Jump to content

ଅରୁଣା ଆସଫ ଅଲ୍ଲୀ

ଉଇକିପିଡ଼ିଆ‌ରୁ
୧୦:୦୪, ୨ ମାର୍ଚ୍ଚ ୨୦୧୭ ବେଳେ Susant purohit (ଆଲୋଚନା | ଅବଦାନ) (Created by translating the page "Aruna Asaf Ali") ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
Aruna Asaf Ali
ଫାଇଲ:Aruna asaf ali.jpg
ଜନ୍ମ
Aruna asaf ali

16 July 1909
ମୃତ୍ୟୁ୨୯ ଜୁଲାଇ ୧୯୯୬(1996-07-29) (ବୟସ ୮୭)
ଜାତୀୟତାIndian
ଶିକ୍ଷାନୁଷ୍ଠାନSacred Heart Convent
ବୃତ୍ତି(ସମୂହ)Teacher, independence activist, politician, newspaper publisher
ବୈବାହିକ-ସାଥୀAsaf Ali (1888-1953)
ପୁରସ୍କାରBharat Ratna (1997)

ଅରୁଣା ଆସଫ୍ ଅଲ୍ଲୀ  (ବଙ୍ଗାଳୀ : অরুণা আসফ আলী) (16 ଜୁଲାଇ 1909 -29 ଜୁଲାଇ 1996 ) ଭାରତୀୟ ସ୍ଵାଧୀନତା ସଂଗ୍ରାମ ରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଜେନ ମହିଳା । ସେ ଭାରତୀୟ ରାଜ୍ୟ ପଞ୍ଜାବ ର କାଲକା ଠାରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କର ମୂଳ ନାମ ଅରୁଣା ଗାଙ୍ଗୁଲୀ ଥିଲା । ୧୯୪୨ ମସିହା ର ଭାରତ ଛାଡ ଆନ୍ଦୋଳନ ସମୟ ରେ ବମ୍ବେ ର ଗୌଆଲିଆ ତାଙ୍କ ମଇଦାନ ରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରି ଦେଶ ବ୍ୟାପୀ ଚର୍ଚା ରେ ଆସିଥିଲେ । ସ୍ଵାଧୀନତା ପରେ ସେ ରାଜନୀତି ରେ ସକ୍ରିୟ ରହିବା ସହ ୧୯୫୮ ମସିହା ରେ ଦିଲ୍ଲୀ ର ପ୍ରଥମ ମେୟର ହେବା ଗୌରବ ଅର୍ଜନ କରିଥିଲେ , ସେ ୧୯୬୦ ମସିହା ରେ ସମ୍ବାଦ ପ୍ରକାଶନ ସଂସ୍ଥା ସ୍ଥାପନ କରିଥିଲେ । ୧୯୯୭ ମସିହା ରେ ତାଙ୍କୁ  ମରଣୋତ୍ତର ଭାବରେ ଭାରତ ର ସର୍ବୋଛ ନାଗରିକ ସମ୍ମାନ ପ୍ରଦାନ କରାଯାଇଥିଲା । 

