ପୁର୍ଣିମା ମାହାତୋ

ଉଇକିପିଡ଼ିଆ‌ରୁ

ପୁର୍ଣିମା ମାହାତୋ(ହିନ୍ଦୀ : पूर्णिमा महतो, ବଙ୍ଗଳା: পূর্ণিমা মাহাতো ) ଜଣେ  ଭାରତୀୟ ମହିଳା ଆର୍ଚର ତଥା କୋଚ ।.[୧] ସେ ଝାଡ଼ଖଣ୍ଡ  ରାଜ୍ୟର ଜାମଶେଦପୁର ସହରରେ ରହନ୍ତି । ପୁର୍ଣିମା ଜାତୀୟ ଅରଚେରି ଚମ୍ପିୟାନଶିପ ଜିତିବା ସହ କମନୱେଲ୍‌ଥ ଗେମରେ ରୌପ୍ୟ ପଦକ ହାସଲ କରିଥିଲେ ।୨୦୦୮  ମସିହା ଗ୍ରୀଷ୍ମକାଳୀନ ଅଲିମ୍ପିକ ଖେଳ ପାଇଁ ସେ ଭାରତୀୟ ମହିଲା ଆର୍ଚେରୀ ଦଳ ପାଇଁ କୋଚ ଭାବରେ ନିଯୁକ୍ତ ହେଇଥିଲେ । ତାଙ୍କୁ ଭାରତର ରାଷ୍ଟ୍ରପତି ୨୦୧୩ ମସିହାରେ  ଦ୍ରୋଣାଚାର୍ଜ୍ୟ ପୁରସ୍କାର ପ୍ରଦାନ କରିଥିଲେ ।.[୨][୩][୪][୫]

ଖେଳ ଜୀବନୀ [ସମ୍ପାଦନା]

ପୁର୍ଣିମା ପିଲା ଦିନରୁ ଜାମସେଦପୁର ଅର୍ଚେରୀ ରେଞ୍ଜକୁ ଯାଇ ସେଠାରେ ଅଭ୍ଯାସ କରୁଥିବାଆର୍ଚରମାନଙ୍କ ଖେଳ ଦେଖୁଥିଲେ । ସେ ନିଜେ ଅର୍ଚେରୀ ଅବୟସ କଳା ପରେ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ , ପରେ ନୂଆ ଦିଲ୍ଲୀକୁ ଟ୍ରେନିଂ ପାଇଁ ଯାଇଥିଲେ । ସେ ୧୯୯୨ ମସିହାରେ ପ୍ରଥମେ ଜାତୀୟ ମହିଳା ଆର୍ଚେରୀ ଦଳରେ ପ୍ରବେଶ କରିଥିଲେ । 

କୋଚ ଭାବରେ ଅବଦାନ [ସମ୍ପାଦନା]

୧୯୯୪ ମସିହାରୁ ପୁରଣିମା କୋଚ ଭାବରେ ବିଭିନ୍ନ ଦଳ ସହ ଭାରତର ଜାତୀୟ କୋଚ ଭାବରେ ୨୦୧୨ ମସିହା ଯାଏ ରହିଥିଲେ । .[୬] ୨୦୧୨ ମସିହା ଅଲିମ୍ପିକ ପାଇଁ ସେ ଭାରତୀୟ ମହିଳା ଆର୍ଚର ଦୀପିକା କୁମାରୀଙ୍କୁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରିଥିଲେ । .[୭][୮][୯][୧୦][୧୧][୧୨]

 ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ମହିଳା ଓ ପୁରୁଷ ଆର୍ଚେରୀ ଦଳ ଅନେକ ଆନ୍ତର୍ଜାତିକ ପଦକ ହାସଲ କରିଥିଲେ । ତାଙ୍କ ପ୍ରଶିକ୍ଷୟଣ ସମୟରେ ୨୦୧୦ କମନୱେଲ୍‌ଥ ଗେମରେ ଭାରତୀୟ ଆର୍ଚେରୀ ଦଳ ୩ଟି ସ୍ୱର୍ଣ୍ଣ ଓ ୨ଟି ବ୍ରୋଞ୍ଜ ପଦକ ପାଇଥିଲେ । [୧୩]

୨୦୧୨  ଗ୍ରୀଷ୍ମ କାଳୀନ ଅଲିମ୍ପିକରେ ପୁର୍ଣିମା ଭାରତୀୟ ଅର୍ଚେରୀ ଦଳର କୋଚ ଭାବରେ ନିଯୁକ୍ତ ହେଇଥିଲେ । .[୧୪][୧୫]

ତାଙ୍କୁ ଝାରଖଣ୍ଡ ସରକାର ଶ୍ରେଷ୍ଠ କୋଚ ଭାବରେ " ରାମଦୟାଲ ମୁଣ୍ଡା ପୁରସ୍କାର " [୧୬]ପ୍ରଦାନ କରିଥିଲେ ଓ ଭାରତ  ର ରାଷ୍ଟ୍ରପତି ୨୦୧୩  ମସିହାରେ ଦ୍ରୋଣାଚାର୍ଜ୍ୟ ପୁରସ୍କାର ପ୍ରଦାନ କରିଥିଲେ ।ସେ ଝାରଖଣ୍ଡ ରାଜ୍ୟର ପ୍ରଥମ ମହିଳା ଭାବରେ ଏହି ସମ୍ମାନ ଜନକ ପୁରସ୍କାର ହାସଲ କରିଥିଲେ । [୧୭].[୧୮]

Purnima Mahato is receiving Donacharya Award from President


ଆଧାର [ସମ୍ପାଦନା]

  1. Social Post (2008-07-30). "Purnima Mahato selected as Indian Archery team coach". One India. Retrieved 2012-07-22.
  2. "hindu - Five nominated for Dronacharya Awards". Hindu. 2013-08-08. Retrieved 2013-08-08.
  3. "TATA STEEL - Ms. Purnima Mahato, Tata Steel Employee and Senior Coach at Tata Archery Academy has been bestowed with the prestigious Dronacharya Award". TATA STEEL. 2013-08-31. Retrieved 2013-08-31.[permanent dead link]
  4. {{cite web}}: Empty citation (help)
  5. {{cite web}}: Empty citation (help)
  6. {{cite web}}: Empty citation (help)
  7. {{cite web}}: Empty citation (help)
  8. {{cite web}}: Empty citation (help)
  9. {{cite web}}: Empty citation (help)
  10. {{cite web}}: Empty citation (help)
  11. {{cite web}}: Empty citation (help)
  12. {{cite web}}: Empty citation (help)
  13. {{cite web}}: Empty citation (help)
  14. {{cite web}}: Empty citation (help)
  15. "Times Of India - A great honour for me: Purnima Mahato". Times of India. 2013-09-01. Archived from the original on 2013-10-16. Retrieved 2013-09-01.
  16. {{cite web}}: Empty citation (help)

ବାହାର ଲିଙ୍କ [ସମ୍ପାଦନା]