ବ୍ରହ୍ମା ମନ୍ଦିର, ପୁଷ୍କର

ଉଇକିପିଡ଼ିଆ‌ରୁ
ବ୍ରହ୍ମା ମନ୍ଦିର, ପୁଷ୍କର
Brahma Temple, Pushkar.jpg
Brahma Temple at Pushkar
Religion
ସମ୍ବନ୍ଧତାHinduism
Districtଆଜମେର
Location
ଅବସ୍ଥିତିପୁଷ୍କର
ରାଜ୍ୟରାଜସ୍ଥାନ
ଦେଶଭାରତ
Architecture
ପ୍ରକାରରାଜସ୍ଥାନ

ବ୍ରହ୍ମା ମନ୍ଦିର, ପୁଷ୍କର (ଅନ୍ୟ ନାମ ଜଗତପିତା ବ୍ରହ୍ମା ମନ୍ଦିର) ଭାରତର ରାଜସ୍ଥାନରେ ଥିବା ପୁଷ୍କରରେ ଥିବା ବ୍ରହ୍ମାଙ୍କର ଏକ ହିନ୍ଦୁ ମନ୍ଦିର ଯାହା ପବିତ୍ର ପୁଷ୍କର ହ୍ରଦ ନିକଟରେ ଏକ ଅଲିଭା କିମ୍ବଦନ୍ତୀ ଭାବରେ ଅବସ୍ଥିତ । ଦେଶର ବିଭିନ୍ନ ସ୍ଥାନରେ ବିଷ୍ଣୁ,ଶିବ ଓ ଅନ୍ୟାନ୍ୟ ଦେବଦେବୀଙ୍କ ମନ୍ଦିର ଅଛି । ୨୦୦୦ବର୍ଷର ପୁରୁଣା ଏହି ମନ୍ଦିର ଶିଖର ସମ୍ପୂର୍ଣ୍ଣ ନାଲି ପଥରରେ ନିର୍ମିତ । ମାର୍ବଲ ପଥରରେ ଏହି ମନ୍ଦିର ତିଆରି ହୋଇଛି । ମନ୍ଦିରରେ ଲାଲ୍ ରଙ୍ଗର ଦୁଇଟି ପୃଥକ ଶିଖରା ଓ ହାମ୍‌ସା ପକ୍ଷୀର ମୂର୍ତ୍ତୀ ତିଆରି ହୋଇଥିବାରୁ ବେଶ ଆକର୍ଷଣୀୟ । ଏକ ବେଦୀ ଉପରେ ଚତୁର୍ମୁଖ ବିଶିଷ୍ଟ ବ୍ରହ୍ମା ଓ ତାଙ୍କ ପତ୍ନୀ ଗାୟତ୍ରୀଙ୍କ ବିଗ୍ରହ ଅଛି ।

ସେବକ ସନ୍ୟାସୀମାନେ ମନ୍ଦିର ପରିଚାଳନା କରନ୍ତି ।[୨] ବ୍ରହ୍ମାଙ୍କୁ ସମର୍ପିତ କାର୍ତ୍ତିକ ପୂର୍ଣ୍ଣମୀ ପର୍ବ ଦିନ ପବିତ୍ର ହ୍ରଦରେ ସ୍ନାନ ସମାପନ କରି ବହୁ ସଂଖ୍ୟକ ଯାତ୍ରୀମାନେ ସେଠାରେ ସମବେତ ହୁଅନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ବହୁତ ଭିଡ଼ ହୋଇଥାଏ । ହଜାର ହଜାର ଭକ୍ତ ପୁସ୍କର ହ୍ରଦରେ ବୁଡ଼ ପକାଇବା ପରେ ବ୍ରହ୍ମାଙ୍କୁ ଦର୍ଶନ କରନ୍ତି । ବିଶ୍ୱାସ ରହିଛି ଯେ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁଷ୍କର ହ୍ରଦରେ ସ୍ନାନ କରି ବ୍ରହ୍ମା ମନ୍ଦିର ଦର୍ଶନ କଲେ ଅଶେଷ ପୁଣ୍ୟ ଅର୍ଜନ ହୁଏ ।

ଇତିହାସ[ସମ୍ପାଦନା]

