ଭୋରାମଦେଓ ମନ୍ଦିର
ଭୋରାମଦେଓ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | କବିରଧାମ ଜିଲ୍ଲା |
ଦେବାଦେବୀ | ଶିବ |
Location | |
ସ୍ଥାନ | ଚଉରା ଗ୍ରାମ, କୱର୍ଥ ଟାଉନ |
State | ଛତିଶଗଡ଼ |
Country | ଭାରତ |
ଭୌଗଳିକ ଅବସ୍ଥିତି | 22°6′57.6″N 81°8′52.8″E / 22.116000°N 81.148000°E |
Architecture | |
Type | ନଗର ସ୍ଥାପତ୍ୟ |
Completed | ୧୦୮୯ ମସିହା |
Temple(s) | 3 |
Website | |
[୧] |
ଭୋରାମଦେଓ ମନ୍ଦିର ଶିବଙ୍କୁ ସମର୍ପିତ ଏକ ହିନ୍ଦୁ ମନ୍ଦିର ଗୁଚ୍ଛ ଯାହା ଭାରତର ଛତିଶଗଡ଼ ପ୍ରଦେଶର ଭୋରାମଦେଓ ସ୍ଥାନରେ ଅବସ୍ଥିତ ।[୧] ଏଠାରେ ଚାରୋଟି ମନ୍ଦିର ଅଛି ଯାହା ମଧ୍ୟରୁ ଗୋଟିଏ ଇଟାରେ ତିଆରି ମନ୍ଦିର ଅଛି ।[୨]
ଭୋରାମଦେଓ ମନ୍ଦିର ଏହାର ମୂଖ୍ୟ ମନ୍ଦିର ଯାହା ପଥରରେ ତିଆରି ହୋଇଛି ।[୩] ଓଡ଼ିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ଖଜୁରାହୋ ମନ୍ଦିର ସହିତ ଏହାର ସାମଞ୍ଜସ୍ୟ ଥାଇ ଉଦ୍ଦୀପକ ସ୍ଥାପତ୍ୟ ଥିବାରୁ ତାହାକୁ ଛତିଶଗଡ଼ର ଖଜୁରାହୋ ଭାବରେ ପରିଚୟ ମିଳିଛି ।[୩] ଭୋରାମଦେଓ ସ୍ଥାନରୁ ପ୍ରାୟ ଏକ କିମି ଦୂରରେ ମାଡ଼ୱା ମହଲ ବା ବିବାହ ହଲ ବା ଦୁଲହାଦେଓ ନାମକ ଏକ ସ୍ଥାନ ଅଛି ଯାହାକୁ ଭୋରାମଦେଓ ମନ୍ଦିର ଗୁଚ୍ଛରୁ ଗୋଟିଏ ଭାବରେ ଗ୍ରହଣ କରାଯାଇଛି । ଏହା ୧୩୪୯ ମସିହାରେ ନାଗବଂଶୀ ରାଜବଂଶର (Nagavanshi dynasty) ରାମଚନ୍ଦ୍ର ଦେଓଙ୍କ ରାଜତ୍ୱ ସମୟରେ ତିଆରି ହୋଇଥିଲା ଓ ସେଠାରେ ୧୬ଟି ସ୍ତମ୍ଭ ଉପରେ ଏକ ଅନନ୍ୟ ଶିବ ଲିଙ୍ଗ ତିଆରି ହୋଇଛି ।[୩]
ସ୍ଥାନ
