ବ୍ୟବହାରକାରୀ:Odisha1/cs

ଉଇକିପିଡ଼ିଆ‌ରୁ

ଉଇକିପିଡ଼ିଆରେ ଯୋଗଦାନ କରିବାକୁ ଚାହାନ୍ତି କି ?

ଆପଣ ପ୍ରଶ୍ନଟିଏ ପଚାରିବାର ୧୨ ଘଣ୍ଟା ଭିତରେ ଉତ୍ତର ଦିଆଯାଇଥାଏ । ଉତ୍ତର ଦେଖିବା ପାଇଁ http://or.wikipedia.org/wiki/WP:Q କୁ ଯାଆନ୍ତୁ ।
କିଛି ପଚାରିବା ପାଇଁ ଚାହୁଁଥିଲେ odiawiki@gmail.com କୁ ମେଲ କରନ୍ତୁ ।

ଓଡ଼ିଆ ଉଇକିପିଡ଼ିଆରେ କେମିତି ଲେଖିବେ ତାହା ଜାଣିବା ପାଇଁ ଏଠାରେ ପ୍ରଶ୍ନ ପଚାରିପାରିବେ, ଆପଣଙ୍କ ପ୍ରଶ୍ନର ଉତ୍ତର ଏଥିରେ ସମ୍ପାଦନା କରୁଥିବେ କେହିଜଣେ ସଭ୍ୟ ଆଗାମୀ ୧୨ ଘଣ୍ଟା ଭିତରେ ଦେବେ


୧. ମୁଁ ଓଡ଼ିଆରେ କେମିତି ଲେଖି ପାରିବି ?

ଓଡ଼ିଆ ଉଇକିପିଡ଼ିଆରେ ଓଡ଼ିଆରେ ଲେଖିବା ପାଇଁ "Ctl" ଏବଂ "M" ବଟନ ଦବାନ୍ତୁ । ଆପଣ ଉପରେ ଦେଖାଯାଉଥିବା ଟ୍ୟାବରୁ ମଧ୍ୟ ଏହାକୁ ସଚଳ କରିପାରିବେ । ଏହାକୁ କିପରି ସଚଳ କରିବେ ଜାଣିବା ପାଇଁ ଦୟାକରି ଏହି ଛବିଟିକୁ ଦେଖନ୍ତୁ ।

ଯଦି ଆପଣ ଜାଣିବାକୁ ଚାହୁଛନ୍ତି ଯେ ଓଡ଼ିଆରେ ଲେଖିବା ପାଇଁ କେଉଁ କେଉଁ ବଟନ ବ୍ୟବହାର କରିବେ ତାହେଲେ ଏଇଠି ଦେଖନ୍ତୁ https://or.wikipedia.org/wiki/Typing_help

୨. ମୁଁ ଉଇକିପିଡ଼ିଆରେ ଲେଖିବା ପାଇଁ ଚାହୁଁଛି, କେମିତି ଲେଖିବି ?

