ବ୍ରହ୍ମା ମନ୍ଦିର, ଖଜୁରାହୋ

ଉଇକିପିଡ଼ିଆ‌ରୁ
ବ୍ରହ୍ମା ମନ୍ଦିର
ବ୍ରହ୍ମା ମନ୍ଦିର
ବ୍ରହ୍ମା ମନ୍ଦିର, ଖଜୁରାହୋ
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଛତରପୁର ଜିଲ୍ଲା
ଦେବାଦେବୀଶିବ
Location
ସ୍ଥାନKhajuraho
Stateମଧ୍ୟ ପ୍ରଦେଶ
Countryଭାରତ
Architecture
Typeନାଗା ସ୍ଥାପତ୍ୟ
ଚଣ୍ଡେଲା Chandela
Completed୯ମ/୧୦ମ ଶତାବ୍ଦୀ
Temple(s)1

ବ୍ରହ୍ମା ମନ୍ଦିର ନବମ ବା ଦଶମ ଶତାବ୍ଦୀରେ ଭାରତର ମଧ୍ୟ ପ୍ରଦେଶର ଛତରପୁରରେ ଅବସ୍ଥିତ ଓ ନିର୍ମିତ ଏକ ହିନ୍ଦୁ ମନ୍ଦିର । ମନ୍ଦିରଟି ହିନ୍ଦୁ ଠାକୁର ବ୍ରହ୍ମାଙ୍କ ନାମରେ ଥିଲେ ମଧ୍ୟ ପ୍ରକୃତରେ ଶିବଙ୍କୁ ସମର୍ପିତ ଏକ ମନ୍ଦିର । ଅନ୍ୟାନ୍ୟ ଆକାରର ଖଜୁରାହୋ ସ୍ମାରକୀ ଦଳ (Khajuraho Group of Monuments) ସହିତ ଏହା ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ (UNESCO World Heritage Site) ଅନ୍ତର୍ଭୁକ୍ତ ଏକ ମନ୍ଦିର ।

ପୃଷ୍ଠଭୂମି[ସମ୍ପାଦନା]

ସାଗର ହ୍ରଦ କୂଳରେ ଏହି ଖଜୁରାହୋ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ନାମକରଣ ଭୁଲ କ୍ରମେ 'ବ୍ରହ୍ମା ମନ୍ଦିର' ହୋଇଛି । ପ୍ରକୃତରେ ଏହାର ଗର୍ଭ ଗୃହରେ ଚାରି ମୁଖ ବିଶିଷ୍ଟ ଏକ ଶିବଲିଙ୍ଗ ରହିଛି ଯାହାକୁ ମୁଖଲିଙ୍ଗ କୁହାଯାଇଛି । ଏହି ମୁଖଲିଙ୍ଗକୁ ସ୍ଥାନୀୟ ପୂଜକମାନେ ତାହାକୁ ଭୁଲ କ୍ରମେ ବ୍ରହ୍ମା ସ୍ଥାପତ୍ୟ ଭାବିଛନ୍ତି[୧] । ଏହାର ପଶ୍ଚିମ ପାଖ ଗବାକ୍ଷ ଓ ଗର୍ଭଗୃହର କେନ୍ଦ୍ରୀୟ ଲିଣ୍ଟେଲରେ ବିଷ୍ଣୁଙ୍କ ବିଗ୍ରହ ଅଛି । ସାଧାରଣତଃ ଯେଉଁ ପଥରରେ ମନ୍ଦିର ନିର୍ମିତ ହୁଏ; ଏହି ମନ୍ଦିର ସେଭଳି ପଥରରେ ତିଆରି ନହୋଇ ପୃଥକ ଧରଣର ପଥରରେ ତିଆରି ହୋଇଛି ।[୧] ଏହି ମନ୍ଦିର ନବମ ଶତାବ୍ଦୀରେ ଅଥବା ଦଶମ ଶତାବ୍ଦୀର ପ୍ରଥମ ଭାଗରେ ତୋଳା ଯାଇଛି ।[୨][୩]

ସ୍ଥାପତ୍ୟ[ସମ୍ପାଦନା]