ପ୍ରାରମ୍ଭିକ ଜୀବନ 

 ୧୯୦୯ ମସିହା ରେ ଜୁଲାଇ ୧୬ ତାରିଖ ରେ ତତ୍ କାଳୀନ ପଞ୍ଜାବ ରାଜ୍ୟ ( ବର୍ତମାନ ହରିୟଣା ପ୍ରଦେଶ ରେ ଅବସ୍ଥିତ ) ରେ ଥିବା କାଲକା ଠାରେ ବଙ୍ଗାଳୀ ବ୍ରାହ୍ମଣ ପରିବାର ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଉପେନ୍ଦ୍ରନାଥ ଗାଙ୍ଗୁଲୀ ସେହି ସମୟ ର ପୂର୍ବ ବଙ୍ଗ ର ବରିସାଲ ଜିଲ୍ଲା ( ବର୍ତମାନ ବାଂଲାଦେଶ ଅନ୍ତର୍ଭୁକ୍ତ ) ରୁ ଆସି ସେଠାରେ ସ୍ଥାୟୀ ଭାବରେ ବସବାସ କରୁଥିଲେ । ତାଙ୍କ ମାତା ଅମ୍ବାଳିକା ଦେବୀ ବିଖ୍ୟାତ ବ୍ରହ୍ମସମାଜ ନେତା ତ୍ରିଲୋକନାଥ ସାନ୍ୟାଲ ଙ୍କ ଝିଅ ଥିଲେ । ତାଙ୍କ ପିତା ଉପେନ୍ଦ୍ରନାଥ ଙ୍କ ସାନ ଭାଇ ଧିରେନ୍ଦ୍ରନାଥ ଜଣେ ସଫଳ ଫିଲ୍ମ ନିର୍ଦେଶକ ହେଇପାରିଥିଲେ ଓ ଅନନ୍ୟ ଜେନ ଭାଇ ନାଗେନ୍ଦ୍ରନାଥ ନୋବେଲ ପୁରସ୍କାର ବିଜେତା ରବୀନ୍ଦ୍ରନାଥ ଠାକୁର ଙ୍କ ଏକ ମାତ୍ର କନ୍ୟା ମୀରା ଦେବୀ ଙ୍କୁ ବିବାହ କରି ତାଙ୍କର ଜାମାତା ହେଇଥିଲେ  । ଅରୁଣା ଙ୍କ ଭଉଣୀ ପୁର୍ଣିମା ବାନାର୍ଜୀ ସ୍ଵାଧୀନ ଭାରତ ର ପ୍ରଥମ ସମ୍ବିଧାନ ପ୍ରଣୟନ କାରୀ ବିଧାନ ମଣ୍ଡଳୀ ର ସଦସ୍ୟା ରହିଥିଲେ ।  

ଶିକ୍ଷ୍ୟା ଓ ବିବାହ 

ଅରୁଣା ପ୍ରଥମେ ଲାହୋର ର ସାକ୍ରେଡ଼ ହାର୍ଟ କନଭେଣ୍ଟ , ପରେ ନୈନିତାଲ ର ଅଲ୍ ସେଣ୍ଟ କଲେଜ ରେ ଶିକ୍ଷ୍ୟା ଲାଭ କଳା ପରେ କଲିକତା ର ଗୋଖାଲେ ମେମୋରିଆଲ ସ୍କୁଲ ରେ ଶିକ୍ଷକତା କରିଥିଲେ । ସେ ଆଲ୍ଲାହାବାଦ ଠାରେ ପ୍ରସିଦ୍ଧକଂଗ୍ରେସ ନେତା ଅସଫ୍ ଅଲ୍ଲୀ ଙ୍କ ସହ ଭେଟିବା ପରେ ତାଙ୍କ  ସହ ସମ୍ବନ୍ଧ ଘନିଷ୍ଠ ହେଇଥିଲା ଓ ପରିବାର ର ବିରୋଧ ସତ୍ବେ ତାଙ୍କୁ ୧୯୨୮ ମସିହା ରେ ବିବାହ କରିଥିଲେ । ଏହା ଦ୍ଵାରା ତାଙ୍କ କାକା ତାଙ୍କୁ ପରିବାର ସହ ସମ୍ପର୍କ ଛିନ୍ନ କରିଦେଇଥିଲେ ।[]

ସ୍ଵାଧୀନତା ସଂଗ୍ରାମ ରେ ଅଂଶ ଗ୍ରହଣ  : ପ୍ରାରମ୍ଭିକ ସ୍ତର 

ଅସଫ୍ ଅଲ୍ଲୀ ଙ୍କୁ ବିବାହ କରିବା ପରେ ସେ କଂଗ୍ରେସ ଦଳ ର ପ୍ରାଥମିକ ସଦସ୍ୟତା ନେବା ସହ ମହାତ୍ମା ଗାନ୍ଧୀ ଙ୍କ ଲବଣ ସତ୍ୟାଗ୍ରହ ରେ ଯୋଗଦାନ କଲେ । ସେଥିରେ ସେ ଗିରଫ ହେଇ ୧୯୩୧ ମସିହା ରେ ଅନ୍ୟ ରାଜନୈତିକ ବନ୍ଦୀ ମାନଙ୍କ ସହ ତାଙ୍କୁ ମୁକ୍ତ କରା ନ ଯିବାରୁ ଜୈଲ ରେ ଥିବା ସମସ୍ତ ମହିଳା ବନ୍ଦୀ ଜେଲ  ଛାଡିବାକୁ ନାରାଜ ହେଇଥିଲେ । ପରେ ମହାତ୍ମା ଙ୍କ ହସ୍ତକ୍ଷେପ ରେ ଏହାର ସମାଧାନ ହେଇଥିଲା । 