ଏହା ବହୁତ ଭଲ କଥା ! ପ୍ରଥମେ ଆପଣଙ୍କୁ ଗୋଟିଏ ପ୍ରସଙ୍ଗ ଖୋଜିବାକୁ ପଡିବ । Ctl M ଦବାଇ ଓଡ଼ିଆ ଲେଖାକୁ ସଚଳ କରାନ୍ତୁ । ଉପର ଡାହାଣ ପଟରେ ଆପଣ ଖୋଜିବା ବାକ୍ସ ପାଇବେ । ଆପଣ ଖୋଜିବାକୁ ଚାହୁଁଥିବା ପ୍ରସଙ୍ଗଟିର ପ୍ରଥମ ଗୋଟିଏ ଦୁଇଟି ଅକ୍ଷର ଟାଇପ କରନ୍ତୁ । ଏହା ଆପଣଙ୍କୁ ସେହି ଲେଖାଟିର ଶୀର୍ଷକ ଦେଖାଇବା । ତା' ଉପରେ କ୍ଲିକ କରନ୍ତୁ । ପ୍ରସଙ୍ଗ ପୃଷ୍ଠାଟି ଖୋଲିବା ପରେ ଦେଖନ୍ତୁ କିପରି ସେହି ପ୍ରସଙ୍ଗଟିରେ ଅଧିକ କିଛି ଯୋଡ଼ି ତାହାକୁ ଉନ୍ନତ ମାନର କରିହେବ । ତାପରେ ଆପଣଙ୍କୁ ଡାହାଣ ପଟରେ ଥିବା "ଏହାକୁ ବଦଳାନ୍ତୁ" ଉପରେ କ୍ଲିକ କରିବାକୁ ପଡିବ ।
ଏହା ଗୋଟିଏ ସମ୍ପାଦନା ବାକ୍ସ ଖୋଲିବ । ଆପଣ ଯଦି କିଛି ତ୍ରୁଟି ସୁଧାରିବାକୁ ଚାହୁଁଛନ୍ତି ତେବେ ବାକ୍ସ ଭିତରେ ସେହି ଶବ୍ଦଟିକୁ ଖୋଜନ୍ତୁ, ଏହାକୁ ବଦଳାନ୍ତୁ । ତା'ପରେ "ସାଇତିବେ" ଉପରେ କ୍ଲିକ କରି ଆପଣ ପ୍ରସଙ୍ଗଟିରେ କରିଥିବା ବଦଳକୁ ସାଇତିବେ ।

୩. ମୁଁ ପ୍ରସଙ୍ଗ ଗୁଡିକରେ ଅଧାରଗୁଡିକୁ ଦେଖୁଛି, ଏହା କଣ ଅଟେ ? ମୁଁ କୌଣସି ଏକ ପ୍ରସଙ୍ଗରେ ଆଧାର କେମିତି ଦେବି ?

  • ଉଇକିପିଡ଼ିଆରେ ସମସ୍ତେ ଲେଖିପାରିବେ, ତେଣୁ କିଛି ଲୋକ ଭୁଲ ତଥ୍ୟ ବି ଲେଖି ଦେଇ ପାରନ୍ତି । ଏହାକୁ ଏଡାଇବା ପାଇଁ ଆପଣଙ୍କୁ କିଛି ଭରସାଯୋଗ୍ୟ ଆଧାର ଦେବାକୁ ପଡିବ ।
  • ଆପଣ ପ୍ରକାଶ ପାଇଥିବା ବହି, ଲେଖା, ଖବରକାଗଜ ଏବଂ ୱେବସାଇଟ ଇତ୍ୟାଦିକୁ ଆଧାର ଭାବେ ଦେବା ଉଚିତ । ଆପଣ ଯେତେବେଳେ ଲେଖକ/ପ୍ରକାଶକ/ଖବରକାଗଜ/ୱେବସାଇଟର ତଥ୍ୟ ଦେଇଥାନ୍ତି, ପ୍ରକାଶନର ତାରିଖ ଏବଂ ପୃଷ୍ଠା ନମ୍ବର ଆପଣଙ୍କ ଲେଖାଟିକୁ ଅଧିକ ଭରସାଯୋଗ୍ୟ କରିଥାଏ ।
  • ଦୟାକରି କୌଣସି ବ୍ଲଗ, ଫେସବୁକ, ଟ୍ଵିଟର ଇତ୍ୟାଦିକୁ ଆଧାର ଭାବେ ଦିଅନ୍ତୁ ନାହିଁ କାରଣ ସେଥିରୁ ଜଣା ପଡେନି ଯେ ତଥ୍ୟଗୁଡିକ ସତ ନା ମିଛ ।

ମୁଁ ଆଧାର କେମିତି ଦେବି ?

