ଭୁବନେଶ୍ୱର ସିଟି ବସ ସେବା

ଉଇକିପିଡ଼ିଆ‌ରୁ


ଭୁବନେଶ୍ୱର ସିଟି ବସ ସେବା ,   ଏକ ସର୍ବସାଧାରଣ ଯାତାୟତ ବସ ସେବା । ଏହା ଭାରତୀୟ ରାଜ୍ୟ ଓଡ଼ିଶାର ଭୁବନେଶ୍ୱର ସହରର ଯାତାୟତ ସୁବିଧା ପାଇଁ ଆରମ୍ଭ କରାଯାଇଛି । ଏହି ସେବା ପବ୍ଲିକ -ପ୍ରାଇଭେଟ ପାଟନରସିପ (ପି.ପି.ପି.) ଭିତ୍ତିରେ ପରିଚାଳିତ । ଏଥିରେ ଭୁବନେଶ୍ୱର-ପୁରୀ ଟ୍ରାନ୍ସପୋର୍ଟ ଲିମିଟେଡ (ବି.ପି.ଟି.ଏସ୍.ଏଲ୍) , ଦୃମ ଟୀମ ସାହାରା (ଡି.ଟି.ଏସ୍) , ଭୁବନେଶ୍ୱର ମୁନସିପାଳ କର୍ପୋରେସନ  ଓ ଭୁବନେଶ୍ୱର ଉନ୍ନୟନ କରତୃପକ୍ଷ (ବି.ଡି.ଏ) ଅଂଶୀଦାର ରହିଛନ୍ତି [୧]। ଏଥିରେ ୧୨୫ଟି ସହର ବସ ରହି ସହରର ବିଭିନ୍ନ ଅଞ୍ଚଳକୁ ସକଳ 6 ତାରୁ ରାତି 9 ତ ଯାଇ ଚଳାଚଳ କରିଥାଏ । କେତେକ ବସ ପୁରୀ , ଖୋର୍ଦ୍ଧା ଓ କଟକ ସହରକୁ ମଧ୍ୟ ଚଳାଚଳ କରେ । ଏହି ସେବା ୨୦୧୦ ମସିହାରେ ଆରମ୍ଭ ରାଯାଇଥିଲା ।୨୦୧୪ ମସିହାରେ ଏଥିରେ ବାତାନୁକୁଳିତ ବସ ସେବା ମଧ୍ୟ ଆରମ୍ଭ କରାଯାଇଥିଲା । ସାଧାରଣ ବସରେ ଏହାର ଭଡା ୫ଟଙ୍କାରୁ ଆରଭ କରି ୩୭ ଟଙ୍କା ଯାଏ ଥିବା ବେଳେ ସହର ମଧ୍ୟରେ ବତାନୁକୁଳିତ ବସରେ ଏହାର ଭଡା ୧୬ ଟଙ୍କାରୁ ୪୨ ଟଙ୍କା ଯାଏ ରହିଛି । 

ଯାତ୍ରାପଥ [ସମ୍ପାଦନା]

ଭୁବନେଶ୍ୱର ସହର ମଧ୍ୟ ଦେଇ ବର୍ତ୍ତମାନ ୧୭ଟି ବିଭିନ୍ନ ଯାତ୍ରାପଥରେ ସକାଳ ୬ ତାରୁ ରାତ୍ର ୯ ତା ଯାଏ ୧୫ରୁ ୩୦ ମିନିଟ ବ୍ଯବଧାନରେ ବସ ସବୁ ଚାଲିଥାଏ । [୨]

  •  ୨୦୭/୨୦୭A ନନ୍ଦନକାନନ-ବିଯୁପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦର 
  • ୩୦୬/୩୦୬J କଳିଙ୍ଗ ବିଶ୍ୱବିଦ୍ୟାଳୟ - ବାଳକାଟି ବଜାର 
  • ୪୦୫ ଡୁମ୍ଡୁମା -ଭି.ଏସ୍.ଏସ୍. ନଗର
  • ୫୦୪ ନାଖରା - ନୂଆଗାଁ 
  • ୬୦୩ ସାଇ ମନ୍ଦିର - କଳିଙ୍ଗ ବିହାର 
  • ୩୩୩ ଲିଙ୍ଗରାଜ ମନ୍ଦିର -ଘାଟିକିଆ 
  • ୮୦୧ ଖୋର୍ଦ୍ଧା -ମାଷ୍ଟର କେଣ୍ଟିନ 
  • ୪୧୪ ବିଜୁ ପଟ୍ଟନାୟକ ପାର୍କ( କଟକ ) -ଏ.ଜି. ଛକ 
  • ୧୭୧ ବରମୁଣ୍ଡ -ପୁରୀ
  • ୩୨୪ ବିଡାନଶୀ ( କଟକ )-ମାଷ୍ଟର କେଣ୍ଟିନ 
  • ୩୧୫ ଜି.ଜି.ପି କଲୋନୀ-ମେଫେୟାର
  • ୨୨୫  କଳିଙ୍ଗ ବିଶ୍ୱବିଦ୍ୟାଳୟ- କଳ୍ପନା ଛକ 
  • ୪୩୨ ଜଗନ୍ନାଥ ମନ୍ଦିର (ପୁରୀ) - ଲୋକନାଥ ମନ୍ଦିର ( ପୁରୀ ) 
  • ୪୫୦ ତାଲାବଣିଆ(ପୁରୀ) - ଜଗନ୍ନାଥ ମନ୍ଦିର (ପୁରୀ) 
  • ୫୨୨ ମାଷ୍ଟର କେଣ୍ଟିନ -ଚନ୍ଦକା 
  • ୫୩୧ ମାଷ୍ଟର କେଣ୍ଟିନ -ଏ.ଆଇ.ଆଇ.ଏମ୍.ସ୍. ଭୁବନେଶ୍ୱର 
  • ୧୦୮ ଗ୍ରିଡକୋ - ଜଗନ୍ନାଥ ମନ୍ଦିର (ପୁରୀ)

ବାହାର ଲିଙ୍କ[ସମ୍ପାଦନା]

  1. https://www.dtsodisha.com/ Archived 2017-01-18 at the Wayback Machine.
  2. https://www.dtsodisha.com/schedules.php Archived 2017-02-11 at the Wayback Machine.

ଅଧାର[ସମ୍ପାଦନା]

  1. BMC (40%), BDA (40%), OSRTC (10%), PKDA (5%) and Puri Municipality (5%)http://bmc.gov.in/CityBusServices.aspx.
  2. http://www.orissalinks.com/orissagrowth/archives/5261