Topic on ଉଇକିପିଡ଼ିଆ:ଆଲୋଚନା ସଭା

Psubhashish (ଆଲୋଚନାଅବଦାନ)

ଅଧୁନା ଅନେକ ନୂତନ ଶବ୍ଦାବଳୀ ବିଭିନ୍ନ ଅଭିଯାନରୁ ଦୈନନ୍ଦିନ ବ୍ୟବହାରରେ ଲାଗୁଛି । ଏସବୁ ଶବ୍ଦାବଳୀ ମୂଳତଃ ଓଡ଼ିଆରେ ନଥିବାରୁ କିମ୍ବା ଓଡ଼ିଆରେ ଆଗରୁ ଥିବା ଶବ୍ଦାବଳୀ ଉପଯୁକ୍ତ ହେଉନଥିବାରୁ ଆମେ ଉଇକିପିଡ଼ିଆରେ ଭିତରେ କଣ ବ୍ୟବହାର କରିବୁ ସେ ବାବଦରେ ଦ୍ୱନ୍ଦ ଉପୁଜୁଛି । ଉଇକିପିଡ଼ିଆ ସାଧାରଣତଃ ବହୁପ୍ରଚଳିତ ଓ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ଶବ୍ଦକୁ ଯଥାରୀତି ବ୍ୟବହାର କରେ । କିନ୍ତୁ ଏ କ୍ଷେତ୍ରରେ ଶବ୍ଦଗୁଡ଼ିକର ଓଡ଼ିଆରେ ବ୍ୟବହାର ଏତେ ନୂଆ ଯେ ଆଗରୁ ପ୍ରଚଳିତ ବିଧି କିଛି ନାହିଁ । ତେଣୁ ସମସ୍ତଙ୍କୁ ପ୍ରଶ୍ନ ହେଲା ଆମେ ଲିପି ଅନ୍ତର କରି ଇଂରାଜୀ ଶବ୍ଦକୁ ଯଥାରୀତି ଲେଖିବା ନା ନୂଆ ଓଡ଼ିଆ ଶବ୍ଦ ତିଆରି କରିବା । କେତେକ ଉଦାହରଣ ତଳେ ଦେଲି:

