ବେସେଟ ଡିଜିଜ

ଉଇକିପିଡ଼ିଆ‌ରୁ
ବେସେଟ ଡିଜିଜ
ବେସେଟ ଡିଜିଜ, ବେସେଟ ସିଣ୍ଡ୍ରୋମ, ମୋର୍ବସ ବେସେଟ, ବେସେଟ ଆଡାମାଣ୍ଟିଆଡେସ ସିଣ୍ଡ୍ରୋମ[୧],ସିଲ୍କ ରୋଡ ଡିଜିଜ
Behçet's mouth ulcer
ଉଚ୍ଚାରଣ
ବିଭାଗରିଉମାଟୋଲୋଜି (Rheumatology)
ଲକ୍ଷଣପାଟି ଘାଆ (Mouth sores), ଯୌନାଙ୍ଗ ଘାଆ, ଚକ୍ଷୁ ପ୍ରଦାହ, ଆର୍ଥ୍ରାଇଟିସ[୨]
ଆକ୍ରାନ୍ତ ସମୟ୨୦ରୁ ୪୦ ବର୍ଷ ବୟସ ।[୨][୧]
ଅବଧିଦୀର୍ଘକାଳୀନ [୨]
କାରଣଅଜ୍ଞାତ[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ [୨]
ସଠିକ ରୋଗ ନିର୍ଣ୍ଣୟରିଆକ୍ଟିଭ ଆର୍ଥ୍ରାଇଟିସ (Reactive arthritis), ସ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ (Stevens-Johnson syndrome), ସ୍ୱିଟ ସିଣ୍ଡ୍ରମ (Sweet syndrome)[୧]
ଔଷଧକର୍ଟିକୋସ୍ଟିରଏଡ (corticosteroids) ଭଳି ଇମ୍ମୁନୋସପ୍ରେସିଭ ଔଷଧ (immunosuppressive medication)।[୨]
Prognosisସମୟକ୍ରମେ ଭଲ ହୋଇଯାଏ । [୧]
ପୁନଃପୌନିକକ୍ୱଚିତ୍ ଦେଖାଯାଏ (US, EU), ସାଧାରଣତଃ ମଧ୍ୟ ପୂର୍ବ ଓ ଏସିଆରେ ଦେଖାଯାଏ । [୧]

ବେସେଟ ଡିଜିଜ ବା ବିଡି (ଇଂରାଜୀରେ Behçet's disease orBD) ଏକ ରୋଗ ଯେଉଁଥିରେ ଦେହର ବିଭିନ୍ନ ସ୍ଥାନରେ ପ୍ରଦାହ ସୃଷ୍ଟି ହୁଏ ।[୧] ଏହାର ଲକ୍ଷଣ:- ପାଟି ଘାଆ (mouth sores), ଯୋନାଙ୍ଗ ଘାଆ, ଚକ୍ଷୁର ବିଭିନ୍ନ ଅଂଶର ପ୍ରଦାହ ଓ ଆର୍ଥ୍ରାଇଟିସ[୨][୧] ଏହି ଘାଆ କିଛି ଦିନ ମଧ୍ୟରେ ଭଲ ହୋଇଯାଏ ।[୧] ଅସାଧାରଣ ଭାବରେ ମେରୁଦଣ୍ଡ ଓ ମସ୍ତିଷ୍କ ପ୍ରଦାହ, ଜମାଟ ରକ୍ତ (blood clots), ଆନିଉରିଜ୍ମ (aneurysm) ଓ ଅନ୍ଧତ୍ୱ ଆଦି ଦେଖାଯାଇପାରେ ।[୨][୧] ଅନ୍ୟ କେତେକ ଲକ୍ଷଣ ଦେଖାଯାଏ ଓ ସ୍ୱୟଂ ଭଲହୋଇଯାଏ । [୨]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୨] ଜେନେଟିକ (genetic) ସମ୍ପର୍କ ଥିବା ସମ୍ଭାବନା ଅଛି ।[୧] ବେସେଟ ଡିଜିଜ ଏକ ଛୁଆଁ (contagious) ରୋଗ ନୁହେଁ ।[୨] ଏକ ବର୍ଷରେ ୩ ଥର ପାଟି ଘାଆ ଓ ନିମ୍ନରେ ପ୍ରଦତ୍ତ ଯେ କୌଣସି ଦୁଇଟି ଲକ୍ଷଣ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ; ଯୌନାଙ୍ଗ ଘାଅ, ଚକ୍ଷୁ ପ୍ରଦାହ, ଚର୍ମ ଘାଆ ଓ ଯୁକ୍ତାତ୍ମକ ପାଥର୍ଜି ଟେଷ୍ଟ (skin prick test) ।[୨]

ଏହି ରୋଗ ଆରୋଗ୍ୟ ହୁଏନାହିଁ ।[୨] କର୍ଟିକୋସ୍ଟିରଏଡ (corticosteroids) ଭଳି ଇମ୍ମୁନୋସପ୍ରେସିଭ ଔଷଧ (immunosuppressive medication) ଓ ପରିବର୍ତ୍ତିତ ଜୀବନ‌ଚର୍ଯ୍ୟା ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।[୨] ଲିଡୋକେନ (Lidocaine) ଦେଇ ପାଟି ଧୋଇଲେ ଯନ୍ତ୍ରଣା କମ୍ ହୋଇପାରେ ।[୧] କଲଚିସିନ (Colchicine) ଦେଲେ ରୋଗର ପୁନଃପୌନିକ ଆକ୍ରମଣର ସଂଖ୍ୟା କମିଯାଏ ।[୧] ସମୟକ୍ରମେ ଏହି ରୋଗ ଉପସମ ହେବା ଅନେକ କ୍ଷେତ୍ରରେ ଦେଖାଯାଏ । [୧]

ଯୁକ୍ତରାଷ୍ଟ୍ର ଆମେରିକା ଓ ୟୁରୋପରେ ଏହା କ୍ୱଚିତ ଦେଖାଯାଏ କିନ୍ତୁ ମଧ୍ୟପ୍ରାଚ୍ୟ (Middle East) ଓ ଏସିଆରେ ଅଧିକ ଦେଖାଯାଏ ।[୧] ତୁର୍କୀରେ (Turkey) ପ୍ରତି ୧,୦୦୦ ଲୋକରେ ୨ ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[୧] ୨୦ରୁ ୪୦ ବର୍ଷ ବୟସ ମଧ୍ୟରେ ଏହି ରୋଗ ଆକ୍ରମଣ କରେ ।[୨][୧] ସନ ୧୯୩୭ରେ ତୁର୍କୀ ଚର୍ମ ବିଶେଷଜ୍ଞ ହୁଲୁସି ବେସେଟ Hulusi Behçet ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରିଥିଲେ । [୩]

Video explanation

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ "Behçet's Syndrome". NORD (National Organization for Rare Disorders). 2015. Archived from the original on 11 ଫେବୃଆରୀ 2017. Retrieved 29 ମଇ 2017.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ Fleming, Ray (ନଭେମ୍ବର 2014). "Fast Facts About Behçet's Disease". www.niams.nih.gov (in ଇଂରାଜୀ). Archived from the original on 13 ମଇ 2017. Retrieved 29 ମଇ 2017.
  3. Ball, Gene V.; Fessler, Barri J.; Jr, Bridges (2014). Oxford Textbook of Vasculitis (in ଇଂରାଜୀ) (3 ed.). OUP Oxford. p. 491. ISBN 9780191667022. Archived from the original on 10 ସେପ୍ଟେମ୍ବର 2017.

Further reading[ସମ୍ପାଦନା]

External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