ଭାରତରେ ଭୂମିକମ୍ପ ପ୍ରବଣ ଅଞ୍ଚଳ
ଭାରତୀୟ ଉପମହାଦେଶ ଅତୀତରେ ଅନେକ ଧ୍ୱଂସକାରୀ ଭୂମିକମ୍ପର ସମ୍ମୁଖୀନ ହୋଇଛି । ଉଚ୍ଚ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପର ମୁଖ୍ୟ କାରଣ ହେଉଛି ଭାରତୀୟ-ପ୍ଲେଟ, ଏସିଆ ଭିତରକୁ ପ୍ରତିବର୍ଷ ପ୍ରାୟ ୪୭ ମି.ମି. ହାରରେ ପଶିଚାଲିଛି ।[୧] ଭାରତର ଭୌଗଳିକ ପରିସଂଖ୍ୟାନ କହୁଛି ଯେ ପାଖାପାଖି ୫୪% ଭାଗ ଅଞ୍ଚଳ ଭୂମିକମ୍ପ ପ୍ରବଣ । ବିଶ୍ୱ ବ୍ୟାଙ୍କ ଓ ମିଳିତ ଜାତିସଙ୍ଘର ରିପୋର୍ଟ ଅନୁସାରେ ପାଖାପାଖି ୨୦୦ ନିୟୁତ ନଗରବାସୀ ୨୦୫୦ ସୁଧା ଝଡ଼ ଓ ଭୂମିକମ୍ପର ସମ୍ମୁଖୀନ ହେବେ । [୨] ଭାରତୀୟ ଭୂମିକମ୍ପ ପ୍ରତିରୋଧ ଗଠନ କୋଡ଼ରେ [IS 1893 (Part 1) 2002] ଥିବା ଭାରତର ନବୀନତମ ଭୂକମ୍ପୀୟ ମଣ୍ଡଳୀକରଣ ମାନଚିତ୍ର, ଭାରତରେ ଭୂମିକମ୍ପର ପ୍ରଭାବ ଅନୁସାରେ ଚାରି ପ୍ରକାରର ଭୂମିକମ୍ପୀୟ ମଣ୍ଡଳର ବ୍ୟବସ୍ଥା କରିଛି । ଅନ୍ୟ ଭାଷାରେ କହିବାକୁ ଗଲେ, ଭାରତୀୟ ଭୂକମ୍ପୀୟ ମଣ୍ଡଳୀକରଣ ମାନଚିତ୍ର, ଭାରତକୁ ଚାରିଗୋଟି ଭୂକମ୍ପୀୟ ମଣ୍ଡଳରେ ବିଭକ୍ତ କରିଛି (ମଣ୍ଡଳ ୨, ୩, ୪ ଓ ୫), ଏହା ଏହାର ପୂର୍ବ ମାନଚିତ୍ରଠାରୁ ଭିନ୍ନ ଯେଉଁଥିରେ ଦେଶପାଇଁ ପାଞ୍ଚଟି କିମ୍ବା ଛ'ଟି ମଣ୍ଡଳ ରହୁଥିଲା । ବର୍ତ୍ତମାନ ବ୍ୟବହୃତ ମଣ୍ଡଳୀକରଣ ବ୍ୟବସ୍ଥା ଅନୁଯାୟୀ ମଣ୍ଡଳ-୫ ସବୁଠାରୁ ଅଧିକ ଭୂମିକମ୍ପ ପ୍ରବଣ ହୋଇଥିବା ବେଳେ ମଣ୍ଡଳ-୨ ସବୁଠାରୁ କମ ଭୂମିକମ୍ପ ପ୍ରବଣ ଅଟେ । India Meteorological Department ୱେବସାଇଟରୁ ଆମକୁ ସବୁଠାରୁ ନବୀନତମ ଭୂକମ୍ପୀୟ ମଣ୍ଡଳର ମାନଚିତ୍ର ମିଳିପାରିବ ।
