ଭରତ ମୁନି ସମ୍ମାନ

ଉଇକିପିଡ଼ିଆ ରୁ
Jump to navigation Jump to search

ନାଟ୍ୟଶାସ୍ତ୍ର ଭରତ ମୁନି ସମ୍ମାନ ଭୁବନେଶ୍ୱରସ୍ଥିତ କଳିଙ୍ଗାୟନ ତୌର୍ଯ୍ୟାତ୍ରିକମ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଦାନ କରାଯାଉଥିବା ସମ୍ମାନ ଅଟେ । ପ୍ରତି ବର୍ଷ କଳା ଓ ସଂସ୍କୃତିରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଏ । ଏହି ସମ୍ମାନ ପ୍ରଦାନ ପ୍ରଥା ମସିହା ୨୦୦୮ରୁ ଆରମ୍ଭ ହୋଇଥିଲା । ସମତାଳରେ ନାଳନ୍ଦା ଭରତ ମୁନି ସମ୍ମାନ ବିହାରରେ ଅବସ୍ଥିତ ଏକ ଶିକ୍ଷା ଅନୁଷ୍ଠାନରୁ ପ୍ରଦାନ କରାଯାଉଛି । ନାଟ୍ୟଶାସ୍ତ୍ରୀ ଭରତ ମୁନିଙ୍କ ସ୍ମରଣାର୍ଥେ ଏହି ସମ୍ମାନ ଉତ୍ସର୍ଗୀକୃତ ।[୧] ପୁରସ୍କାରରେ ନଗଦ ରାଶି ୨୫୦୦୦ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥାଏ ।[୨]

ଏହି ସମ୍ମାନ ପ୍ରଦାନ ଉତ୍ସବ ପ୍ରାୟତଃ ଡିସେମ୍ବର ମାସରେ ତିନି ଦିନ ଧରି ଆୟୋଜିତ ହୁଏ । ପ୍ରତିଷ୍ଠିତ ନୃତ୍ୟଶିଳ୍ପୀ, ସଙ୍ଗୀତଜ୍ଞ ଏବଂ କଳାକାର ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥାନ୍ତି ।

ସମ୍ମାନିତ ବ୍ୟକ୍ତିବିଶେଷ[ସମ୍ପାଦନା]

ଆଧାର[ସମ୍ପାଦନା]