Topic on ଉଇକିପିଡ଼ିଆ:ଆଲୋଚନା ସଭା

୨୦୧୯ SVG ଟ୍ରାନ୍ସଲେସନ କ୍ୟାମ୍ପେନ୍

4
Jnanaranjan sahuଙ୍କ ଲିଖିତ ସାରାଂଶ

ସରିଯାଇଛି

Ssgapu22 (ଆଲୋଚନାଅବଦାନ)

Odia

୨୦୧୯ SVG ଟ୍ରାନ୍ସଲେସନ କ୍ୟାମ୍ପେନ୍ ୨୧ ଫେବ୍ରୁଆରୀ ୨୦୧୯ରୁ (ଆନ୍ତର୍ଜାତୀୟ ମାତୃଭାଷା ଦିବସ) ଆରମ୍ଭ ହେବାକୁ ଯାଉଛି । ଏହା ଏକ ୩୮-ଦିନିଆ କ୍ଯାମ୍ପେନ୍, ଯେଉଁଥିରେ SVG ଫାଇଲ୍‌କୁ ଭାରତୀୟ ଭାଷାକୁ ଅନୁବାଦ କରାଯିବ । ଫଳରେ ଭାରତୀୟ ଆଞ୍ଚଳିକ ଭାଷାମାନଙ୍କର ଉଇକିପିଡ଼ିଆରେ ବ୍ୟବହାର କରାଯାଇପାରିବ । ସେପ୍ଟେମ୍ବର ୨୦୧୮ର ୱିକିଗ୍ରାଫିକ ବୁଟ୍‌କ୍ୟାମ୍ପ ପରେ ଆମ ପାଖରେ ଭାରତ ତଥା ଭାରତ ବାହାରେ ଏକ ଭଲ ସଂଖ୍ୟାରେ ଉଇକିମେଡିଆନ୍‌ସ୍ ଅଛନ୍ତି, ଯେଉଁମାନେ ଇଙ୍କ୍‌ସ୍କେପ୍ (Inkscape) ଏବଂ ଅନ୍ୟାନ୍ୟ ଟୁଲ୍ ବ୍ୟବହାର କରି ଭେକ୍ଟର ଚିତ୍ରମାନ କରିପାରିବେ (SVG ହେଉଛି ଭେକ୍ଟର ଗ୍ରାଫିକ୍ସ ପାଇଁ ଏକ ଫାଇଲ୍ ଫର୍ମାଟ, ଯାହାକି JPG ଭଳିଆ) । ଏହି ପ୍ରକଳ୍ପ ଦ୍ୱାରା ଭାରତୀୟ ଉଇକି ଗୋଷ୍ଠୀମାନଙ୍କରେ ଭେକ୍ଟର ଗ୍ରାଫିକ୍ସର ବ୍ୟବହାର ଅଧିକ ବଢ଼ିବ । ଅଧିକାଂଶ ସମୟରେ ଆମେ ଭାରତୀୟ ଭାଷାର ଉଇକିପିଡ଼ିଆରେ ଇଂରାଜୀରେ ଲେଖାଥିବା SVG ଚିତ୍ର ବ୍ୟବହାର କରୁ, ତେଣୁ ଏହି ପ୍ରକଳ୍ପ ଜରିଆରେ ଆମ ପାଖରେ ଆମ ଭାଷାର ଉଇକିପିଡ଼ିଆ ପାଇଁ ଆମ ଭାଷା ଥିବା SVG ଚିତ୍ର ରହିବ, ଯାହାକୁ ଆମ ଉଇକିପିଡ଼ିଆର ପ୍ରସଙ୍ଗରେ ବ୍ୟବହାର କରିପାରିବା ।

