC". www.cdc.gov (in ଆମେରିକୀୟ ଇଂରାଜୀ). 23 March 2020. Retrieved 16 April 2020.
- ↑ "Middle East respiratory syndrome (MERS)". nhs.uk (in ଇଂରାଜୀ). 23 August 2018. Retrieved 15 April 2020.
- ↑ Zumla A, Hui DS, Perlman S (September 2015). "Middle East respiratory syndrome". Lancet. 386 (9997): 995–1007. doi:10.1016/S0140-6736(15)60454-8. PMC 4721578. PMID 26049252.
- ↑ ୮.୦ ୮.୧ ୮.୨ ୮.୩ Zumla A, Hui DS, Perlman S (September 2015). "Middle East respiratory syndrome". Lancet. 386 (9997): 995–1007. doi:10.1016/S0140-6736(15)60454-8. PMC 4721578. PMID 26049252.
- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;CDC2020Pro
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।