ବ୍ୟବହାରକାରୀ:Mr. Ibrahem/sandbox
Posterior urethral valve | |
---|---|
Congenital obstructive posterior urethral membrane | |
ବିଭାଗ | Urology |
ଲକ୍ଷଣ | Poor feeding, failure to thrive[୧] |
ଆକ୍ରାନ୍ତ ସମୟ | Present at birth[୧] |
କାରଣ | Unknown[୨] |
ବିପଦ କାରକ | Family history.[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound, voiding cystourethrography[୧][୨] |
ସଠିକ ରୋଗ ନିର୍ଣ୍ଣୟ | Other causes of oligohydramnios, vesicoureteral reflux, Prune–belly syndrome, ureteric stenosis[୧] |
ଚିକିତ୍ସା | Urinary catheter, surgery, management of complications[୧] |
Prognosis | Variable[୧] |
ପୁନଃପୌନିକ | 1 in 5,000 male births[୧] |
ପୋଷ୍ଟିରିଅର ୟୁରେଥ୍ରାଲ ଭଲଭ ( PUV ) ରୋଗରେ ଏକ ନବଜାତ ପୁଅର ମୂତ୍ରନଳୀ ଏକ ତନ୍ତୁ ଭାଙ୍ଗଦ୍ୱାରା ଅବରୋଧ ହୋଇଥାଏ । [୧] ଜନ୍ମ ପରେ ଏହାର ଲକ୍ଷଣଗୁଡିକ ମଧ୍ୟରେ ଶିଶୁର ଖାଇବା ଅସୁବିଧା ହୁଏ ଓ ବଞ୍ଚିବା କଷ୍ଟକର ହୁଏ । [୧] ଏହା ୟୁରିନାରି ରିଟେନନ, କ୍ରନିକ୍ ବୃକ୍କ ରୋଗ, ଫୁସଫୁସର ଅସମ୍ପୂର୍ଣ୍ଣ ବିକାଶ, ଅନିଚ୍ଛାକୃତ ମୂତ୍ର ତ୍ୟାଗ, କିମ୍ବା ମୂତ୍ରନଳୀ ସଂକ୍ରମଣ ହୋଇପାରେ | [୧]
କିପରି ଏବଂ କାହିଁକି ଏହି ବ୍ୟାଘାତ ସୃଷ୍ଟି ହୁଏ, ତାହା ଅଜ୍ଞାତ ଅଛି । [୨] ପାରିବାରିକ ଇତିହାସ ଥିଲେ ଏହି ରୋଗ ସଙ୍କଟ ଥାଏ । [୨] ଟିସୁ ଭାଙ୍ଗ ବା ଫୋଲ୍ଡର ଉତ୍ପତ୍ତି ଉପରେ ଆଧାର କରି ସେମାନଙ୍କୁ ତିନୋଟି ପ୍ରକାରରେ ବିଭକ୍ତ କରାଯାଇପାରେ । [୧] ଫୋଲ୍ଡର ସମ୍ଭାବ୍ୟ ଉତ୍ପତ୍ତି ବିଷୟ ଅବଶ୍ୟ ୨୦୨୦ମସିହାରେ ବିବାଦୀୟ ଥିଲା । [୧] ଜନ୍ମ ପୂର୍ବରୁ ଅଲଟ୍ରାସାଉଣ୍ଡ କରି ଓ ଜନ୍ମ ପରେ ଭଏଡିଙ୍ଗ ସିଷ୍ଟୋୟୁରେଥ୍ରୋଗ୍ରାଫି କରି ରୋଗ ନିର୍ଣ୍ଣୟ କରାଯାଏ । [୧]
ଜନ୍ମ ପୂର୍ବରୁ ଅସ୍ତ୍ରୋପଚାର କରାଯାଇପାରେ; ତଥାପି, ଫଳାଫଳଗୁଡିକ ମିଶ୍ରିତ ହୋଇପାରେ ।[୧] ଜନ୍ମ ପରେ ମୂତ୍ରାଶୟ ଏକ ଫିଡିଂ ଟ୍ୟୁବ ବା ଖାଦ୍ୟନଳୀ ସାହାଯ୍ୟରେ ମୂତ୍ରାଶୟ ନିଷ୍କାସିତ କରାଯାଇପାରେ । [୧] ଇଲେକ୍ଟ୍ରୋଲାଇଟ୍ କିମ୍ବା ଶ୍ୱାସକ୍ରିୟାର ସମସ୍ୟାର ସମାଧାନ ପାଇଁ ଅନ୍ୟାନ୍ୟ ପ୍ରୟାସ ଆବଶ୍ୟକ ହୋଇପାରେ । [୧] ଟିସୁର ଫୋଲ୍ଡକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର କରାଯାଏ ଏବଂ ସମ୍ଭାବ୍ୟ ଭେସିକୋୟୁରେଟେରିକ୍ ରିଫ୍ଲକ୍ସର ଚିକିତ୍ସା ପାଇଁ ମଧ୍ୟ ଅପରେଶନ ଆବଶ୍ୟକ ହୋଇପାରେ । [୧]
ପ୍ରାୟ ୫,୦୦୦ ପୁଅ ମଧ୍ୟରୁ ଜଣକର ଏହି ରୋଗ ହୁଏ । [୧] ୧୭୧୭ ମସିହାରେ ଜିଓଭାନି ବାଟିସ୍ତା ମର୍ଗାଗ୍ନି ଏହି ରୋଗ ବିଷୟରେ ପ୍ରଥମେ ବର୍ଣ୍ଣନା କରିଥଲେ । [୧] ହଗ୍ ୟଙ୍ଗ ପ୍ରଥମେ ୧୯୧୯ରେ ଏହାର ଶ୍ରେଣୀକରଣ କରିଥିଲେ । [୩]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Bingham, G; Rentea, RM (January 2020). "Posterior Urethral Valve". PMID 32809716.
{{cite journal}}
: Cite journal requires|journal=
(help) - ↑ ୨.୦ ୨.୧ ୨.୨ ୨.୩ ୨.୪ "Orphanet: Posterior urethral valve". www.orpha.net. Archived from the original on 15 May 2021. Retrieved 22 January 2021.
- ↑ Puri, Prem (2003). Newborn Surgery, 2Ed (in ଇଂରାଜୀ). CRC Press. p. 855. ISBN 978-1-4441-1389-1. Archived from the original on 2021-05-15. Retrieved 2021-01-22.