ବୁଡ଼ିଯିବା

ଉଇକିପିଡ଼ିଆ‌ରୁ
ବୁଡ଼ିଯିବା (Drowning)
Vasily Perov: The Drowned, 1867 painting
ବିଭାଗCritical care medicine
ଲକ୍ଷଣଅଧିକାଂଶ ସମୟରେ ଲୋକଟିଏ ଅଚେତ (unconscious) ଅବସ୍ଥାରେ ମିଳେ,[୧][୨]
ଉଦ୍ଧାର କଲାପରେ ବାନ୍ତି, ଦ୍ୱନ୍ଦ୍ୱ, ଚେତାଶୁନ୍ୟ [୨][୩]
ଆକ୍ରାନ୍ତ ସମୟଦୃତ[୩]
ବିପଦ କାରକଆଲକ‌ହଲ ବ୍ୟବ‌ହାର, ଅପସ୍ମାର ବାତ, ନିମ୍ନ ସାମାଜିକ-ଅର୍ଥନୈତିକ ପରିସ୍ଥିତି (low socioeconomic status), ସୁଲଭ ଜଳାଶ‌ୟ [୪]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ [୩]
ସଠିକ ରୋଗ ନିର୍ଣ୍ଣୟଆତ୍ମହତ୍ୟା, ଫିଟସ ବା ବାତ (seizure), ହାଇପୋଗ୍ଲାସେମିଆ (hypoglycemia), ହୃତ୍‌ପିଣ୍ଡ ଆରିଦମିଆ (heart arrhythmia)[୨]
ପ୍ରତିକାରବାଡ଼ଥିବା ଜଳାଶୟ, ପ‌ହଁରା ଶିକ୍ଷା, ନିରାପଦ ଡଙ୍ଗା ଅଭ୍ୟାସ ।[୪][୫]
ଔଷଧଅମ୍ଳଜାନ ଥେରାପି (Oxygen therapy), ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଭାସୋପ୍ରେସର (vasopressors)[୬]
ଚିକିତ୍ସାରକ୍ଷାକାରୀ ଶ୍ୱାସକ୍ରିୟା (Rescue breathing), ସିପିଆର (CPR), ମେଡିକାଲ ଭେଣ୍ଟିଲେସନ (mechanical ventilation)[୬]
ପୁନଃପୌନିକ୪.୫ ନିୟୁତ (୨୦୧୫)[୭]
ମୃତ୍ୟୁ ସାନ୍ଦ୍ରତା୩୨୪,୦୦୦ (୨୦୧୫)[୮]

ବୁଡ଼ିଯିବା (ଇଂରାଜୀ ଭାଷାରେ Drowning) କୁହାଯାଏ ଯେତେବେଳେ ତରଳ ପଦାର୍ଥ ଭିତରେ ରହି ଶ୍ୱାସରୁଦ୍ଧ (respiratory impairment) ହୋଇଯାଏ ।[୬][୯] ଏହା ନିରବରେ ସଂଘଟିତ ହୁଏ, କେବଳ ଅଳ୍ପ କେତେକ ଲୋକ ଉପରକୁ ହାତ ଉଠେଇ ସାହାଯ୍ୟ ପାଇଁ ଡାକନ୍ତି ।[୧] ଅଧିକାଂଶ ସମୟରେ ଲୋକଟିଏ ଅଚେତ (unconscious) ଅବସ୍ଥାରେ ମିଳେ,[୧][୨]
ଉଦ୍ଧାର କଲାପରେ ବାନ୍ତି, ଦ୍ୱନ୍ଦ୍ୱ, ଚେତାଶୁନ୍ୟ ଅବସ୍ଥାର ଲକ୍ଷଣ ଦେଖାଯାଇପାରେ ।[୨][୩] ବେଳେବେଳେ ୬ ଘଣ୍ଟା ପର ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଏନାହିଁ ।[୩] ଏହା ଜଟିଳ ହୋଇ ଅଳ୍ପ ଶାରୀରିକ ଉତ୍ତାପ (low body temperature), ଫୁସଫୁସ ଭିତରକୁ ବାନ୍ତି ପଦାର୍ଥ ଶୋଷି ହୋଇଯାଏ (aspiration) ବା ଆକ୍ୟୁଟ ରେସ୍ପିରେଟରି ଡିସ୍ଟ୍ରେସ ସିଣ୍ଡ୍ରମୋ (acute respiratory distress syndrome) ହୋଇଯାଏ ।[୧୦][୧୧]

