Jump to content

ମଙ୍ଗରାଜ ମଲ୍ଲିକ

ଉଇକିପିଡ଼ିଆ‌ରୁ
ମଙ୍ଗରାଜ ମଲ୍ଲିକ
ସାଂସଦ: ଲୋକ ସଭା
କାର୍ଯ୍ୟକାଳ
୧୯୮୯ – ୧୯୯୧
ପୂର୍ବ ଅଧିକାରୀଅର୍ଜୁନ ଚରଣ ସେଠୀ
ପର ଅଧିକାରୀଅନନ୍ତ ପ୍ରସାଦ ସେଠୀ
ନିର୍ବାଚନ ମଣ୍ଡଳୀଭଦ୍ରକ, ଓଡ଼ିଶା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1948-11-06) ୬ ନଭେମ୍ବର ୧୯୪୮ (ବୟସ ୭୬)
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀତପସ୍ୱିନୀ ମଲ୍ଲିକ (ବିବାହ: ୮ ମାର୍ଚ୍ଚ ୧୯୭୬)
ସନ୍ତାନ୧ ପୁଅ, ୪ ଝିଅ

ମଙ୍ଗରାଜ ମଲ୍ଲିକ ଜଣେ ଭାରତୀୟ ରାଜନୀତିଜ୍ଞ ।[] ସେ ୧୯୮୯ ଭାରତୀୟ ସାଧାରଣ ନିର୍ବାଚନରେ ଓଡ଼ିଶାଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇ ଭାରତର ସଂସଦର ତଳ ସଦନ ଲୋକ ସଭା୯ମ ସଭାକୁ ନିର୍ବାଚିତ ହୋଇଥିଲେ ।[][][]


ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ମଙ୍ଗରାଜ ମଲ୍ଲିକ ୧୯୪୮ ମସିହା ନଭେମ୍ବର ମାସ ୬ ତାରିଖରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ମିରଘାଟକୁଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ପିତା ହେଉଛନ୍ତି ବିନୋଦ ମଲ୍ଲିକ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିବା ପରେ ଓକିଲାତି ପଢ଼ିଥିଲେ ।[] ଏହାପରେ ସେ ଜଣେ ଜଣେ ଓକିଲ ଭାବରେ ନିଜର ପେଶା ଆରମ୍ଭ କରିଥିଲେ ଏବଂ ପରେ ସମାଜସେବା ତଥା ରାଜନୀତିରେ ଯୋଗଦାନ କରିଥିଲେ ।[] ଶ୍ରୀ ମଲ୍ଲିକ ୮ ମାର୍ଚ୍ଚ ୧୯୬୭ରେ ତପସ୍ୱିନୀ ମଲ୍ଲିକଙ୍କୁ ବିବାହ କରିଥିଲେ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ମଙ୍ଗରାଜ ମଲ୍ଲିକ ଓକିଲାତି ପେଶା ଆରମ୍ଭ କରିବା ପରେ ରାଜନୀତିରେ ଯୋଗ ଦେଇଥିଲେ । ୧୯୮୯ ମସିହା ଭାରତୀୟ ସାଧାରଣ ନିର୍ବାଚନରେ ଶ୍ରୀ ମଲ୍ଲିକ ଭଦ୍ରକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରତିନିଧି ଭାବରେ ୯ମ ଲୋକ ସଭା ପାଇଁ ନିର୍ବାଚନ ଲଢ଼ିଥିଲେ ।[] ଏହି ପ୍ରତିଦ୍ୱନ୍ଦିତାରେ ସେ ବିଜୟୀ ହୋଇ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ଯାଇଥିଲେ ଏବଂ ସେ ମନ୍ତ୍ରୀମଣ୍ଡଳରେ ମଧ୍ୟ କାର୍ଯ୍ୟ କରିଥିଲେ ।[]

  1. "Office Order" (PDF). Govt. Of Odisha. 14 December 2018. Archived from the original (PDF) on 25 September 2020. Retrieved 7 February 2019.
  2. Lok Sabha Debates. Lok Sabha Secretariat. 1990. p. 50. Retrieved 30 January 2019.
  3. The Journal of Parliamentary Information. Lok Sabha Secretariat. 1991. pp. 77–79. Retrieved 30 January 2019.
  4. Lok Sabha Debates. Lok Sabha Secretariat. 1991. p. 253. Retrieved 30 January 2019.
  5. ୫.୦ ୫.୧ ୫.୨ ୫.୩ ୫.୪ Prakash, M. "Entranceindia | Shri Mangaraj Mallik MP biodata Bhadrak-SC | Entranceindia" (in ଆମେରିକୀୟ ଇଂରାଜୀ). Archived from the original on 2022-09-20. Retrieved 2019-02-07.
  6. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (୨ୟ ed.). ଭୁବନେଶ୍ୱର: ଆମ ଓଡ଼ିଶା. p. ୨୫୦. Retrieved 7 February 2019.

ବାହାର ଆଧାର

[ସମ୍ପାଦନା]