ବ୍ୟବହାରକାରୀ:Jnanaranjan sahu/odisha dibas

ଉଇକିପିଡ଼ିଆ‌ରୁ

ଗତ ଫେବୃଆରୀ ୨୩ ରବିବାର ଦିନ କିଟ ପାଖରେ ଥିବା ସିସିଡ଼ି ଏବଂ ଅତିଥି ଭବନରେ ବିଷ୍ଣୁବର୍ଦ୍ଧନ, ଶୁଭାଶିଷ ପାଣିଗ୍ରାହୀଙ୍କ ସହ ସୁବାଷ ଚନ୍ଦ୍ର ରାଉତ, ଶିତିକଣ୍ଠ ଦାସ ଏବଂ ମୁଁ ମିଶି ଓଡିଶା ଦିବସ ପାଳନ ବିଷୟରେ ଆଲୋଚନା କରିଥିଲୁ । ସେହି ଆଲୋଚନାରେ ଆମେ ଏହି ଦିବସଟିକୁ କେମିତି ପାଳନ କରାଯିବ ସେଥିପାଇଁ କିଛି ଯୋଜନା କରିଥିଲୁ । ଅବଶ୍ୟ ଅଳ୍ପ ଲୋକ ଥିବାରୁ କିଛି ନିର୍ଦିଷ୍ଟ ପଦକ୍ଷେପ ନିଆ ଯାଇ ପାରିଲା ନାହିଁ । ସେଥିପାଇଁ ଏଠି ମୁଁ ସେହି ଆଲୋଚନା ଓ ଯୋଜନାଗୁଡିକୁ ଲେଖୁଛି । ଅନ୍ୟମାନଙ୍କୁ ଅନୁରୋଧ ଦୟାକରି ନିଜ ମତାମତ ଦିଅନ୍ତୁ ଯାହା ଫଳରେ ଆମେ ସମସ୍ତେ ମିଶି ସେହି ଅନୁସାରେ ଆଗରୁ ସବୁ ଠିକଠାକ ଭାବେ ଯୋଗାଡ କରିପାରିବା ଏବଂ ଭଲ ଭାବେ ଆୟୋଜନ କରିପାରିବା ।

ହେବାକୁ କାର୍ଯ୍ୟକ୍ରମ ଗୁଡିକ ନିମ୍ନରେ ଦିଆଗଲା । ଯଦି ଆପଣଙ୍କର କିଛି ଯୋଡିବାର ଅଛି ତେବେ ଏହି ବିଭାଗ ତଳେ ଲେଖନ୍ତୁ ।ଯୋଜନା ଅନୁଯାୟୀ ଓଡିଶା ଦିବସକୁ ଦୁଇଦିନ ଧରି ପାଳନ କରାଯିବ ।

ଓଡିଶା ଦିବସ[ସମ୍ପାଦନା]

ଉତ୍କଳ କହିଲେ ଓଡିଶାର ପୂର୍ବ ଉପକୂଳ ଅଞ୍ଚଳକୁ ମୁଖ୍ୟତଃ ବୁଝାଉଥିବାରୁ ଏହାକୁ ଓଡିଶା ଦିବସ କହିଲେ ଭଲ ହେବ ବୋଲି ଆଲୋଚନା କରା ଯାଇଥିଲା । ତେଣୁ ଏହି ପୃଷ୍ଠାଟିକୁ ଘୁଞ୍ଚାଇବାକୁ ଅନୁରୋଧ ।

ପ୍ରଥମ ଦିବସ[ସମ୍ପାଦନା]

  1. ଉଦଘାଟନ
  2. ଓଡିଆ ଉଇକିପିଡିଆର ଇତିହାସ ଏକ ଅଭିଜ୍ଞ ଉଇକିଆଳିଙ୍କ ଦ୍ଵାରା କୁହାଯିବ ।
  3. ଜଗନ୍ନାଥ ମହାନ୍ତିକ ପୁସ୍ତକଗୁଡିକ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଦାନ ଏବଂ କିସ ଏହାକୁ ଡିଜିଟାଇଜ କରିବା ପାଇଁ ଦାୟିତ୍ଵ ନେବ ।
  4. ସୁବ୍ରତ ପୃଷ୍ଟି ଏବଂ ଦେବିପ୍ରସାଦ ପଟ୍ଟନାୟକ ଓଡିଆ ଉଇକି ପ୍ରକଳ୍ପକୁ ଓଡିଆ ବିଶ୍ୱବିଦ୍ୟାଳୟ ସାମିଲ କରିବା ପ୍ରସଙ୍ଗ
  5. ଓଡିଆ ଭାଷାର ଡିଜିଟାଲ ଡୋମେନ ଉପରେ ଆଲୋଚନା ଚକ୍ର
  6. ଉପସ୍ଥିତ ଥିବା ଦର୍ଶକ ଏବଂ ଉଇକିଆଳି ମାନଙ୍କ ପାଇଁ ପ୍ରାଥମିକ ତାଲିମ ପ୍ରକ୍ରିୟା

ଦ୍ଵିତୀୟ ଦିବସ[ସମ୍ପାଦନା]

