ବେଭାସିଜୁମାବ

ଉଇକିପିଡ଼ିଆ‌ରୁ
ବେଭାସିଜୁମାବ
Monoclonal antibody
TypeWhole antibody
SourceHumanized (from mouse)
TargetVEGF-A
Clinical data
Pronunciation/bev-a-Sizz-uh-mab/[୨]
Trade namesAvastin, other[୧]
AHFS/Drugs.commonograph
data
Pregnancy
category
  • US: C (Risk not ruled out)
Routes of
administration
intravenous
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability100% (IV only)
Elimination half-life20 days (range: 11–50 days)
Identifiers
CAS Number
DrugBank
ChemSpider
  • none
UNII
KEGG
ChEMBL
Chemical and physical data
FormulaC6638H10160N1720O2108S44
Molar mass149,196.82 g/mol
 ☒NcheckY (what is this?)  (verify)

ବେଭାସିଜୁମାବ (ଇଂରାଜୀ ଭାଷାରେ Bevacizumab, ଏକ ବିକ୍ରୟ ନାମ ଆଭାସ୍ଟିନ/Avastin) ଏକ ଔଷଧ ଯାହା ଏକ ନିର୍ଦ୍ଦଷ୍ଟ ଆଖି ରୋଗ ଓ ଅନେକ କର୍କଟ ରୋଗମାନଙ୍କର ଚିକିତ୍ସାରେ ଦିଆଯାଏ । କୋଲୋନ କର୍କଟ, ଫୁସଫୁସ କର୍କଟ, ଗ୍ଲାୟୋବ୍ଲାସ୍ଟୋମା (glioblastoma) ଓ ବୃକ୍‌କ-ଜୀବକୋଷ କର୍କଟ (renal-cell carcinoma) ଇତ୍ୟାଦି ରୋଗମାନଙ୍କରେ ଏହା ଶିରାଭ୍ୟନ୍ତର ଇନଫ୍ୟୁଜନ (slow injection into a vein) ଆକାରରେ ଦିଆଯାଏ । ବୟସ ସମ୍ପର୍କୀୟ ମାକୁଲାର ଡିଜେନେରେସନ (age-related macular degeneration) ରୋଗରେ ଏହା ଆଖି ଭିତରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ବେଭାସିଜୁମାବର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନାକରୁ ରକ୍ତସ୍ରାବ (nose bleeds), ମୁଣ୍ଡବଥା, ଉଚ୍ଚ ରକ୍ତଚାପ ଓ ରାସ ଆଦି ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ପାକ-ଅନ୍ତନଳୀ ଛିଦ୍ର (gastrointestinal perforation), ରକ୍ତସ୍ରାବ, ଆଲର୍ଜି, ରକ୍ତ ଜମାଟ (blood clots) ଓ ଅଧିକ ସଂକ୍ରମଣ ଆଶଙ୍କା ହୋଇପାରେ । ଆଖି ଚିକିତ୍ସାରେ ଦୃଷ୍ଟିହାନୀ (vision loss) ଓ ରେଟିନାଲ ଡିଟାଚମେଣ୍ଟ (retinal detachment) ହୋଇପାରେ । ଏହା ଆଞ୍ଜିଓଜେନେସିସ ଇନହିବିଟର (angiogenesis inhibitor) ଓ ମୋନୋକ୍ଲୋନାଲ ଆଣ୍ଟିବଡି (monoclonal antibody) ଶ୍ରେଣୀର ଏକ ଔଷଧ । ଏହା ନୂଆ ରକ୍ତନଳୀ ତିଆରି ପଦ୍ଧତିକୁ (growth of new blood vessels) ଧୀର କରିଦିଏ ।[୩]

ସନ ୨୦୦୪ରେ ବେଭାସିଜୁମାବ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଚକ୍ଷୁ ରୋଗର ଚିକିତ୍ସା ନିମନ୍ତେ ଏହା ତାଲିକାଭୁକ୍ତ ହୋଇଛି ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଭାଏଲର ହୋଲସେଲ ମୂଲ୍ୟ ୬୩୮.୫୪ ଆମେରିକୀୟ ଡଲାର ।[୬] ଇଂଲଣ୍ଡରେ ଏହାର ମୁଲ୍ୟ ପ୍ରାୟ ୨୪୨.୬୬ ପାଉଣ୍ଡ ।[୭]

ଆଧାର[ସମ୍ପାଦନା]

  1. "Bevacizumab - Drugs.com". www.drugs.com. Retrieved 28 December 2016.
  2. "Bevacizumab Injection: MedlinePlus Drug Information". NLM.nih.gov. 28 February 2014.
  3. ୩.୦ ୩.୧ ୩.୨ "Bevacizumab". The American Society of Health-System Pharmacists. Retrieved 8 December 2016.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  6. "Bevacizumab". International Drug Price Indicator Guide. Retrieved 8 December 2016.[permanent dead link]
  7. British national formulary : BNF 69 (69 ed.). British Medical Association. 2015. p. 597. ISBN 9780857111562.