[ସମ୍ପାଦନା]ମୈକାଳ ପର୍ବତମାଳାର (Maikal range of hills) ପାଦଦେଶର ଘନ ଜଙ୍ଗଲ ପୃଷ୍ଠଭୂମିରେ ଭାରତର ଛତିଶଗଡ଼ ପ୍ରଦେଶରେ ଥିବା ଦକ୍ଷିଣ କୌଶଳ ଇଲାକାରେ ଭୋରାମଦେଓ ମନ୍ଦିର ଗୁଚ୍ଛ ଅବସ୍ଥିତ । କବିରଧାମ ଜିଲ୍ଲାର କୱର୍ଧ ତହସିଲ ଟାଉନରୁ ୧୮ କିମି ଦୂରରେ ଏହି ମନ୍ଦିର ଅବସ୍ଥିତ ।[୩][୪] ରାୟପୁରଠାରୁ ୧୩୪ କିମି ଦୂରରେ ଏହାର ନିକଟବର୍ତ୍ତୀ ଏୟାରପୋର୍ଟ ଅଛି ଓ ଦେଶର ଅନେକ ସହର ସହିତ ରାୟପୁର ସଂଯୁକ୍ତ ହୋଇଛି । ଆଉ ମଧ୍ୟ ରାୟପୁର ସହର ମୁମ୍ବାଇ-ହାଓଡ଼ା ମୂଖ୍ୟ ରେଳପଥ ପାଖରେ ଅଛି । ନିକଟବର୍ତ୍ତୀ କୱର୍ଧ ତହସିଲ ଟାଉନରୁ ରାୟପୁର ୧୧୬ କିମି, ରାଜନନ୍ଦଗାଁ ୧୩୩ କିମି ଓ ୨୨୦ କିମି ଦୂରତାରେ ଥିବା ଜବଲପୁରକୁ ରାସ୍ତା ସୁବିଧା ଅଛି ।[୩]
କାହ୍ନା ଜାତୀୟ ପାର୍କ (Kanha National Park) ପାଖ ଦେଇ ରାୟପୁର-ମଧ୍ୟ ପ୍ରଦେଶ ହାଇୱ୍ୟେ ରାସ୍ତା ଅଛି ।[୫]
ଇତିହାସ
[ସମ୍ପାଦନା]ଏହି ମନ୍ଦିର ଗୁଚ୍ଛର ଇତିହାସ ଅଛି ଓ କଲାଚୁରି ରାଜତ୍ୱ ସମୟରେ (୧୦ମ-୧୨ଶ ଶତାବ୍ଦୀରେ ମଧ୍ୟ ପ୍ରଦେଶ, ରାଜସ୍ଥାନରେ ଏହାର ଶାସନକୁ ଚେଦି ବା ହୈହେୟା କୁହାଯାଉଥିଲା) ଥିବା ଜନଜଗିରି, କାଳଚୂରି, ନାରାୟଣପୁର ଓ ରତନପୁର ଅଞ୍ଚଳରେ ଥିବା ସ୍ଥାପତ୍ୟମାନଙ୍କର ସାମଞ୍ଜସ୍ୟ ଅଛି । ପଣ୍ଡୁ ରାଜତ୍ୱ ସମୟରେ ତିଆରି ହୋଇଥିବା ଇଟା ମନ୍ଦିରମାନଙ୍କର ଖରୋଦ, ପଲରି, ରାଜିମ ଓ ସିରପୁର ସହିତ ସାମଞ୍ଜସ୍ୟ ଅଛି ।[୨][୩] ଫଣୀନାଗ ବଂଶର ରାଜା ଲକ୍ଷଣ ଦେବ ରାୟ ଓ ଗୋପାଳ ଦେବ ଏହି ମନ୍ଦିର ତିଆରି କରେଇଥିଲେ । ଏହି ମନ୍ଦିର ଗୁଚ୍ଛର ସ୍ଥାପତ୍ୟକୁ ‘ପ୍ରସ୍ତରରେ ମନୋରମ କବିତା’ କୁହାଯାଏ ଓ ଏହାର ଶ୍ରେୟ ତାନ୍ତ୍ରିକ ସାଧନା କରୁଥିବା ରାଜାମାନଙ୍କୁ ଦିଆଯାଇଛି ଯେଉଁମାନେ ଦକ୍ଷିଣ କୋଶଳ ରାଜ୍ୟ (ଯାହା ଅଧୁନା ଛତିଶଗଡ଼ ରୂପେ ପରିଚିତ) ଶାସନ କରୁଥିଲେ । ଏହି ମନ୍ଦିର ୭ଶରୁ ୧୨ଶ ଶତାବ୍ଦୀ ମଧ୍ୟରେ ସମ୍ପନ୍ନ ହୋଇଥିଲା ।