ବ୍ୟବହାରକାରୀଙ୍କ ଆଲୋଚନା:Pkp05/ଘରୋଇ ଚିକିତ୍ସା

Page contents not supported in other languages.
ଉଇକିପିଡ଼ିଆ‌ରୁ

ଅନୁରୋଧ, ପୃଷ୍ଠାଟି ଥାଉ । ସମସ୍ତେ ମିଶି ଆଧାର ଯୋଡିବାକୁ ଚେଷ୍ଟା କରିବା ।--ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୦୯:୫୧, ୨୦ ଅଗଷ୍ଟ ୨୦୧୬ (IST)[reply]

ପ୍ରିତିଭାଇଙ୍କ ସହ ଏକମତ । ପ୍ରସଙ୍ଗରେ ଉପଯୋଗୀ ତଥ୍ୟ ଅଛି, ତେଣୁ ବର୍ତ୍ତମାନ ପାଇଁ ପ୍ରସଙ୍ଗରେ ଆଧାର ଯୋଡିବା ଠିକ ହେବ, ନାମ ବଦଳ/ଅନ୍ୟ ପ୍ରସଙ୍ଗକୁ ତଥ୍ୟ ଘୁଞ୍ଚାଇବା ବିକଳ୍ପ ମଧ୍ୟ କରି ହେବ । --ଆଦିତ୍ୟ ମହାର (ଆଲୋଚନା) ୧୩:୦୨, ୨୦ ଅଗଷ୍ଟ ୨୦୧୬ (IST)[reply]
ହେଲେ ଏଇ ଲେଖାଗୁଡିକ ସତରେ ଉପଯୋଗି କି ନାହିଁ ତାହା ପରଖିବା ଦରକାର । ଲୋକମାନେ ଏହି ଲେଖରେ ଥିବା ଜିନିଷକୁ ବ୍ୟବ‌ହାର କରିପାରନ୍ତି । ଜଦି ମନ‌କୁ ମନ କିଏ ଲେଖିଥାଏ । ମୁଁ ଚାରୋଟି ରୋଗରେ ମହୁ ଖାଇବାକୁ ଲେଖିବି ଜଦି ? ଏହା ନିହାତି ଦରକାରୀ ଲେଖା ହେଲେ ଭଲ ଆଧାର ବିନା ଉଇକିପେଡିଆରେ ଆଦୌ ନ ରହିବା ଭଲ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୩:୦୯, ୨୦ ଅଗଷ୍ଟ ୨୦୧୬ (IST)[reply]
ଆଉ ଲେଖାଟି ଉଇକିପିଡ଼ିଆ ଶୈଳୀରେ ଲେଖାଯାଇନି । ସେଇଟା ସବୁଠୁ ବଡ଼ ଅସୁବିଧା । ଲେଖାରେ କେତେ ଉପାଦେୟ ତଥ୍ୟ ତା ଅପେକ୍ଷା ଲିଖନ ଶୈଳୀ ବେଶି ଜରୁରୀ । ଆଜି ଆମେ ହୁଏତ ସମସ୍ତେ ଲେଖାଟିକୁ ଏମିତି ରଖିଦେବା । ହେଲେ କାଲି ଆମେ ନିଜେ ଏମିତି ଲେଖାକୁ ଦେଖି ଭାବିବା କଣ କଲେ ବୋଲି । ଲେଖାଟିରେ ଥିବା ତତଥ୍ୟଗୁଡ଼ିକ ମଧ୍ୟ ବିନା ଆଧାରରେ ଲେଖାଯାଇଛି । ତେବେ କିଛି ବହିରୁ ସେସବୁ ମିଳିପାରିବ । ଏହା ହୁଏତ ଜଣଙ୍କ ବ୍ୟବହାରକାରୀ ପୃଷ୍ଠା ଭିତରେ ରଖାଯାଇପାରେ କିନ୍ତୁ ଏକ ମୂଳ ନେମସ୍ପେସରେ ରଖିବା ସପକ୍ଷରେ ମୁଁ ନୁହେଁ । --ସୁଭାସିସ ପାଣିଗାହି (ଆଳାପ) ୧୯:୨୬, ୨୦ ଅଗଷ୍ଟ ୨୦୧୬ (IST)[reply]
ଲେଖାଟା ଭଲ ହୋଇଛି । ଏହିଠାରେ ନ‌ହେଲେ ଆଉ କେଉଁଠାରେ ତାର ଉପ‌ଯୁକ୍ତ ସ୍ଥାନ ସେଠାରେ ରଖାଯାଉ । ଏଇଟା କଣ ଉଇକି ପାଠାଗାରରେ ରଖିହେବନି ?--Pmsarangi (ମୋ ଆଲୋଚନା) ୧୪:୨୦, ୨୨ ଅଗଷ୍ଟ ୨୦୧୬ (IST)[reply]
  • ଯଦି ଲିଖନ ଶୈଳୀ ବା ଭରସାଯୋଗ୍ୟ ଆଧାର ନ ଥିବା ହେତୁ ଲିଭାଇବାକୁ ପ୍ରସ୍ତାବ ଆସିଛି, ତା ହେଲେ ପ୍ରସଙ୍ଗରେ ଥିବା କିଛି ଦରକାରୀ ତଥ୍ୟକୁ ଠିକ ସ୍ଥାନକୁ ଘୁଞ୍ଚେଇ ଲିଭାଇବାକୁ ଅନୁରୋଧ । ଉଦାହରଣ : ତୁଳସୀ ପତ୍ରର ରସ ସହିତ ମହୁ ମିଶାଇ ପିଇଲେ ସର୍ଦ୍ଦି କମିଯାଏ। - ଏହାକୁ ତୁଳସୀ ଗଛ ପ୍ରସଙ୍ଗକୁ ଘୁଞ୍ଚେଇବା । --ଆଦିତ୍ୟ ମହାର (ଆଲୋଚନା) ୧୭:୨୦, ୨୪ ଅଗଷ୍ଟ ୨୦୧୬ (IST)[reply]