ବିଶ୍ୱନାଥ ଚୌଧୁରୀ
ଦେଖଣା
ବିଶ୍ୱନାଥ ଚୌଧୁରୀ | |
|---|---|
| ବିଧାୟକ: ୩ୟ, ୪ର୍ଥ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୧ – ୧୯୭୧ | |
| ପୂର୍ବ ଅଧିକାରୀ | ଶ୍ୟାମଘନ ଉଲାକା |
| ପର ଅଧିକାରୀ | ପ୍ରସକା ଶ୍ରୀପତି |
| ନିର୍ବାଚନ ମଣ୍ଡଳୀ | ବିଷମ କଟକ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୮ ଡିସେମ୍ବର ୧୯୩୨ |
| ମୃତ୍ୟୁ | ୧୦ ଅପ୍ରେଲ ୧୯୮୭ (ବୟସ ୫୪) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ସ୍ୱତନ୍ତ୍ର ପାର୍ଟି |
| ଜୀବନ ସାଥୀ | ଶଶି ଦେବୀ |
| ସନ୍ତାନ | ୨ |
| ବାପା/ବୋଉ | ନାରାୟଣ ଚୌଧୁରୀ |
| ବୃତ୍ତି | ରାଜନୀତିଜ୍ଞ |
ବିଶ୍ୱନାଥ ଚୌଧୁରୀ (୮ ଡିସେମ୍ବର ୧୯୩୨ – ୧୦ ଅପ୍ରେଲ ୧୯୮୭) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୬୧ ଓ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଷମ କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୩ୟ ଓ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିଶ୍ୱନାଥ ଚୌଧୁରୀ ୧୯୩୨ ମସିହାର ଡିସେମ୍ବର ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନାରାୟଣ ଚୌଧୁରୀ ଓ ପତ୍ନୀଙ୍କ ନାମ ଶଶି ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବିଶ୍ୱନାଥ ଚୌଧୁରୀ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ବିଶ୍ୱନାଥ ଚୌଧୁରୀ ୧୯୮୭ ମସିହାର ଅପ୍ରେଲ ୧୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Biswanath Choudhury". odishaassembly.nic.in. Odisha Assembly. Retrieved 11 February 2022.