[୬] ଗଣ୍ଡ ଜନଜାତିର ଲୋକମାନେ ଶିବଙ୍କୁ ପୂଜା କରୁଥିଲେ ଓ ତାଙ୍କ ଭାଷାରେ ଶିବଙ୍କୁ ଭୋରାମଦେଓ କୁହାଯାଉଥିବାରୁ ମନ୍ଦିରକୁ ଭୋରାମଦେଓ ନାମ କରଣ ହୋଇଛି ।[୬]
ଭୋରାମଦେଓ ମନ୍ଦିର
[ସମ୍ପାଦନା]ପଥର ତିଆରି ଭୋରାମଦେଓ ମନ୍ଦିର ୧୧ଶ ଶତାବ୍ଦୀରେ[୭] ନିର୍ମିତ ହୋଇଛି ଯାହା ଖଜୁରାହୋ ମନ୍ଦିରଠାରୁ ପୁରୁଣା [୮] ଓ ଏକ ଅନିର୍ବଚନୀୟ କଳାକୃତି ଭାବରେ ସ୍ୱିକୃତ ହୋଇଛି । ଏହାର ବାହାର କାନ୍ଥରେ ଅପୂର୍ବ ଖୋଦେଇ ହୋଇଛି । ଏଠାରେ ଗୁରୁର ଶ୍ରେଣୀର ସ୍ଥାପତ୍ୟ ଦେଖାଯାଏ ଯାହା ନାଗରା ସ୍ଥାପତ୍ୟଠାରୁ ଭିନ୍ନ । ମନ୍ଦିର ଏକ ମଞ୍ଚରେ ତିଆରି ହୋଇଛି ଯାହାର ଦୈର୍ଘ୍ୟ ଓ ପ୍ରସ୍ଥ ୬୦ ଫୁଟx୪୦ ଫୁଟ[୩], ହିନ୍ଦୁ ପରମ୍ପରା ଶୈଳୀରେ ଏକ ମଣ୍ଡପ, ଅନ୍ତରାଳ, ମୂଖ୍ୟ ଗର୍ଭଗୃହ ଅଛି ଯେଉଁଠାରେ ଶିବ ଲିଙ୍ଗ ଅଛି ।[୩][୬] ଚତୁଷ୍କୋଣୀୟ ମଣ୍ଡପର ଚାରୋଟି କେନ୍ଦ୍ରୀୟ ସ୍ତମ୍ଭ ଓ ଅନ୍ୟ କେତେକ ପ୍ରାନ୍ତୀୟ ସ୍ତମ୍ଭ ମଧ୍ୟ ଅଛି । ବେଦୀଟିର ମାପ ୯x୯ ଫୁଟ ।[୩] ବେଦୀକୁ ପ୍ରବେଶ ଦ୍ୱାର ପାଖରେ ବିଷ୍ଣୁଙ୍କ ଦଶାବତାର ଓ ଶିବ ତଥା ଗଣେଶଙ୍କ ପ୍ରତିମୂର୍ତ୍ତି ଅଛି । ଗମ୍ବୁଜାକୃତି ଛାତ ଶୀର୍ଷରେ ଗୋଲାକାର କଳସ ଅଛି । ମନ୍ଦିର ପରିସରରେ ଅନେକ ଛୋଟ ଛୋଟ ମନ୍ଦିର ଅଛି ।[୫] ମୂଖ୍ୟ ପ୍ରବେଶ ଦ୍ୱାରରେ ଗଙ୍ଗା ଯମୁନାଙ୍କ ଖୋଦିତ ପ୍ରତିମୂର୍ତ୍ତି ଅଛି ।[୨] ଏହାର ଏକ ୫ ଫୁଟ ଉଚ୍ଚତା ବିଶିଷ୍ଟ ବେଦୀ ଅଛି ଯେଉଁଥିରେ ଅନେକ ହିନ୍ଦୁ ଦେବା ଦେବୀଙ୍କର ଖୋଦିତ ମୂର୍ତ୍ତି ଅଛି ।[୬] ବାହାର ଓ ଭିତର କାନ୍ଥରେ କାମସୂତ୍ର ସମ୍ପର୍କୀୟ ଚିତ୍ର ଖୋଦେଇ ହୋଇଛି । ଏଗୁଡିକ ଧାଡ଼ି ଧାଡ଼ି ହୋଇ ତିଆରି ହୋଇଛି ଓ ପ୍ରତ୍ୟେକର ଉଚ୍ଚତା ୧.