Jump to content

ବେସେଟ ଡିଜିଜ

ଉଇକିପିଡ଼ିଆ‌ରୁ
ବେସେଟ ଡିଜିଜ
ବେସେଟ ଡିଜିଜ, ବେସେଟ ସିଣ୍ଡ୍ରୋମ, ମୋର୍ବସ ବେସେଟ, ବେସେଟ ଆଡାମାଣ୍ଟିଆଡେସ ସିଣ୍ଡ୍ରୋମ[],ସିଲ୍କ ରୋଡ ଡିଜିଜ
Behçet's mouth ulcer
ଉଚ୍ଚାରଣ
ବିଭାଗରିଉମାଟୋଲୋଜି (Rheumatology)
ଲକ୍ଷଣପାଟି ଘାଆ (Mouth sores), ଯୌନାଙ୍ଗ ଘାଆ, ଚକ୍ଷୁ ପ୍ରଦାହ, ଆର୍ଥ୍ରାଇଟିସ[]
ଆକ୍ରାନ୍ତ ସମୟ୨୦ରୁ ୪୦ ବର୍ଷ ବୟସ ।[][]
ଅବଧିଦୀର୍ଘକାଳୀନ []
କାରଣଅଜ୍ଞାତ[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ []
ସଠିକ ରୋଗ ନିର୍ଣ୍ଣୟରିଆକ୍ଟିଭ ଆର୍ଥ୍ରାଇଟିସ (Reactive arthritis), ସ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ (Stevens-Johnson syndrome), ସ୍ୱିଟ ସିଣ୍ଡ୍ରମ (Sweet syndrome)[]
ଔଷଧକର୍ଟିକୋସ୍ଟିରଏଡ (corticosteroids) ଭଳି ଇମ୍ମୁନୋସପ୍ରେସିଭ ଔଷଧ (immunosuppressive medication)।[]
Prognosisସମୟକ୍ରମେ ଭଲ ହୋଇଯାଏ । []
ପୁନଃପୌନିକକ୍ୱଚିତ୍ ଦେଖାଯାଏ (US, EU), ସାଧାରଣତଃ ମଧ୍ୟ ପୂର୍ବ ଓ ଏସିଆରେ ଦେଖାଯାଏ । []

ବେସେଟ ଡିଜିଜ ବା ବିଡି (ଇଂରାଜୀରେ Behçet's disease orBD) ଏକ ରୋଗ ଯେଉଁଥିରେ ଦେହର ବିଭିନ୍ନ ସ୍ଥାନରେ ପ୍ରଦାହ ସୃଷ୍ଟି ହୁଏ ।[] ଏହାର ଲକ୍ଷଣ:- ପାଟି ଘାଆ (mouth sores), ଯୋନାଙ୍ଗ ଘାଆ, ଚକ୍ଷୁର ବିଭିନ୍ନ ଅଂଶର ପ୍ରଦାହ ଓ ଆର୍ଥ୍ରାଇଟିସ[][] ଏହି ଘାଆ କିଛି ଦିନ ମଧ୍ୟରେ ଭଲ ହୋଇଯାଏ ।[] ଅସାଧାରଣ ଭାବରେ ମେରୁଦଣ୍ଡ ଓ ମସ୍ତିଷ୍କ ପ୍ରଦାହ, ଜମାଟ ରକ୍ତ (blood clots), ଆନିଉରିଜ୍ମ (aneurysm) ଓ ଅନ୍ଧତ୍ୱ ଆଦି ଦେଖାଯାଇପାରେ ।[][] ଅନ୍ୟ କେତେକ ଲକ୍ଷଣ ଦେଖାଯାଏ ଓ ସ୍ୱୟଂ ଭଲହୋଇଯାଏ । []

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[] ଜେନେଟିକ (genetic) ସମ୍ପର୍କ ଥିବା ସମ୍ଭାବନା ଅଛି ।[] ବେସେଟ ଡିଜିଜ ଏକ ଛୁଆଁ (contagious) ରୋଗ ନୁହେଁ ।[] ଏକ ବର୍ଷରେ ୩ ଥର ପାଟି ଘାଆ ଓ ନିମ୍ନରେ ପ୍ରଦତ୍ତ ଯେ କୌଣସି ଦୁଇଟି ଲକ୍ଷଣ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ; ଯୌନାଙ୍ଗ ଘାଅ, ଚକ୍ଷୁ ପ୍ରଦାହ, ଚର୍ମ ଘାଆ ଓ ଯୁକ୍ତାତ୍ମକ ପାଥର୍ଜି ଟେଷ୍ଟ (skin prick test) ।[]

ଏହି ରୋଗ ଆରୋଗ୍ୟ ହୁଏନାହିଁ ।[] କର୍ଟିକୋସ୍ଟିରଏଡ (corticosteroids) ଭଳି ଇମ୍ମୁନୋସପ୍ରେସିଭ ଔଷଧ (immunosuppressive medication) ଓ ପରିବର୍ତ୍ତିତ ଜୀବନ‌ଚର୍ଯ୍ୟା ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।[] ଲିଡୋକେନ (Lidocaine) ଦେଇ ପାଟି ଧୋଇଲେ ଯନ୍ତ୍ରଣା କମ୍ ହୋଇପାରେ ।[] କଲଚିସିନ (Colchicine) ଦେଲେ ରୋଗର ପୁନଃପୌନିକ ଆକ୍ରମଣର ସଂଖ୍ୟା କମିଯାଏ ।[] ସମୟକ୍ରମେ ଏହି ରୋଗ ଉପସମ ହେବା ଅନେକ କ୍ଷେତ୍ରରେ ଦେଖାଯାଏ । []

ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ଏହା କ୍ୱଚିତ ଦେଖାଯାଏ କିନ୍ତୁ ମଧ୍ୟପ୍ରାଚ୍ୟ (Middle East) ଓ ଏସିଆରେ ଅଧିକ ଦେଖାଯାଏ ।[] ତୁର୍କୀରେ (Turkey) ପ୍ରତି ୧,୦୦୦ ଲୋକରେ ୨ ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[] ୨୦ରୁ ୪୦ ବର୍ଷ ବୟସ ମଧ୍ୟରେ ଏହି ରୋଗ ଆକ୍ରମଣ କରେ ।[][] ସନ ୧୯୩୭ରେ ତୁର୍କୀ ଚର୍ମ ବିଶେଷଜ୍ଞ ହୁଲୁସି ବେସେଟ Hulusi Behçet ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । []

Video explanation
  1. 1 2 3 4 5 6 7 8 9 10 11 12 13 14 15 16 "Behçet's Syndrome". NORD (National Organization for Rare Disorders). 2015. Archived from the original on 11 ଫେବୃଆରୀ 2017. Retrieved 29 ମଇ 2017.
  2. 1 2 3 4 5 6 7 8 9 10 11 12 13 14 15 Fleming, Ray (ନଭେମ୍ବର 2014). "Fast Facts About Behçet's Disease". www.niams.nih.gov (in ଇଂରାଜୀ). Archived from the original on 13 ମଇ 2017. Retrieved 29 ମଇ 2017.
  3. Ball, Gene V.; Fessler, Barri J.; Jr, Bridges (2014). Oxford Textbook of Vasculitis (in ଇଂରାଜୀ) (3 ed.). OUP Oxford. p. 491. ISBN 9780191667022. Archived from the original on 10 ସେପ୍ଟେମ୍ବର 2017.

Further reading

[ସମ୍ପାଦନା]
[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ

ଲୁଆ ତ୍ରୁଟି: bad argument #2 to 'title.new' (unrecognized namespace name 'Portal') ।