ମଣିଦୀପା ପଟ୍ଟନାୟକ

ଉଇକିପିଡ଼ିଆ‌ରୁ
ମଣିଦୀପା ପଟ୍ଟନାୟକ‌
ମୃତ୍ୟୁ
୧୬ ମଇ ୨୦୧୯(2019-05-16) (ବୟସ ୬୮–୬୯)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର, ପି.ଏଚ.ଡି(ଭାଷା ବିଜ୍ଞାନ)
ଶିକ୍ଷାନୁଷ୍ଠାନଦିଲ୍ଲୀ ମହାବିଦ୍ୟାଳୟ
ବୃତ୍ତିଭାଷାବିଦ୍

ମଣିଦୀପା ପଟ୍ଟନାୟକ (୧୯୫୦-୧୬ ମଇ ୨୦୧୯) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଶିକ୍ଷାବିଦ୍, ଭାଷାବିଦ୍ ଓ ଲେଖକ ଥିଲେ । ୨୦୨୩ ସୁଦ୍ଧା ଜୁଆଙ୍ଗ ଭାଷାର ବାକ୍ୟଗଠନ ଉପରେ ଗବେଷଣା କରିବାରେ ସେ ପ୍ରଥମ ଓ ଏକମାତ୍ର ଭାଷାବିଦ୍ ଥିଲେ ।[୧] ସେ ଓଡ଼ିଆ ବ୍ୟାକରଣ ଉପରେ ତାଙ୍କ ରଚିତ ତାଙ୍କର ଇଂରାଜୀ ପୁସ୍ତକ ଏ ଗ୍ରାମାର ଅଫ ଓଡ଼ିଆ (ଇଂରାଜୀ: A grammar of Oriya) ପାଇଁ ଜଣାଶୁଣା । ଜୁଆଙ୍ଗ ଓ ଓଡ଼ିଆ ବ୍ୟତୀତ ସଉରା ଭାଷା ଉପରେ ମଧ୍ୟ ସେ ଗବେଷଣା କରିଥିଲେ ।[୨] ୧୯୯୫ ମସିହାରେ ସେ ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟ ଅଫ ଲାଙ୍ଗୁଏଜ ଲିଟରେଚର ଆଣ୍ଡ କଲଚର ପ୍ରତିଷ୍ଠା କରି ଓଡ଼ିଆ ତଥା ଜୁଆଙ୍ଗ [୩] ଭାଷା ଉପରେ ଗବେଷଣା କରିଥିଲେ । ସେ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ ବିଜନେସ ଡିରାଇଭେଟିଭସ୍ ନାମକ ବ୍ୟବସାୟ ସମ୍ବନ୍ଧିତ ଶିକ୍ଷାଭିତ୍ତିକ ଜର୍ଣ୍ଣାଲର ସମ୍ପାଦକ ଭୂମିକାରେ‌ ମଧ୍ୟ କାର୍ଯ୍ୟକରିଥିଲେ ।

୨୦୧୯ ମସିହା ମଇ ୧୬ ତାରିଖରେ ଭୁବନେଶ୍ୱରଠାରେ ତାଙ୍କର ଦେହାନ୍ତ ହୋଇଥିଲା ।[୪][୫]

ଜୀବନୀ ଓ ଶିକ୍ଷା[ସମ୍ପାଦନା]

ମଣିଦୀପା ପଟ୍ଟନାୟକ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ୧୯୯୯ ମସିହାରେ ଭାଷାବିଜ୍ଞାନରେ ଡକ୍ଟରେଟ ଲାଭକରିଥିଲେ । ତାଙ୍କର ଗବେଷଣା ଜୁଆଙ୍ଗ ଭାଷାର ବାକ୍ୟଗଠନ ସମ୍ବନ୍ଧରେ ଥିଲା । ଏହି ଗବେଷଣା କରିବାରେ ସେ ପ୍ରଥମ ଓ ଏକମାତ୍ର ଭାଷାବିଦ୍ ଥିଲେ । ତାଙ୍କ ଡକ୍ଟରେଟ ନିବନ୍ଧର ଶୀର୍ଷକ ଥିଲା "ଆସପେକ୍ଟସ ଅଫ ଜୁଆଙ୍ଗ ସିଣ୍ଟାକ୍ସ" (ଇଂରାଜୀ: ) ।[୬]

ଆଧାର[ସମ୍ପାଦନା]

  1. "1. History and Linguistic Classification". Language Information Service (LIS)-India. Mysore: Central Institute of Indian Languages. Retrieved 30 July 2023.
  2. Anderson, G.D.S. (2015). The Munda Languages. Routledge Language Family Series. Taylor & Francis. p. 680. ISBN 978-1-317-82886-0. Retrieved 2023-07-31.
  3. Anderson, Gregory D. S., ed. (2008). The Munda languages. Routledge language family series (1. publ ed.). London: Routledge. ISBN 978-0-415-32890-6.
  4. "Woman's decomposed body found in Bhubaneshwar flat". The New Indian Express. Retrieved 2023-07-30.
  5. Bureau, KalingaTV (2019-05-16). "Decomposed Body Of Woman Found At Apartment in Old Town". KalingaTV (in ଆମେରିକୀୟ ଇଂରାଜୀ). Retrieved 2023-07-30.
  6. Hock, H.H.; Bashir, E. (2016). The Languages and Linguistics of South Asia: A Comprehensive Guide. The World of Linguistics [WOL]. De Gruyter. p. 857. ISBN 978-3-11-042330-3. Retrieved 2023-07-31.