Topic on ଉଇକିପିଡ଼ିଆ:ଆଲୋଚନା ସଭା

Jnanaranjan sahu (ଆଲୋଚନାଅବଦାନ)

ଗତ ମାସ ମାସିକିଆ କଲରେ ଆମେ ସୋସିଆଲ ମେଡ଼ିଆ ଆକାଉଣ୍ଟଗୁଡ଼ିକୁ କେମିତି ପୁଣି ଥରେ ଉଦ୍ଧାର ଆଉ କରିବୁ ସେଇ ବିଷୟରେ ଅଲୋଚନା କରିଥିଲୁ । ମୁଖ୍ୟତଃ ଜିମେଲ, ୟୁ ଟୁବ, ଫେସବୁକ, ଟ୍ୱିଟର ଏବଂ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ।

ଏବେ କାହା ପାଖରେ କେଉଁ ଆକାଉଣ୍ଟ ଅଛି ସେଇଟା ଜଣେଇଲେ ଏଇ ବାବଦରେ ଆଗକୁ ବଢ଼ିବା ଆଉ କେମିତି ପୁଣି ସଚଳ କରିପାରିବା ସେଇଟା ଯୋଜନା କରିବା । ଯାହା ପାଖରେ ଯାହା ଅଛି ଟିକେ ଜଣାନ୍ତୁ ।

ସୋସିଆଲ ମେଡ଼ିଆ ପ୍ରଚାର ପ୍ରସାର ବାବଦରେ ଅଲଗା ମତାମତ ଥିଲେ ବି ଜଣାନ୍ତୁ ।

Ssgapu22 (ଆଲୋଚନାଅବଦାନ)

ଟୁଇଟର୍ ପାଇଁ ଅନେକ ଅସୁବିଧା ଆସୁଛି, @Psubhashish ଭାଇ ଏହାର ସବିଶେଷ ତଥ୍ୟ ଜଣେଇପାରିବେ ।

Soumendrak (ଆଲୋଚନାଅବଦାନ)

ଆମେ ଲେଖୁଥିବା ପୃଷ୍ଠାଗୁଡ଼ିକ ସାଧାରଣ ପାଠକମାନଙ୍କ (ଏବଂ ଭବିଷ୍ୟତର ଉଇକିଆଳି) ନିକଟରେ ପହଞ୍ଚାଇବାକୁ ସାମାଜିକ ଗଣମାଧ୍ୟମ ସାହାର୍ଯ୍ୟ କରିବ, ଏହାକୁ ସକ୍ରିୟରୂପେ ସଚଳ କରିଲେ ଭଲ ହେବ

Psubhashish (ଆଲୋଚନାଅବଦାନ)

ଟୁଇଟର: ୨୦୨୦ ମସିହାରେ ଟୁଇଟର ବ୍ଲକ ହୋଇଯାଥିଲା କୌଣସି କାରଣରୁ । ସେତେବେଳେ ଅନଲାଇନରେ ଚେଷ୍ଟା କରିବା ସହ ଜଣଙ୍କ ମାଧ୍ୟମରେ ମୁଁ ଟୁଇଟରର ଭାରତ ଅଫିସ ସହ ଯୋଗାଯୋଗ କରି ଅନୁରୋଧ କରିଥିଲି । ବିଭିନ୍ନ ଜିନିଷ ପରଖ କଲାପରେ ସେମାନେ ଅଟକ ଛାଡ଼ କରିଥିଲେ । ଅଟକ ଛାଡ଼ ହେଲା ପରେ ଆମର ଜଣେ ଉଇକିଆଳିଙ୍କ ନମ୍ବର, ଓଡ଼ିଆ ଉଇକିର ଇମେଲ ଦେଇ ନୂଆ ପାସୱାର୍ଡ଼ ବଦଳାଇଦେଇଥିଲୁ । MFA ପାଇଁ ଗୋଟେ ମୋବାଇଲ ଆପ ଦରକାର ପଡ଼ିବାରୁ କେବଳ ସେଇଟି ମୋ ଫୋନର ଆପ ସହ ଯୋଡ଼ାଥିଲା । ସେ ସମୟରେ ଟୁଇଟଡେକ ବ୍ୟବହାର କରିଇ ଏକାଧିକ ଆକାଉଣ୍ଟରୁ ଟୁଇଟ କରିହେଉଥିବାରୁ ପ୍ରଥମ ଥର ଛଡ଼ା ଆଉ କେବେ ଲଗଇନ କରିବା ଆବଶ୍ୟକତା ପଡ଼ିନଥିଲା । ସେ ଭିତରେ ମୁଁ ମୋବାଇଲ ବଦଳାଇଲି ଆଉ ନୂଆ ମୋବାଇଲର TOTP ଆଉ ସଚଳ କରିନଥିଲି । ବୋଧେ ଗତବର୍ଷ ଟୁଇଟଡେକରେ ଆଉ ଲଗ ଇନ ହେଲାନି । ଏ ଭିତରେ ଟୁଇଟଡେକ ବନ୍ଦ ବି ହେଲାଣି ବୋଧେ । ଓଟିପି ଆପ ନଥିବାରୁ ଲଗ ଇନ କରିହେଉନି । ସେ ଉଇକିଆଳିଙ୍କ ମୋବାଇଲ ଆଉ ଇମେଲ ବ୍ୟବହାର କରି ଲଗ ଇନ କରିବାକୁ ଚେଷ୍ଟା କଲେ ବି ଲଗ ଇନ ହେଉନି । ଆଉ କଣ କରିହେବ ଜାଣିନି । ଟୁଇଟରରେ ଆଉ କେହି ମଣିଷ ଅନୁରୋଧ ଦେଖୁନାହାନ୍ତି । ତେଣୁ ଅନେକ ଥର ଅନୁରୋଧ କରିବି କିଛି ଫଳ ମିଳିନି । ହୁଏତ ଆମେ ନୂଆ ଆକାଉଣ୍ଟଟେ ଆରମ୍ଭ କରିବା । ଯଦି ଆଉ କେହି ଅନ୍ୟ ବାଟରେ ଆକାଉଣ୍ଟ ରିକଭରି କରିବା ଜାଣିଥିବେ କହିବେ ।

Jnanaranjan sahu (ଆଲୋଚନାଅବଦାନ)

ନୁଆ ଟ୍ୱିଟର ଆକାଉଣ୍ଟ ଗୋଟେ କରିବା ଆଉ । ଅଲଗା ଆକାଉଣ୍ଟ ସବୁ କେମିତି ମ୍ୟାନେଜ କରିବା ସେଇଟା ବି ମତାମତ ଦିଅନ୍ତୁ ।

Ssgapu22 (ଆଲୋଚନାଅବଦାନ)

ମୁଁ ଭାବୁଛି, ଓଡ଼ିଆ ଉଇକିପିଡ଼ିଆ ହ୍ୟାଣ୍ଡେଲ୍ ସେମିତି ଥାଉ ଆଉ ଇଉଜର ଗ୍ରୁପ୍ ନାଁରେ ଗୋଟେ କରିବା ।

Psubhashish (ଆଲୋଚନାଅବଦାନ)

+1

"ସୋସିଆଲ ମେଡ଼ିଆ ଆକାଉଣ୍ଟ ବାବଦରେ"ଙ୍କୁ ଉତ୍ତର