ବିଭିନ୍ନ ଭୂକମ୍ପୀୟ ମଣ୍ଡଳ ସହ ବିଶେଷତଃ ଲେଖା ଯାଉଥିବା ଏମଏସକେ (MSK : Medvedev-Sponheuer-Karnik) ତୀବ୍ରତା ହେଉଛି ୬ (କିମ୍ବା ତା'ଠାରୁ କମ), ୭, ୮, ୯ (କିମ୍ବା ତାହାଠାରୁ ଅଧିକ) ଯଥାକ୍ରମେ ମଣ୍ଡଳ ୨, ୩, ୪ ଓ ୫ ପାଇଁ । (Maximum Considered Earthquake (MCE) ସଦୃଶ) ଭାରତୀୟ ମାନକ କୋଡ଼ (IS code) ଦ୍ୱୟ ଗଠନ ପନ୍ଥା (dual design philosophy) ଅନୁସରଣ କରେ : (କ) କମ ସମ୍ଭାବ୍ୟ ବା ଭୟଙ୍କର ଭୂମିକମ୍ପ ଘଟଣା (MCE) ଗୁଡିକରେ ସ୍ଥାପତ୍ୟ ସଂପୂର୍ଣ୍ଣ ରୂପେ ଧ୍ୱଂସ ପାଇନଥିବ । (ଖ) ବାରମ୍ବାର ହେଉଥିବା ଭୂମିକମ୍ପ ଘଟଣା ଗୁଡ଼ିକରେ ସ୍ଥାପତ୍ୟ ଢାଞ୍ଚାର ଅଳ୍ପ କ୍ଷତି ହୋଇଥିବ ।
ପ୍ରତ୍ୟେକ ମଣ୍ଡଳ ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଭୂମିକମ୍ପର ପ୍ରଭାବ ସମ୍ପର୍କରେ ସୂଚନା ଦେଇଥାଏ ଓ ଏହା ସାଧାରଣତଃ ପ୍ରଭାବିତ କ୍ଷେତ୍ରର ଅବଲୋକନ ଉପରେ ନିର୍ଭର କରେ । ଏହାକୁ ମଧ୍ୟ କିଛି ସ୍କେଲ ଯଥା : Modified Mercalli intensity scale [୩] ଏବଂ the Medvedev-Sponheuer-Karnik scale [୪]ଦ୍ୱାରା ବ୍ୟାଖ୍ୟା କରାଯାଇପାରିବ ।
ମଣ୍ଡଳ-୫
[ସମ୍ପାଦନା]ମଣ୍ଡଳ-୫ରେ ଅଧିକ ବିପଦ ସଙ୍କୁଳ ମଣ୍ଡଳ ଯାହାକି MSK IX ବା ତା'ଠାରୁ ଅଧିକ ତୀବ୍ରତା ବିଶିଷ୍ଟ ଭୂମିକମ୍ପଦ୍ୱାରା ପ୍ରଭାବିତ ହୋଇଥାଏ । ଭାରତୀୟ ମାନକ କୋଡ଼ (IS code) ମଣ୍ଡଳ-୫ ପାଇଁ ୦.୩୬ର ମଣ୍ଡଳ କାରକ (zone factor) ସ୍ଥିର କରିଛି । ବିଭିନ୍ନ ସ୍ଥାପତ୍ୟ ଯନ୍ତ୍ରୀ ମାନେ, ଭୂମିକମ୍ପ ନିରୋଧ ଢାଞ୍ଚା ଗଢିବା ପାଇଁ ଏହି କାରକକୁ ବ୍ୟବହାର କରନ୍ତି ।
କାଶ୍ମୀର, ପଞ୍ଜାବ, ପଶ୍ଚିମ ଓ କେନ୍ଦ୍ରୀୟ ହିମାଳୟ, ଉତ୍ତର-ପୂର୍ବ ଭାରତୀୟ ଅଞ୍ଚଳ ଓ କଚ୍ଛ ଏହି ମଣ୍ଡଳ ଅନ୍ତର୍ଗତ ଅଟନ୍ତି ।
ସାଧାରଣତଃ trap କିମ୍ବା basaltic ଶିଳା ଥିବା ଅଞ୍ଚଳଗୁଡ଼ିକ ଅଧିକ ଭୂମିକମ୍ପ ପ୍ରବଣ ଅଟନ୍ତି ।
ମଣ୍ଡଳ-୪
