ବୁଡଗାମ ଜିଲ୍ଲା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ବୁଡାଗାମ ଜିଲ୍ଲା ضلع بڈگام
Location map for Budgam District in Jammu & Kashmir state
Location map for Budgam District in Jammu & Kashmir state
Country India
State Jammu and Kashmir
Established1979
HeadquartersBudgam
Area
 • ସମୁଦାୟ1,370 km2 (530 sq mi)
Population
 (2011)
 • Total୭,୩୫,୭୫୩
 • Density537/km2 (1,390/sq mi)
Languages
 • OfficialUrdu Kashmiri
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣJK04
Sex ratio1.13250283 /
Literacy57.98%
Websitebudgam.nic.in

ବୁଡଗାମ  (Urdu, ضلع بڈگام) ଭାରତୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀରର ଏକ ଜିଲ୍ଲା । ଏହା ୧୯୭୯ରେ ସୃଷ୍ଟି କରାଯାଇଥିଲା । ପୂର୍ବରୁ ଏହି ଅଞ୍ଚଳ ଶ୍ରୀନଗର ଜିଲ୍ଲାର ଅଂଶ ଥିଲା । ଏଠାରେ ଅଧିକାଂଶ ଶିୟା ସଂପ୍ରଦାଯର ମୁସଲିମ ଅଧିବାସୀ ରହନ୍ତି । [୧]

ପ୍ରଶାସନ [ସମ୍ପାଦନା]

ଦୁଧ ପଥରି ତୃଣଭୂମି ବୁଡଗାମ  ଜିଲ୍ଲା ରେ 

ଅତୀତରେ ବାରମୁଳା ଜିଲ୍ଲାର ଅଂଶ ଥିବା ବୁଡଗାମ ଅଞ୍ଚଳ ପରେ ଶ୍ରୀନଗର ଜିଲ୍ଲା ଗଠିତ ହେଲା ବେଳେ ଏହା ସାଙ୍ଗରେ ରହିଥିଲା । ୧୯୭୯ରେ ଏହାକୁ ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିଥିଲା । ଏଇତିହାସିକ ତଥ୍ୟ ଅନୁସାରେ ଏହି ଅଞ୍ଚଳ ପରଗଣା ଦୀସୁ ନାମରେ ପରିଚିତ ଥିଲା । ଏହି ଜିଲ୍ଲାରେ ବିରୱା , ନାଗମ , ବୁଡଗାମ ଆଦି ୮ଟି ବ୍ଲକ ରହିଛି ।[୨] ସବୁ ବ୍ଲକରେ ପଞ୍ଚାଯତ ରହିଛି । ଜିଲ୍ଲାରେ ୬ଟି ତହସିଲ ରହିଛି । 

ଜନସଂଖ୍ୟା [ସମ୍ପାଦନା]

୨୦୧୧ ଜନଗଣନା ଅନୁସାରେ ବୁଡଗାମ ଜିଲ୍ଲାର ଲୋକ ସଂଖ୍ୟା ୭୩୫,୭୫୩[୩] ଥିଲା । ଏହା ଗୁୟାନା ଦେଶ[୪] ବା ଆମେରିକୀୟ ରାଜ୍ୟ ଆଲାସ୍କାର ଲୋକ ସଂଖ୍ୟା ସହ ପ୍ରାୟ ସମାନ । ଏହା ଭରତର ୬୪୦ଟି ଜିଲ୍ଲା ମଧ୍ୟରୁ ଲୋକ ସଂଖ୍ୟା ଦ୍ରୁଷ୍ଟିରୁ ୪୯୪ ତମ ସ୍ଥାନରେ ରହିଥିଲା । ଏହି ସ୍ଥାନର ଜନ ଘନତ୍ୱ ପ୍ରତି ବର୍ଗ କିଲୋମିଟରରେ ୫୩୭ [୩]ହେଇଥିବା ବେଳେ ଜନସଂଖ୍ୟା ବୃଦ୍ଧି ହାର ୨୧.୧୮% ଥିଲା । ପୁରୁଷ ଓ ମହିଳା ଅନୁପାତ ୧୦୦୦ରେ ୮୮୩ । [୩]ସାକ୍ଷ୍ୟରତା ହାର ୫୭.୯୮ % ଯାହା ପୂର୍ବ ଅପେକ୍ଷ୍ୟା ୨.୧୮% ବୃଦ୍ଧି ଘଟିଥିଲା । 


ବୁଡଗାମରେ ଶିକ୍ଷା


ବୁଡଗାମ ଜିଲ୍ଲାରେ ସରକାରୀ ଓ ପବ୍ଲିକ  ସ୍କୁଲ ସମୁଦାୟ ୯୮ଟି  ଥିବା ବେଳେ ସେ ମଧ୍ୟରୁ ୩୩ଟି ଉତ୍ଛ ମାଧ୍ୟମିକ ସ୍କୁଲ ।ଏଠାରେ ଥିବା R॰P॰M॰ ସ୍କୁଲ କାଶ୍ମୀରରେ ଖ୍ଯାତି ଅର୍ଜନ କରି ଏହି ଜିଲ୍ଲାରେ ଶିକ୍ଷାର ପ୍ରସାର ପାଇଁ ଭୂମିକା ନେଇଥାଏ । ଏହା ଛଡା ବୁଡଗାମରେ ଏକ ସରକାରୀ ଡିଗ୍ରୀ କଲେଜ ମଧ୍ୟ ରହିଛି ।  

ଆକର୍ଷଣ ସବୁ [ସମ୍ପାଦନା]

ବୁଡଗାମ ଜିଲ୍ଲାର ଉପତ୍ୟକା 

କାଶ୍ମୀର  ଉପତ୍ୟକାର ଏକମାତ୍ର ବିମାନ ବନ୍ଦର ବୁଡଗାମଠାରେ ଅଛି । ଜିଲ୍ଲାରେ ଦୁଧପଥରି , ଯୂଷମାର୍ଗ, ତୋଷା ମଇଦାନ , ନୀଳନାଗ ପରି ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ସବୁ ରହିଛି । 


ଆଧାର [ସମ୍ପାଦନା]

  1. "ଆର୍କାଇଭ୍ କପି". Archived from the original on 2015-06-21. Retrieved 2016-10-29. {{cite web}}: Cite has empty unknown parameter: |1= (help)
  2. Statement showing the number of blocks in respect of 22 Districts of Jammu and Kashmir State including newly Created Districts Archived 2008-09-10 at the Wayback Machine. dated 2008-03-13, accessed 2008-08-30
  3. ୩.୦ ୩.୧ ୩.୨ {{cite web}}: Empty citation (help)
  4. {{cite web}}: Empty citation (help)

ବାହାର ଲିଙ୍କ [ସମ୍ପାଦନା]