ବ୍ରହ୍ମା ମନ୍ଦିରର ମଣ୍ଡପ

ପୁଷ୍କରରେ ସାନ ବଡ (୮ ସଂଖ୍ୟା) ହୋଇ ପ୍ରାୟ ୫୦୦ ମନ୍ଦିର ଅଛି । ସେଥିରୁ ଅଧିକାଂଶ ମନ୍ଦିର ପୁରାତନ ଓ ମୋଗଲ ସାମ୍ରାଜ୍ୟର ଆଉରଙ୍ଗଜେବ ଶାସନ (୧୬୫୮-୧୭୦୭) ଧ୍ୱଂସ କରିଦେଇଥିଲେ । ସେଠି ମଧ୍ୟରୁ ଅନେକ ମନ୍ଦିରର ପୁନର୍ନିମାଣ ହୋଇଥିଲା । ସେଠି ମଧ୍ୟରୁ ସବୁଠାରୁ ଉଲ୍ଲେଖନୀୟ ମନ୍ଦିର ଥିଲା ୧୪ଶ ଶତାବ୍ଦୀର ବ୍ରହ୍ମା ମନ୍ଦିର ।[୩] ଏହି ମନ୍ଦିର ବ୍ରହ୍ମା ଯଜ୍ଞ କର୍ମ ପରେ ବିଶ୍ଵାମିତ୍ର ତିଆରି କରେଇଥିଲେ ।[୨] ଏହି ସ୍ଥାନଟି ନିଜେ ବ୍ରହ୍ମା ବାଛିଥିବା କଥା ବିଶ୍ଵାସ କରାଯାଏ । ଅଷ୍ଟମ ଶତାବ୍ଦୀରେ ଆଦି ଶଙ୍କର ଏହାର ପୁନର୍ନିମାଣ କରିଥିଲେ ଓ ଆଧୁନିକ ମନ୍ଦିର ରତଲମର ମହାରାଜା ଜୱତ ରାଜ ତିଆରି କରେଇଥିଲେ । ସେଥିରେ ଅନେକ ଯୋଗ କରାଯାଇଥିଲା କିନ୍ତୁ ମୂଳ ମନ୍ଦିର ଢାଞ୍ଚା ଅପରିବର୍ତ୍ତିତ ରଖାଯାଇଥିଲା ।[୨] ପୃଥିବୀର ଏକମାତ୍ର ବ୍ରହ୍ମା ମନ୍ଦିର ଭାବରେ ପୁଷ୍କର ବ୍ରହ୍ମା ମନ୍ଦିରର ବର୍ଣ୍ଣନା ଅଛି ଓ ଏହା ସାବିତ୍ରୀ ସରସ୍ଵତୀଙ୍କର ଅଭିଶାପ ଫଳରେ ହିନ୍ଦୁମାନଙ୍କର ପବିତ୍ର ସ୍ଥାନ ମଧ୍ୟରେ ରାଜା ଭାବରେ ବିବେଚିତ ହେବ ।[୪] ଏହା ଅଧୁନା ଏକମାତ୍ର ବ୍ରହ୍ମା ମନ୍ଦିର ନ ହୋଇଥିଲେ ମଧ୍ୟ ଅଦ୍ୟାପି ଭାରତର ବ୍ରହ୍ମା ମନ୍ଦିରମାନଙ୍କ ମଧ୍ୟରେ ଏକ ମୂଖ୍ୟ ମନ୍ଦିର ବିବେଚିତ ହେବ ।[୨] ଇଣ୍ଟରନ୍ୟାସନାଲ ବିଜିନେସ ଟାଇମସରେ ପୃଥିବୀର ପାଞ୍ଚଟି ପବିତ୍ର ଧର୍ମ ସ୍ଥଳ ମଧ୍ୟରୁ ଭାରତର ବ୍ରହ୍ମା ମନ୍ଦିର ଅନ୍ୟତମ ଭାବରେ ଚିହ୍ନଟ ହୋଇଛି । [୫]

ପୌରାଣିକ[ସମ୍ପାଦନା]

ପଦ୍ମ ପୁରାଣରେ ବର୍ଣ୍ଣିତ କଥାବସ୍ତୁ ଅନୁସାରେ ରାକ୍ଷସ ବଜ୍ରନାଭ ତାଙ୍କର ସନ୍ତାନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବା ସହ ପ୍ରଜାଙ୍କୁ ଅତି କଷଣ ଦେଉଥିଲା । ବ୍ରହ୍ମା ତାକୁ ତାଙ୍କର ଅସ୍ତ୍ର ପଦ୍ମଫୁଲ ସାହାଯ୍ୟରେ ହତ୍ୟା କଲେ । ଏହି ସମୟରେ ପୃଥିବୀରେ ତିନିଟି ସ୍ଥାନରେ ପଦ୍ମ ପାଖୁଡ଼ା ପଡ଼ି ଯାଇଥିଲା । ଯେଉଁଠି ଫୁଲର ପାଖୁଡ଼ା ପଡ଼ିଥିଲା ସେଠାରେ ସୃଷ୍ଟି ହେଲା ତିନିଟି ପୁଷ୍କର ହ୍ରଦ । ବଡ଼ଟି ବଡ଼ ପୁଷ୍କର, ଦ୍ୱିତୀୟଟି ମଧ୍ୟମ ପୁଷ୍କର ଓ ଶେଷଟି କନିଷ୍ଠ ପୁଷ୍କର ।