୫ରୁ ୨ଫୁଟ । ମୂଖ୍ୟ ମନ୍ଦିରର ଚାରୋଟି ଅନ୍ୟ ସ୍ଥାପତ୍ୟ ଅଛି ଯାହା ଶକ୍ତ ରଖିବାରେ ସହାୟକ ହୁଏ ।[୩] ବାହାର କାନ୍ଥର ତଳ ଧାଡ଼ିରେ ସିଂହ ଓ ହାତୀ ଚିତ୍ର ଅଛି ଯାହା କଳା ଓକ୍ରେ ପଥରରେ ତିଆରି ହୋଇଛି । ମନ୍ଦିର ବାହାର ପାଖରେ ବିଷ୍ଣୁ ଓ ତାଙ୍କର ଅବତାର ଛବି ଅଛି । ମୂଖ୍ୟ ଦ୍ୱାର ଦୁଇ ପାଖରେ ଏକ ବା ଦୁଇ ଫୁଟ ଉଚ୍ଚତାର ପୌରାଣିକ ଛବି ଅଙ୍କିତ ହୋଇଛି ।[୬] ଶିଖରର ଦକ୍ଷିଣ ପାଖରେ ୬ ଭୁଜ ବିଶିଷ୍ଟ ଗଣେଶଙ୍କ ବିଗ୍ରହ ଅଛି । ଅନ୍ୟ ଏକ ପଥର ସ୍ତମ୍ଭରେ ଗରୁଡ଼ ଉପରେ ବସିଥିବା ବିଷ୍ଣୁ ଓ ଲକ୍ଷ୍ମୀଙ୍କୁ ଲୋକମାନେ ପ୍ରାର୍ଥନା କରୁଥିବା ଚିତ୍ର ଅଛି ।[୫] ମୁଖ୍ୟ ଶିବ ଲିଙ୍ଗ ପାଖରେ ଫଣା ଟେକିଥିବା ସାପ, ଗଣେଶ, ଶିବ, ରାଜା ଓ ରାଣୀଙ୍କ ପ୍ରତିମୂର୍ତ୍ତି ଅଛି । ମନ୍ଦିରର ଗମ୍ବୁଜ ଦେଖିବାକୁ ଖଜୁରାହୋ ସ୍ଥାପତ୍ୟ ଓ ମୈକାଳ ପର୍ବତମାଳା ଭଳି ଲାଗେ । ଏହାର ତୀକ୍ଷ୍ଣ ବକ୍ରତା ଓଡ଼ିଶାର ମନ୍ଦିର ଭଳି ଦେଖାଯାଏ ।[୬]
ଇସ୍ତାଲିକ ମନ୍ଦିର
[ସମ୍ପାଦନା]ମୂଖ୍ୟ ମନ୍ଦିର ପାଖରେ ଇଟା ତିଆରି ଇସ୍ତାଲିକ ମନ୍ଦିର ଅଛି । ଦ୍ୱିତୀୟ ଓ ତୃତୀୟ ଶତାବ୍ଦୀରେ ଏହା ତିଆରି ହୋଇଥିଲା । ଏହି ମନ୍ଦିର ଭଗ୍ନ ଅବସ୍ଥାରେ ଅଛି । ଗମ୍ବୁଜର ଅଧା ଭାଙ୍ଗିଯାଇଛି । ଏହି ମନ୍ଦିରରେ ଏକ ଶିବ ଲିଙ୍ଗ ଓ ଉମା ମହେଶ୍ୱରଙ୍କ ସମ୍ମୁଖରେ ରାଜା ରାଣୀ ହାତ ଯୋଡି ଠିଆ ହୋଇଥିବା ମୂର୍ତ୍ତି ଅଛି ।[୩]
ଚେରକି ମହଲ
[ସମ୍ପାଦନା]ଜଙ୍ଗଲ ମଧ୍ୟରେ ଥିବାରୁ ଏହା ସହଜରେ ଦୃଷ୍ଟିଗୋଚର ହୁଏନାହିଁ । ଏକ ଶିବ ଲିଙ୍ଗ ସେଠାରେ ଅଛି । ଛାତର ଆକାର ପଦ୍ମ ଭଳି ହୋଇଛି । ପ୍ରବେଶ ଦ୍ୱାରରେ ଅନେକ ଚିତ୍ର ଅଙ୍କିତ ହୋଇଛି ।[୫]
ମାଡ଼ୱା ମହଲ
