ଭାସ୍କୁଲାର ଅର୍ବୁଦ

ଉଇକିପିଡ଼ିଆ‌ରୁ
ଭାସ୍କୁଲାର ଅର୍ବୁଦ
A hemangioma, a benign type of vascular tumor
ଉଚ୍ଚାରଣ
  • VAS-kyoo-ler TOO-mer[୧]
ବିଭାଗOncology
ଲକ୍ଷଣBleeding, pain[୨]
ସଠିକ ରୋଗ ନିର୍ଣ୍ଣୟVascular malformations[୩]
ଚିକିତ୍ସାObservation, beta blockers, photocoagulation, embolization, surgery, radiation therapy, chemotherapy[୪]
ପୁନଃପୌନିକInfantile hemangiomas 5%, others rare[୨]

ଭାସ୍କୁଲାର ଅର୍ବୁଦ ବା ରକ୍ତ-ଲସିକା ନଳୀ ଟ୍ୟୁମର ହେଉଛି ଏକ ପ୍ରକାର ଅର୍ବୁଦ ଯାହା ରକ୍ତନଳୀ ବା ଲସିକା ନଳୀରେ ଥିବା କୋଷମାନଙ୍କରୁ ସୃଷ୍ଟି ହୁଏ | [୧] ପ୍ରାୟ ୩୦% କ୍ଷେତ୍ରରେ ସେଗୁଡ଼ିକ ଜନ୍ମ ସମୟରେ ଦୃଶ୍ୟମାନ ହେଉଥିବାବେଳେ ଅବଶିଷ୍ଟାଂଶ ମଧ୍ୟରୁ ଅଧିକାଂଶ ପିଲାଦିନେ ସୃଷ୍ଟି ହୁଏ | [୩] ଅନେକେ ଅର୍ବୁଦ ବୃଦ୍ଧି ହେବା ପରେ ସ୍ୱତଃ ପ୍ରବୃତ୍ତ ଭାବରେ ଉପଶମ ହୋଇଯାଏ | [୩] ଏହାର ଲକ୍ଷଣରେ ଯନ୍ତ୍ରଣା ବା ରକ୍ତସ୍ରାବ ହୋଇପାରେ | [୨] କେତେକ ପ୍ରକାରର ଜଟିଳତାରେ ରକ୍ତ ଜମାଟ ବାନ୍ଧିବାରେ ସମସ୍ୟା ହୁଏ । [୫]

ସବୁଠାରୁ ସାଧାରଣ ପ୍ରକାର ହେଉଛି ଇନଫାଣ୍ଟାଇଲ ହେମାଞ୍ଜିଓମା | [୩] ଅନ୍ୟାନ୍ୟ ପ୍ରକାରର ଏହି ଧରଣର ରୋଗମାନଙ୍କର ନାମ ଯଥାକ୍ରମେ ଜନ୍ମଗତ ହେମାଞ୍ଜିଓମା, ଲିମ୍ଫାଞ୍ଜିଓମା, ଟଫ୍ଟ ହେମାଞ୍ଜିଓମା, ପାୟୋଜେନିକ ଗ୍ରାନୁଲୋମା, ଆଞ୍ଜିଓଫାଇବ୍ରୋମା, ଲିମ୍ଫାଞ୍ଜିଓମା, ହେମାଞ୍ଜିଓଏଣ୍ଡୋଥେଲିଓମା, କାପୋସି ସାର୍କୋମା ଏବଂ ଅଞ୍ଜିଓସାର୍କୋମା । [୩] [୨] ଏହି ରୋଗମାନ ବିନାଇନ ବା ମାଲିଗନାଣ୍ଟ ହୋଇପାରନ୍ତି । [୧] ରୋଗୀ ପରିକ୍ଷା, ଡାକ୍ତରୀ ଇମେଜିଙ୍ଗ ଓ ବେଳେ ବେଳେ ବାୟିପ୍ସି କରି ରୋଗ ନିର୍ଣ୍ଣୟ କରାଯାଏ । [୬]

