ବ୍ୟବହାରକାରୀଙ୍କ ଆଲୋଚନା:Csbikash

Page contents not supported in other languages.
ଉଇକିପିଡ଼ିଆ‌ରୁ

ରଥଯାତ୍ରା ଗଣସମ୍ପାଦନାରେ ଯୋଗଦେବାପାଇଁ ନିମନ୍ତ୍ରଣ[ସମ୍ପାଦନା]

ରଥଯାତ୍ରା ଗଣସମ୍ପାଦନା ୨୦୧୬

ନମସ୍କାର, ପବିତ୍ର ରଥଯାତ୍ରା ଅବସରରେ ଆମେ ଆପଣଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ । ଏହି ଜୁଲାଇ ମାସରେ ଜଗନ୍ନାଥ ସଂସ୍କୃତି ଉତ୍ସବମୁଖର ହୋଇଉଠିଛି । ଏହାକୁ ସ୍ମରଣୀୟ କରିବା ପାଇଁ ଏହି ଅବସରରେ ଓଡ଼ିଆ ଉଇକିପିଡ଼ିଆ ପାଳନ କରୁଛି "ରଥଯାତ୍ରା ଗଣସମ୍ପଦନା ୨୦୧୬"।

ଗତବର୍ଷର "ନବକଳେବର ଗଣସମ୍ପାଦନା" ସଫଳ ହେବାପରେ ଏହା ହେଉଛି ସଂସ୍କୃତି-ଭିତ୍ତିକ ଦ୍ଵିତୀୟ ଗଣସମ୍ପାଦନା । ଆପଣ ଜାଣି ଖୁସି ହେବେ ଯେ ଗତବର୍ଷର ଗଣସମ୍ପାଦନାରେ ଜଗନ୍ନାଥ ସଂସ୍କୃତି ସମ୍ବନ୍ଧିତ ୧୪୦ଟି ପ୍ରସଙ୍ଗ ନୂଆ ଓ ଉନ୍ନତ କରାଯାଇଥିଲା ଆଉ ସେହି ପ୍ରସଙ୍ଗଗୁଡ଼ିକ ଉଇକିପିଡ଼ିଆ ପାଇଁ ବହୁତ ଦରକାରୀ ଥିଲା । ତେବେ ଏବର୍ଷର "ରଥଯାତ୍ରା ଗଣସମ୍ପାଦନା" ଆରମ୍ଭ ହୋଇଯାଇଛି । ଜୁଲାଇ ୬ ରୁ ଅଗଷ୍ଟ ୪ ତାରିଖ ମାସେ କାଳ ଜଗନ୍ନାଥଙ୍କ ସମ୍ବନ୍ଧୀୟ ପ୍ରସଙ୍ଗମାନ ସମ୍ପାଦନା କରାଯାଇ ଓଡ଼ିଆ ଉଇକିପିଡ଼ିଆକୁ ସମୃଦ୍ଧ କରାଯିବ । ଆଶାକରୁଛୁ ଯେ ଆପଣ ଏଥିରେ ଭାଗନେଇ ଏହାକୁ ସଫଳ କରାଇବେ । ଗଣସମ୍ପାଦନା ବାବଦରେ ଅଧିକ ଜାଣିବା ଓ ଭାଗନେବା ପାଇଁ ଏହି ପୃଷ୍ଠାଟି ଦେଖନ୍ତୁ । କୌଣସି ସହାୟତା ଲୋଡୁଥିଲେ କିମ୍ବା ପ୍ରଶ୍ନ ଥିଲେ ଆମକୁ ପଚାରିପାରିବେ । ଧନ୍ୟବାଦ । ଜୟ ଜଗନ୍ନାଥ! --ନିଷ୍ଠାରଞ୍ଜନଦାଶtalk