ଶେଷ ତାନ୍ତ୍ରିକର ସନ୍ଧାନରେ
ଦେଖଣା
(ବ୍ୟବହାରକାରୀ:ଶିତିକଣ୍ଠ ଦାଶ/ଶେଷ ତାନ୍ତ୍ରିକର ସନ୍ଧାନରେରୁ ଲେଉଟି ଆସିଛି)
| ଶେଷ ତାନ୍ତ୍ରିକର ସନ୍ଧାନରେ | |
|---|---|
| ଲେଖକ | ମନୋଜ ଦାସ |
| ମଲାଟ ଚିତ୍ରକର | ଦତ୍ତାତ୍ରେୟ ଦାଶ |
| ଭାଷା | ଓଡ଼ିଆ |
| ବିଭାଗ | ରହସ୍ୟପୋନ୍ୟାସ |
| ପ୍ରକାଶକ | ଜଗନ୍ନାଥ ରଥ ପ୍ରକାଶନ[୧], ବିନୋଦବିହାରୀ, କଟକ-୨ |
| ପ୍ରକାଶ ତାରିଖ | ସେପ୍ଟେମ୍ବର, ୨୦୧୮ (୧ମ ସଂସ୍କରଣ); ଜାନୁଆରୀ, ୨୦୧୯ (୩ୟ ସଂସ୍କରଣ) |
| ମାଧ୍ୟମ ପ୍ରକାର | ବନ୍ଧେଇ |
| ପୃଷ୍ଠା | ୪୧୨ (୩ୟ ସଂସ୍କରଣ) |
| ISBN | 81-7406-035-9 |
ଶେଷ ତାନ୍ତ୍ରିକର ସନ୍ଧାନରେ, ମନୋଜ ଦାସଙ୍କଦ୍ୱାରା ରଚିତ ଏକ କଳ୍ପିତ ରହସ୍ୟପୋନ୍ୟାସ ଅଟେ ।[୨][୩] ପ୍ରଥମେ ଏହି ଉପନ୍ୟାସର କିଛି ପରିଚ୍ଛେଦ 'ପ୍ରତିନିଧି' ନାମକ ପାକ୍ଷିକ ପତ୍ରିକାରେ ପ୍ରକାଶ ପାଇଥିଲା । ପରବର୍ତ୍ତୀ ସମୟରେ ଏହା ୨୦୧୬ ମାର୍ଚ୍ଚ ସଂଖ୍ୟାରୁ ଆରମ୍ଭ କରି ୨୦୧୮ ମଇ ସଂଖ୍ୟା ଯାଏ ଧାରାବାହିକ ଭାବେ 'କଥା'ରେ ପ୍ରକାଶ ପାଇଥିଲା ।[୧] ୨୦୧୮ ସେପ୍ଟେମ୍ବର ମାସରେ 'ଜଗନ୍ନାଥ ରଥ ପ୍ରକାଶନ' ଏହାକୁ ବହି ଆକାରରେ ପ୍ରକାଶ କରିଥିଲେ ଏବଂ 'ସୁସାହିତ୍ୟମ' ନାମକ ସଂସ୍ଥାଦ୍ୱାରା ଏହି ଉପନ୍ୟାସରେ ୫୦୦ରୁ ଊର୍ଦ୍ଧ୍ୱ କପି ଅଗ୍ରୀମ ବିକ୍ରି ହୋଇଥିଲା ।[୨][୪]
ପୁସ୍ତକ ସମୀକ୍ଷା
[ସମ୍ପାଦନା]ଚରିତ୍ର
[ସମ୍ପାଦନା]ଏହି ଉପନ୍ୟାସର କିଛି ପ୍ରମୁଖ ଚରିତ୍ରଗୁଡ଼ିକ ହେଲେ-
- ସମରଜିତ୍ ସିଂହ ବାହାଦୁର, ରତନଝର ରାଜ୍ୟର ମହାରାଜ
- ସୁରଜିତ ସିଂହ, ରାଜକୁମାର
- ବିକ୍ରମ, ଲେଖକ, ନଅର ତତ୍ତ୍ୱାବଧାରକଙ୍କ ପୁଅ, ସୁରଜିତଙ୍କ ଘନିଷ୍ଟ ବନ୍ଧୁ
- ରୋହିତ (ଟୟ), ରତନଝର ଗାୟିକା କଂକୁବାଇନ୍ ଏବଂ ସମରଜିତ୍ ସିଂହଙ୍କ ପୁଅ
- ମଧୁମତି, ରାଜକୁମାର ସୁରଜିତଙ୍କ ପ୍ରେମିକା
- ହୈମବତୀ, ରାଜକୁମାର ସୁରଜିତ ଏବଂ ମଧୁମତିଙ୍କ ଝିଅ
- ଚିନ୍ମୟ, ଗୋଧୂଳିର ପରିଚାରକ
- ଶାନ୍ତା, ହୈମବତୀଙ୍କ ପାଳନକର୍ତ୍ତି, ବିକ୍ରମଙ୍କ ପ୍ରେମିକା
- ଜୟନ୍ତିକା, ପ୍ରସିଦ୍ଧ କଥାଚିତ୍ର ନାୟିକା, ରାଜକୁମାର ସୁରଜିତଙ୍କ ପତ୍ନୀ
- ଗାର୍ଗୀ, ବିକ୍ରମଙ୍କ ସହ ବିବାହ ଠିକ ହେଇଥିଲା
- ଭୂମାବାବା, ଚିନ୍ମୟଙ୍କ ଗୁରୁ
- ରକ୍ତକପାଳ, ତାନ୍ତ୍ରିକ, ଭୂମାବାବାଙ୍କ ବନ୍ଧୁ
- ଜୟାର୍ଣ୍ଣବ, ତାନ୍ତ୍ରିକ
- ହିମାଦ୍ରିବାବା, ରକ୍ତକପାଳ, ଜୟାର୍ଣ୍ଣବଙ୍କ ଗୁରୁ
- ଶେଷତାନ୍ତ୍ରିକ, ଜଣେ ରହସ୍ୟମୟ ବ୍ୟକ୍ତିତ୍ୱ- ଯିଏ ହୈମବତୀକୁ ଅପହରଣ କରିଥିଲେ
ଏବଂ ଆହୁରି ଅନେକ ଗୌଣ ଚରିତ୍ର ।
ସଂକ୍ଷିପ୍ତ କାହାଣୀ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "A huge response for Manoj Das' latest novel Sesha Tantrikara Sandhanare". orissadiary[dot]com. Archived from the original on 10 April 2020. Retrieved 10 April 2020.
- ↑ ୨.୦ ୨.୧ "'ଶେଷ ତାନ୍ତ୍ରିକର ସନ୍ଧାନରେ' ଉନ୍ମୋଚିତ". ସମାଜ. Retrieved 10 April 2020.
- ↑ Dash, Arun. "Know more about latest Odia novel by Sri Manoj Das, ଶେଷ ତାନ୍ତ୍ରିକର ସନ୍ଧାନରେ Shesha Tantrikara Sandhanare releasing on September 10, 2018". Bhubaneswar Buzz. Archived from the original on 10 April 2020. Retrieved 10 April 2020.