୧୯୩୨ ମସିହା ରେ ସେ ତିହାର ଜେଲ ରେ ରାଜନୈତିକ କଇଦୀ ମାନଙ୍କ ଉପରେ ଅତ୍ୟାଚାର ହଉଥିବା ଦର୍ଶାଇ ଅନଶନ କରିବା ଦ୍ଵାରା ବ୍ରିଟିଶ ସରକାର  ଜେଲ ର ପରିଚାଳନା ରେ ସୁଧାର ଆଣିଥିଲେ । କିନ୍ତୁ ତାଙ୍କୁ ଅମ୍ବାଲା ଜେଲ  କୁ ସ୍ଥାନାନ୍ତର କରି ନିଭୃତ ପ୍ରକୋଷ୍ଠ ରେ ବନ୍ଦୀ ରଖିଥିଲେ । ଜେଲ ରୁ ମୁକୁଳିବା ପରେ ସେ କିଛି କାଳ ରାଜନୀତି ରୁ ଦୂରେଇ ରହିଥିଲେ । 

ଭାରତ ଛାଡ ଆନ୍ଦୋଳନ ରେ ଅଗ୍ରଣୀ ଭୂମିକା 

 ୮ ଅଗଷ୍ଟ , ୧୯୪୨ ମସିହା ରେ ଭାରତୀୟ ଜାତୀୟ କଂଗ୍ରେସ ର କମିଟି ବମ୍ବେ ଠାରେ "ଭାରତ ଛାଡ "ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା । ଏଥିରେ ଭୟଭୀତ ହେଇ ଇଂରେଜ ସରକାର ସମସ୍ତ ମୁଖ୍ୟ ନେତା ଙ୍କୁ ଓ କଂଗ୍ରେସ କାର୍ଯ୍ୟକାରୀ ସଦସ୍ୟ ଙ୍କୁ ଆନ୍ଦୋଳନ ବିଫଳ କରିବାକୁ ଗିରଫ କରିନେଲେ । ଏହି ସମୟ ରେ  ଅରୁଣା ନିଜେ ନେତୃତ୍ଵ ନେଇ ଗୋବଲିୟା ଟେଙ୍କ ମଇଦାନ ରେ ବିଶାଳ ସଭା ରେ ସଭାପତିତ୍ଵ କରି ଜାତୀୟ ପତାକା ଉତ୍ତୋଳନ କଲେ ଓ " ଭାରତ ଛାଡ" ଆନ୍ଦୋଳନ ଅୟମାରମ୍ଭ କରିଥିଲେ । ପୋଲିସ ଏହି ସଭା ରେ ଗୁଳି ଚାଳନା କରିଥିଲା ଓ ଏହା ପରେ ଅରୁଣା ଙ୍କୁ ୧୯୪୨ ଆନ୍ଦୋଳନ ର ଜଣେ  ମହାନାୟିକା ର ମାନ୍ୟତା ପ୍ରାପ୍ତ ହେଇଥିଲା ।ଦେଶ ବ୍ୟାପୀ ତରୁଣ, ତରୁଣୀ ଙ୍କୁ ଆନ୍ଦୋଳନ ରେ ସାମିଲ କରିବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ ରହିଥିଲା ।  