ପୁଣି ବ୍ରହ୍ମା ମନ୍ଦିରରେ ଦେବୀ ସାବିତ୍ରୀଙ୍କ ବଦଳରେ ଗାୟତ୍ରୀ ପୂଜା ପାଇବା ପଛରେ ଏକ କାହାଣୀ ରହିଛି। ମୁଖ୍ୟ ପୁଷ୍କର ହ୍ରଦରେ ଏକ ଯଜ୍ଞ କରିବାକୁ ବ୍ରହ୍ମା ସ୍ଥିର କଲେ । ସେଥିଲାଗି ହ୍ରଦ ଚାରିପଟେ ରତ୍ନଗିରି, ନୀଳଗିରି, ସୂର୍ଯ୍ୟଗିରି ଓ ସଞ୍ଚୋରା ନାମରେ ଚାରିଟି ପର୍ବତ ଚାରି ଦିଗରେ ସୃଷ୍ଟି କରି ଦେବତାମାନଙ୍କୁ ସେଠାରେ ଯଜ୍ଞସ୍ଥଳ କରିବାକୁ ନିୟୋଜିତ କଲେ । ମାତ୍ର ଯଜ୍ଞ ସମୟରେ ଲକ୍ଷ୍ମୀ, ପାର୍ବତୀ ଓ ଇନ୍ଦ୍ରାଣୀଙ୍କୁ ଅପେକ୍ଷା କରି ବ୍ରହ୍ମାଙ୍କ ପତ୍ନୀ ଦେବୀ ସାବିତ୍ରୀ ପହଞ୍ଚି ପାରିଲେନି । ବ୍ରହ୍ମା ରାଗିଗଲେ । ଯଜ୍ଞକର୍ମ ପାଇଁ ଇନ୍ଦ୍ରଙ୍କୁ କହି ଜଣେ କନ୍ୟା ଠିକ୍ କଲେ ଯାହାକୁ ସେଠାରେ ବିବାହ କରି ଯଜ୍ଞ ସମାପନ କରିବେ । ଜଣେ ଗଉଡ଼ ଝିଅକୁ ଇନ୍ଦ୍ର ଠିକ କଲେ ଏବଂ ସବୁ ଦେବଦେବୀ ତାଙ୍କୁ ପବିତ୍ର କରି ନାମ ଦେଲେ ଗାୟତ୍ରୀ । ବ୍ରହ୍ମା ତାଙ୍କୁ ବିବାହ କରି ଯଜ୍ଞ ସମାପନ କଲେ । ସାବିତ୍ରୀ ବ୍ରହ୍ମାଙ୍କ ପାଖରେ ଗାୟତ୍ରୀଙ୍କୁ ଦେଖି କୋପ କଲେ ଏବଂ ଅଭିଶାପ ଦେଲେ ବ୍ରହ୍ମା କେଉଁଠି ପୂଜା ପାଇବେ ନାହିଁ । କେବଳ ପୁଷ୍କର ହ୍ରଦ ନିକଟରେ ପୂଜା ପାଇବେ ବୋଲି ଶେଷରେ କହିଲେ । ତେଣୁ ଏହି ଏକମାତ୍ର ବ୍ରହ୍ମା ମନ୍ଦିରରେ ଗାୟତ୍ରୀଙ୍କ ସହ ବ୍ରହ୍ମା ପୂଜା ପାଆନ୍ତି । [୬]

ଆକର୍ଷଣ[ସମ୍ପାଦନା]

View from the Savithri temple on top of Ratnagiri hills, overlooking the Pushkar lake