ଦ୍ଵିତୀୟ ଦିବସଟି କେବଳ ଉଇକିଆଳି ମାନଙ୍କ ପାଇଁ

  1. ଉଇକିଆଳି ମାନଙ୍କ ମଧ୍ୟରେ ଉଇକିପିଡିଆ ତଥା ଓଡିଆ ଉଇକିପିଡିଆର ସଫଳତା ଏବଂ ଦିଗନ୍ତ ରୂପରେଖ ଉପରେ ଆଲୋଚନା ।
  2. ଉଇକିଆଳି ମାନେ ବ୍ୟକ୍ତିଗତ ମତାମତ ଏବଂ ଅଭିଜ୍ଞତା ବାଣ୍ଟିବେ
  3. ଉନ୍ନତ ଧରଣର ତାଲିମ ପ୍ରକ୍ରିୟା, ଯେଉଁଥିରେ ରହିବ
    1. ଏନପିଓଭି(NPOV)/ନୀତିନିୟମ
    2. ଆଧାର ପାଇଁ ଅଧିକ ଉପାୟ
    3. ଗୋଷ୍ଠୀ ଗଠନ
    4. କମନ୍ସରେ ଲାଇସେନ୍ସ ଅସୁବିଧାଗୁଡିକ

ସ୍ଥାନ[ସମ୍ପାଦନା]

ଏଥିପାଇଁ ପ୍ରାଥମିକ ଭାବେ ଦୁଇଟି ସ୍ଥାନ ବଛାଯାଇଛି, ସମସ୍ତଙ୍କ ମତାନୁଯାୟୀ

  1. କିଟ ଅଡିଟୋରିଆମ
  2. ଜୟଦେବ ଭବନ
  3. ଆପଣଙ୍କ ମତରେ ଅନ୍ୟ କୌଣସି ସ୍ଥାନ

ଅତିଥି[ସମ୍ପାଦନା]

ଆମ ଆଲୋଚନା ଅନୁଯାୟୀ ଏହି ଦୁଇଜଣ ଅତିଥିଙ୍କୁ ଡାକିବା ପାଇଁ ପ୍ରସ୍ତାବ ରଖିଛୁ ।

  1. ଦେବିପ୍ରସନ୍ନ ପଟ୍ଟନାୟକ
  2. ସୁବ୍ରତ ପୃଷ୍ଟି
  3. ଆପଣଙ୍କର ମତାମତ

ଉଇକିପିଡିଆ ବ୍ୟାଜ, ଟିସାର୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ[ସମ୍ପାଦନା]

ଏଥର ଆମେ ଓଡିଆ ଉଇକିପିଡିଆ ପାଇଁ ସ୍ଵତନ୍ତ୍ର ଭାବେ ଟିସାର୍ଟ ତିଆରି କରିବା ପାଇଁ ଭାବୁଛୁ । ଯେହେତୁ ଏହା କେବଳ ସଚଳ ଉଇକିଆଳି ମାନଙ୍କ ପାଇଁ ହେବ ତ ଦୟାକରି ମତ ଦିଅନ୍ତୁ ହାରାହାରି କେତୋଟି କଲେ ଠିକ ହେବ ବ୍ୟକ୍ତିଗତ ନାମ ରଖିଲେ ଭଲ ହେବ ନା ନାହିଁ । ଏହା ମଧ୍ୟ ମତ ଦିଅନ୍ତୁ ଯେ ହାରାହାରି କେତୋଟି ବ୍ୟାଜ କରାଗଲେ ଠିକ ହେବ । ଅତିଥିମାନଙ୍କ ପାଇଁ ମଧ୍ୟ କିଛି ସ୍ଵତନ୍ତ୍ର ବ୍ୟବସ୍ଥା ପାଇଁ ଆଲୋଚନା କରାଯାଇଛି ସେ ବିଷୟରେ ଆଗକୁ ଲେଖାହେବ ।

ଆୟ ବ୍ୟୟ ଅଟକଳ[ସମ୍ପାଦନା]

ସମସ୍ତଙ୍କ ମତ ମିଳିଲା ପରେ ଆୟବ୍ୟୟ ଅଟକଳ ଲେଖା ହେବ ।

କାର୍ଯ୍ୟ ଭାର[ସମ୍ପାଦନା]

କେବଳ ଅଳ୍ପ ସଭ୍ୟ ଉପସ୍ଥିତ ଥିବାରୁ କାର୍ଯ୍ୟଭାର ସମସ୍ତଙ୍କୁ ବଣ୍ଟାଯାଇପାରି ନାହିଁ କାରଣ କେଉଁ ସଭ୍ୟଙ୍କର କେଉଁ କେଉଁ କାମରେ ଇଚ୍ଛା ଅଛି ତାହା ଜଣାନଥିଲା । ଆମେ ଅନୁରୋଧ କରୁଛୁ କି ସମସ୍ତେ କିଛି କିଛି କାମ ନିଅନ୍ତୁ ଯାହାଦ୍ୱାରା ସବୁ କାମ ସହଜ ହୋଇଯିବ କାରଣ "ଜୋଡକୁ ନୁହେଁ ଘୋଡା ସରି, ମିଳିମିଶି ଯାଅ କାମ କରି" ।

ଦୟାକରି ଇଚ୍ଚୁକ ସଭ୍ୟମାନେ ସେମାନଙ୍କ ନାମ ଏବଂ କେଉଁ କାମ କରିବାକୁ ଇଚ୍ଛା ତାହା ଜଣାନ୍ତୁ ।ଅନ୍ୟ ଯେକୌଣସି ମତାମତ ପାଇଁ ତଳେ ଲେଖନ୍ତୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୧:୨୩, ୨୭ ଫେବୃଆରୀ ୨୦୧୪ (UTC)