  • ଆବଶ୍ୟକୀୟ ତଥ୍ଯ: ଏହି ପ୍ରକଳ୍ପରେ ଯୋଗ ଦେବାପାଇଁ ଆବଶ୍ୟକୀୟ ତଥ୍ୟ c:Commons:SVG Translation Campaign 2019 in India/Resourcesରେ ସାଇତା ଯାଇଛି ।
    • ଏଥିରେ ଇଙ୍କ୍‌ସ୍କେପ୍ ବ୍ୟବହାର କରି କେମିତି SVG ଫାଇଲ୍‌କୁ ଅନୁବାଦ କରିହେବ, ସେ ଉପରେ ୨୪ ମିନିଟ୍‌ର ଏକ ପ୍ରଶିକ୍ଷଣ ଭିଡ଼ିଓ ରହିଛି ।(https://www.youtube.com/watch?v=O5OOZMIq-8A)
    • ଏହି ପୃଷ୍ଠାରେ ପ୍ରକଳ୍ପରେ ଅଂଶଗ୍ରହଣ କରିବାର ପ୍ରକ୍ରିୟା, ଇଙ୍କ୍‌ସ୍କେପ୍‌ ସମ୍ବନ୍ଧୀୟ ତଥ୍ୟ, ବ୍ୟବହର କରିବାକୁ ଥିବା ଫଣ୍ଟ (ଓଡ଼ିଆ ପାଇଁ କଳିଙ୍ଗ (Kaling) ଫଣ୍ଟ ବ୍ୟବହାର କଲେ ଭଲ) ଏବଂ ଅଭିଧାନ ବିଷୟରେ ଦର୍ଶଯାଇଛି । ଏଥି ସହିତ କ୍ରୋମ୍‌ବୁକ୍‌ରେ କେମିତି ବ୍ୟବହାର କରାଯାଇପାରିବ, ସେ ବିଷୟର ମଧ ବର୍ଣ୍ଣନା କରାଯାଇଛି ।
  • ଚିତ୍ରର ତାଲିକା: ସମସ୍ତ ଭାଷା ପାଇଁ ଅନୁବାଦ କରିବାକୁ ଥିବା ଚିତ୍ରରର ତାଲିକା c:Commons:SVG Translation Campaign 2019 in India/File listରେ ଉପଲବ୍ଧ ଅଛି । ୨୧ ଫେବୃଆରୀ ୨୦୧୯ ପୂର୍ବରୁ ଅଭ୍ୟାସ କରିବାକୁ ଚାହୁଁଥିଲେ ଅଭ୍ୟାସ ତାଲିକାରେ (practice lists) ଥିବା ୨୦ଟି ଚିତ୍ର ମଧ୍ୟରୁ ବାଛି ବ୍ୟବହର କରିପାରିବେ । ଏହି ସବୁ ଅଭ୍ୟାସ ପାଇଁ ଥିବା ଚିତ୍ର ଉପରେ ଦର୍ଶାଯାଇଥିବା "File list"ରୁ ପାଇପାରିବେ ।
  • ସହାୟତା: ଯଦି ଆପଣଙ୍କର କୌଣସି ପ୍ରକାରର ପ୍ରଶ୍ନ ବା ଦ୍ୱନ୍ଦ ଥାଏ, ତେବେ ସହାୟତା ପୃଷ୍ଠାରେ ପଚାରିପାରିବେ ।.
  • ଯୋଗାଯୋଗ: କୌଣସି ସିଧାସଳଖ ଯୋଗାଯୋଗ ପାଇଁ ଆୟୋଜକ ପୃଷ୍ଠାରେ ଥିବା ତାଲିକାରୁ କାହାକୁ ବି ଯୋଗଯୋଗ କରିପାରିବେ । ଓଡ଼ିଆ ଭାଷା ପାଇଁ ମୋତେ କିମ୍ବା ମୃତ୍ୟୁଞ୍ଜୟ ଭାଇଙ୍କୁ ଯୋଗାଯୋଗ କରିପାରିବେ ।
Prateek Pattanaik (ଆଲୋଚନାଅବଦାନ)

ପ୍ରସଙ୍ଗ ସଙ୍ଗେ ସିଧାସଳଖ ସମ୍ପର୍କ ନଥିଲେ ମଧ୍ୟ ମୋ ମତ ରଖିବି ଯେ ଇଂରାଜୀ ଶବ୍ଦର ବ୍ୟବହାରକୁ ଆମେ ସୀମିତ ରଖିଲେ ଭଲ ହୁଅନ୍ତା । ବିଶେଷତଃ ତାକୁ 'କ୍ୟାମ୍ପେନ', 'କ୍ୟାମ୍ପ୍' ଏଭଳିଆ ଲେଖିଲେ ଓଡ଼ିଆ ବାକ୍ୟ ମଧ୍ୟରେ ଭାରି ଅବାଗିଆ ଲାଗୁଛି । ଅବଶ୍ୟ ମୋର ଏହା ନିଜସ୍ୱ ମତ; କିନ୍ତୁ ଏଭଳି ବନାନ ସବୁ ଇଣ୍ଟରନେଟରେ ଓଡ଼ିଆ ଜିନିଷ ଖୋଜ କଲା ବେଳେ କଣ ପ୍ରଭାବ ପକେଇବ ତାହା ଭାବିବାର ବିଷୟ ।

Ssgapu22 (ଆଲୋଚନାଅବଦାନ)

ପ୍ରତୀକ, ଏଇଟା ଯେହେତୁ ଅନ୍ୟମାନେ ଆୟୋଜନ କରୁଛନ୍ତି, ତେଣୁ ସିଧାସଳଖ ସେହି ପ୍ରକଳ୍ପର ନାଁ ଲେଖିବାଟା ଉଚିତ ଲାଗିଲା ବୋଲି ମୁଁ ଲେଖିଥିଲି ।

Prateek Pattanaik (ଆଲୋଚନାଅବଦାନ)

ଓହୋ । ଅବଶ୍ୟ ସେ ଦୃଷ୍ଟିରୁ ଯୁକ୍ତିଯୁକ୍ତ । ମୁଁ ପଢ଼ୁପଢ଼ୁ ହଳନ୍ତର ବାହୁଲ୍ୟ ଭାରି ଅବାଗିଆ ଲାଗିଲାରୁ ଜଣାଇଲି । :)