ଜଗମୋହନ
ଜଗମୋହନ ବା ଜଗ ମୋହନ ହିନ୍ଦୁ ମନ୍ଦିର ସ୍ଥାପତ୍ୟ ଶୈଳୀ ରେ ଏକ ସମାବେଶ ପ୍ରକୋଷ୍ଠ କୁ କୁହାଯାଇଥାଏ । ଏହି ନିର୍ମାଣ ଶୈଳୀ ମୁଖ୍ଯତଃଓଡିଆ ମନ୍ଦିର ନିର୍ମାଣ ଶୈଳୀ ରେ ବ୍ୟବହୃତ ହେଇଥାଏ । [୧][୨]
ଏହା ମନ୍ଦିର ପରିସର ର ମୁଖ୍ୟ ଦ୍ଵାର ଓ ଗର୍ଭଗୃହ ବା ମନ୍ଦିର ର ଆସ୍ଥାନ ମଧ୍ୟ ଭାଗ ରେ ରହିଥାଏ ।ଏହା ଉତ୍ତର ଭାରତ ର ନାଗରା ମନ୍ଦିର ସ୍ଥାପତ୍ୟ ଶୈଳୀ ରେ ମଧ୍ୟ ଦେଖାଯାଇଥାଏ । ଦକ୍ଷିଣ ଭାରତ ରେ ସମାବେଶ ଆସ୍ଥାନ ପ୍ରକୋଷ୍ଠ ଗୁଡିକୁ " ମଣ୍ଡପ " କୁହାଯାଇଥାଏ ଓ ସାଧାରଣତଃ ସେଥିରେ ସ୍ତମ୍ଭ ଗୁଡିକ ରହିଥାଏ ।
ମନ୍ଦିର ର ଗର୍ଭ ଗୃହ ପରି ଏହା ମଧ୍ୟ ଚତୁର୍ଭୁଜାକାର ବା ବର୍ତୁଳାକାର ଆକାର ର ଚଟାଣ ଉପରେ ନିର୍ମିତ ହେଇଥାଏ । ତେବେ ଅନେକ ଦେବୀ ମନ୍ଦିର ରେ ଜଗମୋହନ ଗୁଡିକ ଆୟତ୍ତକାର ବା ତ୍ରିଭୁଜାକାର ହିସାବ ରେ ନିର୍ମାଣ କରାଯାଇଥାଏ । ଉଦାହରଣ ସ୍ୱରୂପ ଓଡିଶା ର ପୁରୀ ସହର ଚଉରାଶି ଠାରେ ରେ ଥିବା ବରାହୀ ଦେଉଳ କୁ ନିରୀକ୍ଷ୍ୟଣ କରାଯାଇପାରେ । [୧]
ମନ୍ଦିର ସ୍ଥାପତ୍ୟ ଶୈଳୀ ଅନୁସାରେ ଅନେକ କ୍ଷେତ୍ର ରେ ଗର୍ଭଗୃହ ରେ ଝରକା ନ ଥାଏ ଓ ତାହା ଭିତରେ ସାଧାରଣତଃ ସ୍ୱଳ୍ପ ଆଲୋକ ଉପସ୍ଥିତ ଥାଏ । କିନ୍ତୁ ଜଗମୋହନ ଗୃହ ରେ ପର୍ଯ୍ୟାପ୍ତ ଝରକା ଓ ଆଲୋକ ର ପ୍ରବେଶ ରହି , ତାହାର କାନ୍ଥ ଗୁଡିକରେ ଖୋଦିତ ବା ଚିତ୍ରିତ ଦେବା ଦେବୀ ଓ ଅନ୍ୟ ହିନ୍ଦୁ ଧର୍ମ ସମ୍ବନ୍ଧିତ ଚିତ୍ର ବା ମୂର୍ତି ସବୁ ରହିଥାଏ । କେତେକ ସ୍ଥାନ ରେ ଉଜ୍ଜଳ ରଙ୍ଗ ରେ ପୌରଣିକ କଥା ସମ୍ବନ୍ଧିତ ଅଙ୍କିତ ଚିତ୍ର ରହିଥାଏ । କେତେକ ମନ୍ଦିର ନିର୍ମାଣ ଶୈଳୀ ରେ ଜଗମୋହନ ର ଛାତ କୁ ସ୍ତୁପାକାର କରାଯାଇ ଭିତର ଛତ ରେ ମଧ୍ୟ ଅଳଙ୍କୃତ ଖୋଦନ ଚିତ୍ର ବା ଅଙ୍କିତ ଚିତ୍ର ସ୍ଥାନ ପାଇ ମନ୍ଦିର ର ସୋଭା ବର୍ଦ୍ଧନ କରିଥାଏ ।
କୋଣାର୍କ ସୂର୍ଯ୍ୟ ମନ୍ଦିର ର ଜଗମୋହନ , ମନ୍ଦିର ର ମୁଖ୍ୟ ଶିଖର ଭାଙ୍ଗି ଗଲା ପରେ , ନିଜେ ଏକ ମୁଖ୍ୟ ମନ୍ଦିର ପରି ପ୍ରତ୍ୟୟମାନ ହେଇଥାଏ ।