Topic on ଉଇକିପିଡ଼ିଆ:ଆଲୋଚନା ସଭା

Ssgapu22 (ଆଲୋଚନାଅବଦାନ)

ମୁଁ ଅଧିକାଂଶ କଥାଚିତ୍ର ପ୍ରସଙ୍ଗ ଲେଖୁଛି ଓ ସମୟ ସମୟରେ ଇଂରାଜୀ ଉଇକିପିଡ଼ିଆରୁ ଅନୁବାଦ କରୁଛି, ସେହି ସମୟରେ ଅନ୍ୟଭାଷାର ଉଇକିପିଡ଼ିଆରେ ପ୍ରସଙ୍ଗରେ ଥିବା ଫଟୋଗୁଡ଼ିକ ଓଡ଼ିଆରେ ବ୍ୟବହାର ହୋଇପାରୁନାହିଁ, କାରଣ ସେଗୁଡ଼ିକ କପିରାଇଟ ନିୟମ ବାହାରେ ନଥିବାରୁ କେବଳେ ନିର୍ଦ୍ଧିଷ୍ଟ ଭାଷାର ଉଇକପିଡ଼ିଆରେ ଅପଲୋଡ଼ ହୋଇଛି । ସେହିଭଳି ଓଡ଼ିଆ କଥାଚିତ୍ର ପ୍ରସଙ୍ଗରେ ପୋଷ୍ଟରଗୁଡ଼ିକ ସେମାନଙ୍କର ପ୍ରଯୋଜନା ସଂସ୍ଥା ବା ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷ ଏବେ ସୋସିଆଲ୍ ମଡ଼ିଆ ଜରିଆରେ ସେୟାର୍ କରୁଛନ୍ତି, ଯାହାକୁ ଆମେ କମନ୍ସରେ ତ ଅପଲୋଡ଼ କରିବା ନାହିଁ, ବରଂ ଓଡ଼ିଆ ଉଇକିପିଡ଼ିଆରେ କମ୍ ରିଜୋଲ୍ୟୁସନ୍ ଫଟୋ ଅପଲୋଡ଼ କରି ଫେୟାର୍ ୟୁଜ୍ ପାଇଁ ବ୍ୟବହାର କରିପାରିବା । ଏହିଭଳି ଅନେକ ଫଟୋ @Soumendrak ଭାଇ ଅପଲୋଡ଼ କରିକି ପ୍ରସଙ୍ଗରେ ଯୋଡ଼ୁଛନ୍ତି, କିନ୍ତୁ ପ୍ରସଙ୍ଗଟିଏ ଗଢ଼ିବାବେଳେ ଏକା ସାଙ୍ଗରେ ଫଟୋଗୁଡ଼ିକ ଯୋଡ଼ିଦେଲେ, ଅଧିକ ଫଳପ୍ରଦ ହେବ ବୋଲି ମୋର ମତ ।

ତେଣୁ ଓଡ଼ିଆ ଉଇକିପିଡ଼ିଆରେ ଫଟୋ ଅପଲୋଡ଼ କରିବା ଓ ଅନ୍ୟ ଭାଷାର ଉଇକିପିଡ଼ିଆରୁ ଫଟୋ ଆମଦାନୀ କରିବାର ଅନୁମତି ଚାହୁଁଛି ।

ସିସି @MKar @Jnanaranjan sahu @Psubhashish

Psubhashish (ଆଲୋଚନାଅବଦାନ)

ଏକମତ

"ଫଟୋ ଅପଲୋଡ଼ ଅନୁମତି ବାବଦରେ"ଙ୍କୁ ଉତ୍ତର