ବିଶ୍ୱନାଥ ଚୌଧୁରୀ

ଉଇକିପିଡ଼ିଆ‌ରୁ
ବିଶ୍ୱନାଥ ଚୌଧୁରୀ
ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୭୧
ପୂର୍ବ ଅଧିକାରୀଶ୍ୟାମଘନ ଉଲାକା
ପର ଅଧିକାରୀପ୍ରସକା ଶ୍ରୀପତି
ନିର୍ବାଚନ ମଣ୍ଡଳୀବିଷମ କଟକ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1932-12-08)୮ ଡିସେମ୍ବର ୧୯୩୨
ମୃତ୍ୟୁ୧୦ ଅପ୍ରେଲ ୧୯୮୭(1987-04-10) (ବୟସ ୫୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀଶଶି ଦେବୀ
ସନ୍ତାନ
ବାପା/ବୋଉନାରାୟଣ ଚୌଧୁରୀ
ବୃତ୍ତିରାଜନୀତିଜ୍ଞ

ବିଶ୍ୱନାଥ ଚୌଧୁରୀ (୮ ଡିସେମ୍ବର ୧୯୩୨ – ୧୦ ଅପ୍ରେଲ ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବିଶ୍ୱନାଥ ଚୌଧୁରୀ ୧୯୩୨ ମସିହାର ଡିସେମ୍ବର ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାରାୟଣ ଚୌଧୁରୀ ଓ ପତ୍ନୀଙ୍କ ନାମ ଶଶି ଦେବୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବିଶ୍ୱନାଥ ଚୌଧୁରୀ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ବିଶ୍ୱନାଥ ଚୌଧୁରୀ ୧୯୮୭ ମସିହାର ଅପ୍ରେଲ ୧୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Biswanath Choudhury". odishaassembly.nic.in. Odisha Assembly. Retrieved 11 February 2022.