ଭାସ୍କରେଶ୍ୱର ମନ୍ଦିର
| ଭାସ୍କରେଶ୍ୱର ମନ୍ଦିର | |
|---|---|
| Religion | |
| ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
| ଦେବାଦେବୀ | ଭଗବାନ ଶିବ |
| Location | |
| ସ୍ଥାନ | ଭୁବନେଶ୍ୱର |
| State | ଓଡ଼ିଶା |
| Country | ଭାରତ |
| Architecture | |
| Completed | ଦ୍ୱାଦଶ ଶତାବ୍ଦୀ |
| Temple(s) | ୧ |
ଭାସ୍କରେଶ୍ୱର ମନ୍ଦିର ଭୁବନେଶ୍ୱରରେ ଥିବା ଏକ ଶୈବ ମନ୍ଦିର ଅଟେ । ଏହା ଗଙ୍ଗବଂଶୀୟ ରାଜାଙ୍କଦ୍ୱାରା ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ।
ଅବସ୍ଥିତି
[ସମ୍ପାଦନା]ଭୁବନେଶ୍ୱରର ରବିଟକିସ ଛକରୁ ଦୟାନଦୀ ଦିଗରେ ଯାଇଥିବା ଟଙ୍କପାଣି ରୋଡ଼ର ବାମ ପାର୍ଶ୍ୱରେ ଭାସ୍କରେଶ୍ୱର ମନ୍ଦିର ଅବସ୍ଥିତ । ରବିଟକିସ ଛକରୁ ଏହାର ଦୂରତା ପ୍ରାୟ ୧.୫ କିଲୋମିଟର । ଏହା ନିକଟରେ ବ୍ରହ୍ମେଶ୍ୱର ମନ୍ଦିର ରହିଛି ।
ସ୍ଥାପତ୍ୟ
[ସମ୍ପାଦନା]ଭାସ୍କରେଶ୍ୱର ମନ୍ଦିର ଏକ ଦ୍ୱିତଳୀୟ ମନ୍ଦିର ଅର୍ଥାତ ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ଶୈଳୀଠାରୁ ଭିନ୍ନ । ଏହାର ପିଢ଼ା ବିମାନ ରହିଛି । ମନ୍ଦିର ଗର୍ଭଗୃହରେ ୨.୭୪ ମିଟର (ପ୍ରାୟ ୯ ଫୁଟ) ଉଚ୍ଚତାର ଶିବଲିଙ୍ଗ ରହିଛି,[୧] ଯାହାଙ୍କୁ ମନ୍ଦିରର ଉଭୟ ତଳରୁ ଦେଖିହେବ । ମନ୍ଦିରର ଉତ୍ତର ଦିଗରେ ଥିବା ଏକ ଶିଡ଼ିଦ୍ୱାରା ଦ୍ୱିତୀୟ ତଳକୁ ଯାଇହୁଏ । ପ୍ରଥମ ତଳରେ ବାହାରକୁ ଯିବାକୁ ଚାରିଦିଗରେ ଚାରିଟି ବାଟ ରହିଛି । ମନ୍ଦିରର ଉଭୟ ତଳ ପଞ୍ଚରଥ ଶୈଳୀରେ ନିର୍ମିତ । ପାର୍ଶ୍ୱଦେବତା ଭାବେ ଗଣେଶ, କାର୍ତ୍ତିକେୟ ଏବଂ ପାର୍ବତୀ ଅବସ୍ଥିତ । ସ୍ଥାନୀୟ ଲୋକଙ୍କ ବିଶ୍ୱାସାନୁଯାୟୀ ଶିବଲିଙ୍ଗର ପ୍ରତ୍ୟହ ଆକାର ବୃଦ୍ଧି ଘଟୁଛି ।[୨]