ଜଳାଶୟ ପାଖରେ ଥିଲେ ଓ ପାଗ ଉଷୁମ ଥିବା ଅବସ୍ଥାରେ ଅଧିକ ବୁଡ଼ିଯିବା ଦେଖାଯାଏ ।[୧୦][୪] ଆଲକ‌ହଲ ବ୍ୟବ‌ହାର, ଅପସ୍ମାର ବାତ, ନିମ୍ନ ସାମାଜିକ-ଅର୍ଥନୈତିକ ପରିସ୍ଥିତି (low socioeconomic status) ଇତ୍ୟାଦି ଥିଲେ ଏହି ସଙ୍କଟ ଅଧିକ ରହେ ।[୪] ସ୍ୱିମିଙ୍ଗ ପୁଲ, ଗାଧୁଆ ଟବ ଇତ୍ୟାଦି ସ୍ଥାନମାନଙ୍କରେ ଏହି ଭଳି ଘଟଣା ଘଟେ ।[୩][୬] ବୁଡ଼ିଗଲା ବେଳେ ଲୋକ ପ୍ରଥମେ ପ୍ରଶ୍ୱାସ ରୋକନ୍ତି ଓ ତାହାପରେ ଲାରିଙ୍କସ ସ୍ପାଜମ ହୋଇ ଦେହରେ ଅମ୍ଳଜାନ ସ୍ତର କମିଯାଏ ।[୧୦] ଏହି ପ୍ରସଙ୍ଗରେ ପରେ ଫୁସଫୁସ ଭିତରେ ଜଳ ପ୍ରବେଶ କରେ ।[୧୦]

ବୁଡ଼ିନ‌ଯିବା ପାଇଁ ପିଲାଙ୍କୁ ପ‌ହଁରା ଶିକ୍ଷା ଦେବା, ଡଙ୍ଗା ଚଲା ଶିକ୍ଷା ଓ ଜଳାଶୟକୁ ସ‌ହଜରେ ନ‌ଯିବା ବ୍ୟବସ୍ଥା କରିବା ଦରକାର । [୪][୫] ଶ୍ୱାସକ୍ରିୟା ନହେଉଥିବା ଲୋକଙ୍କର ଶ୍ୱାସନଳୀରୁ ତରଳ ପଦାର୍ଥ କାଢ଼ିବା ବ୍ୟବସ୍ଥା କରାଯାଏ ।[୬] ପାଣି ଭିତରେ ଏକ ଘଣ୍ଟାରୁ କମ୍ ସମୟ ବୁଡ଼ିରହିଥିବା ଓ ହୃତ୍‌ପିଣ୍ଡ ବନ୍ଦଥିବା (heart is not beating) ଲୋକର କାର୍ଡ଼ିଓପଲମୋନାରୀ ରିସସିଟେସନ (cardiopulmonary rescitation) କରିବାକୁ ସୁପାରିସ କରାଯାଏ ।[୬] ଅଳ୍ପ ସମୟ ପାଣି ଭିତରେ ଥିବା ଲୋକଙ୍କର ବଞ୍ଚିବା ହାର ଅଧିକ ରହେ ।[୬] ବଞ୍ଚିଯାଇଥିବା ପିଲାଙ୍କ ମଧ୍ୟରୁ ୭.୫% କେଶ୍‌ରେ ଫଳାଫଳ ବିଶେଧ ଉତ୍ସାହଜନ‌କ ରହେନାହିଁ । [୬]