  • transgender, transgender man, transgender woman: ଓଡ଼ିଆରେ transgender ପାଇଁ ବହୁପ୍ରଚଳିତ ଶବ୍ଦଟି ହେଲା ହିଞ୍ଜଡ଼ା । ଅନେକ ସ୍ଥାନରେ କିନ୍ନର, ମାଇଚିଆ/ମାହିଆ (ଗାଳି ଭାବେ), ଛକା/ଛକ୍କା (ଗାଳି ଭାବେ) ମଧ୍ୟ ବ୍ୟବହୃତ । ତେବେ ମାଇଚିଆ, ମାହିଆ, ମାହ୍ୟା, ଛକା ଓ ଏପରିକି ହେଞ୍ଜଡ଼ା ଆଦି ଶବ୍ଦ ଗାଳି ଭାବେ ବ୍ୟବହାର ହେଉଥିବାରୁ ମାନକ ଲିଖନ ପାଇଁ ଅନୁପଯୋଗୀ । "ହିଞ୍ଜଡ଼ା" ଶବ୍ଦ କେତେକ କ୍ଷେତ୍ରରେ ଗାଳି ଭାବେ ବ୍ୟବହାର ହେବାର ନଜିର ମଧ୍ୟ ଅଛି । କିନ୍ନର ଶବ୍ଦର ବର୍ଣ୍ଣନା ଭାଷାକୋଷରେ ଏହି ଭଳି: "କିନ୍ନର— Kinnara (କିନ୍ନରୀ—ସ୍ତ୍ରୀ) ସଂ. ବି. ପୁଂ (କିଂ= କୁତ୍ସିତ+ନର)— ଅଶ୍ବର ମୁଖ ପରି ମୁଖ ଓ ନରଦେହ ପରି ଦେହବିଶିଷ୍ଟ ଦେବଯୋନି— ବିଶେଷ; କିଂପୁରୁଷ; ଦେବଗାଯକ— A class of demigods (with head of a horse and body of man) attached to the service of Kubera and experts in music; the Divine Choristers. [ଦ୍ର—ଏମାନେ କୁବେରଙ୍କ ଅନୁଚର ଏବଂ ସଙ୍ଗୀତ ବିଦ୍ଯାରେ ଧୂରୀଣ।]" । ଏଥିରୁ ସୁସ୍ପଷ୍ଟ ଯେ ଶବ୍ଦଟି ସମଭାବେ ଧାର୍ମିକ ଓ ଜଣେ (କାଳ୍ପନିକ) ବ୍ୟକ୍ତିକୁ କୁତ୍ସିତ ବୋଲି ବୁଝାଏ । ଏଣୁ ଉଇକିପିଡ଼ିଆରେ ନିରପେକ୍ଷତା ବିରୋଧରେ ।
    • ସିଧା ଇଂରାଜୀରୁ ଲିପି ଅନ୍ତର କରି ଟ୍ରାନ୍ସଜେଣ୍ଡର ବୋଲି ଲେଖିବା ବିଧି କିଛି ଭାରତୀୟ ଭାଷା ଆପଣେଇଛନ୍ତି (ଯଥା ପଞ୍ଜାବୀ) । ତାହା ମଧ୍ୟ ଆଉ ଏକ ବାଟ । ଆଉ କିଛି ଶବ୍ଦ ହେଲା:
    • LGBT ((lesbian, gay, bisexual, ଏବଂ transgender ଆଦିକୁ ଏକାଠି କରି ଏକ ଶବ୍ଦ): ଓଡ଼ିଆରେ "homosexual" (ଉଭୟ lesbian ଏବଂ gay) ପାଇଁ "ସମଲିଙ୍ଗୀ" ବ୍ୟବହୃତ ତେଣୁ ଦ୍ୱନ୍ଦ ଏଡ଼ାଇବା ପାଇଁ "ଲେସବିଆନ" ଓ "ଗେ" କେତେକାଂଶରେ ବ୍ୟବହୃତ । "bisexual" ପାଇଁ "ଉଭୟଲିଙ୍ଗୀ" ବ୍ୟବହାର ହୋଇପାରିବ । "transgender" ବାବଦରେ ଉପରେ ଲେଖିଛି ।

ଏସବୁ ଉଦାହରଣ ଛଡ଼ା ଆହୁରି ଅନେକ ଅଛି । ସମସ୍ତେ ନିଜ ନିଜ ମତ ଦେବେ ବୋଲି ଆଶା । କୌଣସି ଉଦାହରଣକୁ ସମର୍ଥନ ବା ବିରୋଧ କରୁଥିଲା କାରଣ ଲେଖିଲେ ତାହା ସୁବିଧା ହେବ । ହୁଏତ ଆମେ ଉଇକିମିଡ଼ିଆ ଅଭିଯାନ ଭିତରେ ଓ ବାହାରେ ନାରୀବାଦ ଉପରେ କାମ କରୁଥିବା କୌଣସି ସଂଗଠନ ସହ ଏକ ଆଲୋଚନା ଆୟୋଜନ କରି କିଛି ଆଇଡ଼ିଆ ସଂଗ୍ରହ କରିପାରିବା ।

Ssgapu22 (ଆଲୋଚନାଅବଦାନ)

ଯଦିଓ କିଛି ଶବ୍ଦ ଗାଳି ଅର୍ଥରେ ବ୍ୟବହାର ହେଉଛି, ହେଲେ ପ୍ରଚଳିତ ଶବ୍ଦ ବ୍ୟବହାର କରିବା ବ୍ୟତୀତ ଆମେ ଇଂରାଜୀକୁ ସିଧାସଳଖ ଓଡ଼ିଆରେ ଲେଖିଲେ ଭଲ ହେବ ।

"ନୂତନ ଶବ୍ଦାବଳୀ"ଙ୍କୁ ଉତ୍ତର