ମନ୍ଦିର ଅଭ୍ୟନ୍ତରରେ ଥିବା ମୁଖଲିଙ୍ଗ (Shiva linga

ଖଜୁରାହୋ ସ୍ମାରକୀ ଦଳର (Khajuraho Group of Monuments) ଅନ୍ୟାନ୍ୟ ଜୀବିତମନ୍ଦିର ମଧ୍ୟରୁ ଏହି ଏକ ମନ୍ଦିର ଜୀବିତ ରହିଛି । ଅନ୍ୟାନ୍ୟ ମନ୍ଦିର ଗୁଡ଼ିକ ଗ୍ରେନଷ୍ଟୋନ ସାହାଯ୍ୟରେ ତିଆରି ହୋଇଥିବା ବେଳେ ଏହା ଗ୍ରାନାଇଟ ପ୍ରସ୍ତରରେ ତିଆରି ହୋଇଛି ।[୪] ଲାଲଗୁଆଁ ମନ୍ଦିର (Lalguan Mahadeva temple) ସହିତ ଏହି ମନ୍ଦିରର ସାମଞ୍ଜସ୍ୟ ରହିଛି । ଗ୍ରାନାଇଟ ପଥର ପଦଳରେ ବାଲିପଥର ସାହାଯ୍ୟରେ ମନ୍ଦିର ତିଆରି ହେଉଥିବା ସମୟରେ ଏହି ମନ୍ଦିର ତିଆରି ହୋଇଛି ।[୫] ଭାରତର ଆର୍କିଓଲୋଜି ସର୍ଭେ ଅନୁସାରେ ଅନ୍ୟାନ୍ୟ ଖଜୁରାହୋ ମନ୍ଦିରର ସାମଞ୍ଜସ୍ୟ ଅଛି । ଠାକୁର ଥବା ଗୃହର ଗମ୍ବୁଜ ଶିଖର ବାଲିପଥରରେ ନିର୍ମିତ ହୋଇଛି ।[୬] ପ୍ରଥମେ ଏହି ମନ୍ଦିରର କେବଳ ପ୍ରବେଶ ପଥ ଓ ଗର୍ଭଗୃହ ଥିଲା । ପ୍ରବେଶ ପଥ ନଷ୍ଟ ହୋଇଯାଇଥିବା ବେଳେ କେବଳ ଗର୍ଭଗୃହ ବଞ୍ଚିରହିଛି ଯାହା ଉର୍ଦ୍ଧ୍ୱରେ ଏକ ଶିଖର ରହିଛି । ବାହ୍ୟଦେଶରେ ଗର୍ଭଗୃହ ଏକ ‘ଛକ’ (cruciform) ଆକାରର ହୋଇଥିବା ହେଲେ ପ୍ରତ୍ଯେକ ଦିଗରେ ପ୍ରକ୍ଷେପଣ ରହିଛି । ମନ୍ଦିର ଅଭ୍ୟନ୍ତର ଏକ ଚାରି କୋଣ ବିଶିଷ୍ଟ ହୋଇଛି ଓ ୧୨ଟି ସ୍ତମ୍ଭ ଅଛି । ପୂର୍ବ ଦିଗର ମୂଖ୍ୟ ପ୍ରବେଶ ଦ୍ୱାର ଓ ପଶ୍ଚିମ ଦୁଗରେ ଏକ ଛୋଟ ପ୍ରବେଶ ଦ୍ୱାର ଅଛି । ଅନ୍ୟ ଦୁଇଟି ପ୍ରକ୍ଷେପଣରେ ଜାଲି ଝରକା ଅଛି ।[୬] ମୁଖ୍ୟ ଦ୍ୱାରରେ ମୁଖ୍ୟତଃ କୌଣସି କାରୁକାର୍ଯ୍ୟ ନାହିଁ । ସେଠାରେ ଲିଣ୍ଟେଲ ଉପରେ ଏକ ତ୍ରିମୂର୍ତ୍ତି ଅଛି ଓ ଚଟାଣରେ ଗଙ୍ଗା (Ganga) ଓ ଯମୁନାଙ୍କର (Yamuna) ବିଗ୍ରହ ଅଛି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ Dhama 1927, p. 18.
  2. "Brahma Temple". ASI. Retrieved 30 May 2019.
  3. Dhama 1927, p. 19.
  4. Deva 2002, p. 5.
  5. Deva 2002, p. 67.
  6. ୬.୦ ୬.୧ Deva 2002, p. 72.

ଗ୍ରନ୍ଥ ସୂଚୀ[ସମ୍ପାଦନା]