ସନ ୨୦୧୫ରେ ପ୍ରାୟ ୪.୫ ନିୟୁତ ଲୋକ ଅନିଚ୍ଛାକୃତ ଭାବରେ ବୁଡ଼ିଯାଇଥିଲେ ।[୭] ଏହା ଫଳରେ ସେହି ବର୍ଷ ଅନିଚ୍ଛାକୃତ ଆଘାତ (unintentional injuries) ଯୋଗୁ ପ୍ରାୟ ୩୨୪,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଯାହା ପତନ (falls) ଓ ମଟର ଭେହିକ୍ଲ ଧକ୍କା (motor vehicle collisions) ପରେ ତୃତୀୟ ସର୍ବାଧିକ ମୃତ୍ୟୁ ସଂଖ୍ୟାର କାରଣ ବିବେଚିତ ହୋଇଥିଲା ।[୮] ଏହି ମୃତ୍ୟୁ ସଂଖ୍ୟାରୁ ୫୬,୦୦୦ କେବଳ ୫ବର୍ଷରୁ କମ୍ ବୟସର ପିଲା ଥିଲେ ।[୮] ଆଘାତ ଜନିତ ମୃତ୍ୟୁ ସଂଖ୍ୟାର ଏହା ପ୍ରାୟ ୭% ଓ ଏମାନଙ୍କ ମଧ୍ୟରୁ ୯୦% ବିକାଶଶୀଳ ଦେଶରେ (developing countries) ହୋଇଥିଲା ।[୪][୮] ପୁରୁଷ ଓ ଅଳ୍ପ ବୟସ୍କ ପିଲାମାନେ ଅଧିକ ବୁଡ଼ିଯିବା ଦେଖାଯାଏ ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Drowning". CDC (in ଆମେରିକୀୟ ଇଂରାଜୀ). 15 September 2017. Retrieved 9 August 2018.
  2. ୨.୦ ୨.୧ ୨.୨ ୨.୩ ୨.୪ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 404. ISBN 9780323529570.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Drowning - Injuries; Poisoning - Merck Manuals Professional Edition". Merck Manuals Professional Edition. September 2017. Retrieved 9 August 2018.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ "Drowning". World Health Organization. 15 January 2018. Retrieved 9 August 2018.
  5. ୫.୦ ୫.୧ Preventing drowning: an implementation guide (PDF). WHO. 2015. p. 2. ISBN 978-92-4-151193-3. Retrieved 9 August 2018.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ ୬.୬ ୬.୭ Mott, TF; Latimer, KM (1 April 2016). "Prevention and Treatment of Drowning". American Family Physician. 93 (7): 576–82. PMID 27035042.
  7. ୭.୦ ୭.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990–2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282. {{cite journal}}: |first1= has generic name (help)CS1 maint: numeric names: authors list (link)
  8. ୮.୦ ୮.୧ ୮.୨ ୮.୩ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980–2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281. {{cite journal}}: |first1= has generic name (help)CS1 maint: numeric names: authors list (link)
  9. van Beeck, EF; Branche, CM; Szpilman, D; Modell, JH; Bierens, JJ (November 2005). "A new definition of drowning: towards documentation and prevention of a global public health problem". Bulletin of the World Health Organization. 83 (11): 853–6. PMC 2626470. PMID 16302042.
  10. ୧୦.୦ ୧୦.୧ ୧୦.୨ ୧୦.୩ Handley, AJ (16 April 2014). "Drowning". BMJ (Clinical Research Ed.). 348: g1734. doi:10.1136/bmj.g1734. PMID 24740929.
  11. Wall, Ron (2017). Rosen's Emergency Medicine: Concepts and Clinical Practice (9 ed.). Elsevier. p. 1802. ISBN 978-0323354790.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