[ସମ୍ପାଦନା]ଏହାକୁ ଉଚ୍ଚ କ୍ଷୟକ୍ଷତି ବିପଦ ମଣ୍ଡଳ (High Damage Risk Zone) କୁହାଯାଏ ଓ ଏଥିରେ MSK VIII ସମ୍ଭାବନା ଥିବା ଅଞ୍ଚଳ ଅନ୍ତର୍ଗତ । ଏହି ମଣ୍ଡଳ ପାଇଁ ଭାରତୀୟ ମାନକ କୋଡ଼, ୦.୨୪ର ମଣ୍ଡଳ-କାରକ ସ୍ଥିର କରିଛି । ଗଙ୍ଗୀୟ ସମତଳ ଅଞ୍ଚଳ (Indo-Gangetic basin) ଓ ରାଜଧାନୀ ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର ଏହି ମଣ୍ଡଳ ଅନ୍ତର୍ଭୁକ୍ତ ।
ମଣ୍ଡଳ-୩
[ସମ୍ପାଦନା]ଆଣ୍ଡାମନ ଓ ନିକୋବର ଦ୍ୱୀପପୁଞ୍ଜ, କାଶ୍ମୀରର କିଛି ଅଂଶ, ହିମାଳୟର ପଶ୍ଚିମ ପାର୍ଶ୍ୱ ଏହି ମଣ୍ଡଳ ଅନ୍ତର୍ଭୁକ୍ତ । ଏହା ଅଳ୍ପ-ଭୂମିକମ୍ପ ପ୍ରବଣ ଅଞ୍ଚଳ ( Moderate Damage Risk ) ଭାବେ ସ୍ୱୀକୃତ । ଏହା MSK VII ଏବଂ ୭.୮ ସମ୍ଭାବନା ମଣ୍ଡଳ । ମାନକ କୋଡ଼ ଅନୁସାରେ ମଣ୍ଡଳ କାରକ ୦.୧୬ ।
ମଣ୍ଡଳ-୨
[ସମ୍ପାଦନା]ଏହା MSK VI ସମ୍ଭାବନା ଥିବା ଅଞ୍ଚଳ ଓ ଅଳ୍ପ ବିପଦ ସଙ୍କୁଳ ମଣ୍ଡଳ (Low Damage Risk) ଅଞ୍ଚଳ ଭାବେ ସ୍ୱୀକୃତ । ମାନକ କୋଡ଼ ଅନୁସାରେ, ମଣ୍ଡଳ କାରକ ୦.୧୦ (ଏହି ଅଞ୍ଚଳରେ ଏକ ସ୍ଥାପତ୍ୟ, ମାଧ୍ୟାକର୍ଷଣ ଜନିତ ତ୍ୱରଣର ୧୦% ହିଁ ସର୍ବାଧିକ ଭୂ-ସମାନ୍ତର ତ୍ୱରଣ ସମ୍ଭାଳି ପାରିବ ) ସ୍ଥିର ହୋଇଛି ।
ଆଧାର
[ସମ୍ପାଦନା]- ↑ "Earthquake Hazards and the Collision between India and Asia". Archived from the original on 2006-09-19. Retrieved 2006-05-13.
- ↑ "Indian cities under threat of storms & earthquakes by 2050: World Bank & United Nations". The Times Of India. 2011-12-09.
- ↑ "Vulnerability Zones in India". Retrieved 2006-05-13.
- ↑ "Lessons learned from the Gujarat earthquake - WHO Regional Office for South-East Asia". Retrieved 2006-05-13.