ଭି. କେ. ଶଶିକଳା

ଉଇକିପିଡ଼ିଆ‌ରୁ
ଭି. କେ. ଶଶିକଳା‌
ବିବେକାନନ୍ଦନ କୃଷ୍ଣବେଣୀ ଶଶିକଳା
ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ର କଳଗମର ସାଧାରଣ ସଭାପତି
କାର୍ଯ୍ୟକାଳ
29 ଡିସେମ୍ବର 2016 (2016-12-29) – 12 ସେପ୍ଟେମ୍ବର 2017 (2017-09-12)
ପୂର୍ବ ଅଧିକାରୀଜୟଲଳିତା
ବ୍ୟକ୍ତିଗତ ସବିଶେଷ
ଜନ୍ମ
ବିବେକାନନ୍ଦନ କୃଷ୍ଣବେଣୀ ଶଶିକଳା

(1954-08-18) ୧୮ ଅଗଷ୍ଟ ୧୯୫୪ (ବୟସ ୬୯)
ତିରୁତୁରାଇପୁଣ୍ଡି, ତିରୁଭାରୁର, ମାଡ୍ରାସ ରାଜ୍ୟ
(ଆଧୁନିକ ତାମିଲନାଡୁ), ଭାରତ
ଜାତୀୟତାଭାରତୀୟ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ର କଳଗମ (୧୯୮୦ଶ-୨୦୧୭)
ଜୀବନ ସାଥୀ
ଏମ. ନଟରାଜନ
(m. ୧୯୭୩; death ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ବାପା/ବୋଉ
  • ବିବେକାନନ୍ଦନ ସାଲୁଭାର
  • କୃଷ୍ଣବେଣୀ
ସମ୍ପର୍କୀୟଟି.ଟି.ଭି. ଦୀନକରନ
(ପୁତୁରା)

ବିବେକାନନ୍ଦନ କୃଷ୍ଣବେଣୀ ଶଶିକଳା (ଜନ୍ମ: ୧୮ ଅଗଷ୍ଟ ୧୯୫୪; ବିବାହ ପରର ନାମ ଶଶିକଳା ନଟରାଜନ ନାମରେ ମଧ୍ୟ ଜଣାଶୁଣା) ଜଣେ ଭାରତୀୟ ବ୍ୟବସାୟୀ ତଥା ରାଜନେତା । ସେ ତାମିଲନାଡୁର ଅଲ ଇଣ୍ଡିଆ ଆନ୍ନା ଦ୍ରାବିଡ଼ ମୁନ୍ନେତ୍ରା କାଳଗାମର (ଏଆଇଏଡିଏମକେ) ଜାତୀୟ ସଭାପତି ଭାବରେ କାର୍ଯ୍ୟ କରିଥିଲେ । ସେ ତାମିଲନାଡୁର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଓ ୧୯୮୯ରୁ ୨୦୧୬ ପର୍ଯ୍ୟନ୍ତ ଏଆଇଏଡିଏମକେର ମୁଖ୍ୟା ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଥିଲେ ଏବଂ ସ୍ୱର୍ଗତ ଲେଖକ ତଥା ରାଜନେତା ଏମ। ନାଟାରାଜନଙ୍କ ପତ୍ନୀ | ଜୟଲଳିତାଙ୍କ ମୃତ୍ୟୁ ପରେ ଦଳର ସାଧାରଣ ପରିଷଦ ତାଙ୍କୁ ଏଆଇଏଡିଏମକେର ସେକ୍ରେଟାରୀ ଜେନେରାଲ ଭାବରେ ମନୋନୀତ କରିଥିଲା । କିନ୍ତୁ ୨୦୧୭ ସେପ୍ଟେମ୍ବରରେ ତାଙ୍କୁ ଦଳର ଏହି ପଦରୁ ବହିଷ୍କାର କରାଯାଇଥିଲା ।[୧][୨] ସେଟିଟି ଭି ଦିନକରନଙ୍କ ଖୁଡୀ ଓ ଦିନକରନଙ୍କ ସହ ମିଶି ବହିଷ୍କୃତ ହେବା ପରେ ୨୦୧୮ ମସିହାରେ ଆମ୍ମା ମକ୍କାଲ ମୁନ୍ନେତ୍ରା କାଳାଗମ (ଏଏମଏମକେ) ଗଠନ କରିଥିଲେ । ଶଶିକଳା ଏହି ଦଳର ସଭାପତି ଏବଂ ଦିନକରନ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ ।

ବ୍ୟକ୍ତିଗତ ଜୀବନ

ଶଶିକଳାଙ୍କ ଚେନ୍ନାଇର ଏକ ତାମିଲ ପରିବାରରେ ୧୯୫୪ ମସିହା ଅଗଷ୍ଟ ୧୮ ତାରିଖରେ ଜନ୍ମନେଇଥିଲେ । ତାଙ୍କ ପରିବାର ପରେ ମନ୍ନାରଗୁଡ଼ିକୁ ଚାଲିଯାଇଥିଲେ ।[୩][୪] ସେ ଏମ ନଟରାଜନଙ୍କୁ ବିବାହ କରିଥିଲେ । ଶଶିକଳା ତିନି ଦଶନ୍ଧି ଧରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଅବିଚ୍ଛେଦ୍ୟ ବନ୍ଧୁ ଥିଲେ । ପ୍ରାରମ୍ଭରେ ସେ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କାର୍ଯ୍ୟକ୍ରମରେ ଫଟୋଗ୍ରାଫି କାର୍ଯ୍ୟ କରୁଥିଲେ ଏବଂ ସେହିଠାରୁ ସେ ଜୟଲଳିତାଙ୍କର ଏକ ବିଶେଷ ବନ୍ଧୁ ହୋଇଥିଲେ । ଶଶିକଳା ଜୟଲଳିତାଙ୍କ ସଂଷ୍ପର୍ଶରେ ଆସିବା ପୂର୍ବରୁ ଏକ ଫଟୋଗ୍ରାଫି ଷ୍ଟୁଡିଓ ଚଳାଉ ଥିଲେ ଏବଂ ବିବାହ ଓ କାର୍ଯ୍ୟକ୍ରମରେ ଫଟୋଗ୍ରାଫି କରୁଥିଲେ । ଶଶିକଳାଙ୍କ ସ୍ୱାମୀ ମରୁଥପ୍ପା ନଟରାଜନଙ୍କ ୧୯ ମାର୍ଚ୍ଚ ୨୦୧୮ରେ ଦେହାନ୍ତ ହୋଇଥିଲା ।[୫]

