Jump to content

ବ୍ୟବହାରକାରୀଙ୍କ ଆଲୋଚନା:The coderXE

Page contents not supported in other languages.
ଉଇକିପିଡ଼ିଆ‌ରୁ

ଆଦରର The coderXE, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଆଶା ଆପଣ ଏ ଜ୍ଞାନକୋଷର ପ୍ରସଙ୍ଗସବୁ ପଢ଼ିବେ, ଭୁଲ ପାଇଲେ ସମ୍ପାଦନା କରିବେ ଏବଂ ନୂଆ ପ୍ରସଙ୍ଗ ମଧ୍ୟ ଲେଖିବେ । ଜାଣିବେ ଯେ ଉଇକିପିଡ଼ିଆର ସମସ୍ତେ ସମ୍ପାଦନା କରିପାରିବେ । ସମ୍ପାଦନା କରୁଥିବା ଲୋକଙ୍କୁ ଆମେ "ଉଇକିଆଳି" ଡାକୁ ଓ ଆମେସବୁ ସ୍ୱେଚ୍ଛାସେବୀ । ଲେଖିବା ବାବଦରେ ନୀତି ନିୟମ ଜାଣନ୍ତୁ । ଏହି ପୃଷ୍ଠାରୁ ଅଧିକ ସୂଚନା ପାଇବେ ଓ କିଛି ଅସୁବିଧା ହେଲେ ପ୍ରଶ୍ନ ମଧ୍ୟ ପଚାରିପାରିବେ ।


ଆଉ କିଛି ଦରକାରୀ ଲିଙ୍କ

ଧନ୍ୟବାଦ! – ~~~~

--Psubhashish (ମୋ ଆଲୋଚନା) ୧୭:୫୫, ୧୯ ଅଗଷ୍ଟ ୨୦୨୪ (IST)[reply]

ଆପଣଙ୍କ ନିକଟର ସମ୍ପାଦନା ବାବଦରେ

[ସମ୍ପାଦନା]

ଆଦରର @The coderXE:, ଆପଣ ନିକଟରେ ଅନେକ ପ୍ରସଙ୍ଗରେ ବ୍ୟକ୍ତିତ୍ୱମାନଙ୍କ ଜାତି କରଣ ବୋଲି ଯୋଡ଼ିଛନ୍ତି ଆଉ ତାହା ବିନା ଆଧାରରେ । ଏଭଳି ସମ୍ପାଦନା vandalism ବର୍ଗର ଓ ସମ୍ପୂର୍ଣ୍ଣ ଭାବେ ଲିଭାଇଦିଆଯାଇପାରେ । ଆପଣ ସବୁଠି "ପରିବାରରେ" ବଦଳରେ "ପରିବାର ରେ" ଆଉ ସେହିଭଳି ବାକି ଶବ୍ଦ ଲେଖିଛନ୍ତି । ର-ଙ୍କ-ଙ୍କର-ମାନଙ୍କ-ମାନଙ୍କର-ରେ-ରୁ-ଠାରୁ-ମାନଙ୍କରୁ-ମାନଙ୍କଠାରୁ-ସବୁ-ଗୁଡ଼ିକ ଆଦି ଶବ୍ଦ ସହ ଲାଗିରହେ; ଛାଡ଼ିକି‌ ରହେନା । ଆପଣଙ୍କ ବଦଳରେ ଥିବା ଭୁଲ ଆଉ କାହାକୁ ଅନେକ ସମୟ ଦେଇ ସଜାଡ଼ିବାକୁ ପଡ଼ିବ । ଦୟାକରି ଏଭଳି ଅଦରକାରୀ ବଦଳରୁ ବିରତ‌ ରହିବେ । ଏସବୁ ବାଦ ଏ କଥା ମଧ୍ୟ କହିବାକୁ ବାଧ୍ୟ ହେଉଛି ଯେ ଆପଣଙ୍କ ବଦଳରେ ମଧ୍ୟ କରଣ ଜାତିର ବଡ଼ିମା ଯୋଡ଼ିବା ଛଡ଼ା ଅନ୍ୟ ଦରକାରୀ‌ ବଦଳ କିଛି ନାହିଁ । ଉଇକିପିଡ଼ିଆର ନିୟମାବଳୀ ସମୟ‌ ଦେଇ ପଢ଼ି ବୁଝି ତା'ପରେ ସମ୍ପାଦନା‌ କରିବାକୁ ଅନୁରୋଧ । ଆଉ ଦୟାକରି ଅଳ୍ପ ସମୟରେ ଏକାଧିକ‌ ପ୍ରସଙ୍ଗରେ କେବଳ କରଣ ଜାତିରେ ଜନ୍ମ ହେବା ଭଳି ବିଷୟ ବିନା ଆଧାରରେ ଯୋଡ଼ିବାରୁ‌ ବିରତ ରହିବେ । ଏ ମେସେଜଟି ଏକ ଚେତାବନୀ‌ ଓ ବାରମ୍ବାର ଉଇକିପିଡ଼ିଆର ନିୟମ ଭାଙ୍ଗିରେ ଆପଣଙ୍କ ଆକାଉଣ୍ଟ ଅଳ୍ପ ବା ଅଧିକ ସମୟ ପାଇଁ ଅଟକାଯାଇପାରେ ।

ରମାଦେବୀ ଚୌଧୁରୀ ପ୍ରସଙ୍ଗରେ ଆପଣଙ୍କ ସମ୍ପାଦନା

[ସମ୍ପାଦନା]

