ବେଞ୍ଜାଇଲ ବେଞ୍ଜୋଏଟ
Clinical data | |
---|---|
Trade names | Ascabin, Ascabiol, Ascarbin, Tenutex, others |
Synonyms | benzoic acid phenylmethyl ester, benzy alcohol benzoic ester |
ATC code | |
Identifiers | |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.004.003 |
Chemical and physical data | |
Formula | C14H12O2 |
Molar mass | ୨୧୨.୨୫ g·mol−1 |
3D model (JSmol) | |
Density | 1.118 g/cm3 g/cm3 |
Melting point | 18 °C (64 °F) |
Boiling point | 323 °C (613 °F) |
Solubility in water | insoluble mg/mL (20 °C) |
| |
|
ବେଞ୍ଜାଇଲ ବେଞ୍ଜୋଏଟ (ଇଂରାଜୀ ଭାଷାରେ Benzyl benzoate ବା BnBzO, ବିକ୍ରୟ ନାମ ସ୍କାବାଙ୍କା/Scabanca) ଏକ ଔଷଧ ଓ କୀଟନାଶକ (insect repellent)।[୧] କାଛୁ ଓ ଉକୁଣୀ (lice) ନିମନ୍ତେ ଏହା ଔଷଧ ଭାବରେ ବ୍ୟବହାର କରାଯାଏ ।[୨] କାଛୁ ନିମନ୍ତେ ପରମେଥ୍ରିନ ବା ମାଲାଥିଅନ (malathion) ଅଧିକ ପସନ୍ଦ କରାଯାଏ ।[୩] ଚମରେ ଏହା ଲୋସନ ଆକାରରେ ଲଗାଯାଏ । ସ୍ୱାଭାବିକ ଭାବରେ ଏହା ୨ବା ୩ ଥର ଏହି ଔଷଧ ଲଗାଯାଏ ।[୨]
ବେଞ୍ଜାଇଲ ବେଞ୍ଜୋଏଟର ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ଲଗେଇବା ସ୍ଥାନରେ ଜ୍ୱାଳା ହୋଇପାରେ ।[୨] ପିଲାମାନଙ୍କୁ ଏହା ଦେବାକୁ ସୁପାରିସ କରାଯାଏନାହିଁ ।[୩] କେତେକ ପଶୁମାନଙ୍କ ନିମନ୍ତେ ମଧ୍ୟ ଏହା ବ୍ୟବହାର କରାଯାଏ କିନ୍ତୁ ବିଲେଇଙ୍କୁ ଦିଆଯାଏନାହିଁ ।[୧] ଏହାର କାର୍ଯ୍ୟବିଧି ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । [୪]
ସନ ୧୯୧୮ରେ ବେଞ୍ଜାଇଲ ବେଞ୍ଜୋଏଟ ପ୍ରଥମେ ପ୍ରସ୍ତୁତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୧୦୦ ମିଲି ବୋତଳର କ୍ରୟ ମୂଲ୍ୟ ୦.୨୧ରୁ ୦.୫୩ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଔଷଧ ଭାବରେ ମିଳେନାହିଁ ।[୧] ଇଂଲଣ୍ଡରେ ଏକ ୫୦୦ ମିଲି ବୋତଲର ମୂଲ୍ୟ ୨.୫୦ ପାଉଣ୍ଡ ।[୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Jr, Wayland J. Hayes (2013). Classes of Pesticides (in ଇଂରାଜୀ). Elsevier. pp. 1505–6. ISBN 9781483288635.
- ↑ ୨.୦ ୨.୧ ୨.୨ WHO Model Formulary 2008 (PDF). World Health Organization. 2009. p. 311. ISBN 9789241547659. Retrieved 8 December 2016.
- ↑ ୩.୦ ୩.୧ ୩.୨ ୩.୩ British national formulary : BNF 69 (69 ed.). British Medical Association. 2015. p. 836. ISBN 9780857111562.
- ↑ Bowman, Dwight D. (2009). Georgis' Parasitology for Veterinarians (in ଇଂରାଜୀ). Elsevier Health Sciences. p. 262. ISBN 1416044124.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Benzyl Benzoate". International Drug Price Indicator Guide. Retrieved 8 December 2016.[permanent dead link]