  • ଆପଣ ଯେତେବେଳେ କୌଣସି ୱେବସାଇଟ/ବହିରେ କିଛି ଦେଖନ୍ତି, ତାହାର ଲେଖାଗୁଡ଼ିକ କପି ନ କରି ନିଜ ଭାଷାରେ କିଛି ଲେଖନ୍ତୁ । ବାକ୍ୟର ଶେଷରେ କ୍ଲିକ କରନ୍ତୁ । ଆପଣଙ୍କର ସମ୍ପାଦନା ବାକ୍ସରେ ଆପଣ ବହି ଭଳି ଏକ ଛବି ପାଇବେ ଯାହା ଏହି ଭଳି ଦେଖିବାକୁ :

    ଯଦି ୱେବସାଇଟ ଥାଏ ତେବେ ସେହି ୱେବସାଇଟର ଠିକଣା ବା ଇଉଆରଏଲଟିକୁ କପି କରନ୍ତୁ ଓ ସେଠାରେ ପେଷ୍ଟ କରନ୍ତୁ । ଯଦି ବହି ଥାଏ ତେବେ ବହି ନାମ ଏବଂ ଲେଖକଙ୍କ ନାମ ଲେଖନ୍ତୁ । "ଭରିବେ" ଉପରେ କ୍ଲିକ କରନ୍ତୁ ।

ତାପରେ ଦେଖନ୍ତୁ କି ଯେ ପ୍ରସଙ୍ଗଟିରେ ଏହିଭଳି କିଛି ଅଛି ନା ନାହିଁ । ଏମିତି ଯଦି କିଛି ନ ଥାଏ ତେବେ ସେଠି ଏହା ଲେଖନ୍ତୁ ।
==ଆଧାର==
{{ଆଧାର}}

ବର୍ତମାନ ଲେଖାଟିକୁ ସାଇତି ଦିଅନ୍ତୁ ।

୪. ଅକ୍ଷରଗୁଡିକୁ କିପରି ମୋଟା କିମ୍ବା ତେରଛା କରିବେ ?

ପ୍ରଥମେ ଲେଖାଟିକୁ ବାଛନ୍ତୁ ଓ ସିଲେକ୍ଟ କରନ୍ତୁ । ସମ୍ପାଦନା ବାକ୍ସରେ ଥିବା ମୋଟା ଅକ୍ଷର ଉପରେ କ୍ଲିକ କରନ୍ତୁ । ଆପଣ ଯଦି ଲେଖାଟିକୁ ତେରଛା ଅକ୍ଷର କରିବାକୁ ଚାହୁଁଛନ୍ତି ତେବେ ତା ପରେ ଥିବା ତେରେଛା ଅକ୍ଷର ଉପରେ କ୍ଲିକ କରନ୍ତୁ ।

୫. ମୁଁ ଗୋଟିଏ ନୂଆ ଶିରୋନାମା କରିବାକୁ ଚାହୁଁଛି, କେମିତି ତିଆରି କରିବି ?

ଆପଣ ଯଦି ନୂଆ ଶିରୋନାମାଟିଏ ତିଆରି କରିବାକୁ ଚାହୁଁଛନ୍ତି ତାହେଲେ ଶିରୋନାମାର ଆଗରେ ଓ ପଛରେ== (ଦୁଇଟି ସମାନ ଚିହ୍ନ) ଦିଅନ୍ତୁ । ଉଦାହରଣ ସ୍ୱରୂପ, ଆପଣ ଯଦି ଗୋଟିଏ ନୂଆ ଶିରୋନାମା "ଇତିହାସ" ଲେଖିବାକୁ ଚାହୁଁଛନ୍ତି ତେବେ ତଳ ଲେଖା ପରି ଲେଖନ୍ତୁ :
== ଇତିହାସ ==

ଉପରେ ଥିବା ଲେଖାଗୁଡ଼ିକୁ ଲେଖିବା ପରେ ଏଣ୍ଟର ଦବାନ୍ତୁ ଏବଂ ମୁଖ୍ୟ ଶିରୋନାମାର ଲେଖାଗୁଡ଼ିକୁ ଲେଖନ୍ତୁ ।