ବୁଡଗାମ ଜିଲ୍ଲା
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (October 2012) |
ବୁଡାଗାମ ଜିଲ୍ଲା
ضلع بڈگام | |
|---|---|
Location map for Budgam District in Jammu & Kashmir state | |
| Country | |
| State | |
| Established | 1979 |
| Headquarters | Budgam |
| Area | |
| • ସମୁଦାୟ | 1,370 km2 (530 sq mi) |
| Population (2011) | |
| • Total | ୭,୩୫,୭୫୩ |
| • Density | 537/km2 (1,390/sq mi) |
| Languages | |
| • Official | Urdu Kashmiri |
| Time zone | UTC+5:30 (IST) |
| ଯାନବାହାନ ପଞ୍ଚୀକରଣ | JK04 |
| Sex ratio | 1.13250283 ♂/♀ |
| Literacy | 57.98% |
| Website | budgam |
ବୁଡଗାମ (Urdu, ضلع بڈگام) ଭାରତୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀରର ଏକ ଜିଲ୍ଲା । ଏହା ୧୯୭୯ରେ ସୃଷ୍ଟି କରାଯାଇଥିଲା । ପୂର୍ବରୁ ଏହି ଅଞ୍ଚଳ ଶ୍ରୀନଗର ଜିଲ୍ଲାର ଅଂଶ ଥିଲା । ଏଠାରେ ଅଧିକାଂଶ ଶିୟା ସଂପ୍ରଦାଯର ମୁସଲିମ ଅଧିବାସୀ ରହନ୍ତି । [୧]
ପ୍ରଶାସନ
[ସମ୍ପାଦନା]
ଅତୀତରେ ବାରମୁଳା ଜିଲ୍ଲାର ଅଂଶ ଥିବା ବୁଡଗାମ ଅଞ୍ଚଳ ପରେ ଶ୍ରୀନଗର ଜିଲ୍ଲା ଗଠିତ ହେଲା ବେଳେ ଏହା ସାଙ୍ଗରେ ରହିଥିଲା । ୧୯୭୯ରେ ଏହାକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିଥିଲା । ଏଇତିହାସିକ ତଥ୍ୟ ଅନୁସାରେ ଏହି ଅଞ୍ଚଳ ପରଗଣା ଦୀସୁ ନାମରେ ପରିଚିତ ଥିଲା । ଏହି ଜିଲ୍ଲାରେ ବିରୱା , ନାଗମ , ବୁଡଗାମ ଆଦି ୮ଟି ବ୍ଲକ ରହିଛି ।[୨] ସବୁ ବ୍ଲକରେ ପଞ୍ଚାଯତ ରହିଛି । ଜିଲ୍ଲାରେ ୬ଟି ତହସିଲ ରହିଛି ।
ଜନସଂଖ୍ୟା
[ସମ୍ପାଦନା]୨୦୧୧ ଜନଗଣନା ଅନୁସାରେ ବୁଡଗାମ ଜିଲ୍ଲାର ଲୋକ ସଂଖ୍ୟା ୭୩୫,୭୫୩[୩] ଥିଲା । ଏହା ଗୁୟାନା ଦେଶ[୪] ବା ଆମେରିକୀୟ ରାଜ୍ୟ ଆଲାସ୍କାର ଲୋକ ସଂଖ୍ୟା ସହ ପ୍ରାୟ ସମାନ । ଏହା ଭରତର ୬୪୦ଟି ଜିଲ୍ଲା ମଧ୍ୟରୁ ଲୋକ ସଂଖ୍ୟା ଦ୍ରୁଷ୍ଟିରୁ ୪୯୪ ତମ ସ୍ଥାନରେ ରହିଥିଲା । ଏହି ସ୍ଥାନର ଜନ ଘନତ୍ୱ ପ୍ରତି ବର୍ଗ କିଲୋମିଟରରେ ୫୩୭ [୩]ହେଇଥିବା ବେଳେ ଜନସଂଖ୍ୟା ବୃଦ୍ଧି ହାର ୨୧.୧୮% ଥିଲା । ପୁରୁଷ ଓ ମହିଳା ଅନୁପାତ ୧୦୦୦ରେ ୮୮୩ । [୩]ସାକ୍ଷ୍ୟରତା ହାର ୫୭.୯୮ % ଯାହା ପୂର୍ବ ଅପେକ୍ଷ୍ୟା ୨.୧୮% ବୃଦ୍ଧି ଘଟିଥିଲା ।
ବୁଡଗାମରେ ଶିକ୍ଷା
ବୁଡଗାମ ଜିଲ୍ଲାରେ ସରକାରୀ ଓ ପବ୍ଲିକ ସ୍କୁଲ ସମୁଦାୟ ୯୮ଟି ଥିବା ବେଳେ ସେ ମଧ୍ୟରୁ ୩୩ଟି ଉତ୍ଛ ମାଧ୍ୟମିକ ସ୍କୁଲ ।ଏଠାରେ ଥିବା R॰P॰M॰ ସ୍କୁଲ କାଶ୍ମୀରରେ ଖ୍ଯାତି ଅର୍ଜନ କରି ଏହି ଜିଲ୍ଲାରେ ଶିକ୍ଷାର ପ୍ରସାର ପାଇଁ ଭୂମିକା ନେଇଥାଏ । ଏହା ଛଡା ବୁଡଗାମରେ ଏକ ସରକାରୀ ଡିଗ୍ରୀ କଲେଜ ମଧ୍ୟ ରହିଛି ।
ଆକର୍ଷଣ ସବୁ
[ସମ୍ପାଦନା]
କାଶ୍ମୀର ଉପତ୍ୟକାର ଏକମାତ୍ର ବିମାନ ବନ୍ଦର ବୁଡଗାମଠାରେ ଅଛି । ଜିଲ୍ଲାରେ ଦୁଧପଥରି , ଯୂଷମାର୍ଗ, ତୋଷା ମଇଦାନ , ନୀଳନାଗ ପରି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ସବୁ ରହିଛି ।
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2015-06-21. Retrieved 2016-10-29.
{{cite web}}: Cite has empty unknown parameter:|1=(help) - ↑ Statement showing the number of blocks in respect of 22 Districts of Jammu and Kashmir State including newly Created Districts Archived 2008-09-10 at the Wayback Machine. dated 2008-03-13, accessed 2008-08-30
- ↑ ୩.୦ ୩.୧ ୩.୨
{{cite web}}: Empty citation (help) - ↑
{{cite web}}: Empty citation (help)
ବାହାର ଲିଙ୍କ
[ସମ୍ପାଦନା]- [୧] List of places in Badgam
- Risingkashmir.in Archived 2020-07-05 at the Wayback Machine.
- Greaterkashmir.com
- Kashmirtimes.com Archived 2013-06-08 at the Wayback Machine.
- Taghribnews.com
- Kashmirwatch.com Archived 2012-07-10 at the Wayback Machine.
- Kashmirmonitor.org Archived 2013-04-15 at Archive.is
- Taghribnews.com