ବେଞ୍ଜାମିନ ଗିଲାନି

ଉଇକିପିଡ଼ିଆ‌ରୁ
ବେଞ୍ଜାମିନ ଗିଲାନି
Waiting_for_Godot_in_Doon_School
୨୦୧୧ ମସିହାରେ ଡୁନ୍ ସ୍କୁଲରେ ଆୟୋଜିତ ନାଟକ ୱେଟିଂ ଫର୍ ଗୋଡୋଟ୍‌ରେ ଇଷ୍ଟରଗୋନ୍ ଭୂମିକାରେ ଅଭିନୟ କରୁଛନ୍ତି ।
ଜାତୀୟତାଭାରତୀୟ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୧୯୭୭ – ଏବେଯାଏଁ
ଉଲ୍ଲେଖନୀୟ କୃତିୱେଟିଂ ଫର୍ ଗୋଡୋଟ୍‌ (ଥିଏଟର ନାଟକ)

ବେଞ୍ଜାମିନ ଗିଲାନି ଜଣେ ଭାରତୀୟ କଥାଚିତ୍ର, ଦୂରଦର୍ଶନ ଏବଂ ମଞ୍ଚ ଅଭିନେତା ଯିଏକି ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି ।[୧]

ପ୍ରାରମ୍ଭିକ ଜୀବନ ଏବଂ ପେଷା[ସମ୍ପାଦନା]

ଗିଲାନି ଶିମଲାର ବିଶପ୍ କଟନ୍ ସ୍କୁଲରେ ପାଠ ପଢ଼ୁଥିଲେ ।[୨] ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ତାଙ୍କର ସ୍ନାତକୋତ୍ତର ଶେଷ କରିଥିଲେ ।[୨] ସେ ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜରେ ଇଂରାଜୀ ସାହିତ୍ୟ ଅଧ୍ୟୟନ କରିଥିଲେ ଏବଂ ୧୯୭୨ ମସିହାରେ ସେ ପୁଣେସ୍ଥିତ ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ସଂସ୍ଥାରେ ଅଧ୍ୟୟନ କରିଥିଲେ, ଯେଉଁଥିରେ ନାସିରୁଦ୍ଦିନ ଶାହା ଏବଂ ଟମ୍ ଅଲ୍ଟର୍‌ଙ୍କ ଭଳି ଜଣାଶୁଣା ଭାରତୀୟ ଅଭିନେତା ତାଙ୍କର ସହପାଠୀ ଥିଲେ ।[୩]

ସେ ଟମ୍ ଅଲ୍ଟର ଏବଂ ନାସିରୁଦ୍ଦିନ ଶାହାଙ୍କ ସହ ୧୯୭୭ ମସିହାରେ ମୁମ୍ବାଇ ଭିତ୍ତିକ ଥିଏଟର କମ୍ପାନୀ 'ମୋଟଲିସ୍ ପ୍ରଡକ୍ସନ୍ସସ୍'ର ପ୍ରତିଷ୍ଠା କରିଥିଲେ ଏବଂ ୨୯ ଜୁଲାଇ ୧୯୭୯ରେ ଏହି ସଂସ୍ଥାର ପ୍ରଥମ ନାଟକ ୱେଟିଂ ଫର୍ ଗୋଡୋଟ୍ ପ୍ରୀତି ଥିଏଟରରେ ଅନୁଷ୍ଠିତ ହୋଇଥିଲା । ୨୦୦୯ ମସିହାରେ ଏହି ନାଟକର ୩୦ ବର୍ଷ ପୂର୍ତ୍ତୀ ପାଇଁ ପୁଣିଥରେ ମଞ୍ଚସ୍ଥ ହୋଇଥିଲା ।[୪][୫]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା
୨୦୨୦ ମ୍ୟୁଜିକ୍ ସ୍କୁଲ୍
୨୦୧୮ ହାଏ ଦିଲ୍
ଲୈଲା ମଜନୁ ଗୁଲାମ ସରୱର ଭଟ୍ଟ
୨୦୧୫ ବାଜିରାଓ ମସ୍ତାନୀ ମହାରାଜା ଛତ୍ରସାଲ
ଜୟ ହୋଇ ଡେମୋକ୍ରେସି ଜେନେରାଲ୍ ଜି.ଏସ୍. ସନ୍ଧୁ
୨୦୧୧ ଗେମ୍ ମି. ଖାନ୍ନା
୨୦୦୯ ୮ x ୧୦ ତସ୍‌ବିର୍ ଜତୀନ ପୁରି
୨୦୦୯ ବରାହ ଆନା ମି. ମେହେଟ୍ଟା
୨୦୦୫ ୱକ୍ତ: ଦି ରେସ୍ ଏଗ୍‌ନେଷ୍ଟ ଟାଇମ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ
୧୯୯୪ ଅଭୟ
୧୯୯୩ ସର୍ଦ୍ଦାର ଜବାହରଲାଲ ନେହେରୁ
୧୯୮୫ ମିର୍ଚ୍ଚ ମସାଲା ସ୍କୁଲ୍ ମାସ
ଦାମାଦ ଚାହିୟେ ବିନୋଦ ସିଂଘଳ
୧୯୮୩ କାଲ୍କା ଡ. ପାଇ
୧୯୮୧ ପ୍ଲଟ୍ ନଂ ୫ ରାହୁଲ
୧୯୭୮ ଜୁନୁନ୍ ରସିଦ ଖାନ୍
୧୯୭୮ ଦେବତା ଶେଖର
୧୯୭୭ ଆଲାପ କିଶାନ