ପୁସ୍କର ହ୍ରଦର ଚାରିପଟେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ମନ୍ଦିର ରହିଛି । ସେଥିମଧ୍ୟରୁ ୮୦ଟି ମନ୍ଦିର ବଡ଼ ହୋଇଥିବା ବେଳେ ଅନ୍ୟ ମନ୍ଦିର ମନ୍ଦିରଗୁଡ଼ିକ ଛୋଟ ।[୭] ସେଥିମଧ୍ୟରୁ ବ୍ରହ୍ମା ମନ୍ଦିର ବେଶ୍ ଗୁରୁତ୍ୱପୂର୍ଣ୍ଣ । ଶୀତଦିନେ ସକାଳ ୬.୩୦ରୁ ସନ୍ଧ୍ୟା ୮.୩୦ ପର୍ଯ୍ୟନ୍ତ ମନ୍ଦିର ଖୋଲା ରହୁଥିବା ବେଳେ ଖରାଦିନେ ୬ଟାରୁ ସନ୍ଧ୍ୟା ୯ଟା ପର୍ଯ୍ୟନ୍ତ ଖୋଲା ରହେ ଏବଂ ବର୍ଷାଦିନେ ଦିନ ୧.୩୦ରୁ ଦିନ ୩ଟା ପର୍ଯ୍ୟନ୍ତ ଖୋଲା ରହେ। ଏହି ସମୟରେ ମନ୍ଦିରରେ ପରମ ପିତା ବ୍ରହ୍ମା ପୂଜା ପାଆନ୍ତି । ପୁସ୍କର ମେଳା ୫ଦିନ ଧରି ଚାଲେ । ମେଳାରେ ଏକ ବିଶେଷ କଥା ଦେଖିବାକୁ ମିଳେ । ଏହି ମେଳାରେ ହଜାର ହଜାର ଲୋକଙ୍କ ସହ ଗାଈଗୋରୁ ଓ ଓଟ ଦେଖିବାକୁ ମିଳେ । ପ୍ରାୟ ବିଶ୍ୱରୁ ୫୦,୦୦୦ ଓଟ ଏଠାକୁ ଆସିଥାନ୍ତି ।[୮][୯] ଏଠାରେ ଗାଈଗୋରୁ ଓ ଓଟଙ୍କ କିଣାବିକା ଚାଲେ । [୧୦][୧୧]

କିମ୍ବଦନ୍ତୀ[ସମ୍ପାଦନା]

ହିନ୍ଦୁ ପଦ୍ମ ପୁରାଣ ଅନୁସାରେ ଅସୁର ବଜ୍ରନାଭ/ବଜ୍ରନାଶ ପିଲାମାନକୁ ହତ୍ୟା କରୁଥିବା ଦେଖି ବ୍ରହ୍ମା ନିଜର ପଦ୍ମ ଅସ୍ତ୍ର ସାହାଯ୍ୟରେ ତୁରନ୍ତ ତାକୁ ହତ୍ୟା କରିଥିଲେ । ଏହି କ୍ରିୟାରେ ପଦ୍ମ ପାଖୁଡ଼ା ତିନୋଟି ସ୍ଥାନରେ ପଡ଼ି ଝରଣା ରୂପ ନେଲା ଯଥା:- ପୁଷ୍କର ହ୍ରଦ (ଜ୍ୟେଷ୍ଠ ପୁଷ୍କର, ସବୁଠାରୁ ବଡ଼ ବା ପ୍ରଥମ ପୁଷ୍କର), ମଧ୍ୟ ପୁଷ୍କର ଓ କନିଷ୍ଠ ପୁଷ୍କର । [୬][୫][୧୨] ଏହା ପରେ ବିନା ଗୋଳମାଳରେ ବ୍ରହ୍ମା ଯଜ୍ଞ କରିବାକୁ ମୂଖ୍ୟ ପୁଷ୍କରକୁ ବାଛିଲେ ଓ ବିନା ଗୋଲମଳରେ ତାହା ସମ୍ପନ୍ନ କରିବାକୁ ପୁଷ୍କର ଚତୁର୍ଦିଗରେ ପର୍ବତମାଳା ସୃଷ୍ଟି କରିଥିଲେ । ଦକ୍ଷିଣ ଦିଗରେ ରତ୍ନଗିରି, ଉତ୍ତର ଦିଗରେ ନିଳଗିରି, ପଶ୍ଚିମରେ ସଞ୍ଚୁର ଓ ପୂର୍ବ ଦିଗରେ ସୂର୍ଯ୍ୟଗିରି ସୃଷ୍ଟି କରିଥିଲେ । ଯଜ୍ଞ କରିବା ସମୟରେ ଲକ୍ଷ୍ମୀ, ପାର୍ବତୀ ଓ ଇନ୍ଦ୍ରାଣୀଙ୍କୁ ଅପେକ୍ଷା କରୁଥିବା ତାଙ୍କ ପତ୍ନୀ ସରସ୍ଵତୀ ଦେବୀ ଯଜ୍ଞ ସ୍ଥଳକୁ ଆସି ନପାରିବାରୁ ଗାୟତ୍ରୀ ନାମ୍ନୀ ଏକ ଗୁର୍ଜର କନ୍ୟାଙ୍କୁ ବିବାହ କରି ଯଜ୍ଞ ସମାପ୍ତ କରିଥିଲେ । ଏହି ଯଜ୍ଞ କରୁଥିବା ସମୟରେ ମଥାରେ ଅମୃତ ରଖି ଗାୟତ୍ରୀ ତାଙ୍କ ପାଖରେ ବସି ଆହୁତି ପ୍ରଦାନ କରିଥିଲେ ।[୬][୫][୧୨] ଅବଶେଷରେ ସାବିତ୍ରୀ ଆସି ତାଙ୍କ ସ୍ଥାନରେ ଗାୟତ୍ରୀ ବସିଥିବା ଦେଖି କ୍ରୋଧାନ୍ଵିତ ହୋଇଗଲେ ଓ କେବେହେଲେ ବ୍ରହ୍ମା ପୂଜା ଯୋଗ୍ୟ ନହେବା ଅଭିଶାପ ଦେଲେ । ଶାନ୍ତ ହେବା ପରେ ତାଙ୍କ ଅଭିଶାପରୁ ପୁଷ୍କରକୁ ବାଦ ଦେଇଥିଲେ । ଏହା ବ୍ୟତୀତ ପୁରୋହିତଙ୍କୁ ସର୍ବଦା ଦରିଦ୍ର ରହିବା, ବିଷ୍ଣୁଙ୍କର ପତ୍ନୀ ବିଚ୍ଛେଦ ହେବା ଓ ଇନ୍ଦ୍ର ସହଜରେ ପରାସ୍ତ ହେବା ଅଭିଶାପ ଦେଇଥିଲେ ।[୬][୫][୧୨] ଅନ୍ୟ ପକ୍ଷରେ ଯଜ୍ଞ ବଳରେ ଶକ୍ତିଶାଳୀ ହୋଇ ଗାୟତ୍ରୀ ସେହି ଅଭିଶାପଗୁଡ଼ିକୁ ଦୁର୍ବଳ କରିଦେଲେ । ‘ତୀର୍ଥ ଯାତ୍ରା ମଧ୍ୟରେ ପୁଷ୍କର ରାଜତୀର୍ଥ ହେବ, ଇନ୍ଦ୍ର ସ୍ଵର୍ଗରେ ସ୍ଵର୍ଗରେ ରହିବେ, ରାମ ଅବତାର ହୋଇ ବିଷ୍ଣୁ ଜନ୍ମ ହେବେ ଓ ପୁରୋହିତମାନେ ଜ୍ଞାନୀ ଓ ପୂଜ୍ୟ ରହିବେ', ଏହି ଶକ୍ତି ଦେଲେ । ଏହି ଶକ୍ତି ବଳରେ ପୁଷ୍କର ବ୍ରହ୍ମାଙ୍କର ଏକମାତ୍ର ତୀର୍ଥସ୍ଥାନ ହୋଇ ରହିବ ।[୧୩][୫][୧୨] ଏହା ଉପରାନ୍ତେ ରତ୍ନଗିରିକୁ ସାବିତ୍ରୀ ଚାଲିଗଲେ ଓ ସେଠାରେ ସାବିତ୍ରୀ ଝରଣା ରୂପରେ ରତ୍ନଗିରିର ଏକ ଅଂଶ ହୋଇ ରହିଲେ । [୧୨]

