ବିଶ୍ୱ କିଡନୀ ଦିବସ
ବିଶ୍ୱ କିଡନୀ ଦିବସ, ସୁସ୍ଥ ଶରୀର ପାଇଁ ସୁସ୍ଥ ଓ ନିରୋଗ କିଡନିର ଗୁରୁତ୍ୱ କେତେ ତାହା ଉପରେ ସଚେତନେତା ସୃଷ୍ଟି ଲାଗି ୨୦୦୬ରୁ ପ୍ରତିବର୍ଷ ମାର୍ଚ୍ଚ ୧୪ ତାରିଖରେ ଏହି ଦିବସ ପାଳନ କରାଯାଉଛି । ବର୍ତ୍ତମାନ ଠିକ ସମୟରେ ରୋଗ ଚିହ୍ନଟ ହୋଇନପାରି ଅନେକ ଲୋକଙ୍କର କିଡନି ଖରାପ ହୋଇଯାଉଛି । ତେଣୁ କିଡନି ଦିବସ ଅବସରରେ ତୀବ୍ର ବୃଦ୍ଧି ପାଉଥିବା ଏହି ସମସ୍ୟାର ପ୍ରତିରୋଧ କରିବା, କିଡନିକୁ ସୁରକ୍ଷିତ ରଖିବା ଏବଂ ସଚେତନେତା ବୃଦ୍ଧି କରିବା ଉପରେ ଗୁରୁତ୍ୱ ଆରୋପ କରାଯାଉଛି ।ଆଜି ମଧ୍ୟ ଅନେକ ଲୋକ ନିଜର କିଡନି ସମସ୍ୟା ସଂମ୍ପର୍କରେ ଅଗୋଚର ଅଛନ୍ତି । ନିୟମିତ ଡାଇଲିସିସ ବା କିଡନି ପ୍ରତିରୋପଣ ହେଉଛି,ତେଣୁ ଗୁରୁତର କିଡନି ରୋଗ ଓ ଚିକିତ୍ସା ସମ୍ପର୍କରେ ଆଲୋଚନା, ଲୋକଙ୍କୁ ସଚେତନ କରାଇବା ଲାଗି ବିଶ୍ୱ ବ୍ୟାପୀ ପ୍ରଚେଷ୍ଟା ଚାଲିଛି ।[୧][୨]
ଆଧାର[ସମ୍ପାଦନା]
- ↑ ସମ୍ବାଦ ଖବର କାଗଜ, ୧୪-୦୩-୧୩
- ↑ http://www.kidney.org.au/NewsEvents/WorldKidneyDay/tabid/655/Default.aspx
ବାହାର ତଥ୍ୟ[ସମ୍ପାଦନା]
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |