ମଙ୍ଗେଇ ଗମାଙ୍ଗ

ଉଇକିପିଡ଼ିଆ‌ରୁ
ଗୁରୁ

ମଙ୍ଗେଇ ଗମାଙ୍ଗ
ପଣ୍ଡିତ ଶବର ମଙ୍ଗେଇ ଗମାଙ୍ଗ
Born(1916-06-16)୧୬ ଜୁନ ୧୯୧୬
Died୧୯ ଜୁଲାଇ ୧୯୮୦(1980-07-19) (ବୟସ ୬୪)
Nationalityଭାରତୀୟ
Known forସଉରା ଲିପିର ଉଦ୍ଭାବକ

ମଙ୍ଗେଇ ଗମାଙ୍ଗ (୧୬ ଜୁନ ୧୯୧୬–୧୯ ଜୁଲାଇ ୧୯୮୦) ଜଣେ ଭାରତୀୟ ଲିପିବିତ୍ ତଥା କବି ଓ ଆୟୁର୍ବେଦିକ ଚିକିତ୍ସକ ଥିଲେ । ସେ ସଉରା ଲିପି "ସୋରାଙ୍ଗ ସୋମପେଙ୍ଗ" ଉଦ୍ଭାବନ କରିବା ପାଇଁ ଜଣାଶୁଣା ।[୧][୨][୩][୪][୫] ସେ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପୁରସ୍କୃତ ହୋଇଥିଲେ ।[୬]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମଙ୍ଗେଇ ଗମାଙ୍ଗ ଓଡ଼ିଶାର ରାୟଗଡ଼ା ଜିଲ୍ଲାସ୍ଥିତ ମରିଚଗୁଡ଼ା ଗ୍ରାମରେ ୧୯୧୬ ଜୁନ୍‌ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୭] ୧୯୮୦ ଜୁଲାଇ ୧୯ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[୬]

ସୋରାଙ୍ଗ ସୋମପେଙ୍ଗ ଉଦ୍ଭାବନ[ସମ୍ପାଦନା]

ସଉରା ଲିପି

ସଉରା ଲିପି ଉଦ୍ଭାବନ ପାଇଁ ମରିଚଗୁଡା ଗ୍ରାମ ସନ୍ନିକଟ ପାହାଡରେ ଥିବା ମାତ୍ତାରବ୍ନମ୍ ମନ୍ଦିର ଥିଲା ତାଙ୍କର କର୍ମଭୂମି । ଲୋକକଥା ଅନୁସାରେ ସେ ସ୍ୱପ୍ନରେ ସଉରା ଲିପି ସୋରାଙ୍ଗ ସୋମପେଙ୍ଗ[୮] ୧୯୩୬ ଜୁନ ୧୮ରେ ଦେଖିଲେ ।[୯][୧୦] ଏହାପରେ ୧୯୬୬ ମସିହାରେ ସେ ଲିପିଟିର ବିକାଶ କରି ତାହାକୁ ପ୍ରକାଶ କରିଥିଲେ ।[୧୧][୧୨] । ଏହାର ପ୍ରଚାର ଓ ପ୍ରସାର ନିମିତ୍ତ ଗୁଣୁପୁର ନିକଟବର୍ତ୍ତୀ ପୂଠସାହିରେ ସେ ଏକ ଛାପାଖାନା ମଧ୍ୟ ପ୍ରତିଷ୍ଠା କରିଥିଲେ[୧୩][୧୪] ୨୦୨୦ରେ ସୋନି ସଲମା ପ୍ରିୟଦର୍ଶିନି ନାମ୍ନୀ ଜଣେ ଆଇ. ଆଇ. ଟି. ଛାତ୍ରୀ ସୋରାଙ୍ଗ ସୋମପେଙ୍ଗର ଡିଜିଟାଇଜେସନ କରିବାଦ୍ୱାରା କମ୍ପ୍ୟୁଟରରେ ଲିପି ବ୍ୟବହାର ସୁଗମ ହୋଇପାରିବ ବୋଲି ଆଶା କରାଯାଉଛି ।[୧୫]

ଆଧାର[ସମ୍ପାଦନା]

  1. "Academy of Tribal Language and culture" Archived 2016-03-04 at the Wayback Machine. Pioneers
  2. "Three Munda Script"
  3. "Google Books"
  4. ""Cyclopedia.net"". Archived from the original on 2015-04-02. Retrieved 2015-03-05.
  5. ""Freebase.com"". Archived from the original on 2015-09-24. Retrieved 2015-03-05.
  6. ୬.୦ ୬.୧ Mishra, Nilanchala (30 June 2015). "ସଉରା ସଂସ୍କୃତିର ବିକାଶରେ ଲିପିର ଭୂମିକା". Sambadepaper. Archived from the original on 5 April 2018. Retrieved 30 June 2015.
  7. "Orissa Review" June, 1999 issue
  8. "Google books" Sorang Sompeng
  9. Dash, Bimalashankar. "Akhara bramha in Metra Hill" (June 16-30 2015): 04. Retrieved 29 June 2015. {{cite journal}}: Cite journal requires |journal= (help)
  10. "Omniglot"
  11. "Government agrees to conduct survey on Saura script". New Indian Express. Express News Service. 25 March 2013. Archived from the original on 29 June 2015. Retrieved 25 June 2015.
  12. "Sora Sompeng"
  13. "The Hindu"
  14. ""ibnlive"". Archived from the original on 2013-11-13. Retrieved 2015-03-05.
  15. ""Idital"- Digitization and revival of tribal script, Sora Sompeng" (PDF). www.typoday.in. Retrieved 7 October 2020.