ରାଜନୈତିକ ଜୀବନ

ଶଶିକଳାଙ୍କୁ ଜୟଲଳିତାଙ୍କ ସହ ୭ ଡିସେମ୍ବର ୧୯୯୬ରେ ଗିରଫ କରାଯାଇଥିଲା ଏବଂ କଲର ଟିଭି ସ୍କାମ ମାମଲାରେ ତାଙ୍କୁ ୩୦ ଦିନ ପାଇଁ ତାଙ୍କୁ ନ୍ୟାୟିକ ଜେଲକୁ ପଠାଇ ଦିଆଯାଇଥିଲା ।[୬] ମୁଖ୍ୟମନ୍ତ୍ରୀ ଭାବରେ ଜୟଲଳିତାଙ୍କ ତିନୋଟି କାର୍ଯ୍ୟକାଳ ମଧ୍ୟରେ ଶଶିକଳା ଜୟଲଳିତାଙ୍କଦ୍ୱାରା ଜମା ହୋଇଥିବା ବିପୁଳ ପରିମାଣର ସମ୍ପତ୍ତି ଲୁଟିନେଇ ଥିବା ଅଭିଯୋଗ ହୋଇଥିଲା । ୨୦୧୭ ଫେବୃଆରୀ ୧୪ରେ ଶଶିକଳାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ବାଙ୍ଗାଲୋର ପାରପାନା ଜେଲରେ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା ଏବଂ ଆତ୍ମସମର୍ପଣ କରିବା ପାଇଁ ୨୪ ଘଣ୍ଟା ସମୟ ଦିଆଯାଇଥିଲା । ଏହାପରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ହେବା ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ । ଜାନୁଆରୀ ୨୦୨୧ ମସିହାରେ ତାଙ୍କୁ ମୁକ୍ତ କରାଯାଇଥିଲା ଏବଂ ମାର୍ଚ୍ଚ ମାସରେ ସେ ରାଜନୀତି ଛାଡିବା ବାବଦରେ ଘୋଷଣା କରିଥିଲେ ।

ଅନୁପଯୁକ୍ତ ସମ୍ପତ୍ତି ମାମଲା

ଅନୁପଯୁକ୍ତ ସମ୍ପତ୍ତି ମାମଲାରେ ସୁପ୍ରିମକୋର୍ଟ ଶଶିକଳାଙ୍କୁ ଚାରି ବର୍ଷ ଦଣ୍ଡିତ କରିବା ପରେ ଶଶିକଳା ୧୫ ଫେବୃଆରୀ ୨୦୧୭ ମସିହାରେ ବାଙ୍ଗାଲୋର ଟ୍ରାଏଲ କୋର୍ଟରେ ଆତ୍ମସମର୍ପଣ କରିଥିଲେ ଯେଉଁଠାରେ ତାଙ୍କୁ ୧୦୭୧୧ କଏଦୀ ନମ୍ବର ଦିଆଯାଇଥିଲା ।[୭] ଏଥି ସହିତ ତାଙ୍କ ଉପରେ ଦଶ କୋଟି ଟଙ୍କା ଜୋରିମାନା ମଧ୍ୟ ଦିଆଯାଇଛି ।

ମିଡିଆ

୨୦୧୭ ମସିହାରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଶଶିକଳାଙ୍କର ପ୍ରାରମ୍ଭିକ ଜୀବନ ଏବଂ ତାମିଲନାଡୁ ରାଜନୀତିରେ ପ୍ରବେଶ କରିବା ପାଇଁ ସେ କରିଥିବା ପ୍ରୟାସ ବାବଦରେ ଏକ ଚଳଚ୍ଚିତ୍ର ପାଇଁ ଯୋଜନା କରୁଛନ୍ତି ବୋଲି ଘୋଷଣା କରିଥିଲେ।[୮]

ଆଧାର

  1. "AIADMK unanimously elects Sasikala as the party general secretary". New Indian Express. 29 December 2016. Archived from the original on 6 February 2023. Retrieved 19 December 2017.
  2. "Sasikala has accepted AIADMK general secretary post, Paneerselvam says". Julie Mariappan. The Times of India. 29 December 2016. Retrieved 19 December 2017.
  3. "How Sasikala and 'Mannargudi mafia' strengthened clout in Tamil Nadu power play".
  4. "The rise of Chinnamma". India Today (in ଇଂରାଜୀ). Retrieved 2020-12-04.
  5. http://www.navabharat.com/शशिकला-के-पति-मरुथप्पा-का.html[dead link]
  6. Menon, Amarnath K.; G.C., Shekar (31 December 1998). "Booty queen". India Today. Retrieved 2015-11-03.
  7. "संग्रहीत प्रति". Archived from the original on 16 February 2017. Retrieved 15 February 2017.
  8. "With VK Sasikala in jail, Ram Gopal Varma unveils the poster of his next film, Sashikala". FirstPost.