@The coderXE, ଆପଣ ନିକଟରେ ରମାଦେବୀ ଚୌଧୁରୀ ପ୍ରସଙ୍ଗରେ ରମାଦେବୀଙ୍କ ଜାତି କରଣ ବୋଲି ଲେଖିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନୀକୁ ସମ୍ପୂର୍ଣ୍ଣ ଭାବେ କାଢ଼ିଦେଇଛନ୍ତି । ଏଭଳି ବଦଳ ଅଦରକାରୀ ଓ vandalism । ଦୟାକରି ଉଇକିପିଡ଼ିଆର ପ୍ରସଙ୍ଗ ସୁଧାରିବା ଓ ସଜାଡ଼ିବାରେ ସାହାଯ୍ୟ କରନ୍ତୁ ଓ ଦରକାରୀ ତଥ୍ୟ ଲିଭାନ୍ତୁ ନାହିଁ । ଏ ଚେତାବନୀଟି ଆପଣ ନୂଆ କରି ସମ୍ପାଦନା କରୁଥିବାରୁ । ଆଗକୁ ଏଭଳି କଲେ ଆପଣଙ୍କ ଆକାଉଣ୍ଟ ଅଟକାଯାଇପାରେ । Psubhashish (ମୋ ଆଲୋଚନା) ୧୮:୦୭, ୧୯ ଅଗଷ୍ଟ ୨୦୨୪ (IST)[reply]

ଇଣ୍ଡିକ ମିଡ଼ିଆ ଉଇକି ଡେଭେଲପର୍ସ ୟୁଜର ଗୃପ - ଟେକନିକାଲ କନ୍ସଲ୍ଟେସନ ୨୦୨୪

[ସମ୍ପାଦନା]

ଆଦରର ଓଡିଆ ଉଇକିଆଳି,

ଇଣ୍ଡିକ୍ ମିଡିଆ ୱିକି ଡେଭଲପର୍ସ ୟୁଜର୍ ଗ୍ରୁପ୍, ଉଇକିମିଡିଆ ପ୍ରୋଜେକ୍ଟରେ ସହଯୋଗ କରୁଥିବାବେଳେ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ସମ୍ପ୍ରଦାୟର ସଦସ୍ୟଙ୍କ ଆବଶ୍ୟକତା ବୁଝିବା ପାଇଁ ଏକ ସମ୍ପ୍ରଦାୟର ବୈଷୟିକ ପରାମର୍ଶ ପ୍ରକ୍ରିୟାକୁ ପରିଚାଳନା କରୁଛି । ଏହାର ଲକ୍ଷ୍ୟ ହେଉଛି ଭାରତୀୟ ଭାଷାର ଉଇକି ସମ୍ପ୍ରଦାୟଗୁଡିକରେ ଥିବା ଅସୁବିଧା / ଚ୍ୟାଲେଞ୍ଜଗୁଡ଼ିକୁ ଭଲ ଭାବରେ ଜାଣିବା , ସାଧାରଣ ସମସ୍ୟାଗୁଡିକ ବୁଝିବା ଏବଂ ଭବିଷ୍ୟତର ଟେକନିକାଲ ବିକାଶ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ।

ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ଏକ ସର୍ବେକ୍ଷଣ ଯେଉଁଠାରେ ଆପଣଙ୍କର ସାଧାରଣ ସମସ୍ୟା, ଧାରଣା ଇତ୍ୟାଦି ରିପୋର୍ଟ କରିବେ । ଦୟାକରି ଏହି ଲିଙ୍କରେ ସର୍ଭେ ପୁରଣ କରନ୍ତୁ (ନିଜ ପସନ୍ଦର ଭାଷାରେ) https://docs.google.com/forms/d/e/1FAIpQLSfvVFtXWzSEL4YlUlxwIQm2s42Tcu1A9a_4uXWi2Q5jUpFZzw/viewform?usp=sf_link

ସର୍ଭେ ପୁରା କରିବାର ଶେଷ ତାରିଖ ହେଉଛି ୨୧ ସେପ୍ଟେମ୍ବର୨୦୨୪ ।

ଏହି କାମ ବିଷୟରେ ଅଧିକ ପଢିବାକୁ , ଏହି ପୃଷ୍ଠା ଦେଖନ୍ତୁ : https://w.wiki/AV78

ଉପରୋକ୍ତ ଲିଙ୍କରେ {ଆପଣଙ୍କ ଭାଷା} ରେ ପଢିବା ପାଇଁ ସର୍ଭେ ଉପଲବ୍ଧ ଅଛି ।

ଯଦି ଆପଣ ଏକାଧିକ ପ୍ରସଙ୍ଗ କିମ୍ବା ଧାରଣା ରିପୋର୍ଟ କରିବାକୁ ଚାହାଁନ୍ତି ତେବେ ଆପଣ ଏକାଧିକ ଥର ସର୍ଭେ ପୂରଣ କରିପାରିବେ ।


ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ!

ଶୁଭେଚ୍ଛା ସହ, MediaWiki message delivery (ମୋ ଆଲୋଚନା) ୧୯:୦୬, ୯ ସେପ୍ଟେମ୍ବର ୨୦୨୪ (IST) ଇଣ୍ଡିକ୍ ମିଡିଆ ଉଇକି ଡେଭଲପର୍ସଙ୍କ ତରଫରୁ[reply]