ଦୂରଦର୍ଶନ ଧାରାବାହିକ[ସମ୍ପାଦନା]

ବର୍ଷ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ
୧୯୮୨ ବାତେଁ ଫିଲ୍ମୋଁ କି ଉପସ୍ଥାପକ ଡଡି ନ୍ୟାସନାଲ୍
୧୯୮୫–୧୯୮୭ କଥାସାଗର
୧୯୯୩–୧୯୯୪ ଦି ଗ୍ରେଟ୍ ମରାଠା ନବାବ ଶୁଜା ଉଦ ଦାଉଲା ଡିଡି ମେଟ୍ରୋ
୧୯୯୩–୧୯୯୭ ତାରା ଜୀ ଟିଭି
୧୯୯୩ ଆନନ୍ଦ ଆନନ୍ଦ
ରିସ୍ତେ
ତୁଝପେ ଦିଲ୍ କୁର୍‌ବାନ୍ ସୋନି
୨୦୦୨ ଆମ୍ରପାଲି ଆମ୍ରପାଲିଙ୍କ ବାପା ଦୂରଦର୍ଶନ
୨୦୦୪ ସାହେବ ବିବି ଗୁଲାମ ସାହାରା ୱାନ୍
ଜୁନୁନ୍ ଡିଡି ନ୍ୟାସନାଲ୍
ଭୁତ୍‌ନାଥ୍ ଭୁତ୍‌ନାଥ
୨୦୦୫–୨୦୦୬ ହୋଟେଲ କିଙ୍ଗଷ୍ଟନ୍ ଗୋବିନ୍ଦ ସାହାଇ
୨୦୧୧–୨୦୧୨ ବଣ୍ଟି ବବ୍‌ଲି କି ମମି ପ୍ରଶାନ୍ତ
୨୦୧୧ ଶାମା ଜମାଲ୍
କୌନ୍
ଅଙ୍କ ଅଜୁବେ ଦୂରଦର୍ଶନ
୨୦୨୨ ଗିଲ୍ଟି ମାଇଣ୍ଡ ମୁନ୍ନାବର୍ କାଜୀ ଆମାଜନ୍ ପ୍ରାଇମ୍‌ର ୱେବ୍ ସିରିଜ୍
ହୁଶ୍ ହୁଶ୍ ବାଲଦେବ

ଆଧାର[ସମ୍ପାଦନା]

  1. "Adept actor". The Hindu. 19 November 2007. Archived from the original on 4 November 2008. Retrieved 4 August 2010.
  2. ୨.୦ ୨.୧ "Film and Television Institute of India". 16 August 2019. Archived from the original on 16 August 2019. Retrieved 13 February 2020.
  3. "No 'Alter'native". Screen. 9 May 2008. Archived from the original on 1 March 2010.
  4. "Still waiting, for Mr Godot". The Indian Express. 21 August 1997. Archived from the original on 24 April 2008. Retrieved 18 January 2010.
  5. "Centre stage". The Indian Express. 12 July 2009. Archived from the original on 11 October 2020. Retrieved 18 January 2010.

ବାହାର ଲିଙ୍କ୍[ସମ୍ପାଦନା]