ପୁର୍ଣିମା ମାହାତୋ
ପୁର୍ଣିମା ମାହାତୋ(ହିନ୍ଦୀ : पूर्णिमा महतो, ବଙ୍ଗଳା: পূর্ণিমা মাহাতো ) ଜଣେ ଭାରତୀୟ ମହିଳା ଆର୍ଚର ତଥା କୋଚ ।.[୧] ସେ ଝାଡ଼ଖଣ୍ଡ ରାଜ୍ୟ ର ଜାମଶେଦପୁର ସହର ରେ ରହନ୍ତି । ପୁର୍ଣିମା ଜାତୀୟ ଅରଚେରି ଚମ୍ପିୟାନଶିପ ଜିତିବା ସହ କମନୱେଲ୍ଥ ଗେମ ରେ ରୌପ୍ୟ ପଦକ ହାସଲ କରିଥିଲେ ।୨୦୦୮ ମସିହା ଗ୍ରୀଷ୍ମକାଳୀନ ଅଲିମ୍ପିକ ଖେଳ ପାଇଁ ସେ ଭାରତୀୟ ମହିଲା ଆର୍ଚେରୀ ଦଳ ପାଇଁ କୋଚ ଭାବରେ ନିଯୁକ୍ତ ହେଇଥିଲେ । ତାଙ୍କୁ ଭାରତ ର ରାଷ୍ଟ୍ରପତି ୨୦୧୩ ମସିହା ରେ ଦ୍ରୋଣାଚାର୍ଜ୍ୟ ପୁରସ୍କାର ପ୍ରଦାନ କରିଥିଲେ ।.[୨][୩][୪][୫]
ଖେଳ ଜୀବନୀ
ପୁର୍ଣିମା ପିଲା ଦିନ ରୁ ଜାମସେଦପୁର ଅର୍ଚେରୀ ରେଞ୍ଜ କୁ ଯାଇ ସେଠାରେ ଅଭ୍ଯାସ କରୁଥିବାଆର୍ଚର ମାନଙ୍କ ଖେଳ ଦେଖୁଥିଲେ । ସେ ନିଜେ ଅର୍ଚେରୀ ଅବୟସ କଳା ପରେ ବିଭିନ୍ନ ପ୍ରତିଯୋଗୀତା ରେ ଭାଗ ନେଇ , ପରେ ନୂଆ ଦିଲ୍ଲୀ କୁ ଟ୍ରେନିଂ ପାଇଁ ଯାଇଥିଲେ । ସେ ୧୯୯୨ ମସିହା ରେ ପ୍ରଥମେ ଜାତୀୟ ମହିଳା ଆର୍ଚେରୀ ଦଳ ରେ ପ୍ରବେଶ କରିଥିଲେ ।
କୋଚ ଭାବରେ ଅବଦାନ
୧୯୯୪ ମସିହା ରୁ ପୁରଣିମା କୋଚ ଭାବରେ ବିଭିନ୍ନ ଦଳ ସହ ଭାରତ ର ଜାତୀୟ କୋଚ ଭାବରେ ୨୦୧୨ ମସିହା ଯାଏ ରହିଥିଲେ । .[୬] ୨୦୧୨ ମସିହା ଅଲିମ୍ପିକ ପାଇଁ ସେ ଭାରତୀୟ ମହିଳା ଆର୍ଚର ଦୀପିକା କୁମାରୀ ଙ୍କୁ ସ୍ଵତନ୍ତ୍ର ଭାବରେ ପ୍ରସ୍ତୁତ କରିଥିଲେ । .[୭][୮][୯][୧୦][୧୧][୧୨]
ତାଙ୍କ ପ୍ରଶିକ୍ଷଣ ରେ ଭାରତୀୟ ମହିଳା ଓ ପୁରୁଷ ଆର୍ଚେରୀ ଦଳ ଅନେକ ଆନ୍ତର୍ଜାତିକ ପଦକ ହାସଲ କରିଥିଲେ । ତାଙ୍କ ପ୍ରଶିକ୍ଷୟଣ ସମୟ ରେ ୨୦୧୦ କମନୱେଲ୍ଥ ଗେମ ରେ ଭାରତୀୟ ଆର୍ଚେରୀ ଦଳ ୩ ଟି ସ୍ଵର୍ଣ ଓ ୨ ଟି ବ୍ରୋଞ୍ଜ ପଦକ ପାଇଥିଲେ । [୧୩]
୨୦୧୨ ଗ୍ରୀଷ୍ମ କାଳୀନ ଅଲିମ୍ପିକ ରେ ପୁର୍ଣିମା ଭାରତୀୟ ଅର୍ଚେରୀ ଦଳ ର କୋଚ ଭାବରେ ନିଯୁକ୍ତ ହେଇଥିଲେ । .[୧୪][୧୫]
ତାଙ୍କୁ ଝାରଖଣ୍ଡ ସରକାର ଶ୍ରେଷ୍ଠ କୋଚ ଭାବରେ " ରାମଦୟାଲ ମୁଣ୍ଡା ପୁରସ୍କାର " [୧୬]ପ୍ରଦାନ କରିଥିଲେ ଓ ଭାରତ ର ରାଷ୍ଟ୍ରପତି ୨୦୧୩ ମସିହା ରେ ଦ୍ରୋଣାଚାର୍ଜ୍ୟ ପୁରସ୍କାର ପ୍ରଦାନ କରିଥିଲେ ।ସେ ଝାରଖଣ୍ଡ ରାଜ୍ୟ ର ପ୍ରଥମ ମହିଳା ଭାବରେ ଏହି ସମ୍ମାନ ଜନକ ପୁରସ୍କାର ହାସଲ କରିଥିଲେ । [୧୭].[୧୮]
ଆଧାର ସମୂହ
- ↑ Social Post (2008-07-30). "Purnima Mahato selected as Indian Archery team coach". One India. Retrieved 2012-07-22.
- ↑ "hindu - Five nominated for Dronacharya Awards". Hindu. 2013-08-08. Retrieved 2013-08-08.
- ↑ "zee news - Purnima Mahato, Narendra Saini recommended for Dronacharya". Zee news. 2013-08-08. Retrieved 2013-08-08.
- ↑ "NDTV - Purnima Mahato, Narendra Saini recommended for Dronacharya Award". NDTV. 2013-08-08. Retrieved 2013-08-08.
- ↑ "TATA STEEL - Ms. Purnima Mahato, Tata Steel Employee and Senior Coach at Tata Archery Academy has been bestowed with the prestigious Dronacharya Award". TATA STEEL. 2013-08-31. Retrieved 2013-08-31.
- ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ "Times Of India - A great honour for me: Purnima Mahato". Times of India. 2013-09-01. Retrieved 2013-09-01.
- ↑
{{cite web}}
: Empty citation (help)