[ସମ୍ପାଦନା]ମୂଳ ମନ୍ଦିରଠାରୁ ଏକ କିମି ଦୂରରେ ପଶ୍ଚିମ ଦିଗ ମୁହାଁ ଏହି ମନ୍ଦିରରେ ଶିବ ଲିଙ୍ଗ ଅଛି । ଏହା ଏକ ବିବାହ ମଣ୍ଡପ ଭଳି ଦେଖିବାକୁ ଅଟେ ଯାହାକୁ ସ୍ଥାନୀୟ ଭାଷାରେ ମାଡ଼ୱା କୁହାଯାଏ । ନାଗବଂଶୀ ରାଜା ରାମଚନ୍ଦ୍ର ଦେବ ଓ ହୈହୱନ ବଂଶୀ ରାଜ କୁମାରୀ ଅମ୍ବିକା ଦେବୀଙ୍କ ସହିତ ସେଠାରେ ୧୩୪୯ ମସିହାରେ ବିବାହ ସମ୍ପନ୍ନ ହୋଇଥିଲା ।[୩][୯] ଏହି ମନ୍ଦିର ଭଲ ଅବସ୍ଥାରେ ନାହିଁ । ପ୍ରବେଶ ହଲରେ ନନ୍ଦୀଙ୍କ ବିଗ୍ରହ ରହିଛି । ପ୍ରବେଶ ଦ୍ୱାର ପାଖରୁ ପାହାଚ ପଡିଛି ଉପରକୁ ଗର୍ଭ ଗୃହକୁ ଯିବାକୁ । ମନ୍ଦିରର ବାହାର କାନ୍ଥରେ ୫୪ ପ୍ରକାରର ଯୌନ ଉଦ୍ଦୀପକ ଚିତ୍ର ଅଛି । ନାଗବଂଶୀ ରାଜାମାନେ ତାନ୍ତ୍ରିକ ଥିବାରୁ ଏଭଳି ହୋଇଥିବା ବିଶ୍ୱାସ କରାଯାଏ । ପ୍ରବେଶ ପଥରେ ପରମ୍ପରାଗତ ସାଜସଜ୍ଜା ଅଛି । ମଣ୍ଡପର ଶିଖର ଓ ପ୍ରବେଶ ପଥର ସିଲିଂ ବା ଛାତ ତଳ ନଷ୍ଟ ହୋଇଯାଇଛି ଓ କିଛି ଅଂଶର ପୁନରୁତ୍ଥାନ କରାଯାଇଛି । ଗମ୍ବୁଜର ନିମ୍ନ ଭାଗରେ ସ୍ଥାନୀୟ କଳାକାରମାନେ କେତେକ ଉତ୍ତେଜକ ସ୍ଥାପତ୍ୟ ଅଙ୍କନ କରିଛନ୍ତି । ପ୍ରବେଶ ପଥରେ ନନ୍ଦୀଙ୍କର ବିଗ୍ରହ ଅଛି । ମୁଖ୍ୟ ପ୍ରବେଶ ପଥରୁ ମନ୍ଦିର ପର୍ଯ୍ୟନ୍ତ ପାହାଚ ପଡ଼ିଛି । ମନ୍ଦିର ବାହାର କାନ୍ଥରେ ୫୪ଟି କାମ ସୂତ୍ର ସମ୍ପର୍କୀୟ ଉତ୍ତେଜକ ପ୍ରତିମୂର୍ତ୍ତି ଅଛି ।
ଖୋଲା ସଂଗ୍ରହାଳୟ
[ସମ୍ପାଦନା]ମନ୍ଦିର ପରିସରରେ ଥିବା ଏକ ଖୋଲା ସଂଗ୍ରହାଳୟରେ ଉକ୍ତ ସ୍ଥାନରୁ ଖୋଳା ହୋଇ ବାହାର କରାଯାଇଥିବା ଅନେକ ପ୍ରତିମୂର୍ତ୍ତି ସଂଗୃହୀତ ହୋଇ ରଖାଯାଇଛି ଯାହା ଦ୍ୱିତୀୟ ଓ ତୃତୀୟ ଶତାବ୍ଦୀର କଳାକୃତି ମନେହୁଏ । ସେଠାରେ ସତୀ ସ୍ତମ୍ଭରେ ଆଲିଙ୍ଗନ ମୁଦ୍ରାରେ ଅନେକ ଯୋଡ଼ି ବସିଥିବା ମୂର୍ତ୍ତି ଅଛି ।[୨]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Syed Amanur Rahman; Balraj Verma (2006). The Beautiful India – Chhatisgarh. Reference Press.
- ↑ ୨.୦ ୨.୧ ୨.୨ ୨.୩ Deshpande, M.N. "Indian Archeological Survey – 1972-73" (PDF). National Informatics Center. pp. 13–14. Archived from the original (pdf) on 2016-03-04. Retrieved 2015-02-08.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ "Bhoramdeo: The Khajuraho of Chhattisgarh". National Informatics Center, Govt. of India. Archived from the original on 2009-11-25. Retrieved 2009-08-08.
- ↑ Puratan. Department of Archaeology and Museums, Madhya Pradesh. 1991. p. 43.
- ↑ ୫.୦ ୫.୧ ୫.୨ ୫.୩ "Ganesh au Chattishgarh". Ganesh, dieu de l'hindouisme. Archived from the original on 2014-09-18. Retrieved 2022-10-26.
- ↑ ୬.୦ ୬.୧ ୬.୨ ୬.୩ ୬.୪ ୬.୫ Ramaswamy, Chitra (12 April 2012). "Sheer poetry in stone". The Hindu.
- ↑ Rachna Shukul (1991). "The Saiva Images Of Bhoramdeo Temple". Puratan. Department of Archaeology and Museums, Madhya Pradesh. 8: 43–44.
- ↑ Rishad Saam Mehta (1 January 2005). Autocar India, Driving Destinations. Penguin Enterprise. p. 222. ISBN 978-0-14-400080-7.
- ↑ "Madwa Mahal". A Plaque in Hindi uploaded to Wikicommons.