ସ୍ଵାଧୀନତା ର ଅବଗଣନା 

ଏହା ପରେ ତାଙ୍କୁ ଗିରଫ କରିବାକୁ ବ୍ରିଟିଶ ପୋଲିସ ପରୱାନା ଜାରି କରିବାରୁ ସେ ଆତ୍ମଗୋପନ କରି ଅଜଣା ସ୍ଥାନ ରୁ ଆନ୍ଦୋଳନ ପରିଚାଳନା କରୁଥିଲେ । ସରକାର ତାଙ୍କର  ସମସ୍ତ ସମ୍ପତ୍ତି ବ୍ୟାଜ୍ୟାପ୍ତ କରି ନେଇଥିଲେ । ଭୂମିଗତ ଭାବରେ ଥାଇ ସେ ରାମ ମନୋହର ଲୋହିଆ ଙ୍କ ସହ କଂଗ୍ରେସ ର ମାସିକ ପତ୍ରିକା " ଇଙ୍କିଲାବ " ର ସମ୍ପାଦନା କରି ଦେଶ ର ଯୁବ ସମାଜ କୁ ବହୁ ସଂଖ୍ୟା ରେ ଆନ୍ଦୋଳନ ରେ ଯୋଗଦାନ ପାଇଁ ଉଦବୋଧିତ କରିଥିଲେ । ତାଙ୍କୁ ଧରେଇ ଦେବା ପାଇଁ ବ୍ରିଟିଶ ସରକାର ୫,୦୦୦ ଟଙ୍କା ର ପୁରସ୍କାର ଘୋଷଣା କରିଥିଲେ । ସେ ସେହି ସମୟ ରେ ବ୍ୟାଧି ଗ୍ରସ୍ତ ହେଇଥିଲେ ମଧ୍ୟ ନିଜକୁ ସମର୍ପଣ କରିନଥିଲେ । ୧୯୪୬ ମସିହା ରେ ତାଙ୍କ ବିରୂଢ ଅଭିଯୋଗ ପ୍ରତ୍ୟାହାର ପରେ ଯାଇ ସେ ସମ୍ମୁଖ କୁ ଆସିଲେ । ମହାତ୍ମା ଗାନ୍ଧୀ ଙ୍କ ସେ ଅତି ନିକଟ ଶିଷ୍ୟ ଭାବରେ ପରିଗଣିତ ହେଇଥିଲେ ମଧ୍ୟ ସେ ରୟାଲ ଭାରତୀୟ ନୌସେନା ର ବିଦ୍ରୋହ କୁ ସମର୍ଥନ ଦେଇଥିବାରୁ ମହାତ୍ମା ଗାନ୍ଧୀ ତାଙ୍କୁ ସମାଲୋଚନା କରିଥିଲେ କାରଣ ତାହା ସଶସ୍ତ୍ର ବିଦ୍ରୋହ ଥିଲା । କିନ୍ତୁ ଅରୁଣା ଏହି ବିଦ୍ରୋହ ରେ ହିନ୍ଦୁ ଓ ମୁସଲମାନ ମାନଙ୍କ ଭିତରେ ଦୃଢ ଏକତା ଆସିଥିବାର ଦାବି କରିଥିଲେ । 

ସ୍ଵାଧୀନତା ପରବର୍ତୀ କାଳ 

ସ୍ଵାଧୀନତା ପରେ ୧୯୪୮ ମସିହା ରେ  ଅରୁଣା କଂଗ୍ରେସ ସମାଜବାଦୀ ଦଳ ର ପରିଚାଳନା ରେ ଅସନ୍ତୁଷ୍ଟ ହେଇ ଏକ ନୂତନ ଦଳ " ସୋସେଲିଷ୍ଟ ଦଳ "  ରେ ଯୋଗଦାନ କରିଥିଲେ । ତାହା ପରେ ସେ ମସ୍କୋ ଯାତ୍ରା କରି ରଜନୀ ଦତ୍ତ ଙ୍କ ସହ ଭାରତୀୟ କମୁନିଷ୍ଟ ଦଳ ରେ ଯୋଗଦାନ କରିଥିଲେ । ୧୯୫୩ ମସିହା ରେ ତାଙ୍କ ସ୍ଵାମୀ ଆସଫ ଅଲି ଙ୍କ ମୃତ୍ୟୁ ଘଟିଥିଲା । 

 ୧୯୫୪ ମସିହା ରେ ଭାରତୀୟ କମୁନିଷ୍ଟ ଦଳ ର ମହିଳା ଶାଖା ଗଠନ କରିଥିଲେ ଓ ୧୯୫୬ ରେ ରୁଷିଆ ରେ କାମୁନିଷ୍ଟ ଦଳ ର ବିଭାଜନ ପରେ ସେ କାମୁନିଷ୍ଟ ଦଳ ତ୍ୟାଗ କରିଥିଲେ । ତେବେ ସେ ସର୍ବଦା ସାମାଜିକ ଜୀବନ ରେ ସକ୍ରିୟ ରହିବା ସହ ୧୯୫୮ ମସିହା ରେ ନୂଆ ଦିଲ୍ଲୀ ର ପ୍ରଥମ ମେୟର ଭାବରେ ନିର୍ବାଚିତ ହେଇଥିଲେ । ସେ ଧର୍ମନିରପେକ୍ଷବାଦୀ ନେତା କୃଷ୍ଣ ମେନନ , ବିମଳା କପୁର , ରାଧା କୃଷ୍ଣାନ, ସାରଳା ଶର୍ମା , ସୁଭଦ୍ରା ଯୋଶୀ  ଙ୍କ ପରି ସମାଜ ସେବୀ ଙ୍କ ସହ କାର୍ଯ୍ୟ କରୁଥିଲେ । 

