ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା
ଦେଖଣା
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
| ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା | |
|---|---|
| ଲେଖକ | ପ୍ରଫୁଲ୍ଲ କୁମାର ମହାନ୍ତି |
| ମଲାଟ ଚିତ୍ରକର | ଦିନନାଥ ପାଠୀ |
| ଦେଶ | |
| ଭାଷା | ଓଡ଼ିଆ |
| ବିଭାଗ | ପ୍ରବନ୍ଧ ସଙ୍କଳନ |
| ପ୍ରକାଶକ | ଜ୍ଞାନଯୁଗ |
| ପ୍ରକାଶ ତାରିଖ | ୨୦୦୦ |
| ପୃଷ୍ଠା | ୨୩୩ |
ଭାରତୀୟ ସଂସ୍କୃତି ଓ ଶ୍ରୀମଦ ଭଗବତ ଗୀତା ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ରଚିତ ଏକ ପ୍ରବନ୍ଧ ସଙ୍କଳନ ।[୧] ଲେଖକ ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଏଥି ପାଇଁ ୨୦୦୪ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨]
ପୁସ୍ତକଟିରେ ଲେଖକ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସଂସ୍କୃତିକୁ ତୁଳନାକରି, ପ୍ରାଚ୍ୟ ସଂସ୍କୃତିର ଯଥାର୍ଥତା ଦର୍ଶାଇଛନ୍ତି । ମଣିଷ ଜୀବକାଳରେ କିପରି ସ୍ୱର୍ଗୀୟ ଆନନ୍ଦ ଲାଭକରିବ, ତାହା ମଧ୍ୟ ବୁଝାଇଛନ୍ତି । ଜଣେ ଭାରତୀୟ ଭାବରେ ନିଜ ସଂସ୍କୃତି ଓ ସଭ୍ୟତା ପ୍ରତି ଲେଖକର ଗର୍ବିତ ଅନୁଭବ ଏହି ପୁସ୍ତକରୁ ବାରିହୁଏ । ପୁସ୍ତକଟି ଜ୍ଞାନଯୁଗ ପ୍ରକାଶନଦ୍ୱାରା ୨୦୦୦ମସିହାରେ ପ୍ରକାଶ ପାଇଥିଲା । ୨୩୩ ପୃଷ୍ଠାର ଏହି ବହିର କଭର ଡିଜାଇନ ଦିନନାଥ ପାଠୀ କରିଥିଲେ । [୩]
ଆଧାର
[ସମ୍ପାଦନା]- ↑ Goa Akademi, Panaji (2008). Travel writing in India. Sahitya Akademi. ISBN 978-81-260-2598-5.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2021-09-22. Retrieved 2018-02-17.
{{cite web}}: Cite has empty unknown parameter:|1=(help)