ନିର୍ଦ୍ଦିଷ୍ଟ ପ୍ରକାରର ଟ୍ୟୁମର ଉପରେ ଚିକିତ୍ସା ନିର୍ଭର କରେ | [୬] ବିକଳ୍ପ ଚିକିତ୍ସାରେ ପର୍ଯ୍ୟବେକ୍ଷଣଠାରୁ ଆରମ୍ଭ କରି ବିଟା ବ୍ଲକର, ସ୍ଟିରଏଡ, ଫୋଟୋକୋଆଗୁଲେସନ, ଏମ୍ବୋଲାଇଜେସନ, ଶଲ୍ୟ ଚିକିତ୍ସା, ରାଡିଏସନ ଥେରାପି ବା କେମୋଥେରାପି ଦିଆଯାଏ | [୬] ଯନ୍ତ୍ରଣା ଉପଶମ ନିମନ୍ତେ NSAIDଗୁଡ଼ିକ ବ୍ୟବହୃତ ହୋଇପାରେ | [୬]

ପ୍ରାୟ ୫% ଶିଶୁଙ୍କର ଇନଫାଣ୍ଟାଇଲ ହେମାଞ୍ଜିଓମା ହୁଏ | [୨] ଅନ୍ୟ ଭାସ୍କୁଲାର ଟ୍ୟୁମର୍ ବିରଳ ଅଟେ। [୨] ଭାସ୍କୁଲାର ଟ୍ୟୁମରର ପ୍ରାୟ ୪% ଲିମ୍ଫାଞ୍ଜିଓମା ଥାଏ | [୭] ଭାସ୍କୁଲାର ଟ୍ୟୁମରକୁ ଐତିହାସିକ ଭାବରେ "ଜନ୍ମ ଚିହ୍ନ" ଭାବରେ ବର୍ଣ୍ଣନା କରାଯାଇଥିଲା | [୩] ୧୮୮୦ ଶତକର ମଧ୍ୟ ଭାଗରେ ରୁଡୋଲ୍ଫ ସର୍ବ ପ୍ରଥମେ ଏହାର ଶ୍ରେଣୀବିଭାଗ କରିଥିଲେ କିନ୍ତୁ ପ୍ରଚଳିତ ଶ୍ରେଣୀବିଭାଗ ସିଷ୍ଟମ୍ ମୂଳତଃ ୧୯୮୨ ମସିହାରେ ପ୍ରସ୍ତାବିତ ହୋଇଥିଲା ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "NCI Dictionary of Cancer Terms". National Cancer Institute (in ଇଂରାଜୀ). 2 February 2011. Retrieved 15 November 2019.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Childhood Vascular Tumors Treatment (PDQ®)–Health Professional Version - National Cancer Institute". www.cancer.gov (in ଇଂରାଜୀ). 28 January 2016. Retrieved 24 February 2021.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ Sepulveda, A; Buchanan, EP (May 2014). "Vascular tumors". Seminars in plastic surgery. 28 (2): 49–57. doi:10.1055/s-0034-1376260. PMID 25045329.
  4. "Childhood Vascular Tumors Treatment (PDQ®)–Patient Version - National Cancer Institute". www.cancer.gov (in ଇଂରାଜୀ). 23 May 2016. Retrieved 24 February 2021.
  5. Johnson, EF; Davis, DM; Tollefson, MM; Fritchie, K; Gibson, LE (April 2018). "Vascular Tumors in Infants: Case Report and Review of Clinical, Histopathologic, and Immunohistochemical Characteristics of Infantile Hemangioma, Pyogenic Granuloma, Noninvoluting Congenital Hemangioma, Tufted Angioma, and Kaposiform Hemangioendothelioma". The American Journal of Dermatopathology. 40 (4): 231–239. doi:10.1097/DAD.0000000000000983. PMID 29561329.
  6. ୬.୦ ୬.୧ ୬.୨ ୬.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; PQI2021Pt ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. DeLong, Leslie; Burkhart, Nancy W. (2007). General and Oral Pathology for the Dental Hygienist (in ଇଂରାଜୀ). Lippincott Williams & Wilkins. p. 417. ISBN 978-0-7817-5546-7.