ସ୍ଥାପତ୍ୟ[ସମ୍ପାଦନା]

Left: Front facade of Brahma temple in Pushkar. Right: Idol of Brahma inside the Brahma temple at Pushkar

ମନ୍ଦିରର ଏକ ଉଚ୍ଚ ପିଣ୍ଡି ଉପରେ ତିଆରି ହୋଇଛି । ସେଠାକୁ ଯିବା ନିମନ୍ତେ ଅନେକ ଗୁଡିଏ ପାହାଚ ଚଢିବାକୁ ହୁଏ । ତାହା ପରେ ଏକ ସୁସଜ୍ଜିତ ପ୍ରବେଶ ଦ୍ୱାର ଅଛି । ଏହା ପରେ ଏକ ମଣ୍ଡପ ପଡ଼େ ଓ ତା’ପରେ ଗର୍ଭଗୃହ ମିଳେ । ମନ୍ଦିରଟି ପଥରରେ ତିଆରି ହୋଇ ସୀସାରେ ଯୋଡ଼ା ଯାଇଛି । ମନ୍ଦିର ଶିଖରରେ ଏକ ହଂସ ପ୍ରତିମୂର୍ତ୍ତି ରହିଛି ଯାହା ବ୍ରହ୍ମାଙ୍କ ବାହନ ରୂପରେ ବିଦ୍ୟମାନ । ଶିକ୍ଷାର ଉଚ୍ଚତା ପ୍ରାୟ ୭୦ ଫୁଟ । ମନ୍ଦିରର ଚଟାଣଟି ଶଙ୍ଖ ମର୍ମରର କଳା ଧଳା ଚାରି କୋଣିଆ ପଥରରେ ତିଆରି । ମନ୍ଦିର ମଣ୍ଡପରେ ଏକ ରୂପା କଇଁଛ ଅଛି ଯାହାର ମୁଖ ଗର୍ଭଗୃହ ଦିଗକୁ ଅଛି ।[୧୪]ଏହି ଶଙ୍ଖ ମର୍ମର ପ୍ରସ୍ତର ସମୟ ସମୟରେ ବଦଳ କରାଯାଏ ।[୨][୧୪]

