Jump to content

ପରମେଥ୍ରିନ

ଉଇକିପିଡ଼ିଆ‌ରୁ
ପରମେଥ୍ରିନ
Chemical structure of permethrin
Clinical data
Trade namesNix, others
AHFS/Drugs.commonograph
Pregnancy
category
  • US: B (No risk in non-human studies)
    Routes of
    administration
    topical
    ATC code
    Identifiers
    • (±)-3-Phenoxybenzyl 3-(2,2-dichlorovinyl)-2,2-dimethylcyclopropanecarboxylate
    CAS Number
    PubChem CID
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.052.771 Edit this at Wikidata
    Chemical and physical data
    FormulaC21H20Cl2O3
    Molar mass୩୯୧.୨୯ g·mol−1
    3D model (JSmol)
    Density1.19 g/cm3, solid g/cm3
    Melting point34 °C (93 °F)
    Boiling point200 °C (392 °F)
    Solubility in water5.5 x 10−3 ppm mg/mL (20 °C)
    • Cl/C(Cl)=C/C3C(C(=O)OCc2cccc(Oc1ccccc1)c2)C3(C)C
    • InChI=1S/C21H20Cl2O3/c1-21(2)17(12-18(22)23)19(21)20(24)25-13-14-7-6-10-16(11-14)26-15-8-4-3-5-9-15/h3-12,17,19H,13H2,1-2H3
    • Key:RLLPVAHGXHCWKJ-UHFFFAOYSA-N

    ପରମେଥ୍ରିନ (ଇଂରାଜୀ ଭାଷାରେ Permethrin, ବିକ୍ରୟ ନାମ ନିକ୍ସ/Nix) ଏକ ଔଷଧ ଓ କୀଟମାରୀ (insecticide)[][] ଔଷଧ ଭାବରେ ଏହା କାଛୁ (scabies) ଓ ଉକୁଣୀ (lice) ମାରିବାକୁ ବ୍ୟବ‌ହାର କରାଯାଏ ।[] କ୍ରିମ ବା ମଲମ ଆକାରରେ ଏହା ଚର୍ମରେ ଲଗାଯାଏ ।[] କୀଟମାରୀ ଭାବରେ ଏହାକୁ ଲୁଗାରେ ଓ ମଶାରୀରେ (mosquito nets) ସ୍ପ୍ରେ କଲେ କୀଟ ତାହା ସଂସ୍ପର୍ଶରେ ଆସିଲେ ମରିଯାଆନ୍ତି ।[]

    ପରମେଥ୍ରିନର ପାର୍ଶ୍ୱ ପ୍ରତିକ୍ରିୟାରେ ଔଷଧ ଲଗେଇବା ସ୍ଥାନରେ ରାସ ଓ ଜ୍ୱାଳା ହୁଏ ।[] ଗର୍ଭାବସ୍ଥାରେ ଏହା ନିରାପଦ ଥାଏ । ୨ମାସ ବୟସ ପରେ ଏହା ଲଗାଯାଇପାରେ । ପାଇରେଥ୍ରଏଡ (pyrethroid) ଶ୍ରେଣୀର ପରମେଥ୍ରିନ ଏକ ଔଷଧ । ଉକୁଣୀ ଓ କାଛୁର ପରଜୀବୀ ସାର୍କୋପ୍ଟେସ ସ୍କାବିର ସ୍ନାୟୁମାନଙ୍କର (neuron) କାର୍ଯ୍ୟବିଧିକୁ ଏହି ଔଷଧ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । []

    ସନ ୧୯୭୩ରେ ପରମେଥ୍ରିନ ଆବିଷ୍କୃତ ହୋଇଥିଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଗ୍ରାମର ହୋଲସେଲ ମୂଲ୍ୟ ୦.୦୨ରୁ ୦.୦୬ ଆମେରିକୀୟ ଡଲାର ।[] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଚିକିତ୍ସା କୋର୍ଷର ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ଓ ଏହା ବିନା ପ୍ରେସକ୍ରିପସନରେ ମିଳେ ।[]

    1. 1 2 3 "Permethrin". The American Society of Health-System Pharmacists. Retrieved 8 December 2016.
    2. 1 2 Keystone, J. S.; Kozarsky, Phyllis E.; Freedman, David O.; Connor, Bradley A. (2013). Travel Medicine (in ଇଂରାଜୀ). Elsevier Health Sciences. p. 58. ISBN 1455710768.
    3. 1 2 WHO Model Formulary 2008 (PDF). World Health Organization. 2009. p. 213. ISBN 9789241547659. Retrieved 8 December 2016.
    4. Zweig, Gunter; Sherma, Joseph (2013). Synthetic Pyrethroids and Other Pesticides: Analytical Methods for Pesticides and Plant Growth Regulators (in ଇଂରାଜୀ). Academic Press. p. 104. ISBN 9781483220901.
    5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
    6. "Permethrin". International Drug Price Indicator Guide. Retrieved 8 December 2016.[permanent dead link]
    7. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 182. ISBN 9781284057560.