ସେ ନାରାୟଣନ ଙ୍କ ସହ ମିଶି ଏକ ପ୍ରକାଶନ ପ୍ରତିଷ୍ଠାନ ଆରମ୍ଭ କରିବା ସହ ଦୈନିକ ସଂବାଦପତ୍ର " ପାଟ୍ରିଅଟ" ଓ ସାପ୍ତାହିକ " ଲିଙ୍କ " ପ୍ରକାଶିତ କରୁଥିଲେ , ଯାହା ପରେ ନେହେରୁ , କୃଷ୍ଣ ମେନନ , ବିଜୁ ପଟ୍ଟନାୟକ ଙ୍କ ପରି ନେତା ଙ୍କ  ଲେଖା ଦ୍ଵାରା ସମ୍ବରୁଧ ହେଇ ସମ୍ମାନଜନ ପ୍ରକାଶନ ଭାବରେ ପରିଗଣିତ ହେଲା । କିନ୍ତୁ ପରେ ଆଭ୍ଯନ୍ତରୀଣ ବିବାଦ ଯୋଗୁ ବୀତଶୃହୟ ହେଇ ସେ ତାହା ପରିତ୍ୟାଗ କରିଥିଲେ । ୧୯୬୪ ମସିହା ରେ ସେ କଂଗ୍ରେସ ଦଳ ରେ ପୁଣି ଯୋଗ ଦେଇଥିଲେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରି ନଥିଲେ । ଆପାତକାଳୀନ ସ୍ଥିତି ସମୟ ରେ ସେ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ଙ୍କ ନିକଟତର ଥିଲେ । 

ନୂଆ ଦିଲ୍ଲୀ ଠାରେ ୨୯ ଜୁଲାଇ ୧୯୯୬ ରେ ୮୭ ବର୍ଷ ବୟସ୍କା ଅରୁଣା ଙ୍କ ନିଧନ ହେଇଥିଲା । .[]

ପୁରସ୍କାର ଓ ସମ୍ମାନ 

୧୯୬୪ ମସିହା ରେ ସେ ଆନ୍ତର୍ଜାତିକ ଲେଲିନ ଶାନ୍ତି ପୁରସ୍କାର ପାଇଥିଲେ ଓ ୧୯୯୧[] ମସିହା ପାଇଁ ତାଙ୍କୁ ଆନ୍ତର୍ଜାତିକ ବୁଝାମଣା ପାଇଁ ଜବାହରଲାଲ ନେହେରୁ ପୁରସ୍କାର ପ୍ରଦତ୍ତ ହେଇଥିଲା । ୧୯୯୨ ମସିହା ରେ ଭାରତ ର ଦ୍ଵିତୀୟ ସର୍ବୋଛ ନାଗରିକ ପୁରସ୍କାର ପଦ୍ମା ବିଭୂଷଣ ପାଇଥିଲେ ଓ ୧୯୯୭ []ମସିହା ରେ ତାଙ୍କୁ ମରଣୋତ୍ତର ଭାବରେ " ଭାରତ ରତ୍ନ " ପ୍ରଦାନ କରାଯାଇଥିଲା । ୧୯୯୮ ମସିହା ରେ ଭ୍ୟାରତ ସରକାର ତାଙ୍କ ସମ୍ମାନାର୍ଥେ ଏକ ଡାକ ଟିକେଟ ପ୍ରଚାଳନ କରିଥିଲେ । ନୂଆ ଦିଲ୍ଲୀ ର ଏକ ମୁଖ୍ୟ ମାର୍ଗ କୁ ତାଙ୍କ ନାମ ରେ ନାମିତ କରାଯାଇଛି । ତାଙ୍କ ସମାନାର୍ଥେ ପ୍ରତିବର୍ଷ ଡାଃ ଅରୁଣ ଆସଫ ଅଲ୍ଲୀ ସଦଭାବନା ପୁରସ୍କାର ପ୍ରଦାନ କରାଯାଇଥାଏ । 

ଆଧାର ସମୂହ 

  1. Radha Kumar (1993). The History of Doing: An Illustrated Account of Movements for Women's Rights and Feminism in India, 1800-1990. Zubaan. p. 68.
  2. Singh, Kuldip (31 July 1996). "Obituary: Aruna Asaf Ali". The Independent. Retrieved 21 August 2015.
  3. {{cite web}}: Empty citation (help)
  4. {{cite web}}: Empty citation (help)

ବାହ୍ୟ  ସଂଯୋଗ