ଶଙ୍ଖ ମର୍ମର ପ୍ରସ୍ତରରେ ବ୍ରହ୍ମାଙ୍କ ପ୍ରତିମୂର୍ତ୍ତି ତିଆରି ହୋଇଛି ଯାହାକୁ ଆଦି ଶଙ୍କର ଶୁଭ ଦେଇ ଜୀବନ୍ୟାସ ଦେଇଥିଲେ । ବ୍ରହ୍ମାଙ୍କ ପ୍ରତିମୂର୍ତ୍ତିର ଚାରୋଟି ମୁଖ ଅଛି ଓ ପଦ୍ମାସନରେ ବସିଛନ୍ତି । ଏହାକୁ ବିଶ୍ଵକର୍ମା ଆକାର କୁହାଯାଏ । ବିଗ୍ରହକୁ ଚତୁରମୂଖୀ କୁହାଯାଏ । ଜୀବନ୍ତ ଆକାର ସହିତ ଦେହର ଚାରୋଟି ହାତ ଓ ଚାରୋଟି ମୁଖ ଅଛି ଓ ପ୍ରତ୍ୟେକ ମୁଖ ଏକ ଭିନ୍ନ ଦିଗକୁ ଥାଏ । ହାତରେ ରୁଦ୍ରାକ୍ଷ ମାଳା, ପୁସ୍ତକ, କୁଶ ଓ କମଣ୍ଡଳୁ ଥାଏ । ବ୍ରହ୍ମା ଗୋଟିଏ ହଂସ ଉପରେ ବସିଥାଆନ୍ତି । ହାତରେ ଧରିଥିବା ଦ୍ରବ୍ୟ ସଂସାରର ଜୀବନ ଆକାର, ଜ୍ଞାନ, ଜୀବନ ରକ୍ଷା ନିମନ୍ତେ ଆବଶ୍ୟକୀୟ ପଦାର୍ଥକୁ ଦେଖାଏ । ମଧ୍ୟ ଭାଗରେ ବ୍ରହ୍ମାଙ୍କ ବାମ ପାର୍ଶ୍ଵରେ ଗାୟତ୍ରୀ, ଦକ୍ଷିଣ ପାର୍ଶ୍ଵରେ ସରସ୍ଵତୀ ବିଦ୍ୟମାନ ଅଛନ୍ତି । ମନ୍ଦିର କାନ୍ଥରେ ମୟୁର ଚିତ୍ର ଶୋଭା ପାଏ । ମନ୍ଦିରରେ ବିଷ୍ଣୁଙ୍କ ସହିତ ଗରୁଡ଼ ଓ ଜୀବନ୍ତ ଆକାରର ଦ୍ଵାରପାଳ ଶୋଭା ପାଏ ।

ପୂଜା[ସମ୍ପାଦନା]

ପୃଷ୍ଠଭୂମିରେ ସାବିତ୍ରୀ ମନ୍ଦିର ଥାଇ ପୁଷ୍କର ହ୍ରଦରେ ତୀର୍ଥଯାତ୍ରୀ ସ୍ନାନ କରୁଥିବା ଦୃଶ୍ୟ

ସାଧୁ, ସନ୍ୟାସୀ ଓ ତୀର୍ଥଯାତ୍ରୀମାନେ ପୁଷ୍କର ହ୍ରଦରେ ସ୍ନାନ କରିବା ପରେ ମନ୍ଦିର ପ୍ରଦକ୍ଷିଣ କରନ୍ତି ।[୧୫] ବ୍ରହ୍ମା ମନ୍ଦିର ଦର୍ଶନ ପରେ ତାଙ୍କର ପତ୍ନୀ ଗାୟତ୍ରୀ ମନ୍ଦିର ଦର୍ଶନ କରିବା ପ୍ରଥା ଅଛି ଓ ତାହା ପରେ ଅନ୍ୟାନ୍ୟ ମନ୍ଦିର ପରିଦର୍ଶନ କରନ୍ତି । ଶୀତ ଦିନେ ସକାଳ ୬:୩୦ରୁ ସନ୍ଧ୍ୟା ୮:୩୦ ପର୍ଯ୍ୟନ୍ତ ଓ ଗ୍ରୀଷ୍ମ କାଳରେ ୬:୦୦ରୁ ରାତି ୯:୦୦ ପର୍ଯ୍ୟନ୍ତ ଖୋଲା ରହେ କିନ୍ତୁ ଉପରବେଳା ୧:୩୦ରୁ ୩:୦୦ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହେ ।[୧][୨] ସୂର୍ଯ୍ୟୋଦୟର ୨ଘଣ୍ଟା ପୂର୍ବରୁ ମଙ୍ଗଳ ଆରତୀ[୧], ସନ୍ଧ୍ୟା ବେଳେ ସୂର୍ଯ୍ୟାସ୍ତର ୪୦ ମିନିଟ ପରେ ସନ୍ଧ୍ୟା ଆରତୀ ଓ ସୂର୍ଯ୍ୟାସ୍ତର ୫ ଘଣ୍ଟା ପରେ ରାତ୍ରି ଶୟନ ଆରତୀ ସମ୍ପନ୍ନ କରାଯାଏ । ବ୍ରହ୍ମା ମନ୍ଦିରର ବ୍ରାହ୍ମଣମାନେ କଠୋରତା ସହିତ ଧାର୍ମିକ ପୂଜା ସମ୍ପନ୍ନ କରନ୍ତି । ବିବାହିତ ପୁରୁଷମାନେ ପୂଜା କରିବା ନିମନ୍ତେ ଭିତରକୁ ଯିବାକୁ ମନା କରାଯାଏ; କେବଳ ସନ୍ୟାସୀମାନଙ୍କୁ ଏହି କାର୍ଯ୍ୟ କରିବାକୁ ଦିଆଯାଏ । ସୁତରାଂ ଯାତ୍ରୀମାନେ ସନ୍ୟାସୀ ମାଧ୍ୟମର ଭୋଗ ଅର୍ପଣ କରନ୍ତି । ମନ୍ଦିରର ପୂଜାରୀମାନେ ସାଧାରଣତଃ ପରାଶର ଗୋତ୍ରୀର ଲୋକ ଥାଆନ୍ତି ।[୨][୧୬][୮]> ପୂର୍ଣ୍ଣମୀ ଓ ଅମାବାସ୍ୟା ଦିନ ବିଶେଷ ଧରଣର ପୂଜା କରାଯାଏ ।[୨] ବ୍ରହ୍ମାଙ୍କ ସମ୍ମାନାର୍ଥେ ବର୍ଷକୁ ଥରେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଧାର୍ମିକ ପର୍ବ ପାଳନ କରାଯାଏ । ହଜାର ହଜାର ଯାତ୍ରୀ ଆସି ମନ୍ଦିର ସଂଲଗ୍ନ ହ୍ରଦରେ ବୁଡ଼ ପକାନ୍ତି । ପର୍ବ ସମୟରେ ବିଭିନ୍ନ ଧରଣର ପୂଜା କରାଯାଏ । ମନ୍ଦିର ନିକଟରେ ପୁଷ୍କର ଓଟ ମେଳା ହୁଏ ।

ଅନ୍ୟାନ୍ୟ ସମ୍ପର୍କୀୟ ମନ୍ଦିର[ସମ୍ପାଦନା]

ପୁଷ୍କର ହ୍ରଦ ପୃଷ୍ଠଭୂମିରେ ରତ୍ନଗିରି ଉପରେ ଥିବା ସାବିତ୍ରୀ ମନ୍ଦିର ଦୃଶ୍ୟ

ବ୍ରହ୍ମା ପତ୍ନୀଙ୍କର ମନ୍ଦିର[ସମ୍ପାଦନା]

ପୁଷ୍କର ହ୍ରଦର ବିପରୀତ ଦିଗରେ ଥିବା ପର୍ବତ ଉପରେ ବ୍ରହ୍ମାଙ୍କର ଦୁଇ ପତ୍ନୀଙ୍କର ଦୁଇ ଭିନ୍ନ ଭିନ୍ନ ମନ୍ଦିର ଅଛି । ପୁଷ୍କରର ସର୍ବୋଚ୍ଚ ପର୍ବତ ଉପରେ ସାବିତ୍ରୀଙ୍କର କ୍ରୋଧ ସମ୍ପନ୍ନ ମନ୍ଦିର ଅଦ୍ୟାପି ଅଛି ଓ ହ୍ରଦର ପୂର୍ବ ଦିଗରେ ନିମ୍ନ ଉଚ୍ଚତାରେ ଗାୟତ୍ରୀ ମନ୍ଦିର ଅଛି ।[୧୭][୧୮]

ଆତପତେଶ୍ଵର ମନ୍ଦିର ବା ଆପତେଶ୍ଵର ମନ୍ଦିର[ସମ୍ପାଦନା]

ବ୍ରହ୍ମାଙ୍କର ମନ୍ଦିର ପରବର୍ତ୍ତୀ ମନ୍ଦିରକୁ ଆତପତେଶ୍ଵର ମନ୍ଦିର କୁହାଯାଏ ଯାହା ଏକ ଗୁମ୍ଫାରେ ଅଛି ଓ ଶିବଙ୍କୁ ସମର୍ପିତ ହୋଇଛି । ବ୍ରହ୍ମାଙ୍କର ଯଜ୍ଞରେ ଶିବ ଏକ ଖପୁରି ଧରି ତାନ୍ତ୍ରିକ ଛଦ୍ମ ବେଶରେ ପୂଜା କରୁଥିବାର ଦେଖି ତାଙ୍କୁ ଚିହ୍ନି ନପାରି ବ୍ରହ୍ମା କ୍ରୋଧିତ ହୋଇ ଯଜ୍ଞ ସ୍ଥାନରେ ଖପୁରି ଭର୍ତ୍ତି କରିଦେଲେ । ପରେ ବ୍ରହ୍ମା ତପ ବଳରେ ତାଙ୍କୁ ଶିବ ବୋଲି ଚିହ୍ନି ନିଜ ବୋକାମି ଜାଣିପାରିଲେ ଓ ତାଙ୍କୁ ଯଜ୍ଞରେ ରହିବାକୁ ସମ୍ମତ ହେଲେ ଓ ତାଙ୍କ ସମ୍ମାନାର୍ଥେ ଏକ ମନ୍ଦିର ତିଆରି କରିଥିଲେ । ଶିବଙ୍କର ଏକ ବଡ଼ ଲିଙ୍ଗ ତିଆରି କରି ତା’ ଚାରିପାଖରେ ଏକ ତମ୍ବା ନିର୍ମିତ ସାପ ରଖିଦେଲେ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Official board pictured in File:Pushkar05.jpg
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Temple Profile: Mandir Shri Brahma Ji". Devasthan Department, Govt of Rajasthan. 2001–2002. Archived from the original on 13 February 2011. Retrieved 31 January 2010.
  3. "Brahma Temple". Rajasthan Tourism- The Official website of Rajasthan. Government of Rajasthan. Archived from the original on 3 January 2010. Retrieved 30 January 2010.
  4. "Travel and Geography:Pushkar". Encyclopædia Britannica. Retrieved 2010-01-24.
  5. ୫.୦ ୫.୧ ୫.୨ ୫.୩ ୫.୪ "Ten of the World's Most Religious Cities". Pushkar. International Business Times. Archived from the original on 30 March 2009. Retrieved 2010-01-24.
  6. ୬.୦ ୬.୧ ୬.୨ ୬.୩ Robert, Robert (2001). Rajasthan & Gujarat Handbook: The Travel Guide. Pushkar. Footprint Travel Guides. p. 161. ISBN 1-900949-92-X. Retrieved 2010-01-26. {{cite book}}: Unknown parameter |coauthor= ignored (|author= suggested) (help)
  7. "Brahma Temple". Rajasthan Tourism- The Official website of Rajasthan. Government of Rajasthan. Retrieved 30 January 2010.
  8. ୮.୦ ୮.୧ City Development Plan for Ajmer and Pushkar pp. 208, 219
  9. "Rajasthan Infrastructure Agenda "2025"" (PDF). Pushkar. Price Waterhouse Cooper. p. 44.
  10. ପ୍ରମେୟ, ପୃଷ୍ଠା-୨, ବୁଧବାର, ୫ଜୁନ୍ ୨୦୧୩
  11. ସମ୍ବାଦ, ପୃଷ୍ଠା-୨, ଗୁରୁବାର ୪ ଜୁଲାଇ ୨୦୧୩
  12. ୧୨.୦ ୧୨.୧ ୧୨.୨ ୧୨.୩ ୧୨.୪ Pilgrim Places of India. Pushkar. Prabhat Prakashan. p. 30. ISBN 81-87100-41-9. Retrieved 2010-01-26.
  13. City Development Plan for Ajmer and Pushkar p. 195
  14. ୧୪.୦ ୧୪.୧ City Development Plan for Ajmer and Pushkar p. 215
  15. Bhalla, Kartar Singh (2005). Let's Know Festivals of India. Pushkar Fair. Star Publications. ISBN 81-7650-165-4. Retrieved 2010-01-25.
  16. "Pushkar Lake". Eco India. Retrieved 2010-01-23.
  17. Pippa de Bruyn; Keith Bain; Niloufer Venkatraman; Shonar Joshi (4 March 2008). Frommer's India. Frommer's. Frommer's. pp. 437, 440. ISBN 978-0-470-16908-7.
  18. Kayita Rani (October 2007). Royal Rajasthan. New Holland Publishers. p. 